ଜିଲ୍ଲା ସ୍ତରୀୟ ଜନଜାତିଙ୍କ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିତ

କେନ୍ଦ୍ରାପଡା ୧୦/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆଜି ଜିଲ୍ଲା ସ୍ତରୀୟ ଜନଜାତିମାନଙ୍କ ଦୁଇଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିିତ ହୋଇଯାଇଛି। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳରେ ଥିବା କ୍ରୀଡା ପ୍ରତିଭାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଏହା ଏକ ଅଭିନବ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ। ଯୁବକମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟବାନ କରିରଖିବା ହେଉଛି ମୁଖ୍ୟକଥା ଏବଂ ସମସ୍ତେ ଖେଳୁଆଡ…

"ଜିଲ୍ଲା ସ୍ତରୀୟ ଜନଜାତିଙ୍କ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିତ"

ମା ଜିଙ୍ଗଲେଇ କ୍ରିକେଟ୍ କ୍ଲବ : ଓଳଗଦା ଚମ୍ପିଆନ

ତିର୍ତ୍ତୋଲ୧୦-୦୧(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତ ହାଟ ପଡ଼ିଆରେ ମା ଜିଙ୍ଗଲେଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୪ଦିନ ଧରି ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଯାପନ ହୋଇଯାଇଛି। ଏଥିରେ ୮ ଗୋଟି ଦଳ ଭାଗନେଇଥିବାବେଳେ ଫାଇନାଲ ଖେଳଟି ବାବା ଅଖଣ୍ଡଳମଣି କ୍ରିକେଟ ଟିମ୍ ଓଳଗଦା ଓ ମା ବୁଢ଼ି ଜାଗୁଳେଇ କ୍ରିକେଟ୍ ଟିମ୍ ବିଜିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାବା ଆଖଣ୍ଡଳ ମଣି କ୍ରିକେଟ୍ ଟିମ୍ ଟସ୍ ଜିତି ୧୨ ଓଭରରେ ୯ ୱିକେଟ ହରାଇ ୯୫ ରନ ସଂଗ୍ରହ କରିଥିଲା। ଜବାବରେ ମା ବୁଢ଼ି ଜାଗୁଳେଇ କ୍ରିକେଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୬୨ ରନ ସଂଗ୍ରହକରି…

"ମା ଜିଙ୍ଗଲେଇ କ୍ରିକେଟ୍ କ୍ଲବ : ଓଳଗଦା ଚମ୍ପିଆନ"

ଭଦ୍ରକରେ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଭଦ୍ରକ, ୧୦ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ଆନୁକୁଲ୍ୟରେ ଦୁଇଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର ମନ୍ତୀ ପ୍ରଫୁଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି ପିଲାମାନଙ୍କର କ୍ରୀଡାର ବିକାଶ କରିବା ସହ ସେମାନଙ୍କ କ୍ରୀଡା ପ୍ରତିଭାକୁ ଆଣିବା ପାଇଁ ଜନଜାତି କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଛି ବୋଲି ମନ୍ତୀ ଶ୍ରୀ ସାମଲ ବକ୍ତବ୍ୟରେ…

"ଭଦ୍ରକରେ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ"

କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଂଟ

ବୌଦ୍ଧ, ୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ଦହ୍ୟା ପଂଚାୟତ ମହିସରପିଣ୍ଢା ମା ରୁଦ୍ରକାଳି ଫୁଟବଲ ଆସୋସିଏସନ ଆନୁକଲ୍ୟରେ ପ୍ରଥମ କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ମୁଖ୍ୟଅତିଥି ରୂପେ ତାଳସରଡା ସରପଂଚ କାଂଚନ ମହାକୁଳ,ସମ୍ବାନିତ ଅତିଥି ସାମ୍ବାଦିକ ଉମାକାନ୍ତ ମହାକୁଳ,ଯୁବନେତା କାର୍ତ୍ତିକ ମହାକୁଳ ଓ ସ୍ୱତନ୍ତ୍ର ଅତିଥି ଭାବରେ ବିଜେପିର ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚ ମନୁପାଲି ଓ ଜନମୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୁପାଲି ଦଳ ଟାଇବ୍ରେକର ସହାୟତାରେ ୩-୨ ଗୋଲରେ ବିଜୟୀ ହୋଇଥିଲେ । ରେଫରି ରାଜେଶ ଥନାପତି…

"କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଂଟ"

ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଜଗା ୟୁନାଇଟେଡ ଭୂବନେଶ୍ୱର

ବୌଦ୍ଧ,୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ରେ ପୁରୁଣାକଟକ ଫୁଟବଲ ଆସୋସିଏସନ ଓ ଭୈରବୀ କ୍ଲବ ମିଳିତ ଆନୁକୁଲ୍ୟରେ ଚାଲିଥିବା ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ର ତୃତୀୟ ଦିବସରେ ମ୍ୟାଚ ଭୁବନେଶ୍ୱର ଜଗା ୟୁନାଇଟେଡ ସହିତ ଜିଲ୍ଲା ଫୁଟବଲ ଆସୋସିଏସନ ଫୁଲବାଣି ମଧ୍ୟରେ ହୋଇଥିଲା । ଆଜିର ଏହି ସଂଘର୍ଷପୁର୍ଣ୍ଣ ମ୍ୟାଚରେ ଭୂବନେଶ୍ୱର ଜଗା ୟୁନାଇଟେଡ ଦଳ ଫୁଲବାଣି ଫୁଟବଲ ଆସୋସିଏସନ ଦଳ କୁ ୧ -୦ ଗୋଲ ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ କୁ ପ୍ରବେଶ କରିଛି । ଶ୍ୟାମସୁନ୍ଦର ଶାହା ଖେଳ ପରିଚାଳନା କରିଥିବା ବେଳେ…

"ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଜଗା ୟୁନାଇଟେଡ ଭୂବନେଶ୍ୱର"

ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ : ପୁଟିବନ୍ଧ ଚମ୍ପିଅନ୍

ସମ୍ବଲପୁର, ୭/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ ନକ୍ସାପାଲି ଗୋପାଳଜୀ ୟୁଥ୍ କ୍ଲବ ପକ୍ଷରୁ ଅଏଁଲାପାଲି ଖେଳ ପଡ଼ିଆ ଠାରେ ଆୟୋଜିତ ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୁଟିବନ୍ଧ ଦଳ ଚମ୍ପିୟନ ହୋଇଛନ୍ତି। ଆଜି ଅପରାହ୍ନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସରଧାପାଲି ଦଳ ଟସ୍ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪୮ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ପୁଟିବନ୍ଧ ଦଳ ୬ ୱିକେଟ୍ ହରାଇ ୫୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଦୁଷ୍ମନ୍ତ ମିଶ୍ର ମ୍ୟାନ ଅଫ ଦି ମ୍ୟାଚ, ଗୋବିନ୍ଦ ଭୋଇ ମ୍ୟାନ ଅଫ ଦି ସିରିଜ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ଶ୍ରେଷ୍ଠ ଛକା ପାଇଁ ତଥା…

"ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ : ପୁଟିବନ୍ଧ ଚମ୍ପିଅନ୍"

ଆର.ଏଫ୍. କ୍ରିକେଟ୍ କପ୍, ଚହଟା ଚମ୍ପିଆନ

ଯାଜପୁର, ୭/୧(ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ କଦଳା ହରିଦାସପୁର ସେବା ସମିତି ପଡିଆରେ ଚାଲିଥିବା ରୟାଲ ଫ୍ରେଣ୍ଡ୍ସ୍ କ୍ରିକେଟ କପ ରବିବାର ଉଦଯାପିତ ହୋଇଯାଇଛି। ଆଜିର ମ୍ୟାଚ ଖଣ୍ଡାସ ଏବଂ ଚହଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟଚ୍ ଜିତି ଖଣ୍ଡାସ ଦଳ ନିର୍ଦ୍ଧାରିତ ୧୩ଓଭରରେ ୬ୱକେଟ ହରାଇ ୧୮୭ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଚହଟା ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ବିଜୟ ଲାଭ କରିଥିଲା। ଖଣ୍ଡାସ ଦଳ ପକ୍ଷରୁ ଉତ୍ତମ ଖେଳ ପଦର୍ଶନ ପାଇଁ ନାଜିର ଇମ୍ରାନଙ୍କୁ ମ୍ୟାନ ଅଫ ଦି ସିରିଜ୍ ଏବଂ ଚହଟା ଦଳର ସଂଗ୍ରାମ ମାହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିଲ।…

