Home ଓଡ଼ିଶା ରାଫେଲ ଉପରେ ଦେଇଥିବା ବୟାନ ଉପରେ ରାହୁଲ ଗାନ୍ଧୀ କ୍ଷମା ମାଗିଲେ

ରାଫେଲ ଉପରେ ଦେଇଥିବା ବୟାନ ଉପରେ ରାହୁଲ ଗାନ୍ଧୀ କ୍ଷମା ମାଗିଲେ

1534

ନୂଆ ଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଉପରେ ଦେଇଥିବା ବୟାନ ଉପରେ ଅବମାନନା ମାମଲାରେରେ ସୁପ୍ରୀମ କୋର୍ଟରେ ନିଜର ଜବାବ ଦାଖଲ କରିଛନ୍ତି। ରାହୁଲ ଗାନ୍ଧୀ କୋର୍ଟକୁ କହିଲେ କି ସେ ନିର୍ବାଚନ ପ୍ରଚାର ସମୟରେ ଉତ୍ତେଜନାରେ ଏମିତି ବୟାନ ଦେଇଥିଲେ। ସେଥିପାଇଁ ସେ ଦୁଖିତ।

ସୂଚନାଯୋଗ୍ୟଯେ, ରାହୁଲ ଗାନ୍ଧୀ ରାଫେଲ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କହିଥିଲେ କି ଏବେ ସୁପ୍ରୀମ କୋର୍ଟ ମଧ୍ୟ କହି ଦେଲେଣି କି “ଚୌକୀଦାର ଚୋର ହୈ”। ରାହୁଲଙ୍କର ଏହି ବୟାନ ପରେ ବିଜେପି ସାଂସଦ ମୀନାକ୍ଷୀ ଲେଖୀ ଏକ ଯାଚିକା ଦାଖଲ କରି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ କୋର୍ଟର ଅବମାନନାର ଅଭିଯୋଗ କରିଥିଲେ।

ସୁପ୍ରୀମ କୋର୍ଟ, କଂଗ୍ରେସ ଅଧ୍ୟକ୍ଷଙ୍କ ବିରୁଦ୍ଧରେ କୋର୍ଟର ଅବମାନନା କରିବା ଉପରେ ଏହି ନୋଟିସ ଜାରୀ କରିଥିଲେ। ଭାରତୀୟ ଜନତା ପାର୍ଟୀର ନେତା ମୀନାକ୍ଷୀ ଲେଖୀ ସୁପ୍ରୀମ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଯାଚିକା ଦାଖଲ କରିଥିଲେ।

ଅବମାନନା ନୋଟିସ ପରେ କୋର୍ଟ ଦେଇଥିବା ଜବାବରେ ରାହୁଲ ଗାନ୍ଧୀ ସୁପ୍ରୀମ କୋର୍ଟକୁ କହିଛନ୍ତି, “ମୁଁ ମାନୁଛି କି ସୁପ୍ରୀମ କୋର୍ଟ କେବେହେଲେ କହିନାହାଁନ୍ତି କି ‘ଚୌକୀଦାର ଚୌର ହୈ’। ମୋ ତରଫରୁ ଏହି ବୟାନ ନିର୍ବାଚନ ପ୍ରଚାର ସମୟରେ ଉତ୍ତେଜନା ପ୍ରବଣ ହୋଇ ଦିଆଯାଇଥିଲା। ରାହୁଲ ଗାନ୍ଧୀ ଏହି ମାମଲାରେ ଅଣ୍ଡରଟେକିଙ୍ଗ ଦେଇ କହିଛନ୍ତି କି ଆଗକୁ ମୁଁ ପବ୍ଲିକରେ କୌଣସି ମଧ୍ୟ ଏପରି ଟିପ୍ପଣୀ ଦେବି ନାହିଁ, ଯେତେବେଳ ପର୍ଯ୍ୟନ୍ତ କୋର୍ଟରେ ଏପରି କଥା ରେକର୍ଡରେ କୁହାଯାଇନାହିଁ। ଏହା ସହିତ ସେ କହିଛନ୍ତି ମୋର ଶବ୍ଦକୁ ବିରୋଧିମାନେ ଭୁଲ ଭାବରେ ପରିବେଷଣ କରିଛନ୍ତି।

ଗତ ୧୫ ଅପ୍ରିଲରେ ସୁପ୍ରୀମ କୋର୍ଟରେ ଅବମାନନା ଯାଚିକାର ଶୁଣାଣି ସମୟରେ ଚିଫ ଜଷ୍ଟିସ ରଞ୍ଜନ ଗୋଗୋଇ ମାନିଥିଲେ କି ଆମେ ଏହି ବୟାନ କେବେହେଲେ ଦେଇନାହୁଁ, ଆମେ ଏହି ମାମଲାରେ ସ୍ପଷ୍ଟିକରଣ ମାଗିବୁ। କୋର୍ଟ କହିଲେ କି ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ।

ପୁନଶ୍ଚ ସୂଚନାଯୋଗ୍ୟଯେ, ରାହୁଲ ଗାନ୍ଧୀ ନିଜର ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ରାଜନୈତିକ ଆକ୍ରମଣ କରି ‘ଚୌକୀଦାର ଚୋର ହୈ’ ର ନାରା କ୍ରମାଗତଭାବେ ଲଗାଉଛନ୍ତି। ରାହୁଲ ଗାନ୍ଧୀଙ୍କର ଏହା ଆରୋପ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଫେଲ ଡିଲରେ ଦୁର୍ନିତି କରିଛନ୍ତି ଏବଂ ଅନିଲ ଅଂବାନୀକୁ ପ୍ରାୟତଃ ୩୦ ହଜ଼ାର କୋଟି ଟଙ୍କାର ଫାଇଦା ପହଁଚାଇଛନ୍ତି।

ସୁପ୍ରୀମ କୋର୍ଟ ଏହା ପୂର୍ବରୁ ରାଫେଲ ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଲୀନ ଚିଟ ଦେଇଥିଲେ ଏବଂ ରାଫେଲ ବିମାନ କିଣା ପ୍ରକ୍ରିୟାକୁ ଠିକ୍ ମାନିଥିଲେ। ଅବଶ୍ୟ, ତା’ ପରେ ପ୍ରଶାନ୍ତ ଭୂଷଣ, ଅରୁଣ ଶୌରୀ ଏବଂ ଯଶବନ୍ତ ସିହ୍ନା କୋର୍ଟର ନିଷ୍ପତି ଉପରେ ପୁନର୍ବିଚାର ଯାଚିକା ଦାଖଲ କରିଥିଲେ, ଯାହାକୁ କୋର୍ଟ ସ୍ଵୀକାର କରିଥିଲେ। ଏହା ସହ ଏକ ଖବର କାଗଜ “ହିନ୍ଦୁ”ରେ ଛପା ଯାଇଥିବା ଅଂଶକୁ ପ୍ରମାଣ ଭାବେ ମାନିବା ପାଇଁ ରାଜି ହୋଇଥିଲେ। ଏହା ପରେ ରାହୁଲ ଗାନ୍ଧୀ କୋର୍ଟର ଟିପ୍ପଣୀକୁ ନିର୍ବାଚନ ସଭାରେ ବଦଳାଇ ବୟାନ ଦେଇଥିଲେ। ଅବଶ୍ୟ କୋର୍ଟ ତରଫରୁ ପ୍ରତ୍ୟେକ୍ଷ ଭାବରେ ଏପରି କୌଣସି ଟିପ୍ପଣୀ ଦିଆଯାଇନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.