ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନବୀନ ସରକାରଙ୍କ ସ୍ଥାଣୁତା-ଅପାରଗତା ବିରୁଦ୍ଧରେ ଓଡ଼ିଆଙ୍କ ହକ୍ ର ଲଢେ଼ଇ ପାଇଁ ଆହ୍ୱାନ

ଭୁବନେଶ୍ୱର, ବାରିପଦା, ତା.୨୩/୦୪ (ଓଡ଼ିଆ ପୁଅ): ଓଡ଼ିଶାରେ ନବୀନ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ଓଡ଼ିଆଙ୍କ ହକ୍ ର ଲଢେ଼ଇ। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସପ୍ତାହକ ମଧ୍ୟରେ ଆୟୋଜିତ ହୋଇଛି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ପାରିତ ହୋଇଛି ୩ୟ ପ୍ରସ୍ତାବ। ନବୀନ ସରକାରଙ୍କ ସ୍ଥାଣୁତା ଏବଂ ଅପାରଗତା ବିରୁଦ୍ଧରେ ‘ଆସନ୍ତୁ ଲଢ଼ିବା, ଓଡ଼ିଆଙ୍କ ହକ୍ ର ଲଢେ଼ଇ’ ପାଇଁ ଆହ୍ୱାନ ଦିଆଯାଇଛି। ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିବାବେଳେ ରାଜ୍ୟ ସଂପାଦକ ଶ୍ରୀ ଦିଲୀପ ମଲ୍ଲିକ ଏବଂ ଡ.ଯତୀନ ମହାନ୍ତି ସମର୍ଥନ ଜଣାଇଥିଲେ। ଏହା ପରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାପତି…

"ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନବୀନ ସରକାରଙ୍କ ସ୍ଥାଣୁତା-ଅପାରଗତା ବିରୁଦ୍ଧରେ ଓଡ଼ିଆଙ୍କ ହକ୍ ର ଲଢେ଼ଇ ପାଇଁ ଆହ୍ୱାନ"

ମୋଦି ଓଡିଆ ବୀରତ୍ୱକୁ ସମ୍ମାନିତ କଲେ ବିଜେଡି ସେଥି ପାଇଁ ଅସହିଷ୍ଣୁ: ବିଜେପି

– ବାବୁଲା ହଜି ନାହାନ୍ତି, ବିଜେଡି ନେତା ଲୁଚାଇ ରଖିଛନ୍ତି, ଗଣମାଧ୍ୟମ ରିପୋର୍ଟ ସତ୍ୟ ହୋଇଥିଲେ ସାଂଘାତିକ – ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ରବି ନନ୍ଦଙ୍କ ଟେଲିଫୋନ କଲ ରେକର୍ଡ ଜାଂଚ ଓ ଜେରା ପାଇଁ ଦାବି – କେଉଁ ଗୋଟେ ମାଝୀଙ୍କୁ’ ବିଜେପି ସମ୍ମାନିତ କରିଛି କହି ଶ୍ରୀ ପାତ୍ର ସମ୍ପୂର୍ଣ କନ୍ଧ ସମାଜ, ରାଜ୍ୟର  ଆଦିବାସୀ ତଥା ସମ୍ପୂର୍ଣ ଓଡିଶାବାସୀଙ୍କ ଘୋର ଅପମାନ କରିଛନ୍ତି ।୧୭ ବର୍ଷର ବିଜେଡି ଶାସନ ପରେ ଓଡିଶାର ମହାନ ସଂଗ୍ରାମୀଙ୍କୁ ସମ୍ମାନ ଦେବା ପାଇଁ କିଏ ମନା କରିଥିଲା ? ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡିଶାର କୌଣସି ବି ବୀର ପୁରୁଷ…

"ମୋଦି ଓଡିଆ ବୀରତ୍ୱକୁ ସମ୍ମାନିତ କଲେ ବିଜେଡି ସେଥି ପାଇଁ ଅସହିଷ୍ଣୁ: ବିଜେପି"

