ସାଳନ୍ଦୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ୟାପିତ

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଭଦ୍ରକର ଉତ୍ତରବାହିନୀସ୍ଥିତ ସାଳନ୍ଦୀ ଜୁନିୟର ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ହେମନ୍ତ କୁମାର ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ବିଭାଗର ଉପଦେଷ୍ଟା ବରିଷ୍ଠ ଅଧ୍ୟାପକ ସଚ୍ଚିଦାନନ୍ଦ ପାଣିଗ୍ରାହୀ ଖେଳର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ। ଖେଳ ଶିକ୍ଷକ ରାଧାନାଥ ପରିଡା ପ୍ରତିଯୋଗୀମାନଙ୍କୁ ଶପଥପାଠ କରାଇ ପ୍ରତିଯୋଗିତା ଆରମ୍ଭ କରିଥିଲେ। ଏଥିରେ ପ୍ରାୟ ଦୁଇଶହ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରାଧ୍ୟାପକ ତାପସ ରଂଜନ ଲେଙ୍କା, ବିଜୟ କୁମାର ଦାସ, ମିନତୀ ରାଉତ, ରବିନ୍ଦ୍ର କୁମାର ପାଢୀ, ସୁବାଷ ଚନ୍ଦ୍ର ସାମଲ,…

"ସାଳନ୍ଦୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ୟାପିତ"

ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀ କ୍ରୀଡା ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ବଙ୍ଗଲି କ୍ଲବର ମିଳିତ ସହଯୋଗରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନରେ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକ ଜିଲ୍ଲା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିଶଙ୍କର ପ୍ରତିହାରୀ, ବଙ୍ଗଲୀ କ୍ଲବର ମୁଖ୍ୟ ରାମ ନାୟକ, ପ୍ରକାଶ ବେହେରା, ବିଗଲୁର ମହମ୍ମଦ, ରବୀନ୍ଦ୍ର ଭୋଇ, ଣଶରତ ମହାନ୍ତି ଏବଂ କଲ୍ୟାଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ପରେ ଆନୁଷ୍ଠାନିକ ଭାବେ ଫୁଟବଲ ମ୍ୟାଚ କରାଯାଇଥିଲା। ସୂଚନା…

"ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ"

ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲା ଯୁବକ ସଂଘ ପକ୍ଷରୁ ସାରନଗରୀ ଇସ୍ପାତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ରାଉରକେଲା ଜାଗରଣ ମଂଚର ସଭାପତି ରିଙ୍କୁ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଉରକେଲା ଜାଗରଣ ମଂଚର ସାଧାରଣ ସମ୍ପାଦକ ଆଫ୍ରୋଜ ଅହମ୍ମଦ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଭାବେ ରାଉରକେଲା ଟିପ୍ପର ଓନର ଆସୋସିଏସନର ସାଧାରଣ ସମ୍ପାଦକ ଦିଲୀପ ମହାନ୍ତି, ବରିଷ୍ଠ ବିଜେଡ଼ି ନେତା ଶ୍ରୀଚରଣ ସାମଲ ଓ ହାତୀବନ୍ଧା ପଂଚାୟତ ସରପଂଚ ଚମର…

"ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ"

ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ଉଦ୍ଘାଟିତ : ସେମିଫାଇନାଲରେ ଡାକ୍ଡ଼େରା

ସମ୍ବଲପୁର, ୩/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ ନକ୍ସାପାଲି ଗୋପାଲଜୀ ୟୁଥ୍ କ୍ଲବ ପକ୍ଷରୁ ଅଏଁଲାପାଲି ଖେଳ ପଡ଼ିଆ ଠାରେ ଆଜି ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୬ଟି କ୍ରିକେଟ ଦଳ ଭାଗ ନେଇଛନ୍ତି। ମା’ ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ୱଳନ ଉତ୍ତାରୁ ପ୍ରଥମ ମ୍ୟାଚରେ ଦେବେଇପାଲି ଦଳ ଡାକ୍ଡ଼େରାର ସମଲେଶ୍ୱରୀ ଯୁବକ ସଂଘକୁ ଭେଟିଥିଲା। ଏଥିରେ ଡାକଡ଼େରା ଦଳ ବିଜୟୀ ହୋଇଥିଲେ। ଦ୍ୱିତୀୟ ମ୍ୟାଚରେ ମାନେଶ୍ୱର ଦଳ ବିଶାଳଖିଣ୍ଡାକୁ ଭେଟିଥିଲେ। ଏଥିରେ ବିଶାଳଖିଣ୍ଡା ଦଳ ବିଜୟୀ ହୋଇଥିଲେ। ପରେ ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ବିଶାଳଖିଣ୍ଡାକୁ ହରାଇ ଡାକ୍ଡ଼େରା ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ଆସନ୍ତା…

"ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ଉଦ୍ଘାଟିତ : ସେମିଫାଇନାଲରେ ଡାକ୍ଡ଼େରା"

ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କେନ୍ଦ୍ରାପଡା ୩/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକାଏନ୍ଦା ଗ୍ରାମର ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ବସୁଦେବ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ମୁଖ୍ୟ ଅତିଥି, କିଶୋର ନ୍ୟାୟ ପରିଷଦର ସଦସ୍ୟ ଅଧ୍ୟାପକ ବିପିନ ବିହାରି ବାରିକ ମୁଖ୍ୟବକ୍ତା, ଚଳଚିତ୍ର ଅଭିନେତା ସବ୍ୟସାଚି ମିଶ୍ର ବିଶିଷ୍ଟ ଅତିଥି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବୈଷ୍ଣବ ଚରଣ ସାହୁ, ବରିଷ୍ଠ ଆଇନଜିବୀ ପ୍ରଦିପ କୁମାର ଦାଶ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା,…

"ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ"

ଭଦ୍ରକ ଜିଲ୍ଲା ରୋଟାରୀ ଭିନ୍ନକ୍ଷମ କ୍ରୀଡ଼ା ଉତ୍ସବ ପ୍ରସ୍ତୁତି ବୈଠକ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ରୋଟାରୀ କ୍ଳବ, ଇନର ହୁଇଲ୍ କ୍ଲବ ଓ ଦୁର୍ଗାଦତ ଗୁଲଜାରୀମଲ୍ଲ ଟ୍ରଷ୍ଟର ମିଳିତ ଆନୂକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାର ଭିନ୍ନକ୍ଷମ ସ୍କୁଲ ଛାତ୍ରଛାତ୍ରୀଙ୍କର କ୍ରୀଡ଼ା ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଗ୍ରୱାଲ ପେଲେସ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ରୋଟାରୀକ୍ଲବର ସଭାପତି ଇଂ. ଅମ୍ବିକା ବଲ୍ଲବ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ବୈଠକରେ ଭଦ୍ରକ ଜିଲ୍ଲାର ଚରମ୍ପାସ୍ଥିତ ବୀଣାପାଣି ହେଲେନ୍ କେଲର ବିଦ୍ୟାଳୟ ଓ ମହାବୀର ଭିନ୍ନକ୍ଷମ ବିଦ୍ୟାଳୟ, ବେତଡ଼ାସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ, ଗଣିଜାଙ୍ଗସ୍ଥିତ ରଙ୍କନିଧି ଭିନ୍ନକ୍ଷମ ବିଦ୍ୟାଳୟ, ଗେଲପୁରସ୍ଥିତ ସାଇସ୍ୱରୁପ ମାନସିକ ଅନଗ୍ରସର ବିଦ୍ୟାଳୟ, ଭଦ୍ରକ ଡାହାଣିଗଢ଼ିଆସ୍ଥିତ…

"ଭଦ୍ରକ ଜିଲ୍ଲା ରୋଟାରୀ ଭିନ୍ନକ୍ଷମ କ୍ରୀଡ଼ା ଉତ୍ସବ ପ୍ରସ୍ତୁତି ବୈଠକ"

ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ, ସୁବର୍ଣ୍ଣପୁର ଚାମ୍ପିଆନ

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଳକ ଅନ୍ତର୍ଗତ ଯୁରାମୁଣ୍ଡା ଠାରେ ୮ ଦିନ ଧରି ଚାଲିଥିବା ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ ହୋଇଯାଇଛି। ୧୨ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ଖେଳ ବେଙ୍ଗଲ ଟାଇଗର ବୌଦ୍ଧ ଓ ଚେଲେଂଜିଙ୍ଗ୍ ହିଟର ସୁବର୍ଣ୍ଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୪୩ ରନ କରିଥିବାବେଳେ ଜବାବରେ ବୌଦ୍ଧ ଦଳ ୧୦୭ ରନ ରେ ସମସ୍ତ ଉବକେଟ୍ ହରାଇ ୩୬ ରନରେ ପରାଜିତ ହୋଇଥିଲା। ଫାଇନାଲ ଖେଳର ମେନ ଅଫ ଦି ମେଚ୍ ଭାବରେ…

"ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ, ସୁବର୍ଣ୍ଣପୁର ଚାମ୍ପିଆନ"

