ଗରୀବ ଲୋକଙ୍କ ବିକାଶ ପ୍ରସଙ୍ଗରେ ଦଳଗତ ରାଜନୀତିର ଉର୍ଦ୍ଧ୍ୱକୁ ଶାସନ ବ୍ୟବସ୍ଥା ଉଠିବା ଅତ୍ୟନ୍ତ ଆବଶ୍ୟକ : ଧର୍ମେନ୍ଦ୍ର ପ୍ରଧାନ

ଆକାଂକ୍ଷୀ ଜିଲ୍ଲା ସମ୍ବନ୍ଧିତ ନୀତି ଆୟୋଗ ବୈଠକରେ ଓଡିଶା ସାମିଲ ନ ହେବା ପ୍ରସଙ୍ଗରେ…. – ରାଜନୈତିକ ଦୃଷ୍ଟିଭଙ୍ଗୀରେ ଭିନ୍ନତା ପାଇଁ ଓଡିଶାର ୮ଟି ଜିଲ୍ଲାର ବିକାଶକୁ ପ୍ରତିରୋଧ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ଅନୁରୋଧ – ଯୋଜନାରେ ସାମିଲ ହେବାକୁ ନେଇ ଆଉ ଥରେ ସମୀକ୍ଷା କରନ୍ତୁ ମୁଖ୍ୟମନ୍ତ୍ରୀ – ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ଓଡିଶାର ୮ଟି ଜିଲ୍ଲାର ନାମ ସ୍ଥୀରିକୃତ ହୋଇଥିବା ଓ କେନ୍ଦ୍ର ଓଡିଶା ଉପରେ ନିଷ୍ପତିକୁ ଲଦି ଦେଉଥିବା ରାଜ୍ୟ ସରକାରଙ୍କ ଯୁକ୍ତିକୁ ଖଣ୍ଡନ – ନୀତି ଆୟୋଗ ଦ୍ୱାରା ଲେଖା ଯାଇଥିବା ପତ୍ରରେ ଆକାଂକ୍ଷୀ ଜିଲ୍ଲା ତାଲିକାରେ ପରିବର୍ତ୍ତନ ପାଇଁ ରାଜ୍ୟ ଆଗ୍ରହୀ ଥିଲେ,…

"ଗରୀବ ଲୋକଙ୍କ ବିକାଶ ପ୍ରସଙ୍ଗରେ ଦଳଗତ ରାଜନୀତିର ଉର୍ଦ୍ଧ୍ୱକୁ ଶାସନ ବ୍ୟବସ୍ଥା ଉଠିବା ଅତ୍ୟନ୍ତ ଆବଶ୍ୟକ : ଧର୍ମେନ୍ଦ୍ର ପ୍ରଧାନ"

୧୭ ବର୍ଷରେ ଭଦ୍ରକର ବିକାଶ ଆଖିଦୃଶିଆ ନୁହଁ: ପୂର୍ବତନ ସାଂସଦ ଅନନ୍ତ ସେଠୀ

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତ ୧୭ ବର୍ଷର ରାଜ୍ୟ ସରକାର ଭଦ୍ରକର ବିକାଶକୁ ଯେତିକି ଗୁରୁତ୍ୱ ଦେବା କଥା ଦେଇନାହାନ୍ତି। ଏହି ସମୟକାଳ ମଧ୍ୟରେ ବିକାଶ ଓ ଜିଲ୍ଲାର ମର୍ଯ୍ୟାଦା ସହିତ ଜଡିତ କିଛି ବଡ ପ୍ରକଳ୍ପ ସରକାର ଭଦ୍ରକବାସୀଙ୍କୁ ଭେଟି ଦେଇନାହାନ୍ତି ବୋଲି ଭଦ୍ରକର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ଆଜି ଏକ ସାମ୍ବଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀ ସେଠୀ ଚରମ୍ପା ସ୍ଥିତ ତାଙ୍କ ବାସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଭଦ୍ରକ ପ୍ରତି ଚରମ ଅବହେଳାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ତୀବ୍ର ପ୍ରତିକ୍ରିୟା…

"୧୭ ବର୍ଷରେ ଭଦ୍ରକର ବିକାଶ ଆଖିଦୃଶିଆ ନୁହଁ: ପୂର୍ବତନ ସାଂସଦ ଅନନ୍ତ ସେଠୀ"

ମହାନଦୀ ପ୍ରସଙ୍ଗରେ ବିଜେପି-ବିଜେଡ଼ି ରାଜ୍ୟବାସୀଙ୍କ ସାଙ୍ଗରେ ମହାପ୍ରତାରଣା କରିଛନ୍ତି: ପ୍ରସାଦ

ଭୁବନେଶ୍ୱର ତା ୭.୧(ଓଡ଼ିଆ ପୁଅ). ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଉଭୟ ବିଜେଡ଼ି-ବିଜେପି ଓଡ଼ିଶାର ଜନସାଧାରଣଙ୍କ ସହ ପ୍ରତାରଣା କରିବାକୁ ସୁଖ ମଣୁଛନ୍ତି। ଉଭୟ ଦଳର ବିବାଦର ସମାଧାନ ଦିଗରେ ସାମାନ୍ୟତମ ଆନ୍ତରିକତା ନଥିଲାବେଳେ କେବଳ ଶସ୍ତା ରାଜନୈତିକ ଫାଇଦା ପାଇବା ଦିଗରେ ଉଦ୍ୟମରତ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କେନ୍ଦ୍ର ବିଜେପି ଛତିଶଗଡ଼ ସରକାରର ସ୍ୱାର୍ଥକୁ ପ୍ରାଥମିକତା ଦେଉଥିଲାବେଳେ ରାଜ୍ୟ ବିଜେଡ଼ି ଏହି ପ୍ରସଙ୍ଗକୁ ଦୀର୍ଘବର୍ଷ ଧରି ଅବହେଳା କରିଚାଲିଛି। ଛତିଶଗଡ଼ ସରକାର ରାଜ୍ୟ ବିଜେଡ଼ି ସରକାରର ସଂପୂର୍ଣ୍ଣ ଗୋଚରରେ ମହାନଦୀର ଉପର ମୁଣ୍ଡରେ ବନ୍ଧ ଓ ବ୍ୟାରେଜ ପ୍ରକଳ୍ପମାନ…

"ମହାନଦୀ ପ୍ରସଙ୍ଗରେ ବିଜେପି-ବିଜେଡ଼ି ରାଜ୍ୟବାସୀଙ୍କ ସାଙ୍ଗରେ ମହାପ୍ରତାରଣା କରିଛନ୍ତି: ପ୍ରସାଦ"

ବ୍ରହ୍ମପୁରରେ ସି.ପି.ଆଇ.ଏମ. ଓଡିଶା ରାଜ୍ୟ ସମ୍ମିଳନୀ

ବ୍ରହ୍ମପୁର: ୭/୦୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ ) ଓଡିଶା ଶାଖା ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ତିନି ଦିନିଆ ୨୧ଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ସ୍ଥାନୀୟ ରାମଲିଙ୍ଗମ ପୋଖରୀ ରାସ୍ତାରେ ଆୟୋଜିତ ସାଧାରଣ ସଭାରେ ପାର୍ଟିର ଜାତୀୟ ସମ୍ପାଦକ ଶ୍ରୀ ସୀତାରାମ ୟେଚୁରୀ କେନ୍ଦ୍ରରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ପ୍ରଦାୟିକ ନୀତି ଏବଂ ଓଡ଼ିଶାରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବାମପନ୍ଥୀ ଦଳ ସଂଗ୍ରାମ ଅବ୍ୟାହତ ରଖିବା ସୂଚାଇ ଦେଶର ସ୍ୱାର୍ଥ, ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ଓ ଦୁର୍ନୀତି ବିରୋଧରେ ସାଲିସ ବିହୀନ ସଂଗ୍ରାମ ଜୋରଦାର କରିବାକୁ ସେ ଆହ୍ୱାନ…

"ବ୍ରହ୍ମପୁରରେ ସି.ପି.ଆଇ.ଏମ. ଓଡିଶା ରାଜ୍ୟ ସମ୍ମିଳନୀ"

ସାତ ଶହ କୋଟି ଜନ ସଂଖ୍ୟା ବିଶିଷ୍ଟ ବିଶ୍ୱର ୭୦ କୋଟି ଲୋକଙ୍କ ଅର୍ଥନୀତିର ପ୍ରାଣ କେନ୍ଦ୍ର ଓଡିଶା ହୋଇ ପାରିବ – ଧର୍ମେନ୍ଦ୍ର ପ୍ରଧାନ

ବିଜନେସ ଷ୍ଟାଣ୍ଡାର୍ଡର ରାଉଣ୍ଡ ଟେବୁଲ: – ଆଲୁମିନିୟମ, ଲୁହା ଓ ବିଜୁଳି କ୍ଷେତ୍ରରେ ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ଓଡିଶାର ରହିଛି – ଉଚ୍ଚ ମାନର ଆଲୁମିନିୟମ ଓ ଷ୍ଟିଲ ଉତ୍ପାଦନ ହେଲେ ଓଡିଶାରେ ମାନୁଫ୍ୟାକଚରିଂ ସେକ୍ଟରରେ ବ୍ୟାପକ ବୃଦ୍ଧିରେ ଓଡିଆ ଯୁବକ ଲାଭବାନ ହେବେ – ମହାନଦୀ ମାମଲାରେ ଟ୍ରିବ୍ୟୁନାଲ ଓଡିଶାର ହକ୍ ମାତ୍ର କ୍ଷୁଦ୍ର ରାଜନୈତିକ ଅଭିସନ୍ଧି ରଖି କଥାବାର୍ତ୍ତା ବିକଳ୍ପକୁ ଅଗ୍ରାହ୍ୟ କରିବା ଉଚିତ ହେଉ ନାହିଁ – କେନ୍ଦ୍ରୀୟ ଅବହେଳା ଅଭିଯୋଗ ପୁରୁଣା ଗ୍ରାମୋଫୋନ ରେକର୍ଡର ଘଷରା ସ୍ୱର କହି ଭିତିଭୂମି ଓ ଗରୀବ କଲ୍ୟାଣର ହିସାବ ରଖିଲେ – ପଂଚାୟତ ନିର୍ବାଚନ ବିଜେପିକୁ ୨ ନମ୍ବର କରିଛି, ସାଧାରଣ…

"ସାତ ଶହ କୋଟି ଜନ ସଂଖ୍ୟା ବିଶିଷ୍ଟ ବିଶ୍ୱର ୭୦ କୋଟି ଲୋକଙ୍କ ଅର୍ଥନୀତିର ପ୍ରାଣ କେନ୍ଦ୍ର ଓଡିଶା ହୋଇ ପାରିବ – ଧର୍ମେନ୍ଦ୍ର ପ୍ରଧାନ"

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ

ଭୁବନେଶ୍ୱର, ତା.୦୬/୦୧(ଓଡ଼ିଆ ପୁଅ): ରାଜ୍ୟରେ ପାର୍ଟିର ସାଂଗଠନିଳ କାର୍ଯ୍ୟକଳାପର ସମୀକ୍ଷା କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଓଡିଶା ଆସୁଛନ୍ତି। ଶ୍ରୀ ସିଂହ ଆସନ୍ତା କାଲି ରାତିରେ ଭୁବନେଶ୍ୱର ପହଂଚିବେ। ୮ ତାରିଖରେ ଶ୍ରୀ ସିଂହ ରାଜ୍ୟ କାର୍ଯାଳୟଠାରେ ସଂସଦୀୟ କ୍ଷେତ୍ର ପ୍ରମୁଖ, ରାଜ୍ୟ ପଦାଧିକାରୀଙ୍କ ବୈଠକରେ ଯୋଗ ଦେବେ। ସେହିପରି ୯ ତାରିଖରେ ବିଭିନ୍ନ ବୈଠକରେ ଯୋଗ ଦେଇ ଶ୍ରୀ ସିଂହ ପାର୍ଟିର ସ୍ଥିତି ଏବଂ କାର୍ଯ୍ୟକଳାପର ସମ୍ପର୍କରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ। ଶ୍ରୀ ସିଂହ ୯ ତାରିଖ ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ…

"ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ"

ଚାଷୀଙ୍କ ପାଇଁ ନୁହେଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି : ବିଜେପି

