ad
ଆନ୍ତର୍ଜାତୀୟ

CWG 2018: ସଞ୍ଜୀତା ଚାନୁଙ୍କୁ ସ୍ଵର୍ଣ୍ଣିମ ସଫଳତା, ଭାରଉତ୍ତୋଳନରେ ଦେଶକୁ ମିଳିଲା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଗୋଲ୍ଡ କୋଷ୍ଟର କରାରା ଷ୍ଟାଡ଼ିୟମରେ ଚାଲୁ ଥିବା ୨୧ତମ କ।ମନୱେଲ୍ଥ ଗେମ୍ସରେ ଭାରତୀୟ ୱେଟଲିଫ୍ଟର ସଞ୍ଜୀତା ଚାନୁ ଗୋଲ୍ଡ ମେଡାଲ ଜୀତିକରି ଇତିହାସ ରଚିଛନ୍ତି। ସଞ୍ଜୀତା ୫୩ କିଲୋଗ୍ରାମର କ୍ୟାଟେଗୋରୀରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେ ସ୍ନୈଚ ରାଉଣ୍ଡରେ ପ୍ରଥମ ପ୍ରୟାସରେ ୮୧ କିଲୋଗ୍ରାମର ଭାର ଉଠାଇଥିଲେ, ଦ୍ୱିତୀୟ ପ୍ରୟାସରେ ୮୩ କିଲୋଗ୍ରାମ, ଏବଂ ତୃତୀୟ ପ୍ରୟାସରେ ସଞ୍ଜୀତା ୮୪ କିଲୋଗ୍ରାମର ଭାର ଉଠାଇକରି କ।ମନୱେଲ୍ଥ ଗେମ୍ସର ନୂଆ ରିକର୍ଡ ବନାଇଛନ୍ତି। ୫୩ କିଲୋଗ୍ରାମ କ୍ୟାଟେଗୋରୀରେ ସ୍ନୈଚରେ ଏହା ଆଜିପର୍ଯ୍ୟନ୍ତ ସବୁଠାରୁ ଅଧିକ ଓଜନ ଅଟେ।

ସେଠାରେ, କ୍ଲିନ ଆଣ୍ଡ ଜର୍କର ମୁକାବିଲାରେ ଭାରତର ସଞ୍ଜୀତା ଚାନୁ ପ୍ରଥମ ପ୍ରୟାସରେ ୧୦୪ କିଲୋଗ୍ରାମର ଓଜନ ଉଠାଇଥିଲେ। ଦ୍ୱିତୀୟ ପ୍ରୟାସରେ ୧୦୮ ଏବଂ ତୃତୀୟ ପ୍ରୟାସରେ ଭାରତର ସଞ୍ଜୀତା ୧୧୨ କିଲୋଗ୍ରାମର ଓଜନ ଉଠାଇଥିଲେ। ଏହା ସହିତ ସଞ୍ଜୀତା ଚାନୁ ସର୍ବମୋଟ ୧୯୨ କିଲୋଗ୍ରାମର ଓଜନ ଉଠାଇଥିଲେ। ମୁକାବଲେ ସେ ପିଏନଜିର ଲୋଆ ଡିକାଙ୍କୁ ହରାଇଛନ୍ତି। ଲୋଆ ସର୍ବମୋଟ ୧୮୨ କିଗ୍ରା ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

କୁହାଯାଇପାରେଯେ, କି ସଞ୍ଜୀତା ଚାନୁଙ୍କର ଏହି ଗୋଲ୍ଡ ମେଡାଲ ସହିତ ହିଁ ଭାରତ ମେଡାଲ ସୂଚୀରେ ତୃତୀୟ ନମ୍ବର ଉପରେ ପହଁଚି ଯାଇଛି। ଆଜିପର୍ଯ୍ୟନ୍ତ ମୁକାବିଲାରେ ଭାରତ ଦୁଇଟି ଗୋଲ୍ଡ ଏବଂ ଗୋଟିଏ ସିଲଭର ପଦକ ହାସଲ କରିଛି ତିନୋଟି ମେଡାଲ ଭାର ଉତ୍ତୋଳନରେ ହାସଲ ହୋଇଛି। ପ୍ରଥମ ଗୋଲ୍ଡ ମେଡାଲ ପ୍ରଥମ ଦିନ ମୀରାବାଈ ଚାନୁ ଏବଂ ଗୁରୁରାଜ ସିଲ୍ଭର ମେଡାଲ ଉପରେ କବ୍ଜା କରିଥିଲେ। ଏବଂ ଦ୍ୱିତୀୟ ଦିନ ସଞ୍ଜୀତା ଭାରତକୁ ଗୋଲ୍ଡ ଦେଇଛନ୍ତି।

ସୂଚନାଯୋଗ୍ୟଯେ, କି ଗୋଲ୍ଡ କୋଷ୍ଟର କରାରା ଷ୍ଟାଡ଼ିୟମରେ ଚାଲୁଥିବା ୨୧ତମ କ।ମନୱେଲ୍ଥ ଗେମ୍ସର ପ୍ରଥମ ଦିନ ଭାରତୀୟ ଏଥଲିଟଙ୍କର ପ୍ରଦର୍ଶନ ବଢ଼ିଆ ଥିଲା। ଭାରତକୁ ୱେଟ ଲିଫ୍ଟିଙ୍ଗରେ ଦୁଇଟି ପଦକ ମିଳିଛି। ଦ୍ୱିତୀୟ ଦିନ ମଧ୍ୟ ସଞ୍ଜୀତା ଚାନୁ ଭାରତର ସମ୍ମାନ ବଢ଼ାଇଛନ୍ତି ଏବଂ ଦେଶକୁ ଗୋଲ୍ଡ ମେଡାଲ ଦେବାରେ ସଫଳ ରହିଛନ୍ତି।

ସୂଚନାଯୋଗ୍ୟଯେ, ଗତ ବର୍ଷ କ।ମନୱେଲ୍ଥ ଗେମ୍ସରେ ୪୮ କିଲୋଗ୍ରାମ କ୍ୟାଟେଗୋରୀରେ ଗୋଲ୍ଡ ଏବଂ ସିଲ୍ଭର ଦୁଇଟି ମେଡାଲ ଭାରତ ହାତେଇଥିଲା। ସେ ସମୟରେ ୨୦ ବର୍ଷ ବୟଷରେ ସଞ୍ଜୀତା ଚାନୁ ଭାରତ ହିଁ ମୀରାବାଈ ଚାନୁଙ୍କୁ ପଛରେ ପକାଇ ଗୋଲ୍ଡ ମେଡାଲ ନିଜ ନାମରେ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top