IPL ଫାଇନାଲ୍ : ୱାଟସନ୍ ଙ୍କ ମାଡ଼ରେ ଆଣ୍ଠେଇଲା ସନରାଇଜର୍ସ, ଚେନ୍ନାଇ ତୃତୀୟ ଥର IPL ଚମ୍ପିଆନ୍

ହାଇଲାଇଟ୍ସ:

୫୭ ବଲରେ ୧୧୭ ରନ କରି ମ୍ୟାଚ୍ ର କିଂଗ ବନିଲେ ଶେନ ୱାଟସନ୍
ଏହି ଇନିଙ୍ଗ୍ସରେ ୱାଟସନ୍ ମାରିଲେ ୧୧ ଟି ଚୌକା ଏବଂ ୮ଟି ଛକା
ସନରାଇଜର୍ସ ହାଇଦ୍ରାବାଦ ୧୭୯ ରନର ଦେଇଥିଲା ଲକ୍ଷ୍ୟ
ମହେନ୍ଦ୍ର ସିଂହ ଧୋନୀଙ୍କର ନେତୃତ୍ଵରେ ତୃତୀୟ ଥର ଚମ୍ପିଆନ୍ ହେଲା ଚେନ୍ନାଇ
ଏହି ସିଜନରେ ସୁପର କିଂଗ୍ସ ସନରାଇଜର୍ସକୁ ଚତୁର୍ଥ ଥର ହରାଇଲା

ମୁମ୍ବାଇ ୨୭ ମଇ (ଓଡ଼ିଆ ପୁଅ) ଆଇପିଏଲ ର ୧୧ତମ ସିଜନର ଫାଇନାଲରେ ଚେନ୍ନାଇ ସୁପର କିଂଗ୍ସ (CSK)ର ଶେନ ୱାଟସନ୍ ଙ୍କର ବିଷ୍ପୋରକ ଇନିଙ୍ଗ୍ସରେ କାରଣରୁ ସନରାଇଜର୍ସ ହାଇଦ୍ରାବାଦ (SRH) କୁ ୯ ୱିକେଟରେ ହରାଇ ଫାଇନାଲରେ ତୃତୀୟ ଥର ନିଜର କବ୍ଜା ଜମାଇଛି। ଶେନ ୱାଟସନ୍ ୫୭ ବଲରେ ନଟ୍ ଆଉଟ୍ ୧୧୭ ରନର ଇନିଙ୍ଗ୍ସ ଖେଳି ଏବଂ ସେ ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ ଥିଲେ। ନିଜର ଏହି ମାରାଥନ ଇନିଙ୍ଗ୍ସରେ ୱାଟସନ୍ ୧୧ଟି ଚୌକା ଏବଂ ୮ ନଭଶ୍ଚୁମ୍ବୀ ଛକା ମାରି ବିରୋଧୀ ଟିମକୁ ମ୍ୟାଚ୍ ରୁ ବାହର କରିଦେଇଥିଲେ। ଏହି ଶତକୀୟ ଇନିଙ୍ଗ୍ସର କାରଣରୁ CSK ୯ଟି ବଲ ରହି ଏହି ମ୍ୟାଚ୍ ନିଜ ନାମରେ କରିଥିଲା। ଇନିଙ୍ଗ୍ସର ଆରମ୍ଭରେ ଡୁ ପ୍ଲେସିସର ୱିକେଟ ପଡ଼ିଯିବାରୁ ପରେ ୱାଟସନ୍, ସୁରେଶ ରାଇନାଙ୍କ (୩୨) ସହିତ ଦ୍ୱିତୀୟ ୱିକେଟ ପାଇଁ ୧୧୭ ରନର ଭାଗିଦାରୀ ଦେଇଥିଲେ, ଯାହା ଚେନ୍ନାଇର ବିଜୟରେ ନିର୍ଣ୍ଣାୟକ ପ୍ରମାଣିତ ହୋଇଥିଲା। ଏହି ସିଜନର ଏହା ଚତୁର୍ଥ ମୌକା ଥିଲା, ଯେତେବେଳେ ଚେନ୍ନାଇ ସୁପର କିଂଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଅଛି।

ଏହା ପୂର୍ବରୁ ୧୭୯ ରନ ଙ୍କର ଲକ୍ଷ୍ୟ ନେଇ ଓହ୍ଲାଇଥିବା ଚେନ୍ନାଇ ସୁପର କିଂଗ୍ସ (CSK) ର ପ୍ରାରମ୍ଭ ଧୀର ଥିଲେ ଏବଂ CSK ଭୁବୀ ଏବଂ ସନ୍ଦୀପ ଶର୍ମାଙ୍କର ବୋଲିଙ୍ଗ ସାମନାରେ ପ୍ରଥମ ୪ ଓଭରରେ କେବଳ ୧୬ ରନ ହିଁ ଜୋଡ଼ି ପାରିଥିଲେ। ଏହା ମଧ୍ୟରେ ସେ ନିଜର ଗତ ମ୍ୟାଚ୍ ର ହୀରୋ ରହିଥିବା ଫାଫ ଡୁ ପ୍ଲେସିସ (୧୦) ଙ୍କର ୱିକେଟ ସସ୍ତାରେ ଚାଲିଯାଇଥିଲା। କେବଳ ଏତିକି ନୁହେଁ ଚେନ୍ନାଇର ବିଜୟର ନାୟକ ରହିଥିବା ଶେନ ୱାଟସନ୍ ସନରାଇଜର୍ସର ବିରୁଦ୍ଧରେ ନିଜର ଖାତା ଖୋଲିବା ପାଇଁ ୧୦ଟି ବଲ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। ୱାଟସନ୍ ୧୧ତମ ବଲରେ ନିଜର ଖାତା ଖୋଲିଥିଲେ ଏବଂ ତା’ ପରେ ସେ ଆରମ୍ଭ କଲେ, ଏବଂ ଇନିଙ୍ଗ୍ସର ଶେଷ ପର୍ଯ୍ୟନ୍ତ ସେ ରୋକିବାର ନାମ ନେଲେନାହିଁ। ୩୬ ବର୍ଷୀୟ ୱାଟସନ୍ ଙ୍କର ଏହି ଇନିଙ୍ଗ୍ସ ଆଇପିଏଲ ଫାଇନାଲ୍ ରେ କୌଣସି ବ୍ୟାଟ୍ସମ୍ୟାନ୍ ଙ୍କ ଦ୍ଵାରା ବନାଯାଇଥିବା ଆଇପିଏଲର ସର୍ବାଧିକ ସ୍କୋର ଅଟେ।

CSK ର ଇନିଙ୍ଗ୍ସ ର ଆରମ୍ଭରେ ଭୁବନେଶ୍ଵର ନିଜର ଦୁଇଟି ଓଭରରେ ଏକ ମେଡେନ ସମେତ ପ୍ରଥମ ୧୦ଟି ବଲ ପର୍ଯ୍ୟନ୍ତ କୌଣସି ରନ ଦେଇନଥିଲେ, ତେବେ ଲାଗୁ ଥିଲା କି ଜବରଦସ୍ତ ବୋଲିଙ୍ଗ ପାଇଁ ପରିଚିତ ସନରାଇଜର୍ସ ହାଇଦ୍ରାବାଦ ସାମନାରେ ଚେନ୍ନାଇ ସୁପର କିଂଗ୍ସ ପାଇଁ ଏହି ଲକ୍ଷ୍ୟ ସହଜ ହେବ ନାହିଁ। କିନ୍ତୁ ଥରେ ଯେତେବେଳେ, ୱାଟସନ୍ ନଜରକୁ ଆସିଗଲେ, ସେତେବେଳେ ଏହି ମ୍ୟାଚ୍ ରେ ସନରାଇଜର୍ସର କୌଣସି ମଧ୍ୟ ବୋଲର କାମ କରିପାରିନଥିଲେ ସମସ୍ତେ ଆଣ୍ଠେଇ ପଡ଼ିଥିଲେ।

ପ୍ରଥମେ ଚେନ୍ନାଇ ଟସ ଜୀତିକରି ସନରାଇଜର୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଏହି ନିର୍ଣ୍ଣାୟକ ପ୍ରତିଦ୍ୱନ୍ଦିତାରେ ୟୁସୁଫ ପଠାନଙ୍କର ଭଲ ଇନିଙ୍ଗ୍ସ କାରଣରୁ ସନରାଇଜର୍ସ ହାଇଦ୍ରାବାଦ (SRH) ଚେନ୍ନାଇ ସୁପର କିଂଗ୍ସ (CSK) କୁ ୧୭୯ ରନର ଲକ୍ଷ୍ୟ ଦେଇଥିଲା। ଇନିଙ୍ଗ୍ସର ୧୩ ତମ ଓଭରରେ ବ୍ୟାଟିଂ ପାଇଁ କ୍ରୀଜକୁ ଆସିଥିବା ୟୁସୁଫ ନିଜର ଟିମ ପାଇଁ ଏହି ଫାଇନାଲ ମ୍ୟାଚ୍ ରେ ୨୫ ବଲରେ ୪୫ ରନକରିଥିଲେ। ନିଜର ଏହି ଇନିଙ୍ଗ୍ସରେ ସେ ୨ଟି ଛକା ଏବଂ ୪ଟି ଚୌକା ଲଗାଇଥିଲେ। ଅନ୍ତିମ ଓଭରରେ ଆର ପଟେ କାର୍ଲୋସ ବ୍ରାଥବେଟ ମଧ୍ୟ ତାଙ୍କର ଭଲ ସାଥି ଦେଇଥିଲେ। ବ୍ରାଥବେଟ ୧୧ଟି ବଲରେ ୨୧ ରନ ବନାଇଥିଲେ। ଇନିଙ୍ଗ୍ସର ଅନ୍ତିମ ବଲରେ ସେ ଛକା ମାରିବାକୁ ପ୍ରୟାସକରି ଆଉଟ ହୋଇଥିଲେ। ଚେନ୍ନାଇ ତରଫରୁ ରବିନ୍ଦ୍ର ଜାଡ଼େଜା, କର୍ଣ୍ଣ ଶର୍ମା, ଲୁଙ୍ଗୀଗିଡୀ ଡ୍ଵେନ ବ୍ରାବୋ ଏବଂ ଶାର୍ଦୁଲ ଠାକୁର ୧-୧ ୱିକେଟ ନେଇଥିଲେ। କିନ୍ତୁ ୱାଟସନ୍ ଙ୍କର ତୋଫାନୀ ଇନିଙ୍ଗ୍ସର ସାମନାରେ ସନରାଇଜର୍ସର ବୋଲର୍ସଙ୍କର ଏହି ଟାରଗେଟକୁ ବଞ୍ଚାଇ ପାରିଲେ ନାହିଁ।

ମ୍ୟାଚ୍ ର ପ୍ରାରମ୍ଭରେ SRHର ପ୍ରାରମ୍ଭ କିଛି ବିଶେଷ ନଥିଲା ଏବଂ ଦ୍ୱିତୀୟ ଓଭର ଶ୍ରୀ ବତ୍ସ ଗୋସ୍ଵାମୀ (୫) ରନରେ ଆଉଟ ହୋଇ ପାଭିଲିଆନ ଫେରିଥିଲେ। ଗୋସ୍ଵାମୀ ଫାଇନାଲରେ ଲେଗରେ ଶଟ ଖେଳି କର୍ଣ୍ଣ ଶର୍ମାଙ୍କର ସାମନାରେ ୨ ରନ ନେବାକୁ ଚାହୁଁଥିଲେ, କିନ୍ତୁ କର୍ଣ୍ଣ ଶର୍ମା ବଲ ଶିଘ୍ର ଧୋନୀଙ୍କ ପାଖକୁ ଫୋପାଡ଼ି ଦେଲେ ଏବଂ ଯେତେବେଳେ ପର୍ଯ୍ୟନ୍ତ ଗୋସ୍ଵାମୀ କ୍ରୀଜକୁ ଫେରୁଥିଲେ, ସେତେବେଳେ ଧୋନୀ ତାଙ୍କର କାମ କରିସାରିଥିଲେ।

ପ୍ରଥମ ୱିକେଟ ପଡ଼ିବା ପରେ ଅଧିନାୟକ କେନ ୱିଲିୟମସନ ଶେଖର ଧାୱନଙ୍କ ସହିତ ମିଶିକରି ୫୧ ରନ ଜୋଡ଼ିଥିଲେ। ଦୁଇ ବ୍ୟାଟ୍ସମ୍ୟାନ୍ ସମ୍ଭାଳି କରି ଇନିଙ୍ଗ୍ସକୁ ଆଗକୁ ବଢ଼ାଉଥିଲେ ଏବଂ ସ୍କୋରକୁ ୬୪ ରନରେ ପହଁଚାଇ ଥିଲେ। ତା’ ପରେ କ୍ୟାପଟେନ ଧୋନୀ ବଲ ରବିଦ୍ର ଜାଡ଼େଜାଙ୍କୁ ଦେଲେ ଏବଂ ଜଡ୍ଡୂ ନିଜର ପ୍ରଥମ ଓଭରରେ ଶେଖର ଧାୱନ (୨୬)ଙ୍କୁ ବୋଲ୍ଡ କରି ଦେଲେ। ଧାୱନ ଜାଡ଼େଜାଙ୍କର ଏହି ବଲରେ ସ୍ଲପ ସ୍ଵୀପ ଲଗାଇବାକୁ ପ୍ରୟାସ କରୁଥିଲେ, କିନ୍ତୁ ତାଙ୍କର ବ୍ୟାଟକୁ ଛାଡ଼ି ଥାଈ ପ୍ୟାଡରେ ଲାଗି ଏବଂ ସିଧା ସ୍ଟମ୍ପରେ ଲାଗିଥିଲା। ଏହିପରି ଭାବରେ ୬୪ ରନର ସର୍ବମୋଟ ଯୋଗକରି ସନରାଇଜର୍ସ ନିଜର ଦ୍ୱିତୀୟ ୱିକେଟ ହରାଇଲା। ଧାୱନ ଏହି ୨୬ ରନ ବନାଇବା ପାଇଁ ୨୫ଟି ବଲ ଖର୍ଚ୍ଚ କରିଥିଲେ, ଯେଉଁଥିରେ ୨ ଚୌକା ଏବଂ ୧ ଛକ୍କା ସାମିଲ ରହିଥିଲା।

ତୃତୀୟ ୱିକେଟ ପାଇଁ କେନ ୱିଲିୟମସନଙ୍କ ସାଥି ଦେବାପାଇଁ କ୍ରୀଜକୁ ଶାକିବ ଅଲ ହସନ ଆସିଥିଲେ ଏବଂ ସେ ତେଜରେ ରନ ନେବା ଆରମ୍ଭ କରିଦେଲେ। ଶାକିବଙ୍କୁ ଦେଖିକରି ୱିଲିୟସନ ମଧ୍ୟ ତେଜ ରନ ନେବାର କାମ ଆରମ୍ଭ କରିଥିଲେ। ଦୁଇଜଣ ମିଶିକରି ସ୍କୋରକୁ ୧୦୦ ପାର ପହଁଚାଇ ଦେଲେ। ଏହା ମଧ୍ୟରେ ୱିଲିୟମସନ (୪୭) କର୍ଣ୍ଣ ଶର୍ମାଙ୍କର ଏକ ବଲରେ ସେ ଭୁଲ କଲେ ଏବଂ ୱିକେଟ ପଛରେ ଛିଡ଼ା ହୋଇଥିବା ଧୋନୀ ତାଙ୍କୁ କ୍ରୀଜକୁ ଫେରିବାକୁ କୌଣସି ମୌକା ଦେଲେନାହିଁ। ଏହିପରି ଭାବରେ ୩୬ ବଲରେ ୫ ଚୌକା ଏବଂ ୨ ଛକା ଲଗାଇ ୱିଲିୟମସନଙ୍କୁ ପାବିଲିୟନ ଯିବାକୁ ପଡ଼ିଥିଲା।

ୱିଲିୟମସନଙ୍କ ପରେ ଶାକିବ ଅଲ ହସନ ଏବଂ ୟୁସୁଫ ପଠାନ ଦାୟିତ୍ୱ ନିଜର କାନ୍ଧ ଉପକୁ ନେଇ ତେଜ ରନ ସଂଗ୍ରହ କରିବା ଜାରି ରଖିଲେ। ଏହି ମଧ୍ୟରେ ୧୫ ବଲରେ ୨୩ ରନ ବନାଇକରି ଶାକିବ ଡ୍ଵେନ ବ୍ରାବୋଙ୍କର ବଲରେ ଆଉଟ ହୋଇଗଲେ। ବ୍ରାବୋଙ୍କର ଫୁଲଟସ ବଲକୁ ଶାକିବ ବାଉଣ୍ଡରୀ ପାର ପହଁଚାଇବାକୁ ଚାହଁୁଥିଲେ, କିନ୍ତୁ ସେ ବଲକୁ ଠିକରେ କନେକ୍ଟ କରିପାରିଲେ ନାହିଁ ଏବଂ ସୁରେଶ ରାଇନା ତାକୁ କ୍ୟାଚ କରି ପାଭିଲିୟନକୁ ପଠାଇଦେଲେ। ଶାକିବ ଚତୁର୍ଥ ୱିକେଟ ରୂପରେ ପାବିଲିୟନ ଫେରିଥିଲେ। ତା’ ପରେ ଦୀପକ ହୁଡ୍ଡା (୩) ମଧ୍ୟ ଜଲ୍ଦୀ ହିଁ ପାଭିଲିୟନ୍ ଫେରିଥିଲେ।

ଏହା ପରେ ଷଷ୍ଠ ୱିକେଟ ରୂପରେ କାର୍ଲୋସ ବ୍ରାଥୱେଟ ଆସିଥିଲେ ଏବଂ ସେ ୟୁସୁଫଙ୍କ ସହିତ ୧୮ ବଲରେ ୩୩ ରନର ଭାଗିଦାରୀ କରି ସନରାଇଜର୍ସର ସ୍କୋର ୧୭୮ ପହଁଚାଇ ଦେଇଥିଲେ। ଇନିଙ୍ଗ୍ସର ଶେଷ ବଲରେ ବ୍ରାଥୱେଟ ଆଉଟ ହୋଇଥିଲେ, କିନ୍ତୁ ସେ ଚେନ୍ନାଇ ସାମନାରେ ଏହି ଫାଇନାଲ ମ୍ୟାଚ୍ ରେ ମଜଭୁତ ଲକ୍ଷ୍ୟ ରଖିବାରେ ସଫଳ ହୋଇପାରିଥିଲେ।

ସ୍କୋର ବୋର୍ଡ

ସନରାଇଜର୍ସ ହାଇଦ୍ରାବାଦ ଇନିଂଗ୍ସ (ରନ ରେଟ: ୮.୯୦)

ବ୍ୟାଟ୍ସ ମ୍ୟାନ ରନ୍ ବଲ୍ସ ଷ୍ଟ୍ରାଇକ୍ ରେଟ୍ ଚୌକା ଛକା

ଶ୍ରୀବତ୍ସ ଗୋସ୍ଵାମୀ ରନ୍ ଆଉଟ୍ (କର୍ଣ୍ଣ ଶର୍ମା) ୫ ୫ ୧୦୦.୦୦ ୦ ୦
ଶିଖର ଧବନ ବୋଲ୍ଡ ରବିନ୍ଦ୍ର ଜାଡ଼େଜା ୨୬ ୨୫ ୧୦୪.୦୦ ୨ ୧
କେନ ୱିଲିୟମଲସନ୍ ସେଂଟ ଏମଏସ ଧୋନୀ ବୋଲ୍ଡ କର୍ଣ୍ଣ ଶର୍ମା ୪୭-୩୬-୧୩୦.୫୫-୫-୨
ଶାକିବ ଅଲ ହସନ କ୍ୟାଚ୍ ସୁରେଶ ରୈନା ବୋଲ୍ଡ ଡ୍ଵେନ ବ୍ରାବୋ ୨୩-୧୫-୧୫୩.୩୩-୨-୧
ୟୁସୁଫ ପଠାନ ୪୫-୪୫-୧୮୦.୦୦-୪-୨ ନଟ ଆଉଟ
ଦୀପକ ହୁଡ୍ଡା କ୍ୟାଚ୍ ସବ (ଶୋରୀ) ବୋଲ୍ଡ ଲୁଙ୍ଗି ଗୀଡ଼ି ୩-୪-୭୫.୦୦-୦-୦
କାର୍ଲୋସ ବ୍ରେଥୱାଇଟ କ୍ୟାଚ୍ ଅମ୍ବାତୀ ରାୟୁଡୁ ବୋଲ୍ଡ ଶାରଦୁଲ ଠାକୁର ୨୧-୧୧-୧-୯-୦-୯-୦-୦-୩

ଏକ୍ସ୍ଟ୍ରାସ (ନୋ ବଲ୍ -୧,-ୱାଇଡ୍ -୬,-ବାଇ-୦,-ଲେଗ ବାଇ-୧)-୮

ସର୍ବ ମୋଟ (୬-ୱିକେଟ,-୨୦-ଓବର)-୧୭୮

ବ୍ୟାଟିଂ କରି ନାହାଁନ୍ତି

ରଶୀଦ ଖାନ, ଭୁବନେଶ୍ଵର କୁମାର, ସିଦ୍ଧାର୍ଥ କୌଲ, ସଂଦୀପ ଶର୍ମା

ବୋଲର ଓଭର ରନ ୱିକେଟ ଇକୋନୋମି ଡଟ୍ସ

ଦୀପକ ଚହର ୪-୨୫-୦-୬.୨୫-୧୦
ଲୁଂଗୀ-ନିଗୀଡ଼ି-୪-୨୬-୧-୬.୫୦-୧୧
ଶାରଦୁଲ ଠାକୁର ୩-୩୧-୧-୧୦.୩୩-୪
କର୍ଣ୍ଣ ଶର୍ମା ୩-୨୫-୧-୮.୩୩-୭
ଡ୍ଵେନ ବ୍ରାବୋ ୪-୪୬-୧-୧୧.୫୦-୫
ରବିନ୍ଦ୍ର ଜାଡ଼େଜା ୨-୨୪-୧-୧୨.୦୦-୨

ୱିକେଟ ର ପତନ

୧-୧୩ (ଗୋସ୍ଵାମୀ, ୧.୫ ଓଭର), ୨-୬୪ (ଧବନ, ୮.୩ ଓଭର), ୩-୧୦୧ (ୱିଲିୟମଲସନ୍ , ୧୨.୧ ଓଭର), ୪-୧୩୩ (ଅଲ ହସନ, ୧୫.୫ ଓଭର), ୫-୧୪୪ (ହୁଡ୍ଡା, ୧୬.୬ ଓଭର) , ୬-୧୭୮ (ବ୍ରୈଥବାଇଟ, ୧ ୯ .୬ ଓଭର)

ଚେନ୍ନଈ ସୁପର କିଂଗ୍ସ ଇନିଂଗ୍ସ (ରନ ରେଟ: ୯.୭୮)

ବ୍ୟାଟ୍ସ ମ୍ୟାନ ରନ୍ ବଲ୍ସ ଷ୍ଟ୍ରାଇକ୍ ରେଟ୍ ଚୌକା ଛକା

ଶେନ ବଟସନ ନଟ ଆଉଟ୍ ୧୧୭-୫୭-୨୦୫.୨୬-୧୧-୮-
ଫଫ ଡୁ ପ୍ଲେସିସ କ୍ୟାଚ୍ ଆଣ୍ଡ ବୋଲ୍ଡ ସଂଦୀପ ଶର୍ମା ୧୦-୧୧-୯୦.୯୦-୨-୦
ସୁରେଶ ରୈନା କ୍ୟାଚ୍ ଶ୍ରୀବତ୍ସ ଗୋସ୍ଵାମୀ ବୋଲ୍ଡ କାର୍ଲୋସ ବ୍ରୈଥବାଇଟ ୩୨-୨୪-୧୩୩.୩୩-୩-୧
ଅଂବାତୀ ରାୟୁଡ଼ୁ ନଟ୍ ଆଉଟ୍ ୧୬-୧୬-୮୪.୨୧-୧-୧

ଏକ୍ସ୍ଟ୍ରାସ (ନୋ ବଲ୍- ୦, ୱାଇଡ୍- ୩, ବାଇ-୦, ଲେଗ ବାଇ-୩,) ୬

ସର୍ବମୋଟ (୨-ୱିକେଟ, ୧୮.୩-ଓବର)-୧୮୧

ବ୍ୟାଟିଂ କରି ନାହାଁନ୍ତି

ଏମଏସ ଧୋନୀ, ଡ୍ଵେନ ବ୍ରାବୋ, ରବିନ୍ଦ୍ର ଜାଡ଼େଜା, କର୍ଣ୍ଣ ଶର୍ମା, ଦୀପକ ଚହର, ଶାରଦୁଲ ଠାକୁର, ଲୁଂଗୀ ଗିଡ଼ି

ବୋଲର ଓଭର ରନ ୱିକେଟ ଇକୋନୋମି ଡଟ୍ସ

ଭୁବନେଶ୍ଵର କୁମାର ୪-୧୭-୦-୪.୨୫-୧୬
ସଂଦୀପ ଶର୍ମା ୪-୫୨-୧-୧୩.୦୦-୯
ସିଦ୍ଧାର୍ଥ କୌଲ ୩-୪୩-୦-୧୪.୩୩-୨
ରଶୀଦ ଖାନ ୪-୨୪-୦-୬.୦୦-୯
ଶାକିବ ଅଲ ହସନ ୧-୧୫-୦-୧୫.୦୦-୧
କାର୍ଲୋସ ବ୍ରୈଥବାଇଟ ୨.୩-୨୭-୧-୧୦.୮୦-୩

ୱିକେଟର ପତନ
୧-୧୬ (ଡୁ ପ୍ଲେସିସ, ୩.୬ ଓଭର) ୨-୧୩୩ ରାଇନା ୧୩.୩ ଓଭର

Leave a Reply

Your email address will not be published. Required fields are marked *