ଅକ୍ଷୟତୃତୀୟା ପାଇଁ ଦରଜୀ ସେବକଙ୍କ ପ୍ରସ୍ତୁତି

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଗାମୀ ୧୮ ତାରିଖରେ ପବିତ୍ର ଅକ୍ଷୟତୃତୀୟା। ଏହି ଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ ସହ ରଥକାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ଆଗେଇଛି ପ୍ରଶାସନିକ ପ୍ରସ୍ତୁତି। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ଦରଜୀ ସେବକଙ୍କ ଦ୍ୱାରା କରାଯାଇଛି ବିଭିନ୍ନ କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଉପର ମହଲାରେ ଚାଲିଛି ଏହି କାର୍ଯ୍ୟ। ଚାପର ସୈାନ୍ଦର୍ଯ୍ୟକରଣ ପାଇଁ ମଖମଲ କଳାରେ ବିଭିନ୍ନ ଜିନିଷ ତିଆରି କରାଯାଇଛି। ଦରଜୀ ସର୍ଦ୍ଦାରଙ୍କ ନେତୃତ୍ୱରେ ଦରଜୀମାନେ ଚାପ, ଚାନ୍ଦୁଆ, ଚାପ ମଣ୍ଡଳୀ, ମାଣ୍ଡି, ମୃଦଙ୍ଗ ଓଲାର, ଛତି, ତ୍ରାସ, ସୁନା ବିଛଂଣା, ଶେଜ, ତଲୱାର ମୁଣି, ରୂପା ବିଛଂଣା, ଆଲଟ ବଟୁଆ, ମୁଣି ଆଦି ତିଆରି କରୁଛନ୍ତି। ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ଗୁରୁବାର ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଦରଜୀ ସେବକ ମାନେ ଅତ୍ୟନ୍ତ ଶୁଦ୍ଧ ପୁତ ଭାବେ ଏହି କାର୍ଯ୍ୟ କରୁଛନ୍ତି। ଦରଜୀ ସେବକ ମାନେ ଚାପ ପାଇଁ ୮ ଟି ବାଙ୍କ ପ୍ରସ୍ତୁତି କରୁଛନ୍ତି। ଯାହା ଚାପ ଦୁଆର ମୁଁହରେ ଲଗାଯିବ। ସେହିପରି ୧ ଟି ଖଣ୍ଡାଖୋଳ, ଗୋଟିଏ ଛୁରୀ ଖୋଳ, ଗୋଟିଏ ସୁନା ବିଛଂଣା, ୩ ଟି ରୂପା ଆଲଟ, ୫ ଟି ରୂପା ବିଛଂଣା, ୧୩ ଟି ବିଭିନ୍ନ ଆକୃତିର ଚାନ୍ଦୁଆ, ୭ଟି ପତାକା, ଗୋଟିଏ ଅଳଙ୍କାର ମୁଣି, ୨ ଟି ମୃଦଙ୍ଗ ମାଣ୍ଡି, ୨୪ ଟି ମାଣ୍ଡି, ଗୋଟିଏ ଦଶ ଅବତାର ପାନ ବଟୁଆ, ଗୋଟିଏ ଓଲାର, ୪ ଟି ପାଲିଙ୍କି ନଳୀ, ୨ ଟି ଚାପ ମଣ୍ଡଳୀ ଆଦି ଦରଜୀ ସେବକମାନେ ନିର୍ମାଣ କରିଛନ୍ତି। ମଖମଲ କଳାରେ ଏହି ସବୁ ଜିନିଷ ଦରଜୀ ସେବକମାନେ ଏହାକୁ ପ୍ରସ୍ତୁତି କରିଥିବା ବେଳେ ଅକ୍ଷୟ ତୃତୀୟା ପୂର୍ବତନ ଏହା ଶେଷ ହେବ ବୋଲି ଦରଜୀ ସର୍ଦ୍ଦାର କହିଛନ୍ତି।

Leave a Reply

Your email address will not be published. Required fields are marked *