ଓପନ ଚେସ ପ୍ରତିଯୋଗୀତା ଉଦ୍ଘାଟିତ

ପୁରୀ:୦୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ୨୫ତମ ସର୍ବଭାରତୀୟ ଓପନ ମାଖନଲାଲ ହାଲଦାର ମେମୋରିଆଲ ଚେସ ପ୍ରତିଯୋଗୀତା ଦୁର୍ଗା ବାଡି ପରିସରରେ ଉଦ୍ଘାଟିତ ହୋଇଯାଇଛି। ଓଡିଶା ସମେତ ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚଚିମବଙ୍ଗ ଓ ଝାଡଖଣ୍ଡରୁ ୧୭୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ବିହାରର ଆର୍ନ୍ତଜାତିକ ମାନ୍ୟତା ପ୍ରାପ୍ତ ଖେଳାଳୀ ସୁଧିର କୁମାର ସିହ୍ନା, ଯୋଗେନ୍ଦ୍ର ପ୍ରସାଦ ଶ୍ରୀବାସ୍ତବ, ଭୁବନେଶ୍ୱରର ମାନସ ରଞ୍ଜନ ପରିଡା, ପୁରୀର ବୀରକିଶୋର ବେହେରା ଓ ଦାଣ୍ଡମୁକୁନ୍ଦପୁରର ପ୍ରକାଶ ଚନ୍ଦ୍ର ସାହୁ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି। ଜିଳ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଚେସ୍ ପ୍ରତିଯୋଗୀତାକୁ ରାଜ୍ୟ ଚେସ ସଂଘର ସଭାପତି ଡଃ. କୁମାର ହାଲଦାର ଓ ଉପସଭାତି ବିଜୟ ମହାନ୍ତି ଅତିଥି…

"ଓପନ ଚେସ ପ୍ରତିଯୋଗୀତା ଉଦ୍ଘାଟିତ"

ଲଣ୍ଡନ ମହିଳା ବିଶ୍ୱକପ୍ ହକି ପାଇଁ ସୁନ୍ଦରଗଡ଼ର ୪ କ୍ରୀଡ଼ାବିତ୍ ଙ୍କୁ ଦିଲିପ ରାୟଙ୍କ ଅଭିନନ୍ଦନ

ଭୁବନେଶ୍ୱର/ରାଉରକେଲା, ୩୦ା୦୬ (ଓଡ଼ିଆ ପୁଅ): ଲଣ୍ଡନରେ ଅନୁଷ୍ଠିତ ହେବାକୁ ଯାଉଥିବା ମହିଳା ବିଶ୍ୱକପ୍ ହକି ପ୍ରତିଯୋଗିତା ଲାଗି ଗଠିତ ୧୮ ଜଣିଅ। ଭାରତୀୟ ଦଳରେ ସୁନ୍ଦରଗଡ଼ର ୪ ଜଣ ପ୍ରତିଭା ହକି ଖେଳାଳି ସ୍ଥାନ ପାଇଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଦିଲିପ ରାୟ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଏହି ବିଶ୍ୱକପ୍ରେ ସୁନ୍ଦରଗଡ଼ର ଖେଳାଳିମାନେ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଏହି ମହିଳା ବିଶ୍ୱକପ୍ ହକି ଲାଗି ଭାରତୀୟ ଦଳରେ ଯେଉଁ ୪ ଜଣ ସ୍ୱନାମଧନ୍ୟା ଓଡ଼ିଆ କ୍ରୀଡ଼ାବିତ୍ ସ୍ଥାନ ପାଇଛନ୍ତି ସେମାନେ ହେଲେ ଦୀପ୍ଗ୍ରେସ୍ ଏକ୍କା, ନମିତା ଟପ୍ପୋ, ସୁନିତା…

"ଲଣ୍ଡନ ମହିଳା ବିଶ୍ୱକପ୍ ହକି ପାଇଁ ସୁନ୍ଦରଗଡ଼ର ୪ କ୍ରୀଡ଼ାବିତ୍ ଙ୍କୁ ଦିଲିପ ରାୟଙ୍କ ଅଭିନନ୍ଦନ"

ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଭାରତୀୟ ବ୍ୟାଡମିଣ୍ଟନ ଦଳରେ ସାମିଲ

ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ୨୦ ସଦସ୍ୟବିଶିଷ୍ଟ ଜାତୀୟ ବ୍ୟାଡମିଣ୍ଟନ ସ୍ୱାର୍ଡ଼ରେ ସାମିଲ ହୋଇଛନ୍ତି। ଏହା ନିଶ୍ଟିତଭାବରେ ଓଡ଼ିଆଙ୍କ ପାଇଁ ଗୌରବର ବିଷୟ। ସୂଚନାଯୋଗ୍ୟଯେ, ଭାରତୀୟ ବ୍ୟାଡମିଣ୍ଟନ ସଂଘ (ବିଏଆଇ) ଜାକର୍ତ୍ତାରେ ହେବାକୁ ଯାଉଥିବା ୨୦୧୮ ଏସିଆନ ଗେମ୍ସ ଭଲ ପ୍ରଦର୍ଶନର ଆଶା ରଖି ବୁଧବାରଦିନ ୨୦ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି। ପୁରୁଷ ଟିମର ନେତୃତ୍ଵ ଦୁନିଆର ସପ୍ତମ ନମ୍ବରର ଖେଳାଳି କିଦମ୍ବୀ ଶ୍ରୀକାନ୍ତ କରିବେ। ଏଥିରେ ଏଚ. ଏସ. ପ୍ରଣୟ ମଧ୍ୟ ସାମିଲ ଅଛନ୍ତି। ଦୁନିଆର ତୃତୀୟ ନମ୍ବର ଖେଳାଳି ପିବି ସିନ୍ଧୁ ଭାରତର ମହିଳା ଟିମର ନେତୃତ୍ୱ କରିବେ। ଏବଂ ଏଥିରେ ଦୁନିଆର ଦଶମ…

"ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଭାରତୀୟ ବ୍ୟାଡମିଣ୍ଟନ ଦଳରେ ସାମିଲ"

ଚୋରାରେ ବିଦ୍ୟୁତ ସଂଯୋଗ: ବିଚ୍ଛିନ୍ନ କରିଦିଆଗଲା ସ୍ପୋର୍ଟସ କମ୍ପ୍ଲେକ୍ସର ସରବରାହ ବ୍ୟାୟାମଶାଳାର ଖୋଲୁନି ତାଲା

ରାୟଗଡା, ୨୨।୬ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)-ସହର ଭିତରେ ସରକାରୀ ଯୋଜନାରେ ମଧ୍ୟ ବିଦ୍ୟୁତ ଚୋରୀ। କରାଯାଇଛି ବେଆଇନ ସଂଯୋଗ। ଫଳରେ ଗତ ୪୩ଦିନ ତଳେ ଉଦଘାଟନ କରାଯାଇଥିବା ସ୍ପର୍ଟସ କମ୍ପ୍ଲେକ୍ସର ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରିଦିଆଯାଇଛି। ସଞ୍ଜ ନଇଲେ କିଲୋଟରୀ ରାସ୍ତାର ଥିବା ସ୍ପର୍ଟସ କମ୍ପ୍ଲକ୍ସରେ ଆଉ ଧାଡିଧାଡି ହାଲୋଜେନିକ ଜଳୁନାହିଁ। ବାସକେଟ ବଲ ଖେଳ ଆଉ ଅଭ୍ୟାସ କରାଯାଉଥିବା ଦେଖିବାକୁ ମିଳୁନାହିଁ। କୋଚ ସହ ଖେଳାଳୀ ମାନେ ଆସି ଅନ୍ଧାରୁଆ କୋର୍ଟକୁ ଦେଖି ସରକାରୀ ବ୍ୟବସ୍ଥାକୁ ନିନ୍ଦା କରୁଛନ୍ତି ଆଉ ନିରାଶ ହୋଇ ଫେରୁଥିବାୂ ପରିଲିଖିତ ହୋଇଛି। ଶୁଣାଯାଉଥିଲା ଗାଁ ଗହଳିରେ ଲୋକେ ବିଦ୍ୟୁତ ଚୋରୀ କରନ୍ତି। ବିଭାଗର ଅଗୋଚରରେ ବାଇପାସ କରି ତାରଟାଣି…

"ଚୋରାରେ ବିଦ୍ୟୁତ ସଂଯୋଗ: ବିଚ୍ଛିନ୍ନ କରିଦିଆଗଲା ସ୍ପୋର୍ଟସ କମ୍ପ୍ଲେକ୍ସର ସରବରାହ ବ୍ୟାୟାମଶାଳାର ଖୋଲୁନି ତାଲା"

