ଚଣ୍ଡିଖୋଲ କୋର୍ଟ ଓକିଲ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ

ଯାଜପୁର -୨୨/୫ (ଓଡ଼ିଆ ପୁଅ / ଏ.ରାଉତ) – ଚଣ୍ଡିଖୋଲ କୋର୍ଟ ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ ଓ ଦାୟିତ୍ୱ ଗ୍ରହଣ ଉତ୍ସବ ଆଜି ପୂର୍ବାହ୍ନରେ ଚଣ୍ଡିଖୋଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ସଭାପତିତ୍ୱ କରିଥିଲେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ହେମନ୍ତ କୁମାର ଷଢଙ୍ଗୀ। ମୁଖ୍ୟ ଅତିଥି ଭାବେ ରାଜ୍ୟ ବାର ଆସୋସିଏସନର ସଭ୍ୟ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୌରୀଚନ୍ଦ୍ର ମହାପାତ୍ର , ସମ୍ମାନିତ ଅତିଥି ଭାବେ ଚଣ୍ଡିଖୋଲ କୋର୍ଟର ବିଚାରପତି ଦେବଶ୍ରୀ ସାହୁ ଯୋଗ ଦେଇଥିଲେ। ନିର୍ବାଚନ ଅଧିକାରୀ ଆଇନଜୀବୀ ଅନଙ୍ଗ କୁମାର ଓତା, ସୁରେଶ ଚନ୍ଦ୍ର ପଣ୍ଡା ଓ ବ୍ରଜ କିଶୋର ନାୟକ ପ୍ରମୁଖ ଯୋଗ ଦେଇଥିଲେ।। ଶପଥ ଉତ୍ସବ ସଞ୍ଚାଳନ କରିଥିଲେ ଆଇନିଜୀବୀ ଉଦୟନାଥ ସାହୁ। ନବ ନିର୍ବାଚିତ ସଭାପତି ଶରତ କୁମାର ଷଢଙ୍ଗୀ, ଉପ ସଭାପତି ପ୍ରେମାନନ୍ଦ ବେହେରା, ସମ୍ପାଦକ ଜନ୍ ବେହେରା, ଯୁଗ୍ମ ସଂପାଦକ ନିରଂଜନ ସାମଲ, କୋଷାଧ୍ୟକ୍ଷ ସୁବ୍ରତ କୁମାର ସ୍ୱାଇଁ, କାର୍ଯ୍ୟକାରୀଣୀ ସଭ୍ୟ ଭାବେ ନିର୍ବାଚିତ ଚିନ୍ମୟ କୁମାର ପ୍ରତାପ, ଅଶୋକ କୁମାର ସାହୁ, ଶ୍ରୀକାନ୍ତ ବଳ, ରମେଶ ଚନ୍ଦ୍ର ନାୟକ, ବିରଞ୍ଚି ନାରାୟଣ ଆଚାର୍ଯ୍ୟ, ପ୍ରତିମାରଣୀ ସାହୁ ପ୍ରମୁଖ ଶପଥ ପାଠ କରିଥିଲେ। ସ୍ୱାଗତ ଭାଷଣ ଦେଇଥିଲେ ଆଇନ ଜିବି ଗୋପାଳ ଚନ୍ଦ୍ର ପଣ୍ଡା। ଆଇନ ଅଦାଲତରୁ କିପରି ତ୍ୱରିତ ନ୍ୟାୟ ପାଇ ପାରିବେ ତାହା ଜନସାଧାରଣଙ୍କ ଆଶା ରଖିଥାନ୍ତି। ସୁଚାର ରୂପେ କୋର୍ଟର କାର୍ଯ୍ୟ କିପରି ସମ୍ପାଦନ ହୋଇପାରିବ ସେଥି ପ୍ରତି ଆଇନଜୀବୀ ମାନେ ଧ୍ୟାନ ଦେବା ପାଇଁ ସଂଘ ଗଠନ କରାଯାଇଥାଏ। ଆଇନ କ୍ଷେତ୍ରରେ ସମାଜିକ ସ୍ୱାର୍ଥକୁ ଆଖି ଆଗରେ ରଖି ସମସ୍ତ ଆଇନଜୀବୀ ମାନେ ସାଧାରଣ ଲୋକଙ୍କ ସେବାରେ ନିଜକୁ ଲଗାଇ ପାରିଲେ ଆସନ୍ତା କାଲି ଜଣେ ଜଣେ ପ୍ରତିଷ୍ଠିତ ଆଇନଜୀବୀ ହୋଇପାରିବ ବୋଲି ଅତିଥି ମତ ବ୍ୟକ୍ତ କରିଥିଲେ। ଉତ୍ସବରେ ଚଣ୍ଡିଖୋଲ କୋର୍ଟ ଆଇନଜୀବୀ ଅଶୋକ କୁମାର ନାଥ ଶର୍ମା, ଦେବରାଜ ବେହେରା, ଚନ୍ଦ୍ରକାନ୍ତ ପ୍ରଧାନ, ପ୍ରତାପ କୁମାର ଦାସ, କୌଳାସ ଚନ୍ଦ୍ର ସାମଲ, ରେଣୁବାଳା ମହାନ୍ତି, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଆଇନଜୀବୀ ଅନଙ୍ଗ କୁମାର ଓତା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *