ଜାତୀୟ ଆନ୍ତବିଶ୍ୱବିଦ୍ୟାଳୟ ଆଥଲେଟିକ ମିଟରେ ଭଦ୍ରକର ରାଜେଶ୍ୱରୀ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚଳିତମାସ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆନ୍ଦ୍ରପ୍ରଦେଶର ଗୁଂଟୁର ଠାରେ ଅନୁଷ୍ଟିତ ହେଉଥିବା ଜାତୀୟ ଆନ୍ତ ବିଶ୍ୱବିଦ୍ୟାଳୟ ସ୍ତରିୟ ଆଥଲେଟିକ ମିଟରେ ଭାଗ ନେବାପାଇଁ ଭଦ୍ରକର ଧାବିକା ରାଜେଶ୍ୱରୀ ଦାସ ଫକୀରମୋହନ ବିଶ୍ୱବିଦ୍ୟାଳୟ ତରଫରୁ ମନୋନିତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଫକିରମୋହନ ବିଶ୍ୱବିଦ୍ୟାଳୟ ଆଥଲେଟ ଟିମ ସହ ସେ ଗୁଂଟୁର ଯାତ୍ରା କରିଛନ୍ତି। ନିକଟରେ ପକିରମୋହନ ବିଶ୍ୱ ବିଦ୍ୟାଳୟ ତରଫରୁ ବାଲେଶ୍ୱର ଜିଲ୍ଳାର ବାଲିଆପାଳ ଠାରେ ଅନୁଷ୍ଟିତ ହୋଇଥିବା ବିଶ୍ୱବିଦ୍ୟାଳୟ ସ୍ତରିୟ ଆଥଲେଟିକ ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ ଚାମ୍ପିଆନ ଭାବେ ପୁରସ୍କୃତ ହୋଇଥିଲେ। ରାଜେଶ୍ୱରୀ ଏବେ ଭଦ୍ରକ ଚରଂପା ମହାବିଦ୍ୟାଳୟରେ…

"ଜାତୀୟ ଆନ୍ତବିଶ୍ୱବିଦ୍ୟାଳୟ ଆଥଲେଟିକ ମିଟରେ ଭଦ୍ରକର ରାଜେଶ୍ୱରୀ"

୫୪ତମ ବାର୍ଷିକ ଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତାରେ ୮୦୦ ପ୍ରତିଯୋଗୀ

ସମ୍ବଲପୁର, ୮/୧୨ – (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ସମ୍ବଲପୁର ଜିଲ୍ଲା କ୍ରୀଡ଼ାସଂଘ ପକ୍ଷରୁ ଆଜି ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମ ଠାରେ ୫୪ତମ ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ମଶାଲ ପ୍ରଜ୍ୱଳନ କରାଯାଇ ଷ୍ଟାଡ଼ିୟମରେ ସ୍ଥାପନ କରାଯିବା ଉତ୍ତାରୁ ପ୍ରତିଯେଗିତା ଉଦ୍ଘାଟିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଂଘର ସଭାପତି ତଥା ଜିଲ୍ଲାପାଳ ସମର୍ଥ ବର୍ମା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ସିଆରପିଏଫ୍ କମାଣ୍ଡେଣ୍ଟ ଅଜିତ ସାଙ୍ଗୱାନ, ଆଇଏଏସ୍ ଦିବ୍ୟଜ୍ୟୋତି ପରିଡ଼ା,…

"୫୪ତମ ବାର୍ଷିକ ଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତାରେ ୮୦୦ ପ୍ରତିଯୋଗୀ"

ଗେଲ ଇଣ୍ଡିଆନ ସ୍ପିଡ଼ ଷ୍ଟାର, ସିଜିନ୍-୩ ପ୍ରତିଯୋଗିତା: ୨୦ଜଣ ଜୋନ୍ ସ୍ତରକୁ ଉନ୍ନୀତ

ଅନୁଗୋଳ, ୮/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜାତୀୟ ଯୁବ ସମବାୟ ଓ ଗେଲ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଦ୍ରୁତ ଧାବକ, ଧାବିକା ଚୟନ ପ୍ରତିଯୋଗିତା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅଲମ୍ପିକ କ୍ରୀଡ଼ାରେ ଦେଶକୁ ଅଧିକ ପଦକ ହାସଲ କରିବାନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବାପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧିନସ୍ଥ ଗ୍ୟାସ ଆଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ଼ର ସହଯୋଗରେ ଜାତୀୟ ଯୁବ ସମବାୟ ସମିତି ପକ୍ଷରୁ ସାରା ଦେଶରେ ଦ୍ରୁତ ଧାବକ, ଧାବିକା ଚୟନ ଶିବିରର ଆୟୋଜନ କରାଯାଉଛି। ଏହି ଅବସରରେ ଏନ୍.ୱାଇ.ସି.ଏସ୍.ର ଜିଲ୍ଲା ପ୍ରତିନିଧିଙ୍କ ସଂଯୋଜନାରେ ଗେଲ ଇଣ୍ଡିଆନ ସ୍ପିଡ଼ ଷ୍ଟାର, ସିଜିନ୍-୩ ସ୍ଥାନୀୟ ସାଉଥ ବଲଣ୍ଡାସ୍ଥିତ…

"ଗେଲ ଇଣ୍ଡିଆନ ସ୍ପିଡ଼ ଷ୍ଟାର, ସିଜିନ୍-୩ ପ୍ରତିଯୋଗିତା: ୨୦ଜଣ ଜୋନ୍ ସ୍ତରକୁ ଉନ୍ନୀତ"

ବାମଣ୍ଡା ମାହେଶ୍ୱରୀ କ୍ଲବ ପକ୍ଷରୁ ଜିଲ୍ଲାସ୍ତରୀୟ ଫୁଟବଲ୍ ମ୍ୟାଚ୍ : ମାଉଲସିଙ୍ଗା କ୍ଲବ୍ କୁ ୨-୦ ଗୋଲରେ ହରାଇ ତିଲେଶ୍ୱର କ୍ଲବ୍ ଚମ୍ପିୟାନ୍

ବୌଦ୍ଧ. ତା.୮.୧୨.୧୭ (ଓଡ଼ିଆ ପୁଅ/ଦେବାଶୀଷ ପୁରୋହିତ) – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଖେଳପଡିଆ ଠାରେ ଜିଲ୍ଲାର ୮ଗୋଟି ଫୁଟବଲ ଦଳକୁ ନେଇ ଜିଲ୍ଲାସ୍ତରୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ମ୍ୟାଚ୍ରେ ହରଭଙ୍ଗା ବ୍ଲକ ଚେୟାରମ୍ୟାନ ବିଶ୍ଜିତ ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକୃର ସେଠୀ ଓ ରାଜ୍ୟ କ୍ରୀାଡା ପ୍ରଭାରୀ ଆଲୋକ ମିଶ୍ର ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଫାଇନାଲ ମ୍ୟାଚକୁ ମାଉଲସିଙ୍ଗା କ୍ଲବ୍ ଓ ତିଲେଶ୍ୱର କ୍ଲବ ଉନ୍ନୀତ ହୋଇଥିବା ବେଳେ ୨-୦ ଗୋଲରେ ତିଲେଶ୍ୱର କ୍ଲବ ବିଜୟୀ ହୋଇଥିଲେ। ଅନୁଷ୍ଠାନର ସଭାପତି ସୁନିଲ କ୍ଷେତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ୟାପନୀ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର…

"ବାମଣ୍ଡା ମାହେଶ୍ୱରୀ କ୍ଲବ ପକ୍ଷରୁ ଜିଲ୍ଲାସ୍ତରୀୟ ଫୁଟବଲ୍ ମ୍ୟାଚ୍ : ମାଉଲସିଙ୍ଗା କ୍ଲବ୍ କୁ ୨-୦ ଗୋଲରେ ହରାଇ ତିଲେଶ୍ୱର କ୍ଲବ୍ ଚମ୍ପିୟାନ୍"

ମା ଶାରଳା କ୍ରିକେଟ୍ ଟୁଣ୍ଣାମେଣ୍ଟ୍: ଜଗତସିଂହପୁର ଓ ଭୁବନେଶ୍ୱର ଫାଇନାଲ୍ ରେ

ତିର୍ତ୍ତୋଲ, ୦୭/୧୨(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ସ୍ଥିତ ମହାନଦୀପଠା ପାଳନ୍ଦା ଖେଳପଡ଼ିଆରେ ମା ଶାରଳା କ୍ରିକେଟ୍ ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଶେଷ ସେମି ଫାଇନାଲ ମ୍ୟାଚ। ଏଥିରେ ୪ ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ ପ୍ରଥମ ସେମିଫାଇନାଲ ଖେଳଟି ଜଗତସିଂହପୁର ଓ ଆଳିପିଙ୍ଗଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜଗତସିଂହପୁର ଟସ ଜିତି ୧୫ ଓଭରରେ ୭ ୱିକେଟ ହରାଇ ୧୩୪ ରନ୍ ସଂଗ୍ରହ କରିଥିବାବେଳେ ଆଳିପିଙ୍ଗଳ ୧୪ ଓଭର ୩ଟି ବଲ ଖେଳି ସମସ୍ତ ୱିକେଟ ହରାଇ ୧୦୨ ରନ କରି ପରାଜୟ ହୋଇଥିଲା। ବିଜେତା ଦଳର ନନ୍ଦିପ୍ରସାଦ ୨୨ ବଲରେ ୪୬ ରନ ସଂଗ୍ରହ କରି ମ୍ୟାନ ଅଫଦି…