ODI ୱାର୍ଲ୍ଡ ରେକର୍ଡ: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିରୁଦ୍ଧରେ ମାରିଲା ୪୮୧/୬

ନୂଆଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଜନୀ ବେରିଷ୍ଟୋ ଏବଂ ଏଲେକ୍ସଙ୍କର ତୋଫାନୀ ସେଞ୍ଚୁରୀ, ଜେସନ ରୟ ଏବଂ ଇୟୋନ ମୋର୍ଗନଙ୍କର ହାଫ ସେଞ୍ଚୁରୀରେ ଇଂଲଣ୍ଡ ଟିମ ୬ ୱିକେଟ ହରାଇ ୪୮୧ ରନ ବନାଇ ଇତିହାସ ରଚିଛି। ଇଂଲଣ୍ଡ ଅଷ୍ଟ୍ରେଲିଆ ବିରୁଦ୍ଧରେ ୱାନଡେ କ୍ରିକେଟର ସର୍ବୋଚ୍ଚ ସ୍କୋର କରିଛି। ଇଂଲଣ୍ଡ ଟିମ ୩୦ ଅଗଷ୍ଟ, ୨୦୧୬ରେ ପାକିସ୍ତାନ ବିରୁଦ୍ଧରେ ବନାଇଥିବା ନିଜର ହିଁ ୱାର୍ଲ୍ଡ ରେକର୍ଡ ୩ ୱିକେଟରେ ୪୪୪ ରନକୁ ଭାଙ୍ଗିଛି। ଓପନର ଜନୀ ବେରିଷ୍ଟୋ ୯୨ ବଲରେ ୧୫ ଚୌକା ଏବଂ ୫ ଛକା ଲଗାଇ ୧୩୯ ରନର ଇନିଙ୍ଗସ୍ ଖେଳିଛନ୍ତି, ମ୍ୟାଚ୍ ର ଦ୍ୱିତୀୟ ଶତକ ଏବଂ ହାଇଏଷ୍ଟ ସ୍କୋରର ଏଲେକ୍ସ…

"ODI ୱାର୍ଲ୍ଡ ରେକର୍ଡ: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିରୁଦ୍ଧରେ ମାରିଲା ୪୮୧/୬"

ଫ୍ରେଞ୍ଚ ଓପନ ୨୦୧୮: ରାଫେଲ ନଡାଲ ଡୋମିନିକ ଥୀମଙ୍କୁ ହରାଇ ଏକାଦଶ ଥରପାଇଁ କଲେ ବିଜୟ ରେକର୍ଡ

ନୂଆ ଦିଲ୍ଲୀ ୧୧/୬ (ଓଡ଼ିଆ ପୁଅ) ଦୁନିଆର ନମ୍ବର ୱାନ୍ ଟେନିସ ଖେଳାଳି ରାଫେଲ ନଡାଲ ରବିବାରଦିନ ନିଜର କ୍ୟାରିୟରର ୧୧ତମ ଫ୍ରେଞ୍ଚ ଓପନ ଜୀତିଛନ୍ତି। ସେ ଅଷ୍ଟ୍ରିଆର ଡୋମିନିକ ଥୀମଙ୍କୁ ୬-୪, ୬-୩ ଏବଂ ୬-୨ରେ ସିଧା ସେଟରେ ଫାଇନାଲ୍ ରେ ହରାଇ କ୍ଲେ କୋର୍ଟରେ ନିଜର ଶୀର୍ଷସ୍ଥାନ ଅପରିବର୍ତ୍ତିତ ରଖିପାରିଛନ୍ତି। ଏହା ନଡାଲଙ୍କର ଫ୍ରେଞ୍ଚ ଓପନର ରେକର୍ଡ ବିଜୟ ଅଟେ। https://twitter.com/rolandgarros/status/1005841076186382341 ନଡାଲଙ୍କର ରୋଲାଂ ଗୈରୋରେ ଏହା ୧୧ତମ ଏବଂ କ୍ୟାରିୟରର ୧୭ତମ ଗ୍ରାଣ୍ଡ ସ୍ଲାମ ବିଜୟ। ସ୍ପେନର ଏହି ଖେଳାଳି ଗ୍ରାଣ୍ଡ ସ୍ଲାମରେ ସର୍ବାଧିକ ବିଜୟର ମାରଗ୍ରେଟ କୋର୍ଟଙ୍କର ରେକର୍ଡ ସହିତ ସମାନ ହୋଇପାରିଛନ୍ତି। ମାରଗ୍ରେଟ ୧୯୬୦ ରୁ ୧୯୭୩ ମଧ୍ୟରେ…

"ଫ୍ରେଞ୍ଚ ଓପନ ୨୦୧୮: ରାଫେଲ ନଡାଲ ଡୋମିନିକ ଥୀମଙ୍କୁ ହରାଇ ଏକାଦଶ ଥରପାଇଁ କଲେ ବିଜୟ ରେକର୍ଡ"

କ୍ରିକେଟ ଜଗତରେ ବନିଲା ନୂଆ ୱାର୍ଲ୍ଡ ରେକର୍ଡ଼: ନିୟୁଜିଲ୍ୟାଣ୍ଡ ୱାନଡେ ମ୍ୟାଚ୍ ରେ ମାରିଲା ୪୯୦ ରନ୍

ନିୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୪୯୦ ବନାଇପାରିଛି, ଯାହା ଆଜି ପର୍ଯ୍ୟନ୍ତ କେବେଭି ପୁରୁଷ ଟିମ ମଧ୍ୟ ବନାଇପାରିନଥିଲା। ଅବଶ୍ୟ ଏହା ପୂର୍ବରୁ ମଧ୍ୟ କ୍ରିକେଟରେ ସର୍ବାଧିକ ସ୍କୋର କରିବାର ରେକର୍ଡ଼ ମହିଳାଙ୍କ ନାମରେ ଥିଲା ନୂଆ ଦିଲ୍ଲୀ ୮ ଜୁନ୍ (ଓଡ଼ିଆ ପୁଅ) ନିୟୁଜିଲ୍ୟାଣ୍ଡ ଏବଂ ଆୟାରଲ୍ୟାଣ୍ଡର ମହିଳା ଟିମ୍ ମଧ୍ୟରେ ଖେଳା ଯାଉଥିବା ୱାନଡେ ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ୱାର୍ଲ୍ଡ ରେକର୍ଡ଼ ବନିଲା। ଟସ ଜିତିକରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନିୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୪୯୦ ରନ ବନାଇପାରିଥିଲା, ଯାହା ଆଜି ପର୍ଯ୍ୟନ୍ତ ପୁରୁଷ ଟିମ ମଧ୍ୟ କରିପାରିନାହିଁ। ଅବଶ୍ୟ ଏହା ପୂର୍ବରୁ ମଧ୍ୟ କ୍ରିକେଟରେ ସର୍ବାଧିକ…

"କ୍ରିକେଟ ଜଗତରେ ବନିଲା ନୂଆ ୱାର୍ଲ୍ଡ ରେକର୍ଡ଼: ନିୟୁଜିଲ୍ୟାଣ୍ଡ ୱାନଡେ ମ୍ୟାଚ୍ ରେ ମାରିଲା ୪୯୦ ରନ୍"

ସୁପର-୭ କ୍ରିକେଟ ମ୍ୟାଚ ଉଦ୍ୟାପିତ

ପୁରୀ:୩/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡିଶାର ସୁପର-୭ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ଷୋଡଶ ଜାତୀୟ ସୁପର-୭ କ୍ରିକେଟ ଟୁର୍ଣ୍ଣାମେଟ ଉଦ୍ୟାପିତ ହୋଇଯାଇଛି। ପୁରୁଷ ବିଭାଗରେ ଓଡିଶା ଦଳ ଚମ୍ପିୟାନ ହୋଇଥିବା ବେଳେ ଓଡିଶା ପୁଲିସ ରର୍ନସ ଅପ୍ ଓ ପଶ୍ଚିମବଙ୍ଗ ତୃତୀୟ ସ୍ଥାନ ଅଧିକାର କରିଛି। ସେହିଭଳି ମହିଳା ବିଭାଗରେ ଦିଲ୍ଲୀ ଚମ୍ପିୟାନ, ଉତ୍ତରପ୍ରଦେଶ ରର୍ନସ ଅପ ଓ ଓଡିଶା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଦ୍ୟାପନୀ ଉତ୍ସବରେ ବିଧାୟକ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଏଭଳି ଚମ୍ପିଆନ ସିପ ଆୟୋଜନ ଦ୍ୱାରା ଓଡିଶାର ସୁପର-୭ କ୍ରିେକେଟର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ପୁରୀରେ ପ୍ରଥମ ଥର ଏଭଳି ପ୍ରତିଯୋଗୀତା…

"ସୁପର-୭ କ୍ରିକେଟ ମ୍ୟାଚ ଉଦ୍ୟାପିତ"

ରାଜ୍ୟସ୍ତରୀୟ ଭଲିବଲ ପ୍ରତି ଯୋଗୀତାରେ ମାଲକାନଗିରି ଆଦିବାସୀ ବାଳିକା ଟିମ ଚାମ୍ପିଅନ, ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର

ମାଲକାନଗିରି, ୨ା୬ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା କ୍ରୀଡା କ୍ଷେତ୍ରରେ ସବୁବେଳେ ଆଗୁଆ ହୋଇ ରହିଛି। କେତେବେଳେ ରାଜ୍ୟସ୍ତର, ଜାତୀୟସ୍ତର ତ ଆଉକେତେ ବେଳେ ଅନ୍ତର୍ଜାତୀୟ ସ୍ତରରେ ବିଜୟ ହାସଲ କରିଛି। କଟକ ଠାରେ ଗତ ୩୦ ତାରିଖରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତର ଆଦିବାସୀ କ୍ରୀଡା ପ୍ରତିଯୋଗୀତାରେ ମାଲକାନଗିରି ବାଳିକା ଭଲିବଲ ଟିମ ଚାମ୍ପିଅନ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ପୁରସ୍କୃତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇଙ୍କ ନେତୃତ୍ୱରେ ଜାତୀୟସ୍ତର କ୍ରୀଡାରେ ଭାଗନେଇ ବିଜୟ ହାସଲକରିଥିବା ଆଦିବାସୀ ବାଳିକା ଶିରିଷା କାରାମୀ, ଜିପାଲି ମାଡକାମି, ରୁକ୍ମଣି ପୁଜାରୀ, ସରସ୍ୱତୀ ଗାଦବା, ବତୀ ମାଢୀ,…

"ରାଜ୍ୟସ୍ତରୀୟ ଭଲିବଲ ପ୍ରତି ଯୋଗୀତାରେ ମାଲକାନଗିରି ଆଦିବାସୀ ବାଳିକା ଟିମ ଚାମ୍ପିଅନ, ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର"

ଆଇପିଏଲ-୧୧ ରେ ୭୦୦ ରନ ବନାଇଥିବା ପ୍ରଥମ ଖେଳାଳି ହେଲେ କେନ ୱିଲିୟମସନ

ମୁମ୍ବାଇ ୨୭ ମଇ (ଓଡ଼ିଆ ପୁଅ) ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନ ଅବଶ୍ୟ ନିଜର ଟିମକୁ ଫାଇନାଲରେ ଜିତାଇ ପାରିନଥିଲେ କିନ୍ତୁ ନ୍ୟୁଜିଲ୍ୟାଣ୍ଡର ଏହି ବ୍ୟାଟ୍ସମ୍ୟାନ୍ ଆଇପିଏଲ-୧୧ ରେ ସର୍ବାଧିକ ୭୩୫ ରନ ବନାଇ ଶେଷରେ ‘ଅରେଞ୍ଜ କ୍ୟାପ’ ହାସଲ କରିଛନ୍ତି। କିଂଗ୍ସ ଇଲେଭେନ ପଞ୍ଜାବର ଫାଷ୍ଟ ବୋଲର୍ ଏଂଡ୍ରୟ ଟାଇଙ୍କୁ ସର୍ବାଧିକ ୱିକେଟ ନେବା ପାଇଁ ‘ପର୍ପଲ କ୍ୟାପ’ ମିଳିଛି। ୱିଲିୟମସନ ୧୭ଟି ମ୍ୟାଚରେ ୫୨.୫୦ ଆଭରେଜ୍ ରେ ୭୩୫ ରନ ବନାଇଥିଲେ ଯେଉଁଥିରେ ଆଠଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି। ତାଙ୍କର ପରେ ଦିଲ୍ଲୀ ଡେୟାରଡେଭିଲ୍ସର ଋଷଭ ପନ୍ତ ୬୮୪ ରନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୱିଲିୟମସନ ଏହିପରି ଭାବରେ…

"ଆଇପିଏଲ-୧୧ ରେ ୭୦୦ ରନ ବନାଇଥିବା ପ୍ରଥମ ଖେଳାଳି ହେଲେ କେନ ୱିଲିୟମସନ"