ଅପରାଧ

ପତ୍ରକାର ଜେ.ଦେଙ୍କ ହତ୍ୟା ମାମଲାରେରେ ଛୋଟା ରାଜନ ସମେତ ୯ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ସ୍ୱତନ୍ତ୍ର ମକୋକା କୋର୍ଟ ଏହି ମାମଲାରେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ ବ୍ୟତୀତ ଅନ୍ୟ ଆଠଜଣ ଦୋଷୀଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି
ମୁମ୍ବାଇ ୨ମଇ (ଓଡ଼ିଆ ପୁଅ): ମୁମ୍ବାଇର କୋର୍ଟ ପତ୍ରକାର ଜ୍ୟୋର୍ତ୍ତିମୟ ଦେ (ଜେ.ଦେ.) ହତ୍ୟାକାଣ୍ଡରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ବୁଧବାରଦିନ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଜଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ଏଥିରେ ପୂର୍ବତନ ପତ୍ରକାର ଜିଗ୍ନା ବୋରା ଏବଂ ଏକ ଅନ୍ୟ କେତେକ ଆରୋପୀଙ୍କୁ ପ୍ରମାଣର ଅଭାବରୁ ମୁକ୍ତ କରିଛନ୍ତି।

ସ୍ୱତନ୍ତ୍ର ମକୋକା କୋର୍ଟର ବିଚାରପତି ସମୀର ଅଜକର ଏହି ମାମଲାରେ ରାଜନ ବ୍ୟତୀତ ଆଠଜଣ ଅନ୍ୟ ଦୋଷୀଙ୍କୁ ଆଜୀବନ କାରାଜଣ୍ଡ ଶିଣାଇଛନ୍ତି। ପ୍ରମାଣର ଅଭାବରୁ ବୋରା ଏବଂ ପଲ୍ସନ ଜୋସେଫଙ୍କୁ ବିରୁଦ୍ଧରେ ମାମଲା ପ୍ରମାଣିତ ନ ହେବା କାରଣରୁ ନ୍ୟାୟାଳୟ ଦୁଇଜଣଙ୍କୁ ମୁକ୍ତ କରି ଦେଇଛନ୍ତି।

ଏହି ମାମଲାରେ କାରାଦଣ୍ଡର ଘୋଷଣା ବୁଧବାରଦିନ ସଂଧ୍ୟା ସମୟରେ ହୋଇଥିଲା। ଅଭିଯୋଜନ ପକ୍ଷରୁ ଏହା କୁହାଯାଇଥିଲାଯେ ଏହି ମାମଲାରେ ଦୋଷାମାନଙ୍କୁ ଅଧିକତମ କାରାଦଣ୍ଡର ଦେବାପାଇଁ। କାରଣ ଜେ.ଦେ. ଏକ ପତ୍ରକାର ଥିଲେ ଯିଏକି ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭର ପ୍ରତିନିଧିତ୍ଵ କରୁଥିଲେ।

ରାଜନକୁ ଅକ୍ଟୋବର, ୨୦୧୫ ରେ ଇଣ୍ଡୋନେସିଆରେ ଗିରଫ କରିବା ପରେ ଭାରତ ଅଣାଯାଇଥି୍ଲା। ସେ ବର୍ତ୍ତମାନ ଦିଲ୍ଲୀର ତିହାଡ଼ ଜେଲରେ ବନ୍ଦ ଅଛି।

ଜେ.ଦେ. ଜଣେ ଜଣା ଶୁଣା ଅାପରାଧିକ ମାମଲାର ପତ୍ରକାର ଥିଲେ। ତାଙ୍କର ୧୧ ଜୁନ, ୨୦୧୧ ଦିନ ଘରକୁ ଫେରିବା ସମୟରେ ମୁମ୍ବାଇର ପବଇ ନାମକ ସ୍ଥାନରେ ହତ୍ୟା କରାଯାଇଥିଲା। ସିବିଆଇର କୋର୍ଟ ୨୦୧୬ ରେ ଏହି ମାମଲାରେ ରାଜନ ଉପରେ ଆରୋପ ସ୍ଥିର କରିଥିଲେ।