ଭଦ୍ରକ ଲୋକସଭା ଯୁବ କଂଗ୍ରେସର ପ୍ରସ୍ତୁତି ବୈଠକ

ଭଦ୍ରକ, ୨୫ା୪ : ଆଗାମୀ ୯ତାରିଖ ରାଜ୍ୟ ଯୁବକଂଗ୍ରେସ ଆହ୍ୱାନ କ୍ରମେ ଭୁବନେଶ୍ୱର ଠାରେ ଏକ ବିଶାଳ ଯୁବ ଅଧିକାର ସମାବେଶ ଅନୁଷ୍ଠିତ ହେବ । ଏଥିରେ ଅଖିଳଭାରତୀୟ ଯୁବକଂଗ୍ରେସ ସଭାପତି ଯୋଗଦାନ କରିବେ । ଓଡିଶାର ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ବା ବେକାରୀ ଭତ୍ତା ଦେବାପାଇଁ ଏହି ସମାବେଶ ଅନୁଷ୍ଠିତ ହେବ । ଆଜି ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଭଦ୍ରକ ଲୋକସଭା ଯୁବ କଂଗ୍ରେସ ସାଭାପତି ପ୍ରଦୁ୍ୟମ୍ନ ଦାସଙ୍କ ନେତୃତ୍ୱରେ ଉକ୍ତ ସମାବେଶକୁ ସଫଳ କରିବାପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଯୁବକଂଗ୍ରେସର ସାଧାରଣ ସଂପାଦକ ନୀଳମାଧବ ପଣ୍ଡା, ଜିଲା ମିଡିଆ ସେଲର…

"ଭଦ୍ରକ ଲୋକସଭା ଯୁବ କଂଗ୍ରେସର ପ୍ରସ୍ତୁତି ବୈଠକ"

ଭଦ୍ରକ ହିଂସାକାଣ୍ଡ ପ୍ରସଙ୍ଗରେ ବିଜେଡି ନିଜକୁ ସମୀକ୍ଷା କରୁ – ବିଜେପି

ଭଦ୍ରକ, ୨୫/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଉଭୟ ସଂପ୍ରଦାୟ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରି ସମଗ୍ର ଭାରତବର୍ଷରେ ଗୌରବାନ୍ୱିତ ହୋଇଥିବା ଭଦ୍ରକରେ ଶାନ୍ତି ଫେରାଇ ଆଣିବା ପାଇଁ ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ସମସ୍ତ ବ୍ୟକ୍ତିବିଶେଷ ହିଂସାକାରୀଙ୍କୁ କଠୋର ଦଣ୍ଡଦେବା ନେଇ ନିଜ ନିଜ ବକ୍ତବ୍ୟକୁ ରାଜନୀତିକରଣ ନକରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି ଏବଂ ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଜନସାଧାରଣଙ୍କ ବ୍ୟାପକ ଧନସଂପତ୍ତି କ୍ଷୟକ୍ଷତି ହୋଇଥିବାରୁ ଗଭୀର ଦୁଃଖ ପ୍ରକାଶ କରିବା ସହ ଏଭଳି ଅପ୍ରିତିକର ଓ ଅପ୍ରତ୍ୟାଷିତ ଦୁର୍ଘଟଣା ପାଇଁ ଯେ କେହି ଦାୟୀ ହୁଅନ୍ତୁ…

"ଭଦ୍ରକ ହିଂସାକାଣ୍ଡ ପ୍ରସଙ୍ଗରେ ବିଜେଡି ନିଜକୁ ସମୀକ୍ଷା କରୁ – ବିଜେପି"

ବିଧାୟକ କିମ୍ବା ବିଜେଡି ଦଳ ଭଦ୍ରକ ହିଂସାକାଣ୍ଡ ପାଇଁ ଦାୟୀ ନୁହଁନ୍ତି : ସାଂସଦ ଅର୍ଜୁନ ସେଠୀ

ଭଦ୍ରକ, ୨୨/୪(ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଗତକାଲି ବିଜେପିର ରାଜ୍ୟ ମୁଖପାତ୍ର ସର୍ଜନ ଶର୍ମା ଭଦ୍ରକ ହିଂସାକାଣ୍ଡ ଘଟଣାରେ ସ୍ଥାନୀୟ ସାଂସଦ ତଥା ଜିଲା ବିଜେଡି ସଭାପତି ଅର୍ଜୁନ ଚରଣ ସେଠୀ ଓ ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଥିବା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ଆଜି ତାହାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତାଙ୍କ ସମେତ ବହୁ ଜିଲା କର୍ମକର୍ତ୍ତା ଦୃଢ ଭାବେ ଖଣ୍ଡନ କରିଛନ୍ତି। ଏବଂ ସାଂସଦ ଭଦ୍ରକ ହିଂସାକାଣ୍ଡ ଘଟଣାରେ ବିଧାୟକ ଓ ତାଙ୍କ ପୁତ୍ରଙ୍କ ସଂପୃକ୍ତିକୁ ନେଇ ଦିଲ୍ଲୀରେ ଦେଇଥିବା ବୟାନକୁ ଶ୍ରୀ ସେଠୀ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରି ଏହାକୁ ପ୍ରତ୍ୟେକ୍ଷ ଭାବେ…

