ଆଲଜେରିଆରେ ସେନା ବିମାନ ଦୁର୍ଘଟଣା ଗ୍ରସ୍ତ, ୨୫୭ ଜବାନଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଆଲଜେରିଆରେ ବୁଧବାରଦିନ ଏକ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି। ବିମାନରେ ୨୫୭ ସୈନିକଙ୍କର ମୃତ୍ୟୁର ଖବର ଆଲଜେରିଆ ଷ୍ଟେଟ ଟିଭିରେ କୁହାଯାଇଛି। ଦୁର୍ଘଟଣାର ସୂଚନା ମିଳୁମିଳୁ ପୁଲିସ, ଫାୟର ବ୍ରିଗେଡ ଏବଂ ଡାକ୍ତରଙ୍କର ଟିମ ଆମ୍ବୁଲାନ୍ସ ସହିତ ମୌକାରେ ପହଁଚିଥିଲା। ଉଦ୍ଧାର କାର୍ଯ୍ୟ ଯୁଦ୍ଧସ୍ତରରେ ଜାରୀ ଅଛି।

ମିଡ଼ିଆ ରିପୋର୍ଟ୍ସ ଅନୁସାରେ, ରାଜଧାନୀ ଅଲ୍ଜୀୟର୍ସରେ ବୁଧବାରଦିନ ୨୦ ମାଇଲ୍ ଦୂର ସ୍ଥିତ ବୌଫାରିକ ଏୟରପୋର୍ଟର ନିକଟରେ ଅଲଜେରିଆର ସେନାର ଏକ ଏୟାରକ୍ରାଫ୍ଟ କ୍ରାସ୍ ହୋଇଛି ବୋଲି।

ସ୍ଥାନୀୟ ସମୟାନୁସାରେ, ଏହି ସୈନ୍ୟ ବିମାନଟି ସକାଳେ ୮ଟା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା। ଦୁର୍ଘଟଣାର ସମୟ ଆଧୁନିକ ହତିଆର ସହ ଜବାନ ଯାତ୍ରା କରୁଥିଲେ।

Leave a Reply

Your email address will not be published. Required fields are marked *