ଓଡ଼ିଶା

CBSE ପ୍ରଶ୍ନପତ୍ର ଲିକ: ପୁନଃ ହେବ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଦୁଇଟି ପରୀକ୍ଷା: ପ୍ରଧାନମନ୍ତ୍ରୀ ମୋଦୀ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନର ଆଦେଶ

ନୂଆଦିଲ୍ଲୀ ୨୯-୩ (ଓଡ଼ିଆ ପୁଅ) CBSE ପରୀକ୍ଷା ପାଇଁ ବୋର୍ଡ ଏକ ବଡ଼ ନିଷ୍ପତି ନେଇଛନ୍ତି। CBSE ଦ୍ୱାଦଶ ଏବଂ ଦଶମର ପରୀକ୍ଷା ବର୍ତ୍ତମାନ ଚାଲିଛି। ବୋର୍ଡ ଏବେ ଘୋଷଣା କରିଛିକି ଦଶମର ଗଣିତ ଏବଂ ଦ୍ୱାଦଶ ଶ୍ରେଣୀର ଅର୍ଥଶାସ୍ତ୍ରର ପରୀକ୍ଷା ପୁନଃ କରାଯିବ ବୋଲି। ସୋସିଆଲ୍ ମିଡ଼ିଆରେ ପ୍ରଶ୍ନପତ୍ର ଲିକ ହେବାର ଖବର ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ବିଷୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାନବ ସମ୍ବଳ ବିକାସ ମନ୍ତ୍ରୀ ପ୍ରକାଶ ଜାବଡ଼େକରଙ୍କ ସହିତ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ଲିକ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ କରିବାପାଇଁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଜାବଡ଼େକର କହିଛନ୍ତିଯେ, “ହୋଇପାରେ ଏହା ପଛରେ କୌଣସି ଗ୍ୟାଙ୍ଗର ହାତ ଥାଇପାରେ। ସମ୍ପୂର୍ଣ୍ଣ ମାମଲାରେ ଆନ୍ତରିକ ଜାଞ୍ଚ ମଧ୍ୟ କରାଯାଉଛି”।

କୁହାଯାଇପାରେଯେ, କି ବୋର୍ଡ ବର୍ତ୍ତମାନ ପୁନଃ ହେବାକୁଥିବା ପରୀକ୍ଷାର ତାରିଖ ଘୋଷଣା କରିନାହିଁ। କିନ୍ତୁ ବୋର୍ଡ କହିଛି ଯେ, ଏକ ସପ୍ତାହ ମଧ୍ୟରେ ନୂଆ ତାରିଖ ଘୋଷଣା କରିବ ବୋଲି।

ଦଶମ ଶ୍ରେଣୀର ଗଣିତ ପରାକ୍ଷା ବୁଧବାରଦିନ କରାଯାଇଥିଲା, କିନ୍ତୁ ପ୍ରଶ୍ନପତ୍ର ଲିକର ରିପୋର୍ଟ ପରେ ଏହା ରଦ୍ଦ କରି ଦିଆଯାଇଛି। ଅନ୍ୟ ପକ୍ଷରେ ଇକୋନ।ମିକ୍ସର ପରାକ୍ଷା ସୋମବାରଦିନ ହୋଇଥିଲା ଏବଂ ଏହି ଦିନ ଆରୋପ ଲଗାଯାଇଥିଲା କି ପରୀକ୍ଷା ପୂର୍ବରୁ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଥିଲା।

କୁହାଯାଇପାରେଯେ, CBSEର ଦଶମ ଏବଂ ଦ୍ୱାଦଶର ପରୀକ୍ଷା ବର୍ତ୍ତମାନ ଚାଲୁଛି। ପୂର୍ବରୁ ଜାରି କରାଯାଇଥିବା ଡେଟସିଟ ମୁତାବକ ଦଶମର ପରୀକ୍ଷା ୦୪ ଅପ୍ରିଲରେ ସମାପ୍ତ ହେବ ଏବଂ ଦ୍ୱାଦଶ ଶ୍ରେଣୀର ଶେଷ ପରୀକ୍ଷା ୧୨ ଏପ୍ରିଲରେ ହେବ। ଏବେ ଏହି ଦୁଇଟି ପରୀକ୍ଷା ପୁନଃ ହେବାଦ୍ୱାରା ହୋଇପାରେ କି ଅନ୍ତିମ ତାରିଖରେ ପରିବର୍ତ୍ତନ କରାଯାଇପାରେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top