ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ସମ୍ବଲପୁରରୁ ଶିରିଡି, ନାସିକ ଓ ତ୍ରୟମ୍ବକେଶ୍ୱର ଗଲେ ୧୦୦୦ ବରିଷ୍ଠ ତୀର୍ଥଯାତ୍ରୀ

ଭୁବନେଶ୍ୱର ୧୬-୪ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବଲପୁର ଠାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆଜି ୧୦୦୦ ବରିଷ୍ଠ ତୀର୍ଥଯାତ୍ରୀ ସମ୍ବଲପୁରରୁ ଟ୍ରେନ୍ ଯୋଗେ ଶିରିଡି, ନାସିକ ଓ ତ୍ରୟମ୍ବକେଶ୍ଵରକୁ ଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ଆଜିକୁ ମିଶାଇ ସମୁଦାୟ ୫୯୩୩ ଜଣ ତୀର୍ଥଯାତ୍ରୀ ଏହି ଯୋଜନାର ସୁବିଧା ପାଇଛନ୍ତି। ତୀର୍ଥଯାତ୍ରୀମାନେ ଏହି ଯୋଜନାରେ ରାଜ୍ୟ ସରକାରଙ୍କର ପଦକ୍ଷେପକୁ ପ୍ରଶଂସା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ୨୦୧୬-୧୭ରେ ସମୁଦାୟ ୨୯୩୧ ଜଣ ତୀର୍ଥଯାତ୍ରୀ ରାମେଶ୍ଵରମ୍, ମଦୁରାଇ, ଅଲ୍ଲାହାବାଦ, ବାରଣାସୀ, ଋଷିକେଶ ଓ ହରିଦ୍ୱାରା ଆଦି ତୀର୍ଥ ସ୍ଥାନକୁ ଯାତ୍ରା କରିଛନ୍ତି। ସେହିପରି ୨୦୧୭-୧୮ରେ ସମୁଦାୟ ୩୦୦୨ ଜଣ ତୀର୍ଥଯାତ୍ରୀ ଆଜମେର, ପୁସ୍କର, ତିରୁପତି, ଭେଲୋର ଏବଂ (ଆଜି) ଶିରିଡ, ନାସିକ ଓ ତ୍ରୟମ୍ବକେଶ୍ବର ଆଦି ସ୍ନାନକୁ ଯାତ୍ରା କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକସଂପର୍କ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ଶ୍ରୀ ସୁଷାନ୍ତ ସିଂ ଉପସ୍ଥିତ ଥିଲେ। ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। .

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top