ତୋଗାଡ଼ିଆ ଦୁର୍ଘଟଣା ଗସ୍ତ

ଭୁବନେଶ୍ୱର;୦୭,୦୩,୨୦୧୮(ଦେବଦତ୍ତ ରଥ): ବିଶ୍ବହିନ୍ଦୁ ପରିଷଦର ଅନ୍ତଃରାଷ୍ଟ୍ରୀୟ ସଭାପତି ପ୍ରବୀଣ ତୋଗାଡ଼ିଆଙ୍କର ଗାଡ଼ି ଦୁର୍ଘଟଣା ଗସ୍ତ ହୋଇଛି।ସୁରଟରେ ସେ କୌଣସି ଏକ କାର୍ଯ୍ୟକର୍ମରେ ଯାଉଥିବା ସମୟରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।ତେବେ ଏଥିରେ ତୋଗାଡ଼ିଆ କିମ୍ବା ଅନ୍ୟ କେହି ଆହତ ହୋଇ ନାହାଁନ୍ତି।ଜେଡ ପ୍ଲସ ସୁରକ୍ଷା ବଳୟ ଭିତରେ କିପରି ଟ୍ରକଟି ଧକ୍କା ଦେଇ ପାରିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏଣେ ରାଜ୍ୟ ସରକାର ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଠିକରେ ଯୋଗାଉ ନାହାଁନ୍ତି ବୋଲି ଡଃ: ତୋଗାଡ଼ିଆ ଅଭିଯୋଗ କରୁଥିବା ଜଣାପଡ଼ିଛି।ସେ ନିଜ କାର୍ଯ୍ୟକର୍ମର ରୁଟ ଚାଟ ପୁଲିସକୁ ଅବଗତ କରାଇଥିଲେ ବୋଲି କହିଛନ୍ତି।ସୂଚନା ଯୋଗ୍ୟ ଯେ ଗତ ଜାନୁୟାରୀ ୧୫ ତାରିଖରେ…

"ତୋଗାଡ଼ିଆ ଦୁର୍ଘଟଣା ଗସ୍ତ"

ଜୟାଙ୍କୁ ରାଜ୍ୟସଭା ଟିକେଟ୍

ନୂଆଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ଜୟାଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି ସମାଜବାଦୀ ପାର୍ଟି। ଆଗାମୀ ଦିନରେ ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସମାଜବାଦୀ ପାର୍ଟି(ଏସ୍‌ପି) ପକ୍ଷରୁ ପୁଣିଥରେ ଜୟା ବଚ୍ଚନଙ୍କୁ ରାଜ୍ୟସଭାକୁ ପଠଇବା ପାଇଁ ଯୋଜନା କରାଯାଇଛି। ତେବେ ଏସ୍‌ପି ପାଖରେ ମାତ୍ର ୪୭ ଭୋଟ ରହିଛି। ଏହାଦ୍ୱାରା କେବଳ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଯାଇ ପାରିବ। ଏସ୍‌ପିର ଅବଶିଷ୍ଟ ଭୋଟରେ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯିବ। ତେଣୁ ରାଜସଭାକୁ ପୁଣିଥରେ ଜୟା ବଚ୍ଚନଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଏସ୍‌ପି ପକ୍ଷରୁ ସୂଚିତ କରାଯାଇଛି।

"ଜୟାଙ୍କୁ ରାଜ୍ୟସଭା ଟିକେଟ୍"

