Home ଅପରାଧ ପାର୍ଥିପତ୍ର ଦାଖଲ ବେଳେ କଳସ ଯାତ୍ରା;କଳସ ଭିତରେ କଏନ!

ପାର୍ଥିପତ୍ର ଦାଖଲ ବେଳେ କଳସ ଯାତ୍ରା;କଳସ ଭିତରେ କଏନ!

1666

ଭୋପାଳ:ନାମାଙ୍କନ ପତ୍ର ଦାଖଲ ପାଇଁ ଯିବା ବେଳେ କଳସ ଧରି ଯାଉଥିଲେ ନେତା।ଏହା ଅସ୍ତି କଳସ ଯାତ୍ରା ପରି ପ୍ରତୟମାନ ହେଉଥିଲା।କିନ୍ତୁ,କଳସ ଭିତରେ ଥିଲା କଏନ।ନାମାଙ୍କନ ଫିସ ହିସାବରେ କଳସ ଭିତରେ କଏନ ନେଇ ଯାଉଥିଲେ ନେତା।ଘଟଣାଟି ମଧ୍ୟପ୍ରଦେଶ ସତନା ନିର୍ବଚନୀ ମଣ୍ଡଳୀର।ବିଜେପି ପାର୍ଥି ନାରାୟଣ ତ୍ରିପାଠୀ ପାର୍ଥିପତ୍ର ଦାଖଲ କରିବାକୁ ଯିବାବେଳେ କଳସ ଭିତରେ ଟଙ୍କିକିଆ ମୁଦ୍ରା(କଏନ) ନେଇ ଯାଉଥିଲେ।ଏହା ଆଦର୍ଶ ଆଚରଣ ବିଧିର ଉଲଘଂନ ସମେତ ଧାର୍ମିକ ଭାବନା ସହ ଖେଳ ବୋଲି ବିରୋଧୀଙ୍କ ପକ୍ଷରୁ ଅଭିଯୋଗ ହେଉଛି।ଅଭିଯୋଗ ପାଇବା ପରେ ସତନାର ରିଟନିଂ ଅଫିସର ତଥା ସବ ଡିଭିଜନାଲ ମାଜିଷ୍ଟ୍ରେଟ ଅଭିଯୋଗକୁ ଗ୍ରହଣ କରି ନାରାୟଣ ତ୍ରିପାଠୀଙ୍କ ନାମରେ ମଡେଲ କୋଡ଼ ଅଫ କଣ୍ଡକ୍ଟ (ଆଦର୍ଶ ଆଚରଣ ବିଧି)ର ଉଲଘଂନ ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୫(ଏ) ଅନୁଯାୟୀ ମାମଲା ରୃଜୁ କରିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.