କାଠଯୋଡ଼ି ନଦୀ କୂଳରେ ଜଣେ ଅଜ୍ଞାତ ମହିଳାଙ୍କ ଶବ

କଟକ ୧୨-୯ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) କଟକରେ ଦେବିଗଦା ନିକଟରେ କାଠଯୋଡ଼ି ନଦୀ କୂଳରେ ଜଣେ ଅଜ୍ଞାତ ମହିଳାଙ୍କ ଶବ ମିଲିଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଁଚି ମହିଳାର ଶବ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ମହିଳାଟି କୋଠଯୋଡ଼ିର ଉପର ମୁଣ୍ଡରୁ ଭାସି ଆସିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା ଜଣଙ୍କର ପରିଚୟ ମିଳିପାରି ନାହିଁ। ପୋଲିସର ଅନୁସନ୍ଧାନ ଜାରି ରହିଛି।

Leave a Reply

Your email address will not be published. Required fields are marked *