Home ଓଡ଼ିଶା ସେମିଲିଗୁଡାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ନବୀନ ବାବୁ ଓଡିଆ ହୋଇ ଓଡିଶାର ଉନ୍ନତି କରିବାକୁ...

ସେମିଲିଗୁଡାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ନବୀନ ବାବୁ ଓଡିଆ ହୋଇ ଓଡିଶାର ଉନ୍ନତି କରିବାକୁ ଚାହୁଁଛନ୍ତି ନାଁ ଅଣି ଓଡ଼ିଆ ଘେରରେ ରହି ଓଡିଶାକୁ ଲୁଟ କରିବାକୁ ଚାହୁଁଛନ୍ତି – ଶ୍ରୀ ପ୍ରଧାନ

394

କୋରାପୁଟ ; ତା୧୯-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ସେମିଲିଗୁଡାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜବାବ ମାଗୁଛି ପଟ୍ଟାଙ୍ଗି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲା ସବାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିଅମ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ବକ୍ତବ୍ୟ ଆରମ୍ଭରୁ ଶ୍ରୀ ପ୍ରଧାନ କୁନ୍ଦୁଲି ଦଳିତ ନାବାଳିକା ଗଣଦୁଷ୍କର୍ମ ମାମଲା ଉଠାଇ ରାଜ୍ୟ ସରକାର ଅଭିଯୁକ୍ତ ମାନଙ୍କୁ ଧରି ନପାରିବାରୁ ପୀଡିତା ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି ରାଜ୍ୟ ସରକାରକୁ ସମାଲୋଚନା କରିଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜୁ ଜନତା ଦଳ ୧୯ ବର୍ଷ ଶାସନ କରିବା ପରେ ମଧ୍ୟ ଓଡିଶା ଲୋକଙ୍କ ମୌଳିସ ସମସ୍ୟା ଦୂର ହୋଇ ପାରିନି। ଆଜି ସ୍କୁଲରେ ଶିକ୍ଷକ ଓ ହସ୍ପିଟାଲରେ ଡାକ୍ତର ନାହାନ୍ତି, ଲୋକଙ୍କୁ ପିଇବା ପାଣି ମିଳୁନି, ଅଥଚ ନବୀନ ପଟ୍ଟନାୟକ ନିଜକୁ ବିକାଶର ପ୍ରତୀକ ବୋଲି ବାହାସ୍ପଟ ମାରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ସମାଲୋଚନା କରିବା ସହ ଦେଶରେ କେବଳ ଭାରତୀୟ ଜନତା ପାର୍ଟି ସରକାରହିଁ ବିକାଶ କରି ପାରିଛି ବୋଲି ବକ୍ତବ୍ୟ ରଖିଥିଲେ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଗତ ୫ବର୍ଷରେ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିବା ସହ ଗତ ୫ ବର୍ଷରେ ରାଜ୍ୟରେ ୧ କୋଟି ୪୦ ଲକ୍ଷ ଆବାସ ନିର୍ମାଣ କରାଯାଇଥିବା ସେ ସୂଚନା ଦେଇଥିଲେ।ସ୍ୱାଛ ଯୋଜନାରେ ୬୦ ଲକ୍ଷ ପାଇଖାନା ନିର୍ମାଣ ହୋଇଥିବା ସେ ପ୍ରକାଶ କରିଥିଲେ।ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶକୁ ତଦାରଖ କରିବାକୁ ପ୍ରଧାନମନ୍ତ୍ରୀ ଚାହୁଁଥିବା ବେଳେ ରାଜ୍ୟ ସରକାର ବିରୋଧ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ନବିନ ବାବୁ ଓଡିଆ ହୋଇ ଓଡିଶାର ଉନ୍ନତି ଚାହୁଁଛନ୍ତି ନା ଅଣଓଡିଆ ଘେରରେ ରହି ଓଡିଶାକୁ ଲୁଟ କରିବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।