ଅଜଣା ଯୁବକର ମୃତଦେହ, ନେଇ ଆଲୋଚନା

ଟିଟିଲାଗଡ ୧୧-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଥାନା ଅନ୍ତର୍ଗତ ଭାଟିପଡା ଗ୍ରାମ ଅନ୍ତର୍ଗତ କଲି ମନ୍ଦିର ନିକଟରେ ଥିବା ନାଳରେ ଜଣେ ଅଜଣା ଯୁବକର ମୃତ ଦେହ ଭାସୁଥିବା ଦେଖାଯାଇଛି। ପ୍ରକାଶ ଯେ ପ୍ରାୟ ତିରିଶ ବର୍ଷୀୟ ପାଖାପାଖି ଏହି ଯୁବକର କିଛି ପରିଚୟ ମିଳି ପାରୁ ନ ଥିବା ବେଳେ ଲୋକେ ଉକ୍ତ ଯୁବକ ମୃତ ଶରୀର ଭାସୁଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ତେବେ ଯୁବକର ମୃତ୍ୟୁକୁ ନେଇ ନା ନା ଆଲୋଚନାମାନ ସାଧାରଣରେ ହେଉଥିବା ବେଳେ ମୃତ୍ୟୁର କାରଣ ନେଇ ଟିଟିଲାଗଡ ଥାନା ଅଧିକାରୀ ବିଜୟାନନ୍ଦ କର୍କରା ତଦନ୍ତ ଚଳାଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *