Home ଓଡ଼ିଶା ଦିଲ୍ଲୀର ଛଅଟି ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା – ଶୀଲା ଦୀକ୍ଷିତ ଉତ୍ତର-ପୁର୍ବରୁ ଲଢ଼ିବେ

ଦିଲ୍ଲୀର ଛଅଟି ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା – ଶୀଲା ଦୀକ୍ଷିତ ଉତ୍ତର-ପୁର୍ବରୁ ଲଢ଼ିବେ

855

ନୂଆଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) ଦିଲ୍ଲୀର ଛଅଟି ଆସନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ଅର୍ଥାତ୍ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟ ହେବନାହିଁ। ଏହି ଚର୍ଚ୍ଚାରେ ଏବେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଦିଲ୍ଲୀରେ ଏବେ ଦିଲ୍ଲୀରେ ତା’ର ପୁରୁଣା ଦମ ଦେଖାଇବାକୁ ଯାଉଛି। ତେବେ ଦକ୍ଷୀଣ ଦିଲ୍ଲୀର ଆସନକୁ ଛାଡ଼ି, ୭ଟି ଆସନରୁ ୬ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ୍। ଚାଲନ୍ତୁ ଦେଖିବା କେଉଁଠାରୁ କିଏ ହେଲେ ପ୍ରାର୍ଥୀ ….

ଶୀଲା ଦୀକ୍ଷିତ- ଉତ୍ତର ପୁର୍ବ ଦିଲ୍ଲୀ
ଜେପି ଅଗ୍ରଓ୍ୱାଲ- ଚାନ୍ଦନୀଚୌକ
ଅଜୟ ମାକନ- ନୂଆଦିଲ୍ଲୀ
ମାହାବଳ ମିଶ୍ର- ପଶ୍ଚିମ ଦିଲ୍ଲୀ
ରାଜେଶ ଲିଲୋଥିୟା- ଉତ୍ତର ପଶ୍ଚିମ ଦିଲ୍ଲୀ
ଅରବିନ୍ଦର ସିଂହ ଦିଲ୍ଲୀ- ପୂର୍ବ ଦିଲ୍ଲୀ

ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟ ହେବ ସାଧାରଣ ନିର୍ବାଟନ। ମେ ୧୨ରେ ମତଦାନ ହେବା ଏଥିଲାଗି ଆସନ୍ତା କାଲି ହେଉଛି ପ୍ରାର୍ଥିୀପତ୍ର ଦାଖଲର ଶେଷ ଦିନ। ଏହାର ଗୋଟିଏ ଦିନ ପୁର୍ବରୁ କଂଗ୍ରେସ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛିା ଗତ ରବିବାର ବିଜେପି ମଧ୍ୟ କିଛି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଚାନ୍ଦିନୀଚୌକ ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ପଶ୍ଚିମ ଦିଲ୍ଲୀରୁ ପ୍ରଭେଶ ବର୍ମା ଏବଂ ଦକ୍ଷିଣ ଦିଲ୍ଲୀରୁ ରମେଶ ବିଧୁଢ଼ିଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ଆମ୍‌ ଆଦମୀ ପାର୍ଟି (ଆପ୍‌) ସମସ୍ତ ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଆପ୍‌ ପଶ୍ଚିମ ଦିଲ୍ଲୀ ଆସନରୁ ବଲବୀର ସିଂହ ଜାଖରଙ୍କୁ ଟିକେଟ ଦେଇଥିବାବେଳେ ପୂର୍ବ ଦିଲ୍ଲୀରୁ ଅତିଶି, ଊତ୍ତର-ପୂର୍ବ ଦିଲ୍ଲୀରୁ ଦିଲୀପ ପାଣ୍ଡେ, ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଗୁଗନ ସିଂହ, ଦକ୍ଷିଣ ଦିଲ୍ଲୀରୁ ରାଘବ ଚଢ଼ା, ନୂଆଦିଲ୍ଲୀରୁ ବ୍ରିଜେଶ ଗୋୟଲ ଏବଂ ଚାନ୍ଦିନୀଚୌକରୁ ପଙ୍କଜ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.