"ମା ଶାରଳା କ୍ରିକେଟ୍ ଟୁଣ୍ଣାମେଣ୍ଟ୍: ଜଗତସିଂହପୁର ଓ ଭୁବନେଶ୍ୱର ଫାଇନାଲ୍ ରେ"

ଦିବାରାତ୍ରୀ ଭଲିବଲ୍ ପ୍ରତିଯୋଗିତା, ଥୋରିଆ ପଡା ଚମ୍ପିୟନ୍

ଜଗତସିଂହପୁର, ୫-୧୨(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ):ଜଗତସିଂହପୁର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଏକ ଦିବାରାତ୍ରୀ ଭଲିବଲ୍ ପ୍ରତିଯୋଗିତା ଉଦ୍ୟାପିତ ହେବା ସହ ଜିଲ୍ଲା ଭଲିବଲ ଦଳ ପାଇଁ ଖେଳାଳି ଚୟନ ହୋଇଯାଇଛି। ଏଥିରେ ଜିଲ୍ଲାର ୮ଟି ଦଳ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ ବାଗଲପୁର, ଆଶ୍ରମପାଟଣା, କବିରପାଟଣା, ସନ୍ଲାଇଡ, ଏରସମା, ଥୋରିଆପଡା, ଟ୍ରାକ କ୍ଲବ, ବାପୁଜୀ ଭଲିବଲ୍ ଓ ଜଗତସିଂହପୁର ଜୁନିୟର। ଫାଇନାଲ ରେ ଥୋରିଆପଡା ଓ ଆଶ୍ରମପାଟଣା ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିଲା। ଶେଷରେ ଥୋରିଆପଡା ଆଶ୍ରମପାଟଣାକୁ ୨/୧ ସେଟ୍ ରେ ହରାଇ ଚାମ୍ପିଅନ୍ ହୋଇଥିଲା। ଉକ୍ତ ପ୍ରତିଯୋଗିତାକୁ କ୍ରୀଡା ସଂସଦର ସଂପାଦକ ଦୋଳଗୋବିନ୍ଦ ଦାଶ ଉଦ୍ଘାଟନ କରିଥଇବା…

"ଦିବାରାତ୍ରୀ ଭଲିବଲ୍ ପ୍ରତିଯୋଗିତା, ଥୋରିଆ ପଡା ଚମ୍ପିୟନ୍"

ଜାତୀୟ ରୋଲବଲ ଖେଳାଳୀଙ୍କୁ ଭଦ୍ରକରେ ସମ୍ବର୍ଦ୍ଧନା

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜାତୀୟ ରୋଲବଲ ଖେଳରେ ପ୍ରତିନିଧିତ୍ୱ କରି ଶୁଭଙ୍କର ପ୍ରିୟରଂଜନ ଖିଲାର ଭଦ୍ରକ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଉଛୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରେ ଜିଲ୍ଲା ରୋଲବଲ ଆସୋସିଏସନ ସଂପାଦକ ସିବାଶିଶ ଦିକ୍ଷୀତ, ପ୍ରଦୀପ ବିଶ୍ୱାଳ, ଜିଲ୍ଲା ବଡ଼ି ବିଲଡ଼ିଂ ଆସୋସିଏସନ, ହୁ୍ୟମାନ ରାଉଟ ପ୍ରୋଟେକସନ ସଭାନେତ୍ରୀ ରାଜଜକ୍ଷ୍ମୀ ମହାପାତ୍ର, ୟୁଡ଼ି ଗ୍ରୁପର ପ୍ରଦୀପ ଜେନା, ଉମେଶ ଦାସ, ଗ୍ଲେବାଲ ଷ୍ଟାଫ, ବିଏସଏସ ଗ୍ରୁପ, ଓଡ଼ିଶା ରାଜ୍ୟ ସଂସ୍କୃତି ମଞ୍ଚର ସଂପାଦକ ଚୌଧୁରୀ ଚମ୍ପତ୍ତି ଚରଣ ବେହେରାଙ୍କ ସମେତ ବହୁ ଶୁଭେଛୁ ପ୍ରିୟରଂଜନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରକାଶଥାଉକି…

"ଜାତୀୟ ରୋଲବଲ ଖେଳାଳୀଙ୍କୁ ଭଦ୍ରକରେ ସମ୍ବର୍ଦ୍ଧନା"

କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗଡମଧୁପୁରକୁ ହରାଇ ଏଣ୍ଡଳବା ସୁପର୍ସିକ୍ସ୍ ରେ

ଯାଜପୁର-୩/୧୨(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ବ୍ଳକ୍ ଅନ୍ତର୍ଗତ ବାରକଣା ପଡିଆରେ ଅନୁଷ୍ଠିତ ହେଉଥିବା ୩ୟ ବାର୍ଷିକୀ କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ଜୋନାଲ୍ ଫାଇନାଲ ଖେଳରେ ଏଣ୍ଡଳବା ଦଳ ଗଡମଧୁପୁର ଦଳକୁ ୯୨ ରନ୍ରେ ହରାଇ ଜୋନାଲ୍ ଚଂପିୟାନ ହେବାସହ ପଞ୍ଚମ ଦଳ ଭାବେ ସୁପର ସିକ୍ସ୍ରେ ପ୍ରବେଶ କରିଛି। ପ୍ରଥମେ ଏଣ୍ଡଳବା ଦଳ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ଖେଳରେ ୪ ଉଇକେଟ ହରାଇ ୨୩୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅନୁପମ୍ ପଣ୍ଡା ୪୧ଟି ବଲରେ ଧୂଆଁଧାର ୧୦୪ ରନ୍ ଓ କୁନା ସାହୁ ୧୭ଟି ବଲରେ ୫୬ ରନ କରିଥିଲେ। ଗଡମଧୁପୁର ପକ୍ଷରୁ ଗୁରୁଚରଣ…

"କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗଡମଧୁପୁରକୁ ହରାଇ ଏଣ୍ଡଳବା ସୁପର୍ସିକ୍ସ୍ ରେ"

ଚରମ୍ପା କ୍ରିକେଟ୍ କପ୍ର ପ୍ରସ୍ତୁତି ବୈଠକ

ଭଦ୍ରକ, ୩ା୧୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ସ୍ଥାନୀୟ ତାରିଣୀ ହୋଟେଲ ଠାରେ ଚରମ୍ପା ୟୁଥ୍ମାସ୍ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିସ୍ୃତ ଆଲୋଚନା କରାଯାଇ ଆଗାମୀ ୨୬ ତାରିଖରୁ ୨୦୧୮ ମସିହା ଜାନୁୟାରୀ ୧ ତାରିଖ ମଧ୍ୟରେ ଚରମ୍ପା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ସର୍ବମୋଟ ୮ ଟି ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ କିପରି ଆକର୍ଷଣୀୟ ହୋଇପାରିବ, ସେଥିପାଇଁ ଏକ କମିଟି ସର୍ବସମ୍ମତି କ୍ରମେ ଗଠନ କରାଯାଇଛି। ଏହି କମିଟିରେ ସଭାପତି ପାଇଁ ପଦ୍ମନାଭ ପଣ୍ଡା, ଉପସଭାପତି ସୁଶାନ୍ତ ରାଉତ ଏବଂ…

"ଚରମ୍ପା କ୍ରିକେଟ୍ କପ୍ର ପ୍ରସ୍ତୁତି ବୈଠକ"

ଦିଲ୍ଲୀରେ ପ୍ରଦୂଷଣ: ଶ୍ରୀଲଙ୍କାର ଖେଳାଳି ମାସ୍କ ଲଗାଇ କଲେ ଫିଲ୍ଡିଂ

ନୂଆଦିଲ୍ଲୀ ୩-୧୨ (ଓଡ଼ିଆ ପୁଅ) ଟିମ ଇଣ୍ଡିଆ ଏବଂ ଶ୍ରୀଲଂକା ମଧ୍ୟରେ ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡ଼ିୟମରେ ଖେଳା ଯାଉଛି। ଶେଷ ଟେଷ୍ଟ ମୈଚରେ ଏପରି ଦେଖିବାକୁ ମିଳିଥିଲାଯେ ଯାହାକି ପୂର୍ବରୁ ପ୍ରାୟତଃ ଦେଖାଯାଇନଥିଲା। ଏହି ଦୃଶ୍ୟ ଦର୍ଶକଙ୍କର ଧ୍ୟାନ ଆକର୍ଷଣ କରିଥିଲା। ଘଟଣାଟି ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କାର ଖେଳାଳି ମାସ୍କ ଲଗାଇ ଫିଲ୍ଡିଂ କରୁଥିବା ଦେଖାଯାଇଥିଲା। କୁହାଯାଇପାରେଯେ, ଆଜିର ଦିନରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବହୁତ ବଢ଼ି ଯାଇଛି। ଯେଉଁ କାରଣରୁ ହାୱାରେ ସ୍ମଗ ଛାଇଯାଇଛି। ଏଥିରେ ଏହି ମୈଚରେ ଖେଳୁଥିବା ଖେଳାଳି ମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିବାର ଲକ୍ଷ କରାଯାଇଥିଲା। କିନ୍ତୁ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆର କପ୍ତାନ…

"ଦିଲ୍ଲୀରେ ପ୍ରଦୂଷଣ: ଶ୍ରୀଲଙ୍କାର ଖେଳାଳି ମାସ୍କ ଲଗାଇ କଲେ ଫିଲ୍ଡିଂ"