ad
ଅନୁଗୁଳ

ଓଡିଶାରେ ବିକାଶ ଲାଇନଚ୍ୟୁତ, ଗତି ଦେବାପାଇଁ ଦରକାର ମୋଦିଙ୍କ ଡବଲ ଇଂଜିନ୍-ଧର୍ମେନ୍ଦ୍ର ପ୍ରଧାନ

ପାଲଲହଡାର ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
– ଓଡିଶାରେ ସରକାର ବଦଳିବା ଦରକାର
– ଦୀର୍ଘଦିନ ଧରି କ୍ଷମତାରେ ରହିଥିବା ଏକ ଦଳ ଭାରତବର୍ଷର ଇତିହାସ ଗୋଟେ ପରିବାର ଭିତରେ ସୀମିତ ରଖିବାକୁ ଚାହିଁଲେ
– ବିର୍ସା ଭଗବାନ ଲଢେଇ କରିଥିଲେ ଆଦିବାସୀ, ଦଳିତଙ୍କ ଅଧିକାର ପାଇଁ, ପାଲଲହଡାର ନୂଆପିଢୀ ଏ ମୂର୍ତିକୁ ଦେଖି ନୂଆ ପ୍ରେରଣା ପାଇବେ
– ନବୀନ ସରକାର ପିସି ନେଇ ବୁଲି ବୁଲି ପିସି ଷ୍ଟପ୍ କଥା କହୁଛନ୍ତି

