କେନ୍ଦ୍ର ଆଣୁଛି ୭ ଲକ୍ଷ କୋଟି ଟଙ୍କାର ସଡ଼କ ପରିଯୋଜନା କୋଟି କୋଟି ଲୋକଙ୍କୁ ମିଳିବ ରୋଜଗାର

ନୂଆଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ମଙ୍ଗଳବାରଦିନ ସବୁଠାରୁ ବଡ ହାଇୱେ ଡେଭଲପମେଣ୍ଟ ପ୍ରୋଜେକ୍ଟର ଘୋଷଣା କରିପାରନ୍ତି। ଯାହାକି ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ସରକାରଙ୍କ ପାଇଁ ବହୁତ ମୁଖ୍ୟ ମନେକରାଯାଉଛି। କୁହାଯାଉଛିଯେ, ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନା ସେହି ବିରୋଧିଙ୍କର ଆରୋପଗୁଡ଼ିକର ଖଣ୍ଡନ ମଧ୍ୟ କରିବ। ଯେଉଁଥିରେ ସରକାରଙ୍କୁ କୁହାଯାଉଛିଯେ, କେନ୍ଦ୍ର ସରକାର ରୋଜଗାର ଉତ୍ପନ୍ନ କରିବା ସକ୍ଷମ ହୋଇପାରିନାହାଁନ୍ତି ବୋଲି।

ପ୍ରତ୍ୟେକ ବର୍ଷ ସଡକ ପରିଯୋଜନାରେ ୧୦,୦୦୦ କି.ମି. ହାଇୱେ ନିର୍ମାଣ କରିବାପାଇଁ ଯୋଜନା ଅଛି। ଏହା ଦ୍ୱାରା କୋଟି କୋଟି ଲୋକମାନଙ୍କୁ ରୋଜଗାର ମିଳିବ ବୋଲି କୁହାଯାଉଛି।

କେନ୍ଦ୍ର ସରକାର ୨୪ ଅକ୍ଟୋବରରେ ହୋଇଥିବା କ୍ୟାବିନେଟ ବୈଠକରେ ୭ ଲକ୍ଷ କୋଟି ଟଙ୍କାର ହାଇୱେ ମହତ୍ୱକାଂକ୍ଷୀ ଯୋଜନାକୁ ୨୦୨୨ ମଧ୍ୟରେ ପୂରା କରିବାପାଇଁ ଘୋଷଣା କରିପାରନ୍ତି। ଏହା ଫଳରେ ଦେଶରେ ୮୩,୦୦୦ କିଲୋମିଟର ସଡକ ନିର୍ମାଣ କରାଯାଇପାରିବ। ଏହି ଯୋଜନାରେ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପ୍ରାୟତଃ ୩୨ କୋଟି ଲୋକମାନଙ୍କୁ ରୋଜଗାର ମିଳିବ।

ଏହି ଯୋଜନାରେ ଭାରତମାଲା ହାଇୱେ ଯୋଜନା ସୁଧାର ସହିତ ତଟବର୍ତୀ କ୍ଷେତ୍ର, ହାଇୱେ କରିଡୋର, ପୋର୍ଟ ବ୍ୟତୀତ ୮୦୦ କିମି ଏକ୍ସପ୍ରେସୱେକୁ ଜୋଡା ଯିବ। ଯାହାଦ୍ୱାରା ପ୍ରମୁଖ ଆର୍ଥିକ ଏବଂ ବାଣିଜ୍ୟିକ କେନ୍ଦ୍ରକୁ ଜୋଡ଼ୁଥିବା ରାଜମାର୍ଗ ସଲଗ୍ନ ରାସ୍ତା ର ସୁଧାର କରାଯାଇପାରିବ।

Leave a Reply

Your email address will not be published. Required fields are marked *