ଅପରାଧ

ଉନ୍ନାୱ ଗଣ ଦୁଷ୍କର୍ମ ମାମଲା: ସିବିଆଇ ବିଧାୟକ କୁଲଦୀପ ସିଂହ ସେଙ୍ଗର ବିରୁଦ୍ଧରେ ଲଗାଯାଇଥିବା ଆରୋପର ପୁଷ୍ଟି କଲା

ମୁଖ୍ୟ କଥା:

ଉନ୍ନାବ ରେପ କେସରେ ସିବିଆଇ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଉପରେ ଲଗାଯାଇଥିବା ଆରୋପର ପୁଷ୍ଟି କଲା
ସିବିଆଇ ମୁତାବକ ଶଶି ସିଂହ ପୀଡ଼ିତାକୁ ଚାକିରି ଦେବାର ଳାଳସା ଦେଇକରି କୁଲଦୀପ ଘରକୁ ଆଣିଥିଲା
୧୧ଜୁନରେ ପୀଡ଼ିତାକୁ ତିନି ଜଣ ଯୁବକ ଅପହରଣ କରି କ୍ରମାଗତଭାବେ ଏସୟୁଭିରେ କରିଥିଲେ ଗଣ ଦୁଷ୍କର୍ମ
ସିବିଆଇ ସ୍ଥାନୀୟ ପୁଲିସର ଭୁମିକାକୁ ମଧ୍ୟ ଜାଞ୍ଚ କରୁଛି

ନୂଆ ଦିଲ୍ଲୀ ୧୧ମଇ (ଓଡ଼ିଆ ପୁଅ) ଉନ୍ନାବ ଗଣଦୁଷ୍କର୍ମ ମାମଲାରେ ସିବିଆଇ ପୀଡ଼ିତା ଦ୍ଵାରା ଲଗାଯାଇଥିବା ସେହି ଆରୋପର ପୁଷ୍ଟି କରିଛି ଯେଉଁଥିରେ ସେ କହିଥିଲା କି ଗତ ବର୍ଷ ୪ ଜୁନରେ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ତା’ ସହିତ ଦୁଷ୍କର୍ମ କରିଥିଲେ, ଏପରିକି ସେ ସମୟରେ ତାଙ୍କ ମହିଳା ସହଯୋଗୀ ଶଶି ସିଂହ ରୁମ୍ ବାହର ପହରା ଦେଉଥିଲା। ସୂତ୍ର ମୁତାବକ, ପୀଡ଼ିତା ଯେଉଁଠାରେ ବାଙ୍ଗରମଉର ବିଧାୟକ ସେଙ୍ଗରର ନାମ ନେଉଛି, ସେହି କ୍ଷେତ୍ରରେ ସ୍ଥାନୀୟ ପୁଲିସ ନେ ୨୦ ନରେ ରୁଜୁ କରାଯାଇଥିବା ଏଫଆଇଆରରେ ବିଧାୟକ ଏବଂ ଅନ୍ୟ ଆରୋପିମାନଙ୍କର ନାମକୁ ସାମିଲ କରିନଥିଲା।

ସିବିଆଇ ସିଆରପିସିର ଧାରା ୧୬୪ ଅନୁଯାୟୀ କୋର୍ଟରେ ପୀଡ଼ିତାଙ୍କର ବୟାନ ଲେଖିଛନ୍ତି ଯେଉଁଥିରେ ସେ ନିଜର ଆରୋପ ଉପରେ ସ୍ଥିରଥିଲା। ସିବିଆଇର ଜଣେ ଅଧିକାରୀ ଗଣ ମାଧ୍ୟମକୁ କହିଛନ୍ତି କି ପୁଲିସ ବାଳିକାର ମେଡିକାଲ ଜାଞ୍ଚରେ ମଧ୍ୟ ସମୟ ବିଳମ୍ବ କରିଥିଲା ଏବଂ ବାଳିକାର ଭାଜିନାଲ ସ୍ୱାବ ଏବଂ କପଡ଼ାକୁ ଫରେନ୍ସିକ ଲାବ ପଠାଇନଥିଲା। ସିବିଆଇ, କହିଛି ‘ଏହି ସବୁକିଛି ଜାଣିଶୁଣି ଏବଂ ଆରୋପିମାନଙ୍କ ମିଳାମିଶାରେ କରାଯାଇଛି। ‘

ସେଙ୍ଗର, ଶଶି ସିଂହ ଏବଂ ଅନ୍ୟ ଆରୋପିମାନଙ୍କୁ ସିବିଆଇ ଚଳିତ ବର୍ଷ ୧୩-୧୪ ଅପ୍ରିଲରେ ହିଁ ଗିରଫ କରିଥିଲା। ସିବିଆଇ ସେମାନଙ୍କୁ ପ୍ରଶ୍ନ ପଚାରିବା ସହିତ ଏହା ବିଧାୟକ ଏବଂ ପୁଲିସର ମିଳାମିଶାର ମଧ୍ୟ ଜାଞ୍ଚ କରୁଛି। କୁହାଯାଇପାରେଯେ, କି ଅନେକ ଆଲୋଚନା ପରେ ଉତ୍ତର ପ୍ରଦେଶ ସରକାର, ମାମଲାର ଜାଞ୍ଚର ଦାୟିତ୍ୱ ସିବିଆଇକୁ ପ୍ରଦାନ କରିଥିଲେ।

ସିବିଆଇକୁ ଦିଆଯାଇଥିବା ପୀଡ଼ିତା ବାଳିକାର ବୟାନ ଏବଂ ସ୍ଵତନ୍ତ୍ର ଜାଞ୍ଚର ଆଧାର ଉପରେ ଏଜେନ୍ସୀର ଏକ ସୂତ୍ରରୁ ଜଣାପଡ଼ିଛି, ‘ଶଶି ଦ୍ଵାରା ଚାକିରିର ଳାଳସା ଦେଇକରି ବିଧାୟକର ଘରକୁ ବାଳିକାକୁ ଅଣାଯାଇଥିଲା। ତାହାପରେ ବିଧାୟକ ୪ ଜୁନରେ ବାଳିକା ସହିତ ଦୁଷ୍କର୍ମ କରିଥିଲେ। ୪ ଏବଂ ୧୦ ଜୁନ ମଧ୍ୟରେ ବାଳିକା କିଛି କହିନଥିଲା କାରଣ ତାହାକୁ ଧମକ ଦିଆଯାଇଥିଲା। ୧୧ ଜୁନରେ ବାଳିକାକୁ ତିନିଜଣ ଲୋକ ଶୁଭମ ସିଂହ, ଅବଧ ନାରାଯଣ ଏବଂ ବ୍ରିଜେଶ ଯାଦବ ଅପହରଣ କରିନେଇଥିଲେ। ୧୧ ରୁ ୧୯ ଜୁନ ପର୍ଯ୍ୟନ୍ତ ବାଳିକା ସହିତ ଅଧିକ ସମୟରେ ଏସୟୁଭିରେ ତା’ ସହିତ ଚଳନ୍ତା ଗାଡ଼ିରେ ତିନି ଜଣ କ୍ରମାଗତଭାବେ ଦୁଷ୍କର୍ମ କରିଚାଲିଥିଲେ।’

ଯେତେବେଳେ ବାଳିକା ୨୦ ଜୁନରେ ମିଳିଥିଲା, ସେତେବେଳେ ସ୍ଥାନୀୟ ପୁଲିସ ଏବଂ ଥାନାର କିଛି ଅଧିକାରୀ ଏଫଆଇଆର ଲେଖିବାରୁ ପଛକୁ ହଟିଥିଲେ। ଶେଷରେ ଯେତେବେଳେ ଅଭିଯୋଗ ଲେଖାଗଲା ସେତେବେଳେ ସେଥିରେ ସେଙ୍ଗର, ଶଶି ସିଂହ ଏବଂ କିଛି ଅନ୍ୟମାନଙ୍କର ନାମ ସାମିଲ କରାଯାଇନଥିଲା। ଗତ ବର୍ଷ ଅଗଷ୍ଟ ମାସରେ ପୁଲିସ ଦ୍ଵାରା ହୋଇଥିବା ଚାର୍ଜସିଟରେ କେବଳ ତିନି ଜଣ ଲୋକଙ୍କର ଶୁଭମ (ଶଶିର ପୁଅ), ଅବଧ ଏବଂ ବ୍ରିଜେଶଙ୍କର ନାମ ସାମିଲ ଥିଲା।

ସିବିଆଇ ସୂତ୍ର ମୁତାବକ, ‘ଏଥିପାଇଁ, ଉତ୍ତର ପ୍ରଦେଶ ପୁଲିସର କଥା ଠିକ୍ ଥିଲା କି ୨୦ ଜୁନରେ ଏଫଆଇଆରରେ ବିଧାୟକ ଏବଂ ଶଶି ସିଂହଙ୍କର ନାମ ସାମିଲ ନଥିଲା, କିନ୍ତୁ ଯେଉଁ କଥା ଲୁଚାଯାଇଥିଲା ଏଥିରେ ପୀଡ଼ିତାର ଅଭିଯୋଗକୁ ଉତ୍ତର ପ୍ରଦେଶ ପୁଲିସ କମଜୋର କରି ଦେଇଥିଲା।’

ଉତ୍ତର ପ୍ରଦେଶ ପୁଲିସ ଏହା ଉପରେ ସେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଯେତେବେଳେ ରାଜ୍ୟର ଡିଜିପି ଓ.ପି.ସିଂହ ଡିଏସପି, ସ୍ଥାନୀୟ ଏସଏଚଓ ଏବଂ ଚାରିଜଣ ଅନ୍ୟ କନେଷ୍ଟବଳଙ୍କୁ ନିଳମ୍ବିତ କରିବାର ଘୋଷଣା କରିଥିଲେ। ସିବିଆଇ ଡିଏସପି, ଏସଏଚଓ ଏବଂ ପୁଲିସ ଥାନାରେ ଉପସ୍ଥିତ ଅନ୍ୟ କର୍ମଚାରିମାନଙ୍କର ଭୂମିକାକୁ ଜାଞ୍ଚ କରୁଅଛି।

ଉଲ୍ଲେଖନୀୟଯେ, ପୀଡ଼ିତାର ଦାବି ଉପରେ ଆରୋପୀ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରକୁ ଉନ୍ନାବ ଜେଲରୁ ସୀତାପୁର ଜେଲକୁ ସିଫ୍ଟ କରାଯାଇଛି। ପୀଡ଼ିତା ତରଫରୁ ବିଜେପି ବିଧାୟକକୁ ଉନ୍ନାବ ଜେଲରୁ ସିଫ୍ଟ କରିବାପାଇଁ ହାଇକୋର୍ଟରେ ମଧ୍ୟ ଅପିଲ ଦାଖଲ କରାଯାଇଥିଲା। ହାଇକୋର୍ଟରେ ବର୍ତ୍ତମାନ ଅପିଲ ପେଣ୍ଡିଙ୍ଗ ଅଛି, କିନ୍ତୁ ଏହା ପୂର୍ବରୁ ହିଁ ପ୍ରଶାସନ କୁଲଦୀପକୁ ସୀତାପୁର ଜେଲକୁ ସିଫ୍ଟ କରିଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top