ବୋଧେ ଦିନକାଳ ଶେଷ ହୋଇଯିବ ସେହି କାରଣରୁ ନବିନ ବାବୁଙ୍କ ମତିଭ୍ରମ ହୋଇଗଲାଣି ବୋଲି ସେ ଅଭିଯୋଗ କରିଥିଲେ।ଏକ ପ୍ରୟୋଗଶାଳା, ଧାନ ଚାଷ ଏହି ଜିଲାରୁ ଆରମ୍ଭ, ଖଣିଜ ସମ୍ପଦ, ପ୍ରାକୃତିକ ସମ୍ପଦରେ ଭରପୁର ହୋଇଥିବାବେଳେ ରାଜନେତା ମାନଙ୍କ ଆନ୍ତରିକତାର ଅଭାବ ହେତୁ କୋରାପୁଟ ଜିଲାର ବିକାଶ ଆଶାତୀତ ଭାବେ ହୋଇ ପାରିନି, ତେଣୁ କୋରାପୁଟ ଜିଲାର ବିକାଶ କରିବାକୁ ହେଲେ ଆସନ୍ତା ନିର୍ବାଚନରେ ଭାଜପା ନେତା ଜୟରାମ ପାଙ୍ଗିଙ୍କୁ କୋରାପୁଟରୁ ଲୋକସଭାକୁ ପଠାଇ ଜିଲାରେ ବିକାଶର ମୂଳଦୁଆଁ ପକାଇବାକୁ ଉପସ୍ଥିତ ଜନସାଧାରଣଙ୍କୁ କେନ୍ଦ୍ରମନ୍ତ୍ରୀ ଉଦବୋଧନ ଦେଇଥିଲେ।କୋରାପୁଟ ଜିଲ୍ଲାର ବିଧାନସଭାରେ ବିଜେପି ପ୍ରାର୍ଥି ବିଜୟ ହେବା ସହ ଲୋକସଭା ପଦବୀଟି ମଧ୍ୟ ବିଜେପି ଅକ୍ତିଆର କରିବ ବୋଲି ସେ ଆସାବ୍ୟକ୍ତ କରିଥିଲେ।ପ୍ୟାରୀବାବୁ ଥିବା ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ସରକାର ଭଲ ଭାବରେ ଚାଲିଥିଲା କିନ୍ତୁ ପ୍ୟାରୀବାବୁ ଗଲାପରେ ରାଜ୍ୟରେ ବିଜେଡି ଶାସନ କରୁଛି କି! ବୋଲି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ପ୍ରଶ୍ନ କରିଥିଲେ।ନବିନ ବାବୁ ଜଣେ ଭଲ ଲୋକ ବୋଲି ସେ ପ୍ରକାଶ କରିଥିଲେ।ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶାରେ ବିଜେପି ଶାସନକୁ ଆସିଲେ ୁ ମୁଖ୍ୟମନ୍ତ୍ରୀ ବାଛିବେ କିନ୍ତୁ ଓଡିଶାରେ ବିଜେପି ନେତା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବୋଲି ସେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ନବରଙ୍ଗପୁରର ପୂର୍ବତନ ସାଂସଦ ପର୍ଶୂରାମ ମାଝି, ବିଜେପି ନେତା ଦେବେନ୍ଦ୍ର ବାହିନୀପତି, ଅକ୍ଷୟ ସାହୁ, ରମେଶ ସାହୁ, ସୁମନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କରି ଓଡିଶାର ଏପରି ଦୁର୍ଦିନ ପାଇଁ ଉଭୟ ଦଳକୁ ଦୋଷାରୋପ କରିଥିଲେ। ଭଗବାନ ପେଟିଆ ସ୍ୱାଗତ ଭାଷଣ ଦେବା ସହ ମଂଚ ପରିଚାଳନା କରିଥିଲେ। ବିଜୁ ଜନତା ଦଳର ଜିଲା ପରିଷଦ ସଦସ୍ୟ ଡୁମୁରୀ ଖୀଲ ଭାରତୀୟ ଜନତା ପାର୍ଟିଲେ ଯୋଗ ଦେଇଥିଲେ। ଡୁମୁରୀ ଖୀଲଙ୍କ ବ୍ୟତୀତ ସେମିଲିଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ କଂଗ୍ରେସ ନେତା ଏସ୍. ନାରାୟଣ ରାଓ, ବିଜେଡି ନେତା ଜୟ ପୋଡାସେଠୀଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ବିଜେପି କର୍ମିମାନେ ଏକ ମଟରସାଇକେଲ ଶୋଭାଯାତ୍ରାରେ ଶ୍ରୀ ପ୍ରଧାନଙ୍କୁ ଖୋଲାଗାଡିରେ ବସାଇ ସଭାସ୍ଥଲକୁ ନେଇଥିଲେ।ବାଟରେ ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଦେଇଥିଲେ।ସଭାରେ ପ୍ରାୟ ୫ ହଜାର କର୍ମି ଓ ଲୋକମାନେ ଯୋଗଦେଇଥିବା ନଜର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.