ସିବିଆଇ ଦ୍ଵାରା ଦାଖଲ କରାଯାଇଥିବା ଆରୋପ ପତ୍ର ମୁତାବକ ରାଜନ ଜେ.ଦେ.ଙ୍କର ହତ୍ୟା ଏଥିପାଇଁ କରିଥିଲା କାରଣ ସେ ତାଙ୍କର ଦ୍ଵାରା ଲେଖା ଯାଇଥିବା କିଛି ଲେଖା ଉପରେ ସେ ରାଗ ରଖିଥିଲା ଏବଂ ଏହା ସହିତ ଜେ.ଦେ. ଙ୍କର ଏକ ନିୟୋଜିତ ପୁସ୍ତକକୁ ନେଇକରି ମଧ୍ୟ ସେ ଚିଡ଼ି ଯାଇଥିଲା।

ରାଜନକୁ ୨୫ ଅକ୍ଟୋବର, ୨୦୧୫ ଦିନ ଇଣ୍ଡୋନେସିଆର ବାଲି ବିମାନ ବନ୍ଦରରେ ଗିରଫ କରାଯାଇଥିଲା ଏବଂ ଭାରତ ଅଣାଯାଇଥି୍ଲା।

ଅଭିଯୋଜନ ପକ୍ଷର ମୁତାବକ ବୋରାଙ୍କ ଉପରେ ଜେ.ଦେ.ଙ୍କ ବିରୁଦ୍ଧରେ ରାଜନର ଭଡ଼କାଇବାର ଆରୋପ ଥିଲା ଏବଂ ପଲ୍ସନ ଉପରେ ଦୁଇଟି ବୈଶ୍ଵିକ ସିମ କାର୍ଡ ହାସଲ କରିବା ଏବଂ ହତ୍ୟା ପାଇଁ ଦୁଇ ଲକ୍ଷ ଟଙ୍କା ତଥା ସିମ କାର୍ଡ ଦ୍ୱିତୀୟ ଆରୋପୀକୁ ଦେବାର ଆରୋପ ଥିଲା।

୧୧ ଜୁନ, ୨୦୧୧ରେ ହୋଇଥିଲା ଜେ.ଦେ. ଙ୍କର ହତ୍ୟା:-
ଜୁନ ୧୧, ୨୦୧୧: ମିଡ ଡେ ଖବର କାଗଜର ୫୬ ବର୍ଷୀୟ ବରିଷ୍ଠ ପତ୍ରକାର ଜେ.ଦେ.ଙ୍କୁ ପବଇର ହୀରାନନ୍ଦାନୀ ଗାର୍ଡନରେ ଗୁଳି ମାରି କରି ହତ୍ୟା କରାଯାଇଥିଲା। ପବଇ ପୁଲିସ ଷ୍ଟେସନରେ ହତ୍ୟାର ମାମଲା ରୁଜୁ ହୋଇଥିଲା ଏବଂ କ୍ରାଇମ ବ୍ରାଞ୍ଚକୁ ମାମଲା ଦିଆଯାଇଥିଲା।

ଜୁନ ୨୭, ୨୦୧୧: ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସାତଜଣ ଲୋକଙ୍କୁ ଗିରଫ କରିଥିଲେ। ଯେଉଁଥିରେ ସୁଟର ସତୀଶ କାଲିଆ ଏବଂ ଅଭିଜୀତ ଶିନ୍ଦେ, ଅରୁଣ ଡାକେ, ସଚିନ ଗାୟକବାଡ଼, ଅନିଲ ବାଘମୋଡ଼, ନୀଲେଶ ଶେଣ୍ଡଗେ ଏବଂ ମଙ୍ଗେଶ ଅଗବାନେ ସାମିଲ ଥିଲେ।

ଜାଞ୍ଚର ସମୟରେ ପୁଲିସ ବିନୋଦ ଅସରାନୀ, ଦୀପକ ସିସୋଦେଲେ ଏବଂ ପଲସନ ଜୋସଫଙ୍କୁ ଗିରଫ କରିଥିଲେ।

ଜୁଲାଇ ୭, ୨୦୧୧: ହତ୍ୟା ଆରୋପିମାନଙ୍କ ଉପରେ ମହାରାଷ୍ଟ୍ର ସରକାର ମକୋକା ଲଗାଇଲେ।

ନଭେମ୍ବର ୨୫, ୨୦୧୧: ପତ୍ରକାର ଜିଗ୍ନା ବୋରାଙ୍କୁ ଛୋଟା ରାଜନକୁ ହତ୍ୟା ଯୋଜନା ପାଇଁ ପ୍ରୋତ୍ସାହିତ କରିବା ଆରୋପରେ ଗିରଫ କରିଥିଲା।

ଡିସେମ୍ବର ୩, ୨୦୧୧: କ୍ରାଇମ ବ୍ରାଞ୍ଚ ଚାର୍ଜସିଟ ଦାଖଲ ହେଲା ଏବଂ ମାମଲାରେ ଛୋଟା ରାଜନ ଏବଂ ନୟନସିଂହ ବିଷ୍ଟଙ୍କୁ ଫେରାର କୁହାଗଲା।

ଫେବ୍ରୁଆରୀ ୨୧, ୨୦୧୨: ଜିଗ୍ନା ବୋରାଙ୍କ ବିରୁଦ୍ଧରେ ଏକ ଆରୋପପତ୍ର ଦାଖଲ କରାଗଲା।

ଜୁଲାଇ ୨୭, ୨୦୧୨: ଜିଗ୍ନା ବୋରାଙ୍କୁ ଜାମିନ୍ ମିଳିଗଲା।

ଅପ୍ରିଲ ୧୦, ୨୦୧୫: ଲମ୍ବା ସମୟ ପର୍ଯ୍ୟନ୍ତ ଜେଲରେ ରୋଗାକ୍ରାନ୍ତ ଯୋଗଁୁ ବିନୋଦ ଆସରାନୀଙ୍କର ମୃତ୍ୟୁ ହୋଇଯାଇଥିଲା।

ଜୁନ ୮, ୨୦୧୫: ନ୍ୟାୟାଳୟ ୧୧ ଆରୋପୀଙ୍କ ଉପରେ ଆଇପିସିର ଧାରା ୧୨୦ ବି (ଷଡ଼ୟନ୍ତ୍ର), ୩୦୨ (ହତ୍ୟା) ଏବଂ ଧାରା ୩୪ ର ବ୍ୟତୀତ ମକୋକା ଏବଂ ଆର୍ମ୍ସ ଆକ୍ଟ ଅନୁଯାୟୀ ଆରୋପ ସିଥିର କରିଥିଲେ।

ଅକ୍ଟୋବର ୨୫, ୨୦୧୫: ଛୋଟା ରାଜନକୁ ଇଣ୍ଡୋନେସିଆର ବାଲିରେ ଗିରଫ କରାଯାଇ ଭାରତ ଅଣାଯାଇଥିଲା ଏବଂ ବର୍ତ୍ତମାନ ସେ ଦିଲ୍ଲୀ ତିହାଡ଼ ଜେଲରେ ବନ୍ଦ ଅଛି।

ଜାନୁଆରି ୫, ୨୦୧୬: ମାମଲା ସିବିଆଇକୁ ଦିଆଗଲା।

ନଭେମ୍ବର ୭, ୨୦୧୬: ଜେ.ଦେଙ୍କର ପତ୍ନୀ ଶୁଭା ଶର୍ମା ନ୍ୟାୟାଳୟକୁ କହିଥିଲେ କି ହତ୍ୟାର ସପ୍ତାହ ପୂର୍ବରୁ ସେ ବହୁତ ଚିନ୍ତିତ ଥିଲେ।

ଅଗସ୍ତ ୩୧, ୨୦୧୭: ମକୋକା ବିଶେଷ ନ୍ୟାୟାଳୟ ଛୋଟା ରାଜନର ବିରୁଦ୍ଧରେ ଆରୋପ ସ୍ଥିର କରିଥିଲା।

ଫେବ୍ରୁଆରୀ ୨୨, ୨୦୧୮: ଅଭିଯୋଜନ ପକ୍ଷରୁ ଅନ୍ତିମ ଶୁଣାଣି ହୋଇଥିଲା।

ଅପ୍ରିଲ ୨, ୨୦୧୮: ନ୍ୟାୟାଳୟ ସିଆରପିସି ଧାରା ୩୧୩ ଅନୁଯାୟୀ ରାଜନର ଅନ୍ତିମ ବୟାନ ରେକର୍ଡ଼ କଲେ। ରାଜନକୁ ଭିଡ଼ିଓ ଲିଙ୍କ ଜରିଆରେ ତିହାଡ଼ ଜେଲରେ କୋର୍ଟରେ ହାଜର କରାଯାଇଥିଲା।

(ବିଭିନ୍ନ ରିପୋର୍ଟରୁ ସଂଗୃହିତ ତଥ୍ୟ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top