ଓଡ଼ିଶା

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଜୀତୁଙ୍କୁ ସ୍ଵର୍ଣ୍ଣ, ପ୍ରଦୀପ ସିଂଙ୍କୁ ରୌପ୍ୟ ଏବଂ ମିଥାରୱାଲଙ୍କୁ କାଂସ୍ୟ ପଦକ

– ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ଜୀତୁ ସ୍ୱର୍ଣ୍ଣ
– ପ୍ରଦୀପ ସିଂ ପୁରୁଷ ୱେଟଲିଫ୍ଟିଙ୍ଗରେ ରୌପ୍ୟ
– ଓମ ମିଥାରୱଲଙ୍କୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମିଳିଲା କାଂସ୍ୟ

ନୂଆ ଦିଲ୍ଲୀ ୯-୪ (ଓଡ଼ିଆ ପୁଅ) : ଭାରତର ଅନୁଭବୀ ଜୀତୁ ରାୟ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଜାରି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନ ଅର୍ଥାତ୍ ପଞ୍ଚମ ଦିନ ଭାରତକୁ ଅଷ୍ଟମ ସ୍ଵର୍ଣ୍ଣ ପଦକ ଦେଇଛନ୍ତି। ୱେଲମଣ୍ଟ ଶୁଟିଗ ସେଣ୍ଟରରେ ଆୟୋଜିତ ପୁରୁଷଙ୍କର ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ଜୀତୁ ସ୍ୱର୍ଣ୍ଣ ଜୀତିଛନ୍ତି, ଅନ୍ୟ ପକ୍ଷରେ ଭାରତର ଓମ ମିଥାରୱାଲ କାଂସ୍ୟ ପଦକ ଉପରେ କବ୍ଜା କରିଛନ୍ତି।

ଜୀତୁ ଫାଇନାଲରେ ସର୍ବମୋଟ ୨୩୫.୧ ଅଙ୍କ ହାସଲ କରିଥିଲେ। ତା’ ସହିତ ହିଁ ସେ ଏହି ପ୍ରତିଯୋଗିତାରେ ନୂଆ ରେକର୍ଡ ମଧ୍ୟ କରିଛନ୍ତି। ମିଥାରୱାଲ ୨୧୪.୩ ଅଙ୍କ ସହିତ କାଂସ୍ୟ ପଦକ ଜିତିଛନ୍ତି।

ଅନ୍ୟ ପକ୍ଷରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦୀପ ସିଂ ପୁରୁଷ ୱେଟଲିଫ୍ଟିଙ୍ଗରେ ରୌପ୍ୟ ପଦକ ଜିତିଛନ୍ତି। ପ୍ରଦୀପ ସିଂ ୧୦୫ କିଲୋଗ୍ରାମ କ୍ୟାଟେଗୋରୀରେ ଏହି ପଦକ ଜିତିଛନ୍ତି। ପ୍ରଦୀପ ସିଂ ସର୍ବମୋଟ ୩୫୨ କିଲୋଗ୍ରାମ ଭାର ଉଠାଇକରି ରୌପ୍ୟ ପଦକ ଉପରେ କବ୍ଜା କରିଛନ୍ତି।

୧୦୫ କିଲୋଗ୍ରାମ ବର୍ଗ ଇଭେଣ୍ଟରେ ଭାରତୀୟ ଭାରୋତ୍ତୋଲକ ପ୍ରଦୀପ ସିଂ ଆଜି ପ୍ରଥମ ପଦକ ଭାରତକୁ ଦେଇଛନ୍ତି। ପ୍ରଦୀପ ସିଂ ସ୍ନୈଚରେ ୧୫୨ କିଲୋଗ୍ରାମ ଭାର ଉଠାଇଥିଲେ। ଅନ୍ୟପକ୍ଷରେ, କ୍ଲିନ ଆଣ୍ଡ ଜର୍କରେ ୨୦୦ କିଲୋଗ୍ରାମର ଭାର ଉଠାଇଥିଲେ। ସର୍ବମୋଟ ମିଶିକରି ତାଙ୍କର ସ୍କୋର ୩୫୨ କିଲୋଗ୍ରାମ ରହିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top