ନୂଆ ଟେଲିଭିଜନ ସେଟ ଟପ ବକ୍ସରେ ଲାଗିବ ଚିପ୍: ଏବେ ସରକାର ଆପଣଙ୍କ ଟେଲିଭିଜନ ଉପରେ ରଖିବେ ନଜର

ନୂଆଦିଲ୍ଲୀ ୧୬-୪ (ଓଡ଼ିଆ ପୁଅ): ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନୂଆ ଟେଲିଭିଜନ୍ ସେଟ ଟପ ବକ୍ସରେ ଏକ ଚିପ ଲଗାଇବାର ପ୍ରସ୍ତାବ ଦେଇଛନ୍ତି। ଏହି ଚିପ କହିବ କିଏ କେଉଁ ଚ୍ୟାନେଲ୍ କେତେ ସମୟ ଦେଖୁଛନ୍ତି।

ଏହି ପଦକ୍ଷେପର ଉଦ୍ଦେଶ୍ୟ ପ୍ରତ୍ୟେକ ଚ୍ୟାନେଲ୍ ପାଇଁ ଦର୍ଶକ ‘ଏବଂ ବିଶ୍ଵସନୀୟ ’ ଅଙ୍କ (Viewership Data) ଜାଣିବା। ମନ୍ତ୍ରଣାଣୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ‘ଏହା ବିଜ୍ଞାପନଦାତା ଏବଂ ଡିଏଭିପି ନିଜର ବିଜ୍ଞାପନ ଉପରେ ଭାବିଚିନ୍ତି ଖର୍ଚ୍ଚ କରି ପାରିବେ। କେବଳ ସେହି ଚ୍ୟାନେଲକୁ ହିଁ ପ୍ରଚାର ମିଳିବ ଯାହାଙ୍କୁ ବ୍ୟାପକ ସ୍ତରରେ ଦେଖା ଯାଉଛି।’

ବିଜ୍ଞାପନ ଏବଂ ଦୃଶ୍ୟ ପ୍ରଚାର ନିଦେଶାଳୟ (DAVP) ବିଭିନ୍ନ ମନ୍ତ୍ରଣାଳୟ ଏବଂ ତା’ ଏହାର ସଂଗଠନର ବିଜ୍ଞାପନ ପାଇଁ ସରକାର ସରକାରଙ୍କର ଏକ ନୋଡାଲ ଏଜେନ୍ସି ଅଟେ।

Leave a Reply

Your email address will not be published. Required fields are marked *