ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ୧୮ରୁ ଆରମ୍ଭ ହେବ

ପୁରୀ,୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :  ଆଗାମୀ ୧୮ତାରିଖ ଠାରୁ ଜିଲ୍ଲାର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ୧୮ତାରିଖଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୨୩ତାରିଖରେ ଶେଷ ହେବ ବୋଲି ମଙ୍ଗଳବାର ମଧ୍ୟାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ବିଭୂତି ଭୂଷଣ ଦାସ ସୂଚନା ଦେଇଛନ୍ତି। ଶ୍ରୀ ଦାସ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଏହି ସଂଶୋଧନ ବ୍ୟବସ୍ଥାରେ ଉପଭୋକ୍ତା ତାଲିକାରେ ଏହି ନାମ ଅର୍ନ୍ତଭୁକ୍ତ କରିବା ତାଲିକାରୁ ବାଦ୍ ନେବା, ତାଲିକାରେ ଫଟୋ ଅର୍ନ୍ତଭୁକ୍ତ କରିବା, ତାଲିକା ପରିଚୟ ବିବରଣୀରେ ରହିଥିବା ତ୍ରୁଟି ସୁଧାରିବା, ପରିଚୟ ପତ୍ର ହଜି ଯାଇଥିଲେ କିମ୍ବା ନଷ୍ଟ ହୋଇ ଯାଇଥିଲେ କିପରି ପୁର୍ନବାର ଏହି ପରିଚୟ ପତ୍ର ପାଇପାରିବେ ସେ ସମ୍ପର୍କରେ ଶ୍ରୀ ଦାସ ବିଷଦ ବିବରଣୀ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ୬ଗୋଟି ନିର୍ବାଚନଚମଣ୍ଡଳୀର ୧୫୩୮ଟି ବୁଥ୍ ଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ଜନସଂଖ୍ୟା ୧୮ଲକ୍ଷ ୩୭ହଜାର ୯୭୧ ଅଛି ବୋଲି ସେ କହିଛନ୍ତି। ଜିଲ୍ଲାର ମୋଟ ଭୋଟର ସଂଖ୍ୟା ୧୩ଲକ୍ଷ୧୬ହଜାର ୯୨ରହିଛନ୍ତି। ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୬ଲକ୍ଷ ୮୮ହଜାର ୮୯୭ ଥିବା ବେଳେ ମହିଳାଙ୍କ ସଂଖ୍ୟା ୬୨ଲକ୍ଷ ୭୦ହଜାର ୭୧ ଓ ଅନ୍ୟାନ୍ୟ ୧୨୪ ଭୋଟର ରହିଛନ୍ତି। ଭାରତ ନିର୍ବାଚନ ଆୟୋଗ ଭୋଟର ତାଲିକାକୁ ୧୭ପ୍ରତିଶତ ସ୍ୱଚ୍ଛ ଓ ତ୍ରୁଟି ମୁକ୍ତ କରିବା ନିମନ୍ତେ ଏହି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଯେଉଁ ବ୍ୟକ୍ତିଙ୍କ ବୟସ ଆସନ୍ତା ଜାନୁଆରୀ ୧ତାରିଖ ସୁଦ୍ଧା ୧୮ବର୍ଷ ହେଉଥିବ ସେମାନେ ନୂତନ ଭୋଟର ରୂପେ ନାମ ପଞ୍ଜିକରଣ କରିପାରିବେ। ଫର୍ମ ନଂ ୬ ନୂତନ ନାମ ପଞ୍ଜିକରଣ ଭୋଟର, ୬(କ)ରେ ପ୍ରବାସୀ ଭାରତୀୟଙ୍କ ନୂତନ ନାମ ପଞ୍ଜିକରଣ ନିମନ୍ତେ, ଫର୍ମ ନଂ ୭ ଭୋଟର ତାଲିକାରୁ ନାମ ବାଦ୍ ଦେବା, ଫର୍ମ ନଂ ୮ ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ନିମନ୍ତେ, ଫର୍ମ ନଂ ୮(କ) ଭୋଟରଙ୍କ ନାମ ସ୍ଥାନାନ୍ତୀକରଣ ନିମନ୍ତେ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୁକ୍ତ ସ୍ୱତନ୍ତ୍ର ଅଭିଯାନ ଦିବସ ଯଥା ୮/୧୦/୨୦୧୭, ୧୫/୧୦/୨୦୧୭, ୨୨/୧୦/୨୦୧୭ ଦିବସ ଧାର୍ଯ୍ୟ କରିଛନ୍ତି। ଏହି ତାରିଖ ଓ ଦିନମାନଙ୍କରେ ପ୍ରତ୍ୟେକ ଭୋଟ କେନ୍ଦ୍ରମାନଙ୍କରେ ବୁଥ୍ ସ୍ତରୀୟ ଅଧିକାରୀମାନେ ବିଭିନ୍ନ ଫର୍ମ ନେଇ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *