ପଣ୍ଡିତ ରଘୁନାଥ ମୁର୍ମୂ ମେଡିକାଲ କଲେଜ ଏବଂ ହସ୍ପିଟାଲ ସମସ୍ୟା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କଲେ ଧର୍ମେନ୍ଦ୍ର ପ୍ରଧାନ

– ବିଭିନ୍ନ କଲେଜ ଯାଂଚ କରି ୨୪ ମଇ ୨୦୧୭ ସୁଦ୍ଧା ରିପୋର୍ଟ ପ୍ରଦାନ କରିବ ଏମସିଆଇ
ନୂଆଦିଲ୍ଲୀ ୧୧/୫ (ଓଡ଼ିଆ ପୁଅ) ଓଡ଼ିଶାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୂ ମେଡିକାଲ କଲେଜ ଏବଂ ହସ୍ପିଟାଲ ସଂପର୍କୀତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଏହା ବ୍ୟତୀତ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ମେଡିକାଲ କଲେଜଗୁଡିକରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ଯାଂଚ ପାଇଁ ରହିଥିବା  ସମସ୍ୟାଗୁଡିକ ବିଷୟରେ ଆଲୋଚନା ମଧ୍ୟ କରିଥିଲେ। ଏହି ପରିପ୍ରେକ୍ଷୀରେ ଏମସିଆଇ ବିଭିନ୍ନ କଲେଜ ଯାଂଚ କରି ୨୪ ମଇ ୨୦୧୭ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଛି।
ଏହି ଆଲୋଚନା ବେଳେ ଓଡ଼ିଶା ସରକାରଙ୍କର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀ ସି.କେ. ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ଯେ ନିୟମ ଅନୁପାଳନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି।

Leave a Reply

Your email address will not be published. Required fields are marked *