ଓଡ଼ିଶା

CBSE ନବମ ଏବଂ ଏକାଦଶ ଶ୍ରେଣୀର ପାଠ୍ୟକ୍ରମରେ କଲେ ବଡ଼ ପରିବର୍ତ୍ତନ, କ୍ଲିକ କରି ପଢ଼ନ୍ତୁ କଣ କଣ ବଦଳିଲା

ଆଦେଶରେ କୁହାଯାଇଛିଯେ ଏହି ଶିକ୍ଷା ବର୍ଷରେ କିଛି ବିଷୟର ନାମ ମଧ୍ୟ ବଦଳିବ
ସିବିଏସ୍ଇର ନିର୍ଦ୍ଦେଶକ ଏକାଡେମିକ୍ ସଂୟମ ଭାରଦ୍ଵାଜ ସମସ୍ତ ସ୍କୁଲମାନଙ୍କୁ ଜାରୀ କଲେ ନିର୍ଦେଶ

ମୁଖ୍ୟ କଥା:

– ସିବିଏସ୍ଇ ନବମ ଏବଂ ଏକାଦଶ ଶ୍ରେଣୀର ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ
– ନବମ ଶ୍ରେଣୀରେ ଏବେ ପଢ଼ାଯିବନାହିଁ ଜାଏଗା ଇଂରାଜୀ କମ୍ୟୁନିକେସନର ବିଷୟ
– ଏକାଦଶ ଶ୍ରେଣୀରେ ବନ୍ଦ କରାଯାଇଛି ମଲ୍ଟି ମିଡ଼ିଆ ୱେବ ଟେକ୍ନୋଲୋଜି ବିଷୟ

ନୂଆଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶଶ୍ରେଣୀରେ ଅନେକ ଏକାଡେମିକ ଏବଂ ଭୋକେସନାଲ ବିଷୟକୁ ନୂଆ ଶିକ୍ଷା ବର୍ଷରେ ସମାପ୍ତ କରିବାର ଘୋଷଣା କରିଛନ୍ତି। ସିବିଏସ୍ଇ ର ନିର୍ଦ୍ଦେଶକ ଏକାଡେମିକ୍ ସଂୟମ ଭାରଦ୍ଵାଜ ଏହି ବାବଦରେ ସମସ୍ତ ସ୍କୁଲମାନଙ୍କୁ ନିର୍ଦେଶ ଜାରୀ କରିଛନ୍ତି। ସିବିଏସ୍ଇ ନିର୍ଦେଶକଙ୍କ ଦ୍ଵାରା ଜାରୀ କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛିଯେ, କିଛି ଏକାଡେମିକ ଏବଂ ଭୋକେସନାଲ ବିଷୟଗୁଡ଼ିକୁ ସମାପ୍ତ କରାଯାଉଛି। ସେଥିପାଇଁ ସ୍କୁଲ ନବମ ଏବଂ ଏକାଦଶ ଶ୍ରେଣୀରେ ଏହି କୋର୍ସକୁ ଚଳିତ ଶିକ୍ଷାବର୍ଷଠାରୁ ନପଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଛାତ୍ର କିମ୍ବା ଛାତ୍ରୀ ଏହା ନେଇ ସାରିଛନ୍ତି ତାହା ଦଶମ ଏବଂ ଦ୍ୱାଦଶରେ ସେହି ବିଷୟ ଜାରୀ ରଖିପାରନ୍ତି। ଏହୀ ବ୍ୟତୀତ ଆଦେଶରେ କୁହାଯାଇଛିଯେ, ଏହି ଶିକ୍ଷା ବର୍ଷରେ କିଛି ବିଷୟଗୁଡ଼ିକର ନାମ ମଧ୍ୟ ବଦଳାଯିବ।

