ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ): ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ କରିଛି ସିବିଆଇ। ସରକାରୀ କ୍ଷେତ୍ର ବ୍ୟାଙ୍କର ଅଭିଯୋଗର ଛ’ ମାସ ପରେ ଏଜେନ୍ସୀ, କମ୍ପାନୀର ନିର୍ଦ୍ଦେଶକ ସଭ୍ୟ ସେଠ, ରୀତା ସେଠ, କୃଷ୍ଣ କୁମାର ସିଂହ, ରବି ସିଂହ ଏବଂ ଏକ ଅନ୍ୟ କମ୍ପାନୀ ଦ୍ଵାରକା ଦାସ ସେଠ ଏସଇଜେଡ ଇନକର୍ପୋରେଶନ ବିରୁଦ୍ଧରେ ମାମଲା ରୁଜୁ କରିଛି। ନୀରବ ମୋଦୀ ଏବଂ ମେହୁଲ ଚୋକସୀଙ୍କ ପରେ ସିବିଆଇ ଦିଲ୍ଲୀର ଏକ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ଲିମିଟେଡ ଉପରେ ଓରିଏଂଟଲ ବ୍ୟାଙ୍କ ଅଫ କମର୍ସରେ ୩୮୯.୮୫ କୋଟି ଟଙ୍କାର କଥିତ ଋଣ ଠକିଥିବା ମାମଲା ରୁଜୁ କରିଛି।

କୁହାଯାଇପାରେଯେ, ଦେଶର ସବୁଠାରୁ ବଡ଼ ବ୍ୟାକିଙ୍ଗ ଘୋଟାଲାରେ ବ୍ୟାଙ୍କ ପ୍ରତି ଆସ୍ଥା ହରାଉଥିବା ଲୋକମାନଙ୍କର ବିଶ୍ଵାସର ସଂଦର୍ଭରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ନିଜର ମୁଁହ କୋଲିଛନ୍ତି। ସେ କହିଛନ୍ତିଯେ ଏହାକୁ ବରଦାସ୍ତ କରାଯାଇପାରିବନାହିଁ। ପଂଜାବ ନ୍ୟାସନାଲ ବ୍ୟାଙ୍କରେ ୧୧,୪୦୦ କୋଟି ଟଙ୍କାର ଦୁର୍ନିତି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନିଜର ମୁଁହଁ ଖୋଲି ଇସାରାରେ କହିଲେ କି ସରକାରୀ ବିତ୍ତୀୟ ଅନିୟମିତତା ବିରୁଦ୍ଧରେ କଡ଼ ପଦକ୍ଷେପ ନିଆଯିବ ଏବଂ ଜନତାଙ୍କର ଧନ ଲୁଟ ବରଦାସ୍ତକରାାଇପାରିବନାହିଁ।

Leave a Reply

Your email address will not be published. Required fields are marked *