ad
ଓଡ଼ିଶା

କାଲି ହୋଇଥାନ୍ତେ ବାହା : ଆଜି ଛାତରୁ ଡେଇଁ ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଆଇଜିଙ୍କର ଝିଅ

ପାଟନା ୯-୧୨ (ଓଡ଼ିଆ ପୁଅ) ବିହାରରେ ଇଂସ୍ପେକ୍ଟର ଜନରଲ ଅଫ ପୁଲିସଙ୍କର ଝିଅର ଆତ୍ମହତ୍ୟାର ଖବର ଆସିଛି। ଘଟଣା ପାଟନାରେ ଘଟିଛି। ରବିବାର ସକାଳେ ଅବସରପ୍ରାପ୍ତ ଆଇଜିଙ୍କର ଝିଅ ଆପାର୍ଟମେଣ୍ଟର ୧୪ତମ ମହଲାରୁ ଡେଇଁ ଆତ୍ମହତ୍ୟା କରଛନ୍ତି। ଝିଅର ନାମ ଡକ୍ଟର ସ୍ନିଗ୍ଧା ଏବଂ ଅବସରପ୍ରାପ୍ତ ଆଇଜିଙ୍କର ନାମ ସୁଧାଂଶୁ କୁମାର କୁହାଯାଉଛି। ସେ କୋତବାଲୀ ଥାନା ଅନ୍ତର୍ଗତ ଉଦୟ ଗିରି ଆପାର୍ଟମେଣ୍ଟରେ ରହୁଥିଲେ।

ସୂଚନା ମିଳିବାର ତୁରନ୍ତ ପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି। ପୁଲିସ ଶବକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛନ୍ତି। ମାମଲାର ଜାଞ୍ଚ କରାଯାଉଛି। ଆତ୍ମହତ୍ୟା କରିବା କରିଥିବା ଝିଅର ସୋମବାରଦିନ କିଶନଗଞ୍ଜର ଡିଏମଙ୍କ ସହିତ ବିବାହ ହେବାକୁ ଥିଲା।

କୁହାଯାଉଛିଯେ, କି ଝିଅ ଆଜି ସକାଳେ ଡ୍ରାଇଭର ସହିତ ଆପାର୍ଟମେଣ୍ଟକୁ ଆସିଥିଲେ। ଏସଏସପି ମନୁ ମହାରାଜ କହିଛନ୍ତି କି ଘଟଣାର ଅନେକ ଆଙ୍େଗଲରୁ ତଦନ୍ତ କରାଯାଉଅଛି। ଛାତରୁ ଗୋଟିଏ ମୋବାଇଲ ମଧ୍ୟ ଜବତ କରାଯାଇଛି। ଘର ଲୋକଙ୍କୁ ମଧ୍ୟ ପ୍ରଶ୍ନ ପଚରାଯାଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top