ନରେନ୍ଦ୍ରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ:୧୪/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଗୁରୁବାର ସକାଳେ ଗାଧୋଉଥିବା ବେଳେ ବୁଡି ଯାଇ ସେ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ବାସିନ୍ଦା ମୃତଦେହ ଭାସୁଥିବା ଦେଖି କୁମ୍ଭାରପଡା ଥାନା ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ସହାୟତାରେ ମୃତଦେହ ଉଦ୍ଧାର କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀରେ ନଗାଧୋଇବା ସତର୍କତା ମୂଳକ ସୂଚନା ଫଳକ ଲଗାଯାଇଥିଲେ ମଧ୍ୟ ବାରମ୍ବାର ଏହି ପୁଷ୍କରିଣୀରେ ବୁଡି ଅନେକ ମୃତ୍ୟାହତ ହେଉଥିବାରୁ ଉଦ୍ବେଗ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *