ଭାରତୀୟ ରେଳରେ ପରିବର୍ତ୍ତନ

କେ.ଆର.ସୁଧାମନ
ଭାରତୀୟ ରେଳ ସହ ସାଧାରଣତଃ ଭାବ ପ୍ରବଣତା ଏବଂ ବିକାଶ ସଂଶ୍ଳିଷ୍ଟ। ବିଶେଷକରି ଗ୍ରାମାଂଚଳର ପିଲାମାନେ ଟ୍ରେନ କିମ୍ବା ଇଂଜିନ୍ ଦେଖିଲେ ଖୁବ୍ ଆନନ୍ଦିତ ହେବା ସହ ଭାବ ପ୍ରବଣ ହୋଇ ଉଠନ୍ତି। ବାସ୍ତବିକ, ଭାରତୀୟ ରେଳ ହେଉଛି ଆଭିବୃଦ୍ଧିର ଇଂଜିନ୍ ଏବଂ ଦେଶର ଆର୍ଥିକ ବିକାଶର ମେରୁଦଣ୍ଡ। ମାତ୍ର ଦୁର୍ଭାଗ୍ୟର ବିଷୟ ଗତ କିଛି ବର୍ଷ ଧରି ବିଶେଷ କରି ମେଂଟ ସରକାର ଅମଳରେ ଭାରତୀୟ ରେଲୱେ ଉଦାସୀନତାର ଶୀକାର ହୋଇ ଆସିଛି। ବିଭିନ୍ନ ରାଜନୈତିକ ଚାପ ଫଳରେ ଏପରି ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭିତିଭୂମି କ୍ଷେତ୍ରରେ ପୁଂଜି ବିନିଯୋଗର ଅଭାବ ସୃଷ୍ଟି ହୋଇଥିଲା। ଯାତ୍ରୀ ଭଡାରେ ରିହାତି ପ୍ରଦାନ ଯୋଗୁଁ ରେଲୱେର ବିକାଶ କ୍ଷେତ୍ରରେ ପାଣ୍ଠି ବିନିଯୋଗ ହୋଇ ପାରୁନଥିଲା। ଫଳରେ ରେଳସେବା ଭୁଶୁଡି ପଡିବା ଅବସ୍ଥାକୁ ଆସି ଯାଇଥିଲା। ଲୋକ ପ୍ରୀୟତା ସାଉଁଟିବା ପାଇଁ ଅନେକ ଶିଳାନ୍ୟାସ ଅନୁଷ୍ଠିତ ହୋଇଥିଲେ ମଧ୍ୟ ବିକାଶ କେବଳ କାଗଜପତ୍ରରେ ସୀମିତ ରହିଥିଲା। ଶହ ଶହ ପ୍ରକଳ୍ପ କେବଳ ଶିଳାନ୍ୟାସ ରେ ଅଟିକି ରହିଥିଲା। ସମ୍ବଳ ସଂଗ୍ରହ ଓ ବିନିଯୋଗ ଜରିଆରେ ବିକାଶ ଧାରାକୁ ଆଗେଇ ନେବା ସମ୍ଭବ ହେଉନଥିଲା।

ଅନ୍ୟ ପକ୍ଷରେ ନରେନ୍ଦ୍ର ମୋଦି ସରକାର ଓ ପ୍ରକାର ଲୋକପ୍ରୀୟ ମନୋଭାବକୁ ପରିହାର କରି ବୁଡି ଯାଉଥିବା ରେଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଲେ। ଫଳରେ ବିଶ୍ୱର ଏହି ବୃହତମ ରେଳ ନେଟ୍ ୱାର୍କ ପୁଣି ଧାରଣାକୁ ପ୍ରତ୍ୟାବର୍ତ୍ତନ କରିପାରିଛି।

ରେଲୱେର ଗୌରବ ଫେରାଇ ଆଣିବା ପାଇଁ ପ୍ରଥମ ଥର ପାଇଁ ଭାରତର ଇତିହାସରେ ଏକ ଦୃଢ ପଦକ୍ଷେପ ନିଆଗଲା ରେଲୱେର ଆଧୁନିକୀକରଣ ସାଂଗକୁ ଦେଶରେ ପରିବହନ କରିଡର ଦୈର୍ଘ୍ୟ ଓ ପ୍ରସ୍ଥକୁ ବ୍ୟାପକୁ କରାଗଲା ଏବଂ ଦ୍ରୁତ, ସୁରକ୍ଷିତ ଓ ଆରାମଦାୟକ ପାସେଞ୍ଜର ଟ୍ରେନ୍ ସମେତ ବୁଲେଟ ଟ୍ରେନ ଓ ହାଇପରଲୁପ୍ ଟ୍ରେନର କଥା ଚିନ୍ତା କରାଗଲା। ଭାରତୀୟ ରେଳକୁ ବିଶ୍ୱ ଶ୍ରେଣୀୟ କରିବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୮.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ପାଇଁ ବର୍ତ୍ତମାନର ସରକାର ଯୋଜନା କରିଛନ୍ତି। ଏହା ଦ୍ୱାରା ବ୍ୟାପକ ନିଯୁକ୍ତି ସୁବିଧା ସୃଷ୍ଟି ହେବା ସହ ଅନେକ ବିକାଶ ସମ୍ଭବ ହୋଇ ପାରିବ।

ଏକ୍ଷେତ୍ରରେ ସରକାରଙ୍କ ସବୁଠୁ ବଡ ପଦକ୍ଷେପ ହେଉଛି ସାଧାରଣ ବଜେଟ ସହ ରେଲ ବଜେଟକୁ ସାମିଲ କରିବା। ଫଳରେ ଚଳିତ ବର୍ଷ ଠାରୁ ରେଲୱେରେ ଏକ ଢାଂଚାଗତ ସଂସ୍କାର କରାଯାଇ ପାରିଛି। ସାଧାରଣ ବଜେଟ୍ ସହ ରେଳ ବଜେଟର ମିଶ୍ରଣ ଫଳରେ ବିଦେଶରୁ ତଥା ବିଭିନ୍ନ କ୍ଷେତ୍ରରୁ ପାଂଠି ଯୋଗାଡ କରିବା କ୍ଷେତ୍ରରେ ରେଲୱେ ସକ୍ଷମ ହୋଇ ପାରିଛି। ତେବେ ଏହା ଦ୍ୱାରା ଦୁଇଟି ଭୟ ସଂଚାର ହୋଇଛି। ପ୍ରଥମଟି ହେଲା ରେଲୱେ ହୁଏତ ନିଜର ସ୍ୱାୟତା ହରାଇ ପାରେ ଏବଂ ଦ୍ୱିତୀୟଟି ହେଲା ଘରୋଇକରଣ ପାଇଁ ରାସ୍ତା ଖୋଲିପାରେ। ତେବେ ଏପରି ଭୟରେ ଆଶଙ୍କା ନାହିଁ ବୋଲି କୁହାଯାଇଛି।

ଏହାଛଡା ଗତ ଦୁଇ ବର୍ଷ ମଧ୍ୟରେ ରେଲୱେ କ୍ଷେତ୍ରରେ ବାର୍ଷୀକ ପୁଂଜି ପ୍ରବାହ ୧ ଲକ୍ଷ କୋଟି ଟଙ୍କା ବଢିଛି। ଗତ ୩ବର୍ଷ ମଧ୍ୟରେ ଯାତ୍ରୀ ସ୍ୱାଚ୍ଛନ୍ଦ, ସୁରକ୍ଷା ଆଦି କ୍ଷେତ୍ରରେ ରେଲୱେ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ୪ଟି ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସହ ମାତ୍ର ୧୭ ପ୍ରତିଶତ ରେଳ ପଥ, ସଂଯୋଗ ହୋଇଛି। ଫଳରେ ଏହି ସବୁ ରେଳପଥ ଗୁଡିକ ସର୍ବଦା ବ୍ୟସ୍ତ ବହୁଳ ରହିଛି। ଯଦ୍ୱାରା ଏଗୁଡିକ ରକ୍ଷଣା ବେକ୍ଷଣା ଓ ମରାମତ କରାଯାଇ ପାରୁନାହିଁ। ରେଳପଥ ଗୁଡିକ ଚର୍ତୁକରଣୀୟ ହେବା ଉଚିତ ଏବଂ ଏଥି ପାଇଁ ମଧ୍ୟ ରେଳ ବିଭାଗ ଜମି ଅଧିଗ୍ରହଣ କରିସାରିଛି। ମାତ୍ର ପୂର୍ବ ସରକାରଙ୍କର ବିଭିନ୍ନ ଲୋକପ୍ରୀୟ ଘୋଷଣା ପାଇଁ ସମ୍ବଳ ସଂଗ୍ରହ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ମୋଦି ସରକାରଙ୍କ ଅଧିନରେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଏହି କାର୍ଯ୍ୟଗୁଡିକୁ ଅତ୍ୟନ୍ତ ଗୁରୁତ୍ତ୍ୱର ସହ ନେଇ ଦିଲ୍ଲୀ-ଚେନ୍ନାଇ, କୋଲକାତା-ମୁମ୍ବାଇ ଏବଂ କୋଲକାତା-ବିଜୟୱାଡା ମଧ୍ୟରେ ୩ ଟି ଅତିରିକ୍ତ ଫ୍ରାଇଟ୍ କରିଡର ନିମନ୍ତେ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏହା ଛଡା ଦିଲ୍ଲୀ- ମୁମ୍ବାଇ ଏବଂ ଲୁଧିଆନା- କୋଲକାତା କାମ ଆରମ୍ଭ ହୋଇଛି। ଜାପାଜ ସହଯୋଗରେ ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ମୁମ୍ବାଇ- ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ ଚଳାଚଳ ନିମନ୍ତେ ସରକାର ଘୋଷଣା କରିସାରିଛନ୍ତି। ଏଥି ନିମନ୍ତେ କାର୍ଯ୍ୟକାରୀତା ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇଗଲାଣି। ଗତ କିଛି କାଳ ଧରି ପଡିରହିଥିବା ରେଲୱେ କ୍ଷେତ୍ରରେ ଏବେ ବିକାଶ ସମ୍ଭବ ହୋଇ ପାରିଛି।

ଶ୍ରୀ ପ୍ରଭୁ ନିଜେ ମଧ୍ୟ ରେଲୱେର ଢାଂଚାଗତ ପରିବର୍ତ୍ତନ ଉପରେ ଜୋର ଦେଉଛନ୍ତି। ମୋଦି ସରକାରଙ୍କ ଅମଳରେ ରେଲୱେ ଧିରେ ଧିରେ ବିକାଶ ପଥରେ ଅଗ୍ରସର ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ରେଲୱେ ତାର ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିପାରିଛି। ତେବେ ଏହା କେବଳ ଆରମ୍ଭ ମାତ୍ର। ଯୋଜନା ଭିତିକ ଉପାୟରେ ଅନେକ କିଛ କରବାକୁ ବାକି ରହିଛି।

କେତେକ ପରି ସଂଖ୍ୟାନରୁ ଜଣା ଯାଇଛି ଯେ, ୨୦୧୪-୧୬ ବର୍ଷ ମଧ୍ୟରେ ରେଲୱେ ପକ୍ଷରୁ ୨୮୨୮ କିଲୋମିଟର ବ୍ରଡଗଜ ରେଳ ଲାଇନ୍ କାର୍ଯ୍ୟକ୍ଷମ କରାଯାଇଛି। ଯାହାକି ୨୦୦୯ରୁ ୨୦୧୪ ମସିହା ତୁଳନାରେ ୮୫ ପ୍ରତିଶତ ଅଧିକ। ବର୍ତ୍ତମାନ ଦୈନିକ ୭.୭ କିଲୋମିଟର ରେଳପଥ କରାଯାଇ ପାରୁଛି। ଯାହାକି ୨୦୦୯-୧୪ ମଧ୍ୟରେ ହାରାହାରି ୪.୩ କିଲୋମିଟର ଥିଲା। ସେହିପରି ଗତବର୍ଷ ୧୭୩୦ କିଲୋମିଟର ରେଳପଥ କୁ ବିଦ୍ୟୁତିକରଣ କରାଯାଇ ପାରିଛି। ୨୦୦୯-୧୪ ବର୍ଷ ମଧ୍ୟରେ ଏହା ବାର୍ଷିକ ହାରାହାରି ୧୧୮୪ କିଲୋମିଟର ଥିଲା। ସ୍ୱଚ୍ଛ ଭାରତ ଅଭିଯାନ ପରିପ୍ରେକ୍ଷୀରେ ସ୍ୱଚ୍ଛରେଳ କ୍ଲିନ୍ ମାଇଁ କୋଚ୍ ସର୍ଭିସର ଆରମ୍ଭ କରାଯାଇଛି। ଷ୍ଟେସନ ଗୁଡିକରେ ତୃତୀୟ ପକ୍ଷ ଦ୍ୱାରା ପରିଚ୍ଛନ୍ନତା ଅଡିଟ୍ କରାଯାଉଛି।

ଇତି ମଧ୍ୟରେ ଉତର-ପୂର୍ବ, ଜାମ୍ମୁ ଓ କାଶ୍ମୀର ରେ ବିକାଶ କରାଯାଉଛି। ଏହି ରେଳପଥରେ ଅଧିକ ସଂଖ୍ୟକ ସେମି ହାଇସ୍ପିଡ ଟ୍ରେନ ଚଳାଚଳ ଆରମ୍ଭ କରିଛି। ମିଶନ ମୋଡରେ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ରେଲୱେ କୋଚ ଓ ଇଂଜିନ ଫ୍ୟାକ୍ଟ୍ରୀମାନଙ୍କରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ, କ୍ୟାଟରିଂ ବ୍ୟବସ୍ଥାକୁ ଆଇଆରଟିସିକୁ ଅର୍ପଣ କରି ଏହାର ମାନରେ ଉନ୍ନତି ଆଣିବା ପାଇଁ ଏବଂ ସୌର ଶକ୍ତିର ବିନିଯୋଗ ଆଦି ପଦକ୍ଷେପ ନିଆଯାଇଛି। ହାଇସ୍ପିଡ୍ ଟାଲଗୋ ଏବଂ ମାଗଲେଭ ଟ୍ରେନ ପ୍ରଚଳନ ପାଇଁ ବ୍ୟବସ୍ଥା କରାଯାଇଛି।

ରେଳପଥରେ ସଂପ୍ରସାରଣ କାର୍ଯ୍ୟରେ ରାଷ୍ଟ୍ରୟତ କମ୍ପାନୀଗୁଡିକୁ ସାମିଲ କରିବା ପାଇଁ ନିଷ୍ପତି ହୋଇଛି। ଏହା ବ୍ୟତୀତ ଦୁର୍ଘଟଣାମୁକ୍ତ ବ୍ୟବସ୍ଥା ୨୦ ପ୍ରତିଶତ ଅଧିକ ମାଲ ପରିବହନ ଲକ୍ଷ୍ୟ ଧାର୍ଯ୍ୟ ହାସଲ ନିମନ୍ତେ ୨୫ ଟନ ଏକ୍ସଲ ଲୋଡ ୱାଗନ ପ୍ରଚଳନ ଏବଂ ଉତମ ଆକାଉଂଟ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ଏହାଛଡା ଆଗାମୀ ଦୁଇବର୍ଷ ମଧ୍ୟରେ ସିଗ୍ନାଲ ବ୍ୟବସ୍ଥାରେ ଉନ୍ନତ ଆଣିବା ସହ ଜଗୁଆଳି ବିହୀନ ଏବଂ ଜଗୁଆଳି ଥିବା ଲେଭରକ୍ରସିଂର ଉଚ୍ଛେଦ କରାଯିବ ସେଠାରେ ଫ୍ଲାଏ ଓଭର ନିର୍ମାଣ କରିବା ପାଇଁ ନିଷ୍ପତି ହୋଇଛି। ମୋଟା ମୋଟି କହିବାକୁ ଗଲେ ମୋଦି ସରକାରଙ୍କ ଅମଳରେ ରେଲୱେରେ ଏକ ଆଖି ଦୃଶିଆ ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ବର୍ଷମାନଙ୍କରେ ଆହୁରି ଅଧିକ ବିକାଶ ହେବାର ସମ୍ଭାବନା ଦେଖାଦେଇଛି।

Leave a Reply

Your email address will not be published. Required fields are marked *