ଡି ବ୍ରଦର୍ସ ଲିଙ୍କ:ବିଜେଡି କର୍ପୋରେଟର ଗିରଫ,ଦଳରୁ ବହିଷ୍କୃତ

ଭୁବନେଶ୍ୱର;୦୭,୦୩,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଡି ବ୍ରଦର୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି କର୍ପୋରେଟର।ଧଳ ବ୍ରଦର୍ସ ସହ ଲିଙ୍କ ଥିବା ଅଭିଯୋଗରେ କମିଶନରେଟ ପୁଲିସ୍ କଟକ ୭ ନମ୍ବର ୱାର୍ଡ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରିଛି।ପ୍ରଥମେ ପଚରା ଉଚରା ପାଇଁ ପୁଲିସ୍ ତାଙ୍କୁ ଅଟକ ରଖିଥିବା ବେଳେ ଏବେ ଗିରଫ କରିଥିବା ସୂଚନା ମିଳୁଛି।ତେବେ ଏ ଭିତରେ ବିଜେଡି ପକ୍ଷରୁ ରଞ୍ଜିତାଙ୍କୁ ବହିଷ୍କାର କରା ଯାଇଥିବା ସୂଚନା ମିଳିଛି।ଅସାମାଜିକ ବ୍ୟକ୍ତିଙ୍କ ସହ ସଂପର୍କ ତଥା ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳ ତାଙ୍କୁ ବହିଷ୍କୃତ କରିଥିବା ଜଣାପଡ଼ିଛି।

"ଡି ବ୍ରଦର୍ସ ଲିଙ୍କ:ବିଜେଡି କର୍ପୋରେଟର ଗିରଫ,ଦଳରୁ ବହିଷ୍କୃତ"

ଲେନିନ ଏବଂ ପେରିୟାରଙ୍କ ପରେ ଏବେ ଶ୍ୟାମା ପ୍ରସାଦ ମୁଖର୍ଜିଙ୍କର ମୂର୍ତ୍ତି ଭାଙ୍ଗିଲେ

ନୂଆଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ନିର୍ବାଚନ ଫଳାଫଳ ଘୋଷଣା ପରେ ମୂର୍ତ୍ତି ଭଙ୍ଗାଯିବାର ଘଟଣାକ୍ରମ ବଢ଼ିଛି। ତ୍ରିପୁରାରେ ଲେନିନ ଏବଂ ତାମିଲନାଡୁରେ ପେରିୟାରଙ୍କର ମୂର୍ତ୍ତି ଭଙ୍ଗା ଯିବା ପରେ ଏବେ କୋଲକାତାରେ ମୂର୍ତ୍ତି ଭଙ୍ଗା ଯିବାର ସୂଚନା ମିଳିଛି। ଦକ୍ଷିଣ କୋଲକାତାରେ ଶ୍ୟାମା ପ୍ରସାଦ ମୁଖର୍ଜୀ କ୍ଷତିଗ୍ରସ୍ତ କରିବାର ଚେଷ୍ଟା କରାଯାଇଛି । ଦକ୍ଷିଣ କୋଲକାତାର କାଳିଘାଟରେ ଜନସଂଘର ସଂସ୍ଥାପକ ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କର ମୂର୍ତ୍ତିଙ୍କ ଉପରେ ଆକ୍ରମଣ କରାଯାଇଛି। #Correction West Bengal: Bharatiya Jana Sangh founder Syama Prasad Mukherjee's bust was vandalized in Kolkata's Kalighat https://t.co/9NZB8SjXPt — ANI (@ANI) March 7, 2018…

"ଲେନିନ ଏବଂ ପେରିୟାରଙ୍କ ପରେ ଏବେ ଶ୍ୟାମା ପ୍ରସାଦ ମୁଖର୍ଜିଙ୍କର ମୂର୍ତ୍ତି ଭାଙ୍ଗିଲେ"

ବିଜେଡ଼ିରେ ଯାଗ ଦେଲେ ସୌମ୍ୟରଂଜନ ଏବଂ ଅଚ୍ୟୁତ

ଭୁବନେଶ୍ୱର ୭-୩ (ଓଡ଼ିଆ ପୁଅ) ଆଜି ଆମ ଓଡ଼ିଶା ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଛନ୍ତି। ଦଳରେ ମିଶିବା ପରେ ସୌମ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋ ପାଇଁ ଦଳ ଅପେକ୍ଷା ପ୍ରସଙ୍ଗ ଗୁୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସ୍ୱାର୍ଥ ପାଇଁ ମୁଁ ବିଜେଡ଼ିରେ ଯୋଗ ଦେଇଛି ବୋଲି ସେ ସ୍ପଷ୍ଟ କରିଥିଲେ।

"ବିଜେଡ଼ିରେ ଯାଗ ଦେଲେ ସୌମ୍ୟରଂଜନ ଏବଂ ଅଚ୍ୟୁତ"

ସଂସଦର ବଜଟ ଅଧିବେଶନ :  ଆଜି ଲୋକସଭାରେ ବ୍ୟାକିଂଗ ସେକ୍ଟର ଘୋଟାଲା ଉପରେ ଚର୍ଚ୍ଚା ହୋଇପାରେ

ନୂଆଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ଯଦି ଲୋକସଭା ଚାଲେ ତେବେ ଆଜି ବ୍ୟାକିଂଗ ସେକ୍ଟରରେ ଘୋଟାଲା ଉପରେ ଚର୍ଚ୍ଚା ହୋଇପାରେ। ଚର୍ଚ୍ଚାର ବିଷୟ ହେବ, ଗତ ଅନେକ ବର୍ଷରେ ବ୍ୟାକିଂଗ ସେକ୍ଟରରେ ହେଉଥିବା ଅନିୟମିତତା ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ। କିନ୍ତୁ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇଛି। କଂଗ୍ରେସ କହିଛିଯେ, ଘୋଟାଲା ଉପରେ ଚର୍ଚ୍ଚା ହେବା ଆବଶ୍ୟକ। ଏହା ପୂର୍ବରୁ ସଂସଦର ବଜଟ ଅଧିବେଶନର ପ୍ରଥମ ଦୁଇଟି ଦିନ ଦୁଇଟି ସଦନରେ ହଂଗାମାର କାରଣରୁ କୌଣସି କାମ ହୋଇପାରିନଥିଲା।

"ସଂସଦର ବଜଟ ଅଧିବେଶନ :  ଆଜି ଲୋକସଭାରେ ବ୍ୟାକିଂଗ ସେକ୍ଟର ଘୋଟାଲା ଉପରେ ଚର୍ଚ୍ଚା ହୋଇପାରେ"

୮୪ ତମ କଂଗ୍ରେସ ଅଧିବେଶନ ମାର୍ଚ୍ଚ ୧୬ରୁ ଦିଲ୍ଲୀରେ ଅନୁଷ୍ଠିତ ହେବ ଓଡିଶାର ପିସିସି ସଭ୍ୟମାନେ ଯୋଗଦେବେ

ଭୁବନେଶ୍ୱର ତା ୬.୩ (ଓଡ଼ିଆ ପୁଅ)- ଭାରତୀୟ ଜାତୀୟ କଂଗ୍ରେସର ୮୪ତମ ସାଧାରଣ ଅଧିବେଶନ ଆସନ୍ତା ମାର୍ଚ୍ଚ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍, ଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ସବୁ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭ୍ୟ, ସହଯୋଗୀ ପିସିସି ସଭ୍ୟ ଓ ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭ୍ୟମାନେ ପ୍ରତିନିଧି ବା ଡେଲିଗେଟ୍ ଭାବେ ଯୋଗ ଦେବେ। ଶ୍ରୀ ରାହୁଲ ଗାନ୍ଧୀ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହେଉଛି। ଏଥିନିମନ୍ତେ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ୨୯ ଜଣିଆ…

"୮୪ ତମ କଂଗ୍ରେସ ଅଧିବେଶନ ମାର୍ଚ୍ଚ ୧୬ରୁ ଦିଲ୍ଲୀରେ ଅନୁଷ୍ଠିତ ହେବ ଓଡିଶାର ପିସିସି ସଭ୍ୟମାନେ ଯୋଗଦେବେ"

କୃଷି ମହୋତ୍ସବ ୨୦୧୮ ଉଦ୍‌ଘାଟିତ ଚାଷୀ ମାନଙ୍କ ରୋଜଗାର ଦୁଇ ଗୁଣ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ୱର ୬-୩ (ଓଡ଼ିଆ ପୁଅ) ୨୦୦୩ ରୁ ୨୦୧୩ ଦଶକ ମଧ୍ୟରେ ରାଜ୍ୟରେ କୃଷକ ମାନଙ୍କ ରୋଜଗାର ଦୁଇ ଗୁଣ ବଢିଛି। ଏହାକୁ ଆହୁରି ଦୁଇ ଗୁଣ ବୃଦ୍ଧି କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ସ୍ଥାନୀୟ ବରମୁଣ୍ଡା ପଡିଆ ଠାରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଉଦ୍‌ଘାଟିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର କୃଷକ ମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ସୁଫଳ ପାଇଛନ୍ତି। ରାଜ୍ୟ ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ପାଇବା ସହିତ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ…

"କୃଷି ମହୋତ୍ସବ ୨୦୧୮ ଉଦ୍‌ଘାଟିତ ଚାଷୀ ମାନଙ୍କ ରୋଜଗାର ଦୁଇ ଗୁଣ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ"

ମେଘାଳୟରେ ଆଜି ଏନଡିଏ ସରକାରର ଶପଥ ଗ୍ରହଣ, କୋନରାଡ ସଙ୍ଗମା ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ

ମୁଖ୍ୟ କଥା: ସଙ୍ଗମା ସୋମବାର ସଂଧ୍ୟାରେ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ସାକ୍ଷାତ କରିଥିଲେ ଏବଂ ୬୦ ସଦସ୍ୟୀୟ ବିଧାନସଭାରେ ୩୪ ବିଧାୟକଙ୍କର ସମର୍ଥନରେ ସରକାର ବନାଇବାର ଦାବି କରିଥିଲେ ଏନପିପିର ଅଧ୍ୟକ୍ଷ କୋନରାଡ ସଙ୍ଗମା ଆଜି ମେଘାଳୟର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ସକାଳ ୧୦:୩୦ ବେଳେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ ମୋ ପାଖରେ ଅଛି ୩୪ ବିଧାୟକମାନଙ୍କର ସମର୍ଥନ- କୋନରାଡ ସଙ୍ଗମା ପୂର୍ବ ଲୋକସଭା ଅଧ୍ୟକ୍ଷ ପିଏ ସଙ୍ଗମା ର ସବୁଠାରୁ ଛୋଟ ପୁଅ କୋନରାଡ ଶିଲଙ୍ଗ ୬-୩ (ଓଡ଼ିଆ ପୁଅ): ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ର ଅଧ୍ୟକ୍ଷ କୋନରାଡ ସଙ୍ଗମା ଆଜି (ମଙ୍ଗଲବାର ଦିନ) ମେଘାଳୟର ମୁଖ୍ୟମନ୍ତ୍ରୀ ପଦର…

"ମେଘାଳୟରେ ଆଜି ଏନଡିଏ ସରକାରର ଶପଥ ଗ୍ରହଣ, କୋନରାଡ ସଙ୍ଗମା ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ"

“ଆମ ଗାଁ, ଆମ ବିକାଶ” ଯୋଜନା – ବାସ୍ତବତାରେ ନୁହେଁ, କେବଳ ପ୍ରଚାରରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ : ସମୀର ମହାନ୍ତି

ପଂଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀଙ୍କ “ଆମ ଗାଁ, ଆମ ବିକାଶ” ଯୋଜନାର ଶୁଭାରମ୍ଭ ପ୍ରସଙ୍ଗରେ … ଭୁବନେଶ୍ୱର, ତା.୦୫/୦୩ (ଓଡ଼ିଆ ପୁଅ) : ବାସ୍ତବତାରେ ନୁହେଁ, କେବଳ ପ୍ରଚାରରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ। ବିକାଶର ମିଛ ପ୍ରତିଶୃତି ଦେଇ ନିରୀହ ରାଜ୍ୟବାସୀଙ୍କୁ ପ୍ରତାରଣା ଦେବାରେ ସମସ୍ତ ସୀମା ମୁଖ୍ୟମନ୍ତ୍ରୀ ଉଲ୍ଲଂଘନ କରିସାରିଛନ୍ତି। ଦୀର୍ଘ ୧୮ ବର୍ଷ ଶାସନରେ ରହି ରାଜ୍ୟ ବିକାଶର ମିଥ୍ୟା କଥା କହି କେବଳ ଯେ ପ୍ରତାରଣା ଦେଇଛନ୍ତି ତା ନୁହେଁ, ବରଂ ରାଜ୍ୟବାସୀଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛକୁ ନେଇଯାଇଛନ୍ତି ବୋଲି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଗ୍ରାମାଂଚଳବାସୀ ନାନାଦି ମୈାଳିକ ସମସ୍ୟାର ସମ୍ମୁଖୀନ…

"“ଆମ ଗାଁ, ଆମ ବିକାଶ” ଯୋଜନା – ବାସ୍ତବତାରେ ନୁହେଁ, କେବଳ ପ୍ରଚାରରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ : ସମୀର ମହାନ୍ତି"