ନବମର ପାଠ୍ୟକ୍ରମରେ ସିବିଏସ୍ଇ କଲେ ପରିବର୍ତ୍ତନ

ଆଦେଶ ମୁତାବକ ଏହି ଶିକ୍ଷାବର୍ଷ (2018-19) ରେ ନବମ ଶ୍ରେଣୀରେ ଇଂରାଜୀ କମ୍ୟୁନିକେସନ, ଇଂଫର୍ମେସନ ଏଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ଇ-ପବ୍ଲିଶିଙ୍ଗ ଏବଂ ଇ-ଅଫିସ ବିଷୟକୁ ସମାପ୍ତ କରାଯାଇଛି। ତା’ ବ୍ୟତୀତ ସଂସ୍କୃତ କମ୍ୟୁନିକେସନର ନାମ ବଦଳାଯାଇ ସଂସ୍କୃତ କରାଯାଇଛି। କିନ୍ତୁ ଫାଉଁଡେସନ ଅଫ ଇନ୍ଫର୍ମେସନ ଟେକ୍ନୋଲୋଜୀର ସ୍ଥାନରେ ଏବେ କମ୍ପ୍ୟୁଟର ଆପ୍ଲିକେସନ୍ସ ବିଷୟ ପଢ଼ାଯିବ। ଆଦେଶ ମୁତାବକ ଯେଉଁ ବିଷୟ ବଦଳାଯାଉଛି ତାର କୋଡ ବଦଳିବ ନାହିଁ।

ବଦଳିଲା ଏକାଦଶର ପାଠ୍ୟକ୍ରମ

ଏହିପରି ଏକାଦଶ ଶ୍ରେଣୀରେ ଡ୍ୟାନ୍ସ- ମୋହିନୀ ଆଟ୍ଟମ, ମଲ୍ଟି ମିଡ଼ିଆ ୱେବ ଟେକ୍ନୋଲୋଜୀ ସହିତ ଇଂଗ୍ଲିଶ ଇଲେକ୍ଟିଭ ବିଷୟକୁ ମଧ୍ୟ ସମାପ୍ତ କରି ଦିଆଯାଇଛି। ଆଦେଶରେ କୁହାଯାଇଛିଯେ, ଏହି ବର୍ଷ କମ୍ପ୍ୟୁଟର ସାଇନ୍ସର ଦୁଇଟି କୋର୍ସ ଇଂଟ୍ରୋଡ୍ୟୁସ କରାଯାଇଛି। କମ୍ପ୍ୟୁଟର ସାଇନ୍ସର ନୂଆ କୋର୍ସ ଏବଂ କମ୍ପ୍ୟୁଟର ସାଇନ୍ସର ପୁରୁଣା କୋର୍ସରେ ସ୍କୁଲମାନଙ୍କୁ କୌଣସି ଗୋଟିଏ କୋର୍ସ ଚୟନ କରିବାକୁ ଉପଦେଶ ଦିଆଯାଇଛି। ତା’ ବ୍ୟତୀତ ସ୍କୁଲମାନଙ୍କୁ ଆଦେଶରେ ଏହା ମଧ୍ୟ ଉପଦେଶ ଦିଆଯାଇଛି କି ଯଦି ସ୍କୁଲ କମ୍ପ୍ୟୁଟର ସାଇନ୍ସ ବିଷୟ ପଢ଼ାଉଛନ୍ତି ତେବେ ସେ ନୂଆ କରିକୁଲମ ସହିତ ଆରମ୍ଭ କରନ୍ତୁ। ତା’ ବ୍ୟତୀତ ଏହି କଥା ମଧ୍ୟ କୁହାଯାଇଛି କି କମ୍ପ୍ୟୁଟର ସାଇନ୍ସର ଅଧ୍ୟାପକମାନଙ୍କୁ ମଧ୍ୟ ନୂଆ ପାଠ୍ୟକ୍ରମ ହିସାବରେ ପ୍ରସ୍ତୁତି କରାଇବାପାଇଁ କାରଣ ଆସନ୍ତା ବର୍ଷ (2019-20) କେବଳ ନୂଆ କୋର୍ସ ହିଁ ପଢ଼ାଯିବ।

ଆଦେଶରେ କୁହାଯାଇଛି କି ଏହା ବ୍ୟତୀତ ଏଗ୍ରିକଲ୍ଚର, ଫେସନ ଷ୍ଟଡିଜ ଏବଂ ମାସ ମିଡ଼ିଆ ଷ୍ଟଡିଜକୁ ଭୋକେସନାଲ କୋର୍ସ ସହିତ ଯୋଡ଼ା ଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top