ବିଭତ୍ସ ମୃତଦେହ ଉଦ୍ଧାର

ବାରିପଦା ୧୨/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ମାରାଂତାଣ୍ଡି ପଞ୍ଚାୟତର ମାଙ୍କଡକେନ୍ଦା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ସେହି ଗାଁ ର ମଙ୍ଗଲ ସିଂ ଙ୍କ ପୁଅ ତନୁ ସିଂ। ସୂଚନା ଅନୁସାରେ ଆଜି ସକାଳୁ କିଛି ଗ୍ରାମବାସୀ ତନୁର ରକ୍ତାକ୍ତ ମୃତଦେହ ତାଙ୍କ ଘର ପାଖ ଏକ ବିଲରେ ପଡି ରହିଥିବା ଦେଖି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଚାନ୍ଦୁଆ ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *