Home ଅପରାଧ ବିଜୁ ଯୁବା ବାହିନୀ ମହିଳା ସଦସ୍ୟାଙ୍କ ଉପରେ ସାଇବର ଆଟାକ୍:ପ୍ରତିବାଦରେ ଥାନା ଘେରାଉ

ବିଜୁ ଯୁବା ବାହିନୀ ମହିଳା ସଦସ୍ୟାଙ୍କ ଉପରେ ସାଇବର ଆଟାକ୍:ପ୍ରତିବାଦରେ ଥାନା ଘେରାଉ

100

ନବୀନ ପଟ୍ଟନାୟକ ଆମକୁ ବିଜୁ ଯୁବା ବାହିନୀରେ ଆମ ଇଜ୍ଜତ ନେବା ପାଇଁ ରଖିଛନ୍ତି ତ’? : ବିଜୁ ଯୁବା ବାହିନୀ ମହିଳା ସଦସ୍ୟା
ଭୁବନେଶ୍ୱର;୩୦,ଅକ୍ଟୋବର:ବିଜୁ ଯୁବା ବାହିନୀର ମହିଳା ସଦସ୍ୟା ଏବଂ ବିଜେଡି ମହିଳା କାର୍ଯ୍ୟକର୍ତ୍ତାଙ୍କ ଉପରେ ସାଇବର ଆଟାକ୍ ହୋଇଛି।ସୋସିଆଲ ମିଡିଆରେ ଫେକ ଆଇଡି ମାଧ୍ୟମରେ ବିଜୁ ଯୁବା ବାହିନୀ ମହିଳା ସଦସ୍ୟାଙ୍କ ଉପରେ ଅରୁଚିକର,ଚରିତ୍ରସଂହାର ଏବଂ ଅଶାଳୀନ ମନ୍ତବ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି।ଏନେଇ ସୋମବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ସମ୍ମୁଖରେ ବିଜୁ ଯୁବା ବାହିନୀର ମହିଳା ଏବଂ ପୁରୁଷଙ୍କ ସମେତ ସ୍ଥାନୀୟ ବିଜେଡି କାର୍ଯ୍ୟକର୍ତ୍ତାମାନେ ଧାରଣା ଦେଇଥିଲେ।ଏହାପରେ ସେମାନେ ଜାତୀୟ ରାଜପଥ-୧୬ର ଉଗ୍ରତାରା ଛକ ନିକଟରେ ରାସ୍ତାରୋକ ମଧ୍ୟ କରିଥିଲେ।

ବିଜୁ ଯୁବା ବାହିନୀ ମହିଳାସଦସ୍ୟାଙ୍କ ଅଭିଯୋଗ ଅନୁଯାୟୀ ସୋସିଆଲ ମିଡିଆରେ ଏହିପରି କାର୍ଯ୍ୟ ତିନି ମାସ ହେଲା ଚାଲିଛି।ଏନେଇ ସେମାନେ ଗତ ଅଗଷ୍ଟ ୨୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।ପୁଲିସ ଏନେଇ ୨୫୯/୨୦୧୮ରେ ଏକ ମାମଲା ରୃଜୁ କରିଥିଲା।କିନ୍ତୁ କିଛି ଫଳ ମିଳିଲା ନାହିଁ।ପଦକ୍ଷେପ ନେବାର କଥା କହି କାଲିକାଲି କହି ପୁଲିସ କେବଳ ସମୟ ଗଡ଼ାଇ ଚାଲିଛି।ବିଜୁ ଯୁବା ବାହିନୀ ପରି ସରକାରୀ ସଂସ୍ଥାରେ ରହି ଯଦି ଆମ ଇଜ୍ଜତ ଯିବ,ତେବେ କ’ଣ ପାଇଁ ଆମେ ଯୁବା ବହିନୀରେ ରହିବୁ ବୋଲି ପ୍ରଶ୍ନ କରିଛନ୍ତି ଅଭିଯୋଗକାରିଣୀ।ସେ କହିଛନ୍ତି ନ୍ୟାୟ ନମିଳିବା ଯାଏଁ ବିଜୁ ଯୁବା ବାହିନୀର ଆମେ କୌଣସି କାମ କରିବାର ନାହିଁ।ଆମେ ଏ ପ୍ରଶ୍ନ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ପଚାରୁଛୁ।ନବୀନ ପଟ୍ଟନାୟକ ଆମକୁ ଯେଉଁ ଏହି ବିଜୁ ଯୁବା ବାହିନୀ ସଂସ୍ଥାରେ ରଖିଛନ୍ତି,ଆମ ଇଜ୍ଜତ ନେବା ପାଇଁ ରଖିଛନ୍ତି ତ’?ବୋଲି ପ୍ରଶ୍ନ କରିଛନ୍ତି ବିଜୁ ଯୁବା ବାହିନୀର ମହିଳା ସଦସ୍ୟା।/ଦେବଦତ୍ତ

https://twitter.com/odiapuanews/status/1057137369109786624

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.