‘ଦୂତିଙ୍କ ସଫଳତା ନୂଆ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବ’ ସଂଗ୍ରାମୀ ବରୀ ମାଟିର ସ୍ୱର୍ଣ୍ଣୀମ ଇତିହାସରେ ଆଉ ଏକ ଉଜ୍ଜ୍ୱଳ ପୃଷ୍ଠା ଯୋଡ଼ି ହୋଇଛି: ବିଜୟ ନାୟକ

ଭୁବନେଶ୍ୱର, ୨୭/୮ (ଓଡ଼ିଆ ପୁଅ) : ଭାରତୀୟ କ୍ରୀଡ଼ା ଆକାଶର ଚାନ୍ଦ ଦୂତି ଚାନ୍ଦ ସଂପ୍ରତି ଚଳିତ ୧୮ତମ ଏସିଆନ୍‌ଗେମ୍ସରେ ୨୦ ବର୍ଷ ପରେ ଭାରତ ପାଇଁ ମେଡାଲ ଜିତି ଆମମାନଙ୍କୁ ଗର୍ବିତ କରିଛନ୍ତି। ଏହା ତାଙ୍କର ଦୀର୍ଘ ବର୍ଷର ସାଧନା, ସିଦ୍ଧି ଓ ସଂକଳ୍ପର ଫଳ। ସମଗ୍ର ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦୂତିଙ୍କ ସଫଳତା ନୂଆ କ୍ରୀଡ଼ାବିତ୍‌ଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିବ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୂତିଙ୍କର ଏହି ସଫଳତା ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ। ରାଜ୍ୟ ସରକାର ଓଡ଼ିଶାର କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ ଯୋଜନା…

"‘ଦୂତିଙ୍କ ସଫଳତା ନୂଆ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବ’ ସଂଗ୍ରାମୀ ବରୀ ମାଟିର ସ୍ୱର୍ଣ୍ଣୀମ ଇତିହାସରେ ଆଉ ଏକ ଉଜ୍ଜ୍ୱଳ ପୃଷ୍ଠା ଯୋଡ଼ି ହୋଇଛି: ବିଜୟ ନାୟକ"

ଦୂତୀ ଚାନ୍ଦଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ଦେବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ଏୟୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଦୂତୀ ଚାନ୍ଦଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘୋଷଣା କରିଛନ୍ତି। ଭାରତୀୟ ମହିଳା ଆଥଲିଟ ଦୂତୀ ଚାନ୍ଦ ୧୮ତମ ଏସୀୟ କ୍ରୀଡ଼ାର ଅଷ୍ଟମ ଦିନ ରବିବାରଦିନ ୧୦୦ ମିଟର ରେସରେ ରୌପ୍ୟ ପଦକ ଜୀତିଛନ୍ତି। ଦୁତୀ ଫାଇନାଲ୍ ରେ ୧୧.୩୨ ସେକେଣ୍ଡ ସମୟ ନେଇକରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଦୂତୀ ସେମୀଫାଇନାଲ୍ ରେ ୧୧.୪୩ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ଫାଇନାଲ୍ ପାଇଁ କ୍ଵାଲିଫାଏ କରିଥିଲେ। ବାହାରୀନର ଇଡିଡୋଙ୍ଗ ଓଡିୟୋଂ…

"ଦୂତୀ ଚାନ୍ଦଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ଦେବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା"

ଦୂତୀ ଚାନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ଓଡିଶା ଅଲମ୍ପିକ ଆସୋସିଏସନ୍

ଭୁବନେଶ୍ୱର ୨୬-୮ (ଓଡ଼ିଆ ପୁଅ) ଜାକର୍ତା ପାଲେମବଙ୍ଗରେ ଚାଲିଥିବା ୧୮ ତମ ଏସିଆନ ଗେମରେ ଭାରତକୁ ମହିଳା ୧୦୦ ମିଟର ରେସରେ ରୌପ୍ୟ ପଦକ ଦେଇ ସମଗ୍ର ଓଡିଶାକୁ ଗୌରବାନ୍ୱିତ କରିଥିବା ସୁଶ୍ରୀ ଦୂତୀ ଚାନ୍ଦଙ୍କୁ ଓଡିଶା ଅଲମ୍ପିକ ଆସୋସିଏସନ୍ ଦୂତୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

"ଦୂତୀ ଚାନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ଓଡିଶା ଅଲମ୍ପିକ ଆସୋସିଏସନ୍"

ଓଡ଼ିଆ ଝିଅ ଦୂତୀ ଚାନ୍ଦ ରଚିଲେ ଇତିହାସ: ଭାରତ ପାଇଁ, ୧୦୦ ମିଟରରେ ଜିତିଲେ ରୌପ୍ୟ

ଜକାର୍ତା ୨୬-୮ (ଓଡ଼ିଆ ପୁଅ) ଭାରତୀୟ ମହିଳା ଆଥଲିଟ ଦୂତୀ ଚାନ୍ଦ ୧୮ତମ ଏସୀୟ କ୍ରୀଡ଼ାର ଅଷ୍ଟମ ଦିନ ରବିବାରଦିନ ୧୦୦ ମିଟର ରେସରେ ରୌପ୍ୟ ପଦକ ଜୀତିଛନ୍ତି। ଦୁତୀ ଫାଇନାଲ୍ ରେ ୧୧.୩୨ ସେକେଣ୍ଡ ସମୟ ନେଇକରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଦୂତୀ ସେମୀଫାଇନାଲ୍ ରେ ୧୧.୪୩ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ଫାଇନାଲ୍ ପାଇଁ କ୍ଵାଲିଫାଏ କରିଥିଲେ। ବାହାରୀନର ଇଡିଡୋଙ୍ଗ ଓଡିୟୋଂ ୧୧.୩୦ ସେକେଣ୍ଡ ସମୟରେ ସ୍ଵର୍ଣ୍ଣ ପଦକ ଜୀତିଛନ୍ତି। ଚୀନର ବେଂଗଲୀ ୟୋଈ ୧୧.୩୩ ସେକେଣ୍ଡରେ କାଂସ୍ୟ ପଦକ ନିଜର ନାମରେ କରିଛନ୍ତି।

"ଓଡ଼ିଆ ଝିଅ ଦୂତୀ ଚାନ୍ଦ ରଚିଲେ ଇତିହାସ: ଭାରତ ପାଇଁ, ୧୦୦ ମିଟରରେ ଜିତିଲେ ରୌପ୍ୟ"

ପୁରୀରେ ନିଖିଳ ଭାରତ କୋଷ୍ଟାଲ ଚେସ୍ ପ୍ରତିଯୋଗୀତା

ପୁରୀ:୨୬/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଦୀର୍ଘ ୮ବର୍ଷ ପରେ ଆୟୋଜିତ ହେଉଛି ସର୍ବ ଭାରତୀୟ ଡାକ ଚେସ୍ ପ୍ରତିଯୋଗୀତା। ସୋମବାର ଠାରୁ ହଲିଡେ ରିସର୍ଟରେ ଆୟୋଜିତ ହେଉଥିବା ଏହି ଚେସ୍ ଟୁର୍ଣ୍ଣାମେଣ୍ଟରେ ଭାରତର ୧୮ଟି ଡାକ ମଣ୍ଡଳରୁ ୧୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଯୋଗ ଦେଇଛନ୍ତି ବୋଲି ଓଡିଶା ପ୍ରଦାନ ମହା ଡାକପାଳ ଡଃ. ସନ୍ତୋଷ ପ୍ରମିଲା ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଯେ ଉଦ୍ଘାଟନୀ ଉତ୍ସବରେ ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ଜେନା ଓ ଶ୍ରୀଜଗନ୍ନାଥ ଜେନା ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ରାଧାମାଧବ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିବେ। ଏହି ଅବସରରେ ଏକ ସ୍ୱତନ୍ତ୍ର ଡାକ…

"ପୁରୀରେ ନିଖିଳ ଭାରତ କୋଷ୍ଟାଲ ଚେସ୍ ପ୍ରତିଯୋଗୀତା"

ଏସିଆନ ପାରା ଅଲମ୍ପିକ୍ ପାଇଁ ରାଖାଲ ମନୋନୀତ

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆସନ୍ତା ଅକ୍ଟେବର ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ପାରା ଅଲମ୍ପିକ୍ରେ ଅଂଶଗ୍ରହଣ ପାଇଁ ସ୍ଥାନୀୟ ଅଞ୍ଚଳର ଦିବ୍ୟାଙ୍ଗ କ୍ରୀଡାବିତ୍ ରାଖାଲ ସେଠୀ ମନୋନୀତ ହୋଇଥିବା ଜଣାଯାଇଛି। ପୋଲାଣ୍ଡରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଫ୍ୟାନ୍ସି ହୁଇଲ କ୍ରୀଡାରେ ସଫଳତା ଲାଭ କରିଥିବାରୁ ରାଖାଲଙ୍କୁ ଏସିଆନ ପାରା ଅଲମ୍ପିକ୍ରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି ବୋଲି ଭାରତୀୟ ପାରା ଅଲମ୍ପିକ୍ର ସାଧାରଣ ସଂପାଦକ ଜେ. ଚନ୍ଦ୍ରଶେଖର ଚଳିତ ଅଗଷ୍ଟ ୨୩ ତାରିଖରେ ରାଖାଲଙ୍କୁ ପତ୍ର ଲେଖି ସୂଚନା ଦେଇଛନ୍ତି। ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ଗ୍ରାମର ବୃନ୍ଦାବନ ସେଠୀଙ୍କ ଦିବ୍ୟାଙ୍ଗ…

"ଏସିଆନ ପାରା ଅଲମ୍ପିକ୍ ପାଇଁ ରାଖାଲ ମନୋନୀତ"

ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟ

ପୁରୀ:୨୧/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶେଷରେ ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟ। ଖେଲୋ ଇଣ୍ଡିଆ ଯୋଜନାରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଗତବର୍ଷ ୭କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏଥିପାଇଁ ୱାପ୍ ବଲା ନାମକ ଦିଲ୍ଲୀର ଏକ ସଂସ୍ଥାକୁ ରାଜ୍ୟ କ୍ରୀଡା ବିଭାଗ ଦାୟିତ୍ୱ ଅର୍ପଣ କରିଛି। ଗତକାଲି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିବା ସହ ନକ୍ସା ଦେଖିଥିଲେ। ଆଜିଠାରୁ ସମ୍ପୃକ୍ତ ସଂସ୍ଥା ଏଠାରେ କାର୍ଯ୍ୟ ଆରମ୍ଭ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟାଡିୟମ ପରିସରରେ ସଫେି କାର୍ଯ୍ୟ କରାଯିବା ସହ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ରବିଶଙ୍କର ପ୍ରତିହାରୀ, ଜିଲ୍ଲା…

"ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟ"

ଏସିଆନ ଗେମ୍ସ ୨୦୧୮ର ୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣ ବିଜୟୀ ବଜରଙ୍ଗ ପୁନିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଏସିଆନ ଗେମ୍ସ ୨୦୧୮ର ୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ବଜରଙ୍ଗ ପୁନିଆଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। “୬୫ କିଗ୍ରା ଫ୍ରିଷ୍ଟାଇଲ ରେସଲିଂରେ ସ୍ମରଣୀୟ ପଦକ ବିଜୟୀ ହୋଇଥିବା ବଜରଙ୍ଗ ପୁନିଆଙ୍କୁ ଅଭିନନ୍ଦନ। ଏହି ବିଜୟ ଅଧିକ ସ୍ୱତନ୍ତ୍ର କାରଣ ଏହା ହେଉଛି ଏସିଆନ ଗେମ୍ସ-୨୦୧୮ରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ଆପଣଙ୍କର ଭବିଷ୍ୟତ ଉଦ୍ୟମ ପାଇଁ ଶୁଭେଚ୍ଛା, ” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

"ଏସିଆନ ଗେମ୍ସ ୨୦୧୮ର ୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣ ବିଜୟୀ ବଜରଙ୍ଗ ପୁନିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ"

