କଳିଙ୍ଗନଗର ଗଣହତ୍ୟାକୁ ନ୍ୟାୟିକ କମିଶନ ଯଥାର୍ଥ ଦର୍ଶାଇବା ପ୍ରତିବାଦରେ ଗଣ-କନଭେନ୍ସନ

ଭୁବନେଶ୍ୱର, ତା୨.୧.୨୦୧୮(ଓଡ଼ିଆ ପୁଅ): କଳିଙ୍ଗନଗର (ଯାଜପୁର)ରେ ଟାଟା କମ୍ପାନୀର ସ୍ୱାର୍ଥରେ ୧୩ ଜଣ ଆଦିବାସୀଙ୍କ ଗଣହତ୍ୟାକୁ ୧୨ ବର୍ଷ ପୁରିଯାଇଥିବା ବେଳେ ଓ ତାହାର ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନ ଗୁଳିକାଣ୍ଡକୁ ଯଥାର୍ଥ ଦର୍ଶାଈଥିବା ପ୍ରତିବାଦରେ ଆଜି ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ଓ କନ୍ଭେନ୍ସନ୍ ଆୟୋଜିତ ହୋଇଯାଇଛି। ବିଭିନ୍ନ ବାମପନ୍ଥୀ ରାଜନୈତିକ ଦଳ, ଜନ ଆନ୍ଦୋଳନ, ଗଣ ସଂଗଠନ ଓ ମାନବିକ ଅଧିକାର ସଂଗଠନମାନଙ୍କୁ ନେଇ ଗଠିତ ମିଳିତ ମଂଚ ପକ୍ଷରୁ ଏହି କନ୍ଭେନ୍ସନ୍ରେ ପୁଂଜିପତି ଓ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ସ୍ୱାର୍ଥରେ ଆଦିବାସୀ-ଦଳିତ-କୃଷକମାନଙ୍କୁ ସେମାନଙ୍କ ଭିଟାମାଟିରୁ ବିସ୍ଥାପନ ବନ୍ଦ କରିବାକୁ ଜନ ସଂଗଠନମାନେ ଦାବି କରିଛନ୍ତି। କମ୍ପାନୀର ସ୍ୱାର୍ଥ ରକ୍ଷା ପାଇଁ…

"କଳିଙ୍ଗନଗର ଗଣହତ୍ୟାକୁ ନ୍ୟାୟିକ କମିଶନ ଯଥାର୍ଥ ଦର୍ଶାଇବା ପ୍ରତିବାଦରେ ଗଣ-କନଭେନ୍ସନ"

ଟ୍ରିପଲ ତଲାକ ବିଲକୁ ବିଜେଡିର ପୁଣି ବିରୋଧ କରିବା ପ୍ରସଙ୍ଗ: ଭୁବନେଶ୍ୱରରେ ସମର୍ଥନ ଓ ଦିଲ୍ଲୀରେ ବିରୋଧ ବିଜେଡିର ଦୋମୁହାଁ ନୀତି : ବିଜେପି

– ଟ୍ରିପଲ ତଲାକ ଅପରାଧରେ ଫୌଜଦାରୀ ଦଣ୍ଡକୁ ବିରୋଧ କରିବା ବିଜେଡି ମହିଳା ବିରୋଧୀ ହେବାର ପ୍ରମାଣ ଭୁବନେଶ୍ୱର, ତା.୦୨/୦୧(ଓଡ଼ିଆ ପୁଅ): ଟ୍ରିପଲ ତଲାକ ବିଲ ମାମଲାରେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ବିଜେଡି ଏହି ବିଲକୁ ବିରୋଧ କରିବା ପ୍ରସଙ୍ଗ ଦୋହରାଇବା ପରେ ବିଜେପି ଏହି ମାମଲାରେ ବିଜେଡିକୁ ମହିଳା ସ୍ୱାର୍ଥ ଓ ସମ୍ମାନ ବିରୋଧୀ ବୋଲି କହିଛି। ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗୋଟିଏ ପଟେ ବିଜେଡି ମୁଖପାତ୍ର ମାନେ ଏହି ବିଲକୁ ଦଳ ବିରୋଧ କରୁ ନାହିଁ ବୋଲି କହୁଥିବା ବେଳେ ପୁଣି ସଂସଦୀୟ ଦଳ ମୁଖ୍ୟଙ୍କ ବିରୋଧର…

"ଟ୍ରିପଲ ତଲାକ ବିଲକୁ ବିଜେଡିର ପୁଣି ବିରୋଧ କରିବା ପ୍ରସଙ୍ଗ: ଭୁବନେଶ୍ୱରରେ ସମର୍ଥନ ଓ ଦିଲ୍ଲୀରେ ବିରୋଧ ବିଜେଡିର ଦୋମୁହାଁ ନୀତି : ବିଜେପି"

ତୃଟିପୂର୍ଣ୍ଣ ନିର୍ବାଚନ ପଦ୍ଧତି ଓ ‘ନୋଟା’ ବ୍ୟବସ୍ଥା ପ୍ରତ୍ୟାହୃତ ନ ହେବା ଯାଏ, ଭାରତର ମତଦାତା ‘ରାଜନୈତିକ ନ୍ୟାୟ’ ଓ ‘ସୁପ୍ରତିନିଧିତ୍ୱ’ରୁ ବଂଚିତ ହେଉଥିବେ – ଏଫ୍.ପି.ଆଇ

ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳର ସମୀକ୍ଷା ବୈଠକରେ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ମତ ପ୍ରକାଶ: ଭୁବନେଶ୍ୱର ୦୨/୦୧ (ଓଡ଼ିଆ ପୁଅ) : ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଓ ନିକଟ ଅତୀତରେ ହୋଇଥିବା ୫ଟି ବିଧାନସଭା ଉପନିର୍ବାଚନ ଫଳାଫଳର ସମୀକ୍ଷା ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର କାର୍ଯ୍ୟକାରୀ ସମିତି ପକ୍ଷରୁ ଗତ ରବିବାର ସନ୍ଧ୍ୟାରେ ପାର୍ଟିର ସଦର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ଉପସଭାପତି ପ୍ରଫେସର ପ୍ରସନ୍ନ କୁମାର କରବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ରିଭୁ୍ୟ ମିଟିଂରେ ସ୍ୱତନ୍ତ୍ରଭାବେ ନିମନ୍ତ୍ରିତ ସ୍ତମ୍ଭକାର ମାନସ ଜେନା, ଓଡ଼ିଶା ଦଳିତ ଅଧିକାର ମଂଚର ଉପଦେଷ୍ଟା ମିଷ୍ଟର ମଧୁସୂଦନ…

"ତୃଟିପୂର୍ଣ୍ଣ ନିର୍ବାଚନ ପଦ୍ଧତି ଓ ‘ନୋଟା’ ବ୍ୟବସ୍ଥା ପ୍ରତ୍ୟାହୃତ ନ ହେବା ଯାଏ, ଭାରତର ମତଦାତା ‘ରାଜନୈତିକ ନ୍ୟାୟ’ ଓ ‘ସୁପ୍ରତିନିଧିତ୍ୱ’ରୁ ବଂଚିତ ହେଉଥିବେ – ଏଫ୍.ପି.ଆଇ"

ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ, ଶିକ୍ଷକ, ପାଠ୍ୟପୁସ୍ତକ, ୟୁନିଫର୍ମର ଅଭାବକୁ ଉପଲବ୍ଧି କରିଛନ୍ତି : ବିଜେପି

୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିବା ଶିଶୁଟି ୨୦୧୯ ମସିହାରେ ଭୋଟର ପ୍ରସଙ୍ଗରେ: – ପ୍ରଶ୍ନପତ୍ର ବିଭ୍ରାଟ ଓ ମଧ୍ୟାହ୍ନ ଭୋଜନ ବିଭ୍ରାଟ କାରଣରୁ ହନ୍ତସନ୍ତ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉଚିତ୍ ଶିକ୍ଷା ଦେବେ ଭୁବନେଶ୍ୱର, ତା.୦୨/୦୧: ୨୦୦୦ ମସିହାରେ ଓଡିଶାରେ ଜନ୍ମଗ୍ରହଣ କରିଥିବା ଶିଶୁଟି ବିଦ୍ୟାଳୟ ଅଧ୍ୟୟନ କାଳରେ ଶ୍ରେଣୀଗୃହ, ଶିକ୍ଷକ, ପାଠ୍ୟ ପୁସ୍ତକ, ୟୁନିଫର୍ମ ଅଭାବକୁ ଉପଲବ୍ଧି କରିଛି। ମଧ୍ୟାହ୍ନ ଭୋଜନ ଓ ପରୀକ୍ଷା ପ୍ରଶ୍ନ ପତ୍ରରେ ବିଭ୍ରାଟ କାରଣରୁ ହନ୍ତସନ୍ତ ହୋଇ ଶିକ୍ଷାପ୍ରାପ୍ତ ବାଧାକୁ ହୃଦୟଙ୍ଗମ କରିଛନ୍ତି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ। ଏପରିକି ଏଭଳି ଅବ୍ୟବସ୍ଥାକୁ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ମଧ୍ୟ ଅନୁଭବ କରିଛି। ରାଜ୍ୟ ସରକାରଙ୍କ ନୀତିହୀନ ଓ ଦୁରଦୃଷ୍ଟି ଅଭାବ କାରଣରୁ…

"ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ, ଶିକ୍ଷକ, ପାଠ୍ୟପୁସ୍ତକ, ୟୁନିଫର୍ମର ଅଭାବକୁ ଉପଲବ୍ଧି କରିଛନ୍ତି : ବିଜେପି"

ବିଶିଷ୍ଟ ନାଟ୍ୟକାର, ସଂଳାପ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ସ୍ୱର୍ଗତ ଅନନ୍ତ ଓଝାଙ୍କୁ ଶେଷ ଦର୍ଶନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ରାଜ୍ୟ ବିଜେପି

ଭୁବନେଶ୍ୱର, ତା.୦୨/୦୧(ଓଡ଼ିଆ ପୁଅ): ଓଡ଼ିଆ ଯାତ୍ର ଜଗତର ବିଶିଷ୍ଟ ନାଟ୍ୟକାର, ସଂଳାପ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ଅନନ୍ତ ଓଝାଙ୍କ ଗତ ୩୧ ତାରଖରେ ନିଧନ ହୋଇଥିଲା। ଆଜି ସ୍ୱର୍ଗତ ଓଝାଙ୍କ ମୃତ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ବିଜେପି ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଷ୍ନୁ ଦାସ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ଠାକୁର ରଣଜିତ୍ ଦାଶ, ସଂସ୍କୃତି ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପଂଚାନନ ନାୟକ, ଶ୍ରୀ ସଂଜୀବ ମିଶ୍ର, ଦେବାଶିଷ ନାୟକ ପ୍ରମୁଖ ସ୍ୱର୍ଗତ ଓଝାଙ୍କୁ ଶେଷ ଦର୍ଶନ କରି ଉପସ୍ଥିତ…

"ବିଶିଷ୍ଟ ନାଟ୍ୟକାର, ସଂଳାପ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ସ୍ୱର୍ଗତ ଅନନ୍ତ ଓଝାଙ୍କୁ ଶେଷ ଦର୍ଶନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ରାଜ୍ୟ ବିଜେପି"

ଚାଷ ପାଇଁ ନବଗଠିତ ତେଲେଙ୍ଗାନା ରାଜ୍ୟ ସରକାର ୨୪ ଘଂଟିଆ ବିଜୁଳି ସେବା ଯୋଜନା ଆରମ୍ଭ କଲେ ଦୀର୍ଘ ୧୮ ବର୍ଷର ବିଜେଡି ସରକାର କାହିଁକି କରୁନାହାନ୍ତି ? : ବିଜେପି

– ଚାଷ ଓ ଚାଷୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ – ବିହନ, କୀଟନାଶକ ଯୋଗାଣଠୁ ଆରମ୍ଭ କରି ଜଳସେଚନ ସୁବିଧା ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ – ସ୍ୱର୍ଗତ ଖଇନୁ ବଗର୍ତ୍ତୀ ଭଳି ବହୁ ଚାଷୀ ବିଜୁଳି ସମସ୍ୟା କାରଣରୁ ଆତ୍ମହତ୍ୟା କରିଛନ୍ତି – ବିଭିନ୍ନ ସମୟରେ କଟାକ୍ଷ ଓ ଉପହାସ କରି ଶାସକ ବିଜେଡିର ନେତୃବୃନ୍ଦ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ସମଗ୍ର ଚାଷୀକୁଳକୁ ଅପମାନିତ କରିଛନ୍ତି ଭୁବନେଶ୍ୱର, ତା.୦୨/୦୧ (ଓଡ଼ିଆ ପୁଅ) : ନୂତନ ଭାବେ ଗଠିତ ହୋଇଥିବା ମାତ୍ର ତିନି ବର୍ଷର ତେଲେଙ୍ଗାନା ରାଜ୍ୟ ସରକାର ଗତ କାଲି ରାଜ୍ୟରେ କୃଷି ପାଇଁ…

"ଚାଷ ପାଇଁ ନବଗଠିତ ତେଲେଙ୍ଗାନା ରାଜ୍ୟ ସରକାର ୨୪ ଘଂଟିଆ ବିଜୁଳି ସେବା ଯୋଜନା ଆରମ୍ଭ କଲେ ଦୀର୍ଘ ୧୮ ବର୍ଷର ବିଜେଡି ସରକାର କାହିଁକି କରୁନାହାନ୍ତି ? : ବିଜେପି"

ମାଗଣା ରୋଗ ନିଦାନ ସେବା ଆରମ୍ଭରୁ କେଁ: ରାଜ୍ୟରେ ଚାଲିଛି କେବଳ ଘୋଷଣା ସର୍ବସ୍ୱ ସରକାର : ବିଜେପି

– ବିଭିନ୍ନ ରୋଗ ପରୀକ୍ଷା ପାଇଁ ରୋଗୀଠୁ ଅର୍ଥ ଆଦାୟ କରିବା ନବୀନ ସରକାରଙ୍କ ନିଦାନ ଯୋଜନା ପ୍ରଥମରୁ ବିଫଳ – ଯୋଜନା ଘୋଷଣା କରି ଏହାକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ନକରିବାରେ ଧୁରନ୍ଦର ନବୀନ ସରକାର – ଠିକା ନର୍ସମାନଙ୍କୁ ନିୟମିତ କରିବା ସହ ସମାନ କାମ ଓ ସମାନ ଦରମା କଥା କହିବା ପରେ ବି ସେମାନଙ୍କୁ କେବେ ନିୟମିତ କରାଯିବ ଭୁବନେଶ୍ୱର ତା ୦୧/୦୧ (ଓଡ଼ିଆ ପୁଅ) : ରାଜ୍ୟ ସରକାର ରାଜ୍ୟରେ ଗରିବ ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍୍ୟସେବା ଯୋଗାଇବା ପାଇଁ ନିଦାନ ଯୋଜନାର ଘୋଷଣା କରିବା ଏବଂ କଟକ ବଡ ମେଡିକାଲରୁ କାର୍ଯ୍ୟକାରୀ କରି ଆରମ୍ଭରୁ ଫେଲ ମାରିବା…

"ମାଗଣା ରୋଗ ନିଦାନ ସେବା ଆରମ୍ଭରୁ କେଁ: ରାଜ୍ୟରେ ଚାଲିଛି କେବଳ ଘୋଷଣା ସର୍ବସ୍ୱ ସରକାର : ବିଜେପି"

ମିଶନ ୧୨୦+କୁ ସଫଳ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲା ବିଜେପି

ଭୁବନେଶ୍ୱର ତା ୦୧/୦୧ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟୀ ଆଗାମୀ ସାଧାରଣ ନିର୍ବାଚନରେ ୧୨୦ରୁ ଅଧିକ ସିଟ୍ରେ ବିଜୟ ଲାଭ କରିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ମିଶନ ୧୨୦+ ର ସଫଳତା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଛି ରାଜ୍ୟ ବିଜେପି। ଆଜି ବିଜେପି ତରଫରୁ ପୁରୀଠାରେ ପ୍ରଭୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ୧୨୧ଟି ଦୀପ ପ୍ରଜ୍ୱଳନ କରାଯାଇ ଆଶୀର୍ବାଦ ଭିକ୍ଷା କରାଯାଇଛି। ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପୁରୀ ଜିଲ୍ଲା ସଭାପତି…

"ମିଶନ ୧୨୦+କୁ ସଫଳ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲା ବିଜେପି"