ଅନୁଗୁଳ, ୧୮ ଫେବୃୟାରୀ (ଓଡ଼ିଆ ପୁଅ) – ଗରିବ ଓଡିଆ ଲୋକମାନଙ୍କ ପାଖକୁ ସିଧାସଳଖ ପଇସା ଯିବ, ଓଡିଶାର ସ୍ୱାର୍ଥ। ଦଲାଲିଙ୍କ ପକେଟକୁ ପଇସା ଯିବା ଓଡିଆ ଲୋକଙ୍କ ସ୍ୱାର୍ଥ ନୁହେଁ। ଓଡିଶାରେ ସରକାର ବଦଳିବା ଦରକାର। ଓଡିଶାର ବିକାଶ ଲାଇନଚ୍ୟୁତ ହୋଇଛି। ଏହାକୁ ଗତି ଦେବାପାଇଁ ଭୁବନେଶ୍ୱର ଓ ଦିଲ୍ଲୀରେ ମୋଦିଙ୍କ ଡବଲ ଇଞ୍ଜିନ ଲାଗିଲେ ରାଜ୍ୟ ସମେତ ଅନୁଗୁଳ ଜିଲ୍ଲାର ଥିବା ଅନେକ ଆବଶ୍ୟକତାକୁ ପୂରଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅନୁଗୁଳର ପାଲଲହଡାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତି ଉନ୍ମୋଚନ ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶ ସ୍ୱାଧୀନତା ପରେ ଦିଲ୍ଲୀରେ ଗୋଟିଏ ଦଳ ଅନେକ ବର୍ଷ ଧରି ଶାସନ କଲେ। ଭାରତବର୍ଷର ଇତିହାସ ଗୋଟେ ପରିବାର ଭିତରେ ସୀମିତ ରଖିବାକୁ ସେମାନେ ଚାହିଁଲେ। ପଣ୍ଡିତ ଜବାହାରଲାଲ ନେହୁରୁ, ଶ୍ରୀମତି ଇନ୍ଦରା ଗାନ୍ଧୀ, ସ୍ୱର୍ଗୀୟ ରାଜୀବ ଗାନ୍ଧୀ ଏବଂ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ପୀଢିମାନେ ଶାସନ କଲେ। ତା ହେଲେ କୂଆଡେ ଗଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଆଜାଦ ଏବଂ କୁଆଡେ ଗଲେ ଓଡିଶାର ଜାତୀୟ ଆନ୍ଦୋଳନର ସମକକ୍ଷ ଲୋକ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୭୦୦-୧୮୦୦ ଶତାବ୍ଦୀରେ ଗରିବ ଓ ନିଷ୍ପେସିତ ଲୋକଙ୍କୁ ଏକାଠୀ କରିଥିଲେ ଭଗବାନ ବିର୍ସା ମୁଣ୍ଡା। ସେଭଳି ବିର୍ସା ଭଗବାନଙ୍କର ଆଜି ସଂସ୍କୃତି, ସମ୍ପନ୍ନ ଅଂଚଳ ପାଲଲହଡାରେ ତାଙ୍କ ମୂର୍ତିର ସ୍ଥାପନା ହେଲା। ଏଠିକାର କିଛି ଲୋକମାନେ ମୂର୍ତି ଜାଗାକୁ ନେଇ ବିବାଦ କରୁଥିଲେ। ଓଡିଶାରେ ଦଳେ ଚାଟୁକାର ବନ୍ଧୁମାନେ ଦାୟିତ୍ୱରେ ଅଛନ୍ତି ଯେଉଁମାନେ ଭାବୁଛନ୍ତି ଓଡିଶାର ଇତିହାସ ୧୯୧୬ରେ ଆରମ୍ଭ ହେଲା ଏବଂ ୨୦୧୬ରେ ସରିଗଲା। ଓଡିଶାର ସ୍ୱପ୍ନ କେବଳ ଜଣେ ଲୋକ ଦେଖିଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ବିର୍ସା ମୁଣ୍ଡାର ମୂର୍ତି ଲଗାଇବାକୁ ବିରୋଧ କରିବା ସେମାନେ ସ୍ୱାଭାବିକ। ଯେଉଁମାନେ ଚାଟୁକାରିତାରେ ବିଶ୍ୱାସ କରନ୍ତି, ଯେଉଁମାନଙ୍କର ଇତିହାସ ବୋଧ ନାହିଁ, ଯେଉଁମାନେ ଅଶାଳୀନ, ଅସଭ୍ୟତାର ସହାଯ୍ୟ ନିଅନ୍ତି ସେହି ବନ୍ଧୁମାନଙ୍କୁ ମହାପ୍ରଭୁ ଜଗନ୍ନାଥ କ୍ଷମା କରନ୍ତୁ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିର୍ସା ଭଗବାନ, ବାଜି ରାଉତ, ପବିତ୍ର ମୋହନ ପ୍ରଧାନ କାହା ଦୟାର ପାତ୍ର ନୁହଁନ୍ତି। ଏ ଜାତି ତା ପାଇଁ ଲଢେଇ କରିଥିବା, ସଂଘର୍ଷ କରିଥିବା ପୂର୍ବଜ ମାନଙ୍କୁ ସମ୍ମାନ ଦେବ। ସେଥିପାଇଁ ସେ ଆଜି ଗର୍ବିତ। ପାଲଲହଡାର ଦଳେ ଯୁବକ ମିଶି ଦୃଢ ଇଚ୍ଛା ଶକ୍ତି କାରଣରୁ ଚିନ୍ତାକଲେ ଯେ ସେମାନେ ବିର୍ସା ଭଗବାନଙ୍କ ମୂର୍ତି ଏଠାରେ ସ୍ଥାପନା କରିବାକୁ। ଇଣ୍ଡିଆନ ଅଏଲ୍ କର୍ପୋରେସନ ତରଫରୁ ଜୟପୁରରରେ ରହୁଥିବା ଭାରତବର୍ଷର ଜଣେ ପ୍ରତିଷ୍ଠିତ ଶିଳ୍ପୀଙ୍କ ମାଧ୍ୟମରେ ୧୫ ଲକ୍ଷ ଟଙ୍କାରେ ଏହି ମୂର୍ତି ବନିଛି। ଆଗାମୀ ଶହଶହ ବର୍ଷ ପର୍ଯ୍ୟନ୍ତ ଏ ଅଂଚଳ ବିର୍ସା ଭଗବାନଙ୍କୁ ମନେପକାଇବ। ବିର୍ସା ଭଗବାନ ଲଢେଇ କରିଥିଲା ଆଦିବାସୀ, ଦଳିତ ଅଧିକାର ପାଇଁ। ପାଲଲହଡାର ନୂଆପିଢୀ ଏ ମୂର୍ତିକୁ ଦେଖି ନୂଆ ପ୍ରେରଣା ପାଆନ୍ତୁ। ଶ୍ରୀ ପ୍ରଧାନ କହିଛନ୍ତି ପାଲଲହଡା ଓ ଏହାର ଆଖପାଖ ଅଂଚଳରେ ଅଧା ଡାକ୍ତର ନାହାନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଗାଗଣ୍ଡା ବୁଲି ଖୁସି ଥିବା କହୁଛନ୍ତି। ପାଲଲହଡା ଦୁଃଖରେ ଅଛି। ଏହାର ଜବାବ ଆଜି ପାଲଲହଡା ମାଗିବାକୁ ଚାହୁଁଛି। ପାଲଲହଡା ବ୍ଲକରେ ପରିବାର ସଂଖ୍ୟା ପ୍ରାୟ ୪୦ ହଜାର ଥିବାବେଳେ ସବୁ ଲୋକଙ୍କୁ ପକ୍କା ଘର ନାହିଁ। ଓଡିଶା ବିଧାନସଭାରେ ରାଜ୍ୟ ସରକାର ଗୋଟିଏ ତଥ୍ୟ ଦେଲେ ଯେ ଓଡିଶାରେ ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ନାହିଁ। ଏଠାରେ ଓଡିଶା. ଅନୁଗୁଳ, ପାଲଲହଡା ଅଂଚଳର ଲୋକ ପିସିରେ ପିସି ହେଲେ। ନବୀନ ସରକାର ପିସି ନେଇ ବୁଲି ବୁଲି ପିସି ଷ୍ଟପ୍ ବୋଲି କହିଲେ। ଏବେ ଆପଣମାନେ ଖୁସି ଅଛନ୍ତି ତ କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top