ସୁନା ଝିଅ ବିନେଶ ଫୋଗାଟ ! ରଚିଲେ ଇଚିହାସ, ପ୍ରଥମ ଭାରତୀୟ ମହିଳା ପହଲବାନ ଜିତିଲେ ସ୍ୱର୍ଣ୍ଣ

ଜକାର୍ତା ୨୦-୮ (ଓଡ଼ିଆ ପୁଅ) ଜକାର୍ତା ଏବଂ ପାଲେମବାଙ୍ଗରେ ଚାଲୁଥିବା ୧୮ତମ ଏସିଆନ୍ ଗେମ୍ସରେ ପହଲବାନ ବିନେଶ ଫୋଗାଟ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ବିନେଶ ମହିଳାଙ୍କର ଫ୍ରିଷ୍ଟାଇଲ ୫୦ କିଗ୍ରା ବର୍ଗର ପ୍ରତିଯୋଗିତାରେ ଜାପାନର ପହଲବାନ ୟୁକି ଇରିଙ୍କୁ ଏକତରଫା ମୁକାବିଲାରେ ୬-୨ ରେ ହରାଇଛନ୍ତି। ଦ୍ୱିତୀୟ ଦିନ ୫୦ କିଗ୍ରା. ଫ୍ରି ଷ୍ଟାଇଲରେ ଭାରତ ତରଫରୁ ଫୋଗାଟ ଭଲ ପ୍ରଦର୍ଶନ କରିଥିଲେ। ଇଣ୍ଡୋନେସିଆରେ ଚାଲୁଥିବା ଏହି ଏସିଆନ୍ ଖେଳ ଭାରତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହା ପୂର୍ବରୁ କୁସ୍ତିରେ ପହଲବାନ ବଜରଙ୍ଗ ପୂନିଆ ୬୫ କିଗ୍ରା ଭାର ବର୍ଗରେ ରବିବାରଦିନ ଦେଶକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିଲେ।

"ସୁନା ଝିଅ ବିନେଶ ଫୋଗାଟ ! ରଚିଲେ ଇଚିହାସ, ପ୍ରଥମ ଭାରତୀୟ ମହିଳା ପହଲବାନ ଜିତିଲେ ସ୍ୱର୍ଣ୍ଣ"

Asian Games 2018: ବଜରଙ୍ଗ ପୁନିୟା ଭାରତକୁ ଦେଲେ ପ୍ରଥମ ସ୍ଵର୍ଣ୍ଣ ପଦକ

Asian Games ୨୦୧୮: ପହଲବାନ ବଜରଙ୍ଗ ପୁନିୟା ଭାରତ ପାଇଁ ୧୮ତମ ଏସିଆନ୍ ଗେମ୍ସରେ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେ ୬୫ କିଲୋଗ୍ରାମ ଭାରବର୍ଗ ଫ୍ରୀଷ୍ଟାଇଲ ପ୍ରତିଯୋଗିତାର ଫାଇନାଲ୍ ରେ ଜାପାନ ପହଲବାନଙ୍କୁ ହରାଇଛନ୍ତି। ନୂଆଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ): ୧୮ତମ ଏସିଆନ୍ ଗେମ୍ସରେ ଅପୂର୍ବୀ ଚନ୍ଦେଲା ଏବଂ ରବି କୁମାରଙ୍କର ଜୋଡ଼ି ୧୦ ମିଟର ଏୟାର ରାଇଫଲ ମିକ୍ସ୍ଡ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିକରି ଭାରତର ଖାତା ଖୋଳିଥିଲେ। କିନ୍ତୁ ତା’ର ପରେ ପହଲବାନ ବଜରଙ୍ଗ ପୁନିୟା ପୁରୁଷଙ୍କର ୬୫ କିଲୋଗ୍ରାମ ଭାରବର୍ଗ ଫ୍ରୀଷ୍ଟାଇଲ ପ୍ରତିଯୋଗିତାର ଫାଇନାଲ୍ ରେ ଜାପାନୀ ପହଲବାନକୁ ହରାଇ ଦେଶକୁ ଜକାର୍ତା-ପାଲେମବାଙ୍ଗ ଏସିଆନ୍ ଗେମ୍ସରେ ପ୍ରଥମ ସ୍ଵର୍ଣ ପଦକ…

"Asian Games 2018: ବଜରଙ୍ଗ ପୁନିୟା ଭାରତକୁ ଦେଲେ ପ୍ରଥମ ସ୍ଵର୍ଣ୍ଣ ପଦକ"