“ଟ୍ରିବ୍ୟୁନାଲ ହିଁ ସବୁ ସମସ୍ୟାର ସମାଧାନ” ବିଜେଡିର ଯୁକ୍ତିକୁ ଅଗ୍ରାହ୍ୟ – କେନ୍ଦ୍ର ସରକାର ବା କୌଣସି ଟ୍ରିବ୍ୟୁନାଲ ଗୋଟିଏ ବି ବନ୍ଧ ନିର୍ମାଣ ବନ୍ଦ କରିବାକୁ ନିର୍ଦେଶ ଦେଇଥିବାର ଉଦାହରଣ ବିଜେଡି ଦେବ କି ? – ରାବୀ, ବ୍ୟାସ ଓ କାବେରୀ ମାମଲାରେ ଟ୍ରିବ୍ୟୁନାଲ ୨୭ରୁ ୩୦ ବର୍ଷ ପରେ ବି କରି ପାରି ନାହିଁ ନିଷ୍ପତି – ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜଳବିବାଦ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଏକକ ଟ୍ରିବ୍ୟୁନାଲ ଆଇନ ସ୍ୱାଗତଯୋଗ୍ୟ – ଓଡିଶାର ହୀରାକୁଦ ଓ ସମଲ ବ୍ୟାରେଜର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପାଣି କେତେ ମାତ୍ରାରେ ଶିଳ୍ପ ସଂସ୍ଥାକୁ ଟେକି ଦିଆ…

"ଚାଷୀଙ୍କ ପାଇଁ ନୁହେଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି : ବିଜେପି"

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା

ରାଞ୍ଚି ୬-୧ (ଓଡ଼ିଆ ପୁଅ) ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା କରାଯାଇଛି। ଲାଲୁଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ଗୋଖାଦ୍ୟ ଦୁର୍ନୀତିର ଶୁଣାଣି ଶେଷ ହେବା ପରେ ଆଜି ଅପରାହ୍ନ ୪ଟାରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହୋବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା।  ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୫ଜଣ ଅଭିଯୁକ୍ତଙ୍କର ବିଭିନ୍ନ ବିନ୍ଦୁ ଉପରେ ସିବିଆଇର ବିଶେଷ କୋର୍ଟରେ ଗତକାଲି ଶୁଣାଣି ଶେଷ ହୋଇଥିଲା। ଆଜି ଅପରାହ୍ନ ପ୍ରଥମେ ୨ଟା ସମୟରେ ଏବଂ ପରେ ବଦଳାଯାଇ ଅପରାହ୍ନ ୪ଟା ସମୟରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହୋଇଛି। ସ୍ୱତନ୍ତ୍ର…

"ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା"

ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାନ୍ତୁ : ବିଜେପି

– ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ: ⦁    ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବଳ ଓଡିଶାର ପ୍ରସଂଗ ନୁହେଁ ⦁    ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭ୍ରାନ୍ତି କର ମନ୍ତବ୍ୟ ଦେଇ କେବଳ ରାଜନୀତି କରୁଛନ୍ତି ଭୁବନେଶ୍ୱର, ତା ୦୫/୦୧ (ଓଡ଼ିଆ ପୁଅ) : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବଳ ଓଡିଶାର ପ୍ରସଂଗ ନୁହେଁ। ଓଡିଶା ବ୍ୟତୀତ ଅନେକ ରାଜ୍ୟ ମଧ୍ୟ ଧାନ ଉତ୍ପାଦନ କରୁଛନ୍ତି। ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟମାନଙ୍କ ସହ ଆଲୋଚନା କରି ଓଡିଶା ସରକାର କେନ୍ଦ୍ର ସରକାରକୁ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରସ୍ତାବ ଦେବା ଉଚିତ୍। ଏଭଳି ପ୍ରସ୍ତାବ…

"ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାନ୍ତୁ : ବିଜେପି"

ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି: ବିଜେପି

– ଓଡିଶାର କୌଣସି କ୍ଷତି ହେବ ନାହିଁ – ଗୋଟିଏ ବି ଆଦିବାସୀ ପରିବାର ବାସଚ୍ୟୁତ ହେବେ ନାହିଁ – ଗତକାଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବକ୍ତବ୍ୟର ସଠିକ ତର୍ଜମା କରୁ ବିଜେଡି – ସୁରକ୍ଷିତ ନଦୀବନ୍ଧ ନିର୍ମାଣ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ) : ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି କ୍ଷତି ହେବ ନାହିଁ। ଏପରିକି ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଗୋଟିଏ ବି ଆଦିବାସୀ ପରିବାର ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଗତ କାଲି ସଂସଦରେ ନିର୍ଭର ଓ ଦୃଢ…

"ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି: ବିଜେପି"