"ଆର.ଏଫ୍. କ୍ରିକେଟ୍ କପ୍, ଚହଟା ଚମ୍ପିଆନ"

ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ଅନୁଗୋଳ, ୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜିଲ୍ଲାର ଜନଜାତିମାନଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତିଭାର ଅନ୍ୱେଷଣ ଓ ଏହାର ବିକାଶ ନିମନ୍ତେ ଏକ ୨ଦିନିଆ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଅନୁଗୋଳ ଷ୍ଟାଡିୟମଠାରେ ଶନିବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ଅନିଲ କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆନୁଷ୍ଠାନିକଭାବେ ଏହାକୁ ଉଦଘାଟନ କରିଥିଲେ। ଜଣେ ଲେଖାଏଁ ସଫଳ ଓ ବୃତିଗତ କ୍ରୀଡ଼ାବିତ ହୋଇ ଜର୍ଗର ସହ ବଂଚିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଆହ୍ୱାନ କରିଥିଲେ। ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ କରି ଜଣେ ଭଲ କ୍ରୀଡ଼ାବିତ ଭାବେ ଜିଲ୍ଲାର ସୁନାମ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।…

"ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ"

ବାବାଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବାଲେଶ୍ୱର/ଖଇରା ୬/୧/୨୦୧୮(ଓଡିଆପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ ଗଣ୍ଡିବେଡ ଠାରେ ବାବା ଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନିମେଚରେ ବିଡିଓଶିବାନନ୍ଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଶୁସାନ୍ତ ମହାକୁଡ, ଅଜୟ କୁମାର ବେହେରା, ଟୁର୍ଣ୍ଣାମେଣ୍ଟର ସଭାପତି ଅଭିମନ୍ୟୁ ରାଉଳ ଯୋଗଦେଥିଲେ। ଉଦ୍ଘାଟନି ଦିବସରେ କଟକ ନିମାପୁର ସ୍ପୋଟିଂ ଟଚ ଜିତି ବୋଲିଂ କରିବାପାଇଁ ସିଦ୍ଧାନ୍ତ ନେଇଥିଲେ। ବାଲେଶ୍ୱର ସମ୍ରାଟ କ୍ରିକେଟ କ୍ଲବ ୨୦ ଓଭରରେ ୧୭୩ ରନ ସଂଗ୍ରହ କରିଥିଲା। ଜବାବରେ ଆବଶ୍ୟକ ରନ ସଂଗ୍ରହ କରି କଟକ ନିମାପୁର ସ୍ପୋଟିଂ କ୍ଲବ ଆବଶ୍ୟକ ରନ ସଂଗ୍ରହ କରି ଉଦ୍ଘାଟନି ମ୍ୟାଚରେ ବିଜୟି ହୋଇଛି। ଅମ୍ପେୟାର ଭାବେ…

"ବାବାଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ"

ସାଳନ୍ଦୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ୟାପିତ

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଭଦ୍ରକର ଉତ୍ତରବାହିନୀସ୍ଥିତ ସାଳନ୍ଦୀ ଜୁନିୟର ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ହେମନ୍ତ କୁମାର ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ବିଭାଗର ଉପଦେଷ୍ଟା ବରିଷ୍ଠ ଅଧ୍ୟାପକ ସଚ୍ଚିଦାନନ୍ଦ ପାଣିଗ୍ରାହୀ ଖେଳର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ। ଖେଳ ଶିକ୍ଷକ ରାଧାନାଥ ପରିଡା ପ୍ରତିଯୋଗୀମାନଙ୍କୁ ଶପଥପାଠ କରାଇ ପ୍ରତିଯୋଗିତା ଆରମ୍ଭ କରିଥିଲେ। ଏଥିରେ ପ୍ରାୟ ଦୁଇଶହ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରାଧ୍ୟାପକ ତାପସ ରଂଜନ ଲେଙ୍କା, ବିଜୟ କୁମାର ଦାସ, ମିନତୀ ରାଉତ, ରବିନ୍ଦ୍ର କୁମାର ପାଢୀ, ସୁବାଷ ଚନ୍ଦ୍ର ସାମଲ,…

"ସାଳନ୍ଦୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ୟାପିତ"