ad
ଓଡ଼ିଶା

ସଡ଼କ ଦୁର୍ଘଟଣାରେ ସୁରେଶ ରୈନାଙ୍କର ମୃତ୍ୟୁ: ଖବର ଭାଇରାଲ ପରେ ନିଜେ ସୁରେଶ ରୈନା କ’ଣ କହିଲେ ପଢ଼ନ୍ତୁ …

ନୂଆଦିଲ୍ଲୀ ୧୨-୨ (ଓଡ଼ିଆ ପୁଅ) ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରୈନାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ୍ ହେଉଛି, ଯେଉଁଥିରେ କୁହାଯାଉଛିଯେ, କି ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଏହାର ସତ୍ୟତା କ’ଣ ପଢ଼ନ୍ତୁ …

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରୈନା ବହୁତ ସମୟରୁ ଟିମରୁ ବାହାରେ ଅଛନ୍ତି ଏବଂ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ୍ ହେଉଛି, ଯେଉଁଥିରେ କୁହାଯାଉଛିଯେ, ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ମୃତ୍ୟୁର ଖବର ଉପରେ ନିଜେ ସୁରେଶ ରୈନା ସାମନାକୁ ଆସିଛନ୍ତି। ସେ କହିଛନ୍ତି କି ଏହା ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବର ଏବଂ ଏହାକୁ ଚଲାଉଥିବା ୟୁଟ୍ୟୁବ ଚୈନଲ ବିରୁଦ୍ଧରେ ଅଭିଯୋଗ କରାଯାଇଛି। ୟୁଟ୍ୟୁବ ଉପରେ କିଛି ଲୋକ ଭିଡ଼ିଓ ଶେୟାର କରି ସୁରୈଶ ରୈନାଙ୍କର ଏକ ଏକ୍ସିଡେଣ୍ଟରେ ନିଧନ ହୋଇଥିବା କଥା କହିଛନ୍ତି। ଏହି ମିଥ୍ୟା ଖବର ଉପରେ ରୈନା ଟ୍ଵିଟ କରି ଫ୍ୟାନ୍ସଙ୍କୁ ଏହି ଭାଇରାଲ୍ ମିଥ୍ୟାଖବରକୁ ଅଣଦେଖା କରିବାକୁ କହିଛନ୍ତି।

ରୈନା ଟ୍ଵିଟରରେ ନିଜର ବୟାନ ରଖି ଲେଖିଛନ୍ତି, ”ଗତ କିଛି ଦିନହେବ ମୋର କାର ଆକ୍ସିଡେଣ୍ଟର ଫେକ ନ୍ୟୁଜ୍ ପ୍ରସାରିତ ହେଉଛି। ଏହି ଫେକ ନ୍ୟୁଜ୍ ରେ ମୋର ପରିବାର ଏବଂ ମିତ୍ରମାନେ ବହୁତ ଚିନ୍ତିତ ଏବଂ ଦୁଖିତ। ସମସ୍ତଙ୍କୁ ଅନୁରୋଧ କି ଏହିପରି ଖବରକୁ ଅଣଦେଖା କରନ୍ତୁ। ଈଶ୍ଵରଙ୍କର ଆଶୀର୍ବାଦରେ ମୁଁ ସମ୍ପୂର୍ଣ୍ଣ ଠିକ ଅଛି। ଏହିପରି ଭାବରେ ମିଥ୍ୟାଖବର ଭାଇରାଲ କରୁଥିବା ୟୁ-ଟ୍ୟୁବ ଚ୍ୟାନେଲ୍ସବିରୁଦ୍ଧରେ ଅଭିଯୋଗ କରାଯାଇଛି। ଆଶା କରାଯାଉଛି କି ସେମାନଙ୍କ ବିରୁଦ୍ଧରେ ଶକ୍ତିର ସହ ପଦକ୍ଷେପ ନିଆଯିବ।’

https://twitter.com/ImRaina/status/1094979552005246976

ସୂଚନାଯୋଗ୍ୟଯେ, ବାମହାତ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରୈନା ଗତ କିଛି ସମୟ ହେବ ଭାରତୀୟ ଟିମରୁ ବାହାରେ ଅଛନ୍ତି। ସୁରେଶ ରୈନା ଟିମ ଇଣ୍ଡିଆ ପାଇଁ ଖେଳି ୨୨୬ଟି ୱାନଡେ ମ୍ୟାଚରେ ୩୫.୩୧ ପ୍ରତିଶତ ଏବଂ ୯୩.୫ ର ସ୍ଟ୍ରାଇକ ରେଟରେ ୫୬୧୫ ରନ କରିଛନ୍ତି। ଏବଂ ୭୮ ଟି-୨୦ ମ୍ୟାଚ ରେ ରୈନା ୨୯.୧୮ ପ୍ରତିଶତ ଏବଂ ୧୩୪.୮୭ ର ସ୍ଟ୍ରାଇକ ରେଟରେ ୧୬୦୫ ରନ କରିଛନ୍ତି। ରୈନାଙ୍କୁ ଟେଷ୍ଟ ମ୍ୟାଚରେ ଅଧିକ ଖେଳିବାକୁ ସୁଯୋଗ ମିଳିନାହିଁ ସେ ୧୮ଟି ମ୍ୟାଚରେ ୨୬.୪୮ ପ୍ରତିଶତରେ ୭୬୮ ରନ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top