ଦହ୍ୟା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଲକ ଅନ୍ତର୍ଗତ ଦହ୍ୟା ଜୀବନ ବିକାଶ କଲେଜ ପଡିଆଠାରେ ଚାଲିଥିବା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଂଟ୍ ର ଫାଇନାଲ ଖେଳ ଆୟୋଜକ ଜେସିସି ଓ ଏଲ ଏସ ସିସି ବାଉଁଶୁଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏହି ଖେଳରେ ଦହ୍ୟାର ଜେସିସି ଦଳ ବିଜୟୀ ହୋଇ ଚଂମ୍ପିଆର ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଶିବଶଙ୍କର କର୍ଣ୍ଣ ଓ ସମ୍ମାନିତ ଅତିଥି ଭାବରେ ବାବୁଲା ମଲିକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ଫାଇନାଲ ଖେଳକୁ ଅମ୍ପାୟାର ଭାବରେ ମହେନ୍ଦ୍ର ମେହେର ଓ ବିଭୁଦତ ସାହୁ ପରିଚାଳନା କରିଥିବାବେଳେ ସ୍କୋରର ଭାବରେ ଟିକେଶ୍ୱର…

"ଦହ୍ୟା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ"

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ପଞ୍ଚାୟତ ବଣପାରିଆ ଗାଁର ଜଳେଶ୍ୱର କ୍ରିକେଟ ପଡିଆରେ ବଣପାରିଆ କ୍ଲବ ଆନୁକୁଲ୍ୟରେ ଦୀର୍ଘ ୪ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟଆଜି ଉଦ୍ୟାପିତ ହୋଇଯାଇଛି। ଏଥିରେ କାକୁଡିଆ ଏକାଦଶ ଚମ୍ପିଅନ ହୋଇଥିବାବେଳେ ସୁନ୍ଦରପୁର ଏକାଦଶ ରନର୍ସଅପ୍ ହୋଇଥିଲା। ଦିବସ ବ୍ୟାପି ଖେଳକୁ ଅମମ୍ପେଆର ତାପସ ଜେନା, ବଳରାମ ବେହେରା, ପପୁନ ବେହେରା, ରାଧାକାନ୍ତ, ସେଠୀ, ପରିଚାଳନା କରିଥିଲୋ ଏଥିରେ  ପ୍ରଦିପ, ଗଣେଶଷ, ବିଶ୍ୱଜିତ, ରଶି୍ମରଞ୍ଜନ, ବାୟା, ପବନ, ଜନ୍ମେଜୟ, ବସନ୍ତ, ସୁଦର୍ଶନ, ଆଦିତ୍ୟ, ଗଙ୍ଗାଧର, ଧନେଶ୍ୱର, ପ୍ରମୁଖ ସହେଯାଗ କରିଥିଲେ। ନଛିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ   ରାମଚନ୍ଦ୍ର ପତ୍ରୀ ଉଭୟ ଦଳକୁ ଟ୍ରଫି…

"କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ"

ସର୍ବଭାରତୀୟ ଚରମ୍ପା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ – କଟକର ୟୁନିୟନ ସ୍ପୋର୍ଟିଂକୁ ହରାଇ ଚରମ୍ପା ଏକାଡେମୀ ଚାମ୍ପିୟନ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚରମ୍ପା ଆର୍.ସି.ବି.ଏଲ. ହାଇସ୍କୁଲ ପଡିଆରେ ଗତ ୨୬ ତାରିଖରୁ ଆରମ୍ଭ ହୋଇ ଚରମ୍ପା ଯୁବକ ସଂଘ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ଚରମ୍ପା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ୟାପିତ ହୋଇ ଯାଇଛି। ଆଜି ଫାଇନାଲ ମ୍ୟାଚରେ କଟକର ୟୁନିୟନ ସ୍ପୋର୍ଟିଂକୁ ଚରମ୍ପା ଏକାଡେମୀ ୫ ଉଇକେଟରେ ହରାଇ ଚଳିତ ବର୍ଷ ପାଇଁ ଚାମ୍ପିୟନ ହୋଇଛି। ୟୁନିୟନ ସ୍ପୋର୍ଟିଂ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ନିମେଶ ଜେନାଙ୍କ ୭୦ରନ୍, ଲୀଳାଧର ପ୍ରଧାନଙ୍କ ୪୬ ଓ ସର୍ବେଶ୍ୱର ମହାନ୍ତିଙ୍କ ୩୯ରନ ସହାୟତାରେ ୨୬ ଓଭରରେ ସମସ୍ତ ଉଇକେଟ ହରାଇ ୨୩୪ ରନ କରିଥିଲା।…

"ସର୍ବଭାରତୀୟ ଚରମ୍ପା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ – କଟକର ୟୁନିୟନ ସ୍ପୋର୍ଟିଂକୁ ହରାଇ ଚରମ୍ପା ଏକାଡେମୀ ଚାମ୍ପିୟନ"