ଆନ୍ତର୍ଜାତୀୟ

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ନେପାଳ ରଚିଲା ବଡ଼ ଇତିହାସ, ‘ବିଗ କ୍ଲବ’ ରେ ହେଲା ସାମିଲ

ମୁଖ୍ୟ କଥା:
ବଡ଼ ବଡ଼ ହାରିଲେ , ନେପାଳ ଜିତିଲା !
ପପୁଆ ଏଣ୍ଡ ଗିନୀକୁ ପିଟିଲା ଏବଂ ମିଳିଗଲା ବଡ଼ ବ୍ରେକ !
ଏବେ ୱାନଡେ କ୍ରିକେଟ ଖେଳିବ ନେପାଳ

ନୂଆଦିଲ୍ଲୀ ୧୫-୩ (ଓଡ଼ିଆ ପୁଅ) କ୍ରିକେଟର ଦୁନିଆରେ ଏବେ ନେପାଳ ଇତିହାସ ରଚିଛି। ଏବେ ଏକ ବଡ଼ ଖବର ଆସୁଛି କି ନେପାଳ ଇଂଟରନ୍ୟାସନାଲ କ୍ରିକେଟର ଦୁନିଆରେ ବଡ଼ ଧମାକା କରିଛି। ନେପାଳ ବିଶ୍ଵ କପ କ୍ଵାଲିଫାଇଙ୍ଗ ମୁକାବିଲାରେ ପପୁଆ ଏଣ୍ଡ ଗୀନୀ କୁ 6 ୱିକେଟରେ ହରାଇଛି।


ଆପଣଙ୍କୁ ମନେ ପକାଇହେବାକୁ ଚାହୁଁଛୁଯେ, କିଛି ଦିନ ପୂର୍ବରୁ 27 ଏବଂ 28 ଜାନୁଆରୀରେ ହୋଇଥିଲା ଆଇପିଏଲ ନିଲାମୀ। ଆଇପିଏଲର ନୀଲାମୀରେ ନେପାଳ ର 17 ବର୍ଷ ର ଯୁବ କ୍ରିକେଟିୟର ସଂଦୀପ ଲେମିଛାନେ ପୂରା ଦୁନିଆର ଧ୍ୟାନ ନିଜ ଆଡ଼କୁ ଟାଣିଥିଲେ। ଯେତେବେଳେ ଏହି ଲେଗ ବ୍ରେକ ଗୁଗଲୀ ବୋଲରଙ୍କୁ ଦିଲ୍ଲୀ ଡେୟାର ଡେଭିଲ୍ସ କୋଡ଼ିଏ ଲକ୍ଷ ଟଙ୍କାରେ କିଣିଥିଲା ଏବଂ ଏହା ସେ ଆଇପିଏଲରେ ଚୟନ ହୋଇଥିବା ପ୍ରଥମ ନେପାଳର କ୍ରିକେଟିୟର ବନିଥିଲେ। କିନ୍ତୁ ଗୁରୁବାରଦିନ ନେପାଳ ଆଇସିସିକୁ ନିଜର ଖେଳରେ ଚମକାଇ ଦେଇଛି ଏବଂ ଏହି ଖେଳରେ ଏବେ ବିସିସିଆଇ ସହିତ ବାକୀ ବଡ଼ କ୍ରିକେଟ ଦେଶଗୁଡ଼ିକଙ୍କର ଧ୍ୟାନ ମଧ୍ୟ ଏବେ ନେପାଲ ଆଡ଼କୁ ଯିବ।

 

ଗୁରୁବାରଦିନ ନେପାଲ ଜିଂବାୱେରେ ଖେଳାଯାଇଥିବା ବିଶ୍ଵ କପ କ୍ଵାଲିଫାଇଙ୍ଗ ଟୁର୍ଣ୍ଣାମେଣ୍ଟରେ ପପୁଆ ନ୍ୟୁ ଗୀନୀକୁ ଛଅ ୱିକେଟରେ ହରାଇଛି। ନେପାଳର ଏହି ବିଜୟରେ ଆଇପିଏଲରେ ଚୟନ ହୋଇଥିବା ସଂଦୀପ ଲେମିଛାନେ ଏବଂ ଦୀପେନ୍ଦ୍ର ଆଇରୀଙ୍କ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେମାନେ ଚାରି-ଚାରି ୱିକେଟ ନେଇଥିଲେ।

ପପୁଆ ଏଣ୍ଡ ଗୀନୀର ଟିମ ପୂର୍ବରୁ ବ୍ୟାଟିଂ କରି 27.2 ଓଭରରେ କେବଳ 114 ରନରେ ଅଲ୍ ଆଉଟ୍ ହୋଇଥିଲା। ଜବାବରେ ନେପାଳ 27 ଓଭର ବାକୀ ରହି ବିଜୟର ଲକ୍ଷ୍ୟ ହାସଲ କରିଥିଲା। ଏବଂ ଏହା ନେପାଳ ପୁରସ୍କାର ମିଳିଲା, ଯାହା ହୁଏତ ଭାବିବା ସମ୍ଭବ ନୁହେଁ।

ଏହି ବିଜୟର ସହିତ ନେପାଳକୁ ଅନ୍ତରାଷ୍ଟ୍ରୀୟ ୱାନଡେ ଟିମର ସ୍ଥାନ ମିଳିଛି। ଏବେ ନେପାଳ, ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆକୁ ମିଶାଇ ଶୀର୍ଷ 16 ୱାନଡେ ଟୀମର ଗ୍ରୁପରେ ଆସିଯାଇଛି। ଅନ୍ୟ ପକ୍ଷରେ ହଂଗକଂଗ ଏବଂ ପପୁଆ ଏଣ୍ଡ ଗିନି ନିଜର ୱାନଡେ ସ୍ଥାନକୁ ହରାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top