"ବିଧାୟକ କିମ୍ବା ବିଜେଡି ଦଳ ଭଦ୍ରକ ହିଂସାକାଣ୍ଡ ପାଇଁ ଦାୟୀ ନୁହଁନ୍ତି : ସାଂସଦ ଅର୍ଜୁନ ସେଠୀ"

ଭଦ୍ରକ ହିଂସାକୁ ନେଇ ଜିଲ୍ଲା ବିଜେଡ଼ି ରାଜନିତୀରେ ହଟଚମଟ

– ସହରରେ ସାମ୍ପ୍ରଦାୟିକ ସଦଭାବ ନଷ୍ଟ କରିଛନ୍ତି ଭଦ୍ରକ ବିଧାୟକ – ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ ମହାପାତ୍ର ଭଦ୍ରକ, ୨୧/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ବିଜୁ ଜନତା ଦଳ ଏବେ ଭଦ୍ରକରେ ‘ଭଦ୍ରକ ଯୁଗଳ ଦଳ’ରେ ପରିଣତ ହୋଇଛି ବୋଲି ଆଜି ଜିଲାର ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ ମହାପାତ୍ର ନିଜ ବାସଭବନରେ ଆହୂତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ତାଙ୍କ ପୁତ୍ର ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରିଛନ୍ତି। ୧୯୭୩ ମସିହାରୁ ଆଜି ପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକ ଭଦ୍ରକର ସଂଝ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଉଦଭ୍ରାନ୍ତ କରିଛନ୍ତି। ସେମାନଙ୍କୁ ଭଲ…

"ଭଦ୍ରକ ହିଂସାକୁ ନେଇ ଜିଲ୍ଲା ବିଜେଡ଼ି ରାଜନିତୀରେ ହଟଚମଟ"

ଅଗ୍ନି ବିପନ୍ନ ପରିବାରଙ୍କୁ ବିଜେପି ଯୁବମୋର୍ଚ୍ଚାର ସହାୟତା

ଭଦ୍ରକ, ୨୦/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ ବ୍ଲକ୍ ରାହାଞ୍ଜ ପଞ୍ଚାୟତ ଅନ୍ତର୍ଗତ ଅସୁରା ସାହିର ୧୧ ପରିବାର ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି। ତାଙ୍କର ସମସ୍ତ ଆସବାବ ପତ୍ର ପୋଡିଜଳି ପାଉଁଶ ହୋଇଯାଇଛି। ବିଜେପି ଯୁବମୋର୍ଚ୍ଚା ଭଦ୍ରକ ଜିଲା ପକ୍ଷରୁ ଜିଲା ସଭାପତି ସୁରେଶ ସାମଲଙ୍କ ନେତୃତ୍ୱରେ ଉକ୍ତ ଗ୍ରାମକୁ ଗସ୍ତ କରି ରନ୍ଧା ଖାଦ୍ୟ ସମେତ ଚାଉଳ, ପନିପରିବା ବଣ୍ଟନ କରିଥିଲେ। ଏବଂବିପନ୍ନ ପରିବାରକୁ ତୁରନ୍ତ ଇନ୍ଦିରାଆବାସ ପ୍ରଦାନ କରିବାକୁ ଜିଲା ପ୍ରଶାସନ ପାଖରେ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିକାଶ ଶ୍ରେଷ୍ଠା, ଦାଣ୍ଡବାସୁଳୀ ମଣ୍ଡଳ ଯୁବ ସଭାପତି ସିପୁନ ମହାନ୍ତି, ଚନ୍ଦ୍ରମୋହନ ମହାପାତ୍ର,…

"ଅଗ୍ନି ବିପନ୍ନ ପରିବାରଙ୍କୁ ବିଜେପି ଯୁବମୋର୍ଚ୍ଚାର ସହାୟତା"

ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୁକ୍ରବାର ପୁରୀ ଗସ୍ତରେ ଆସି ରତ୍ନସିଂହାସନ ବିଜେ ଚତୃର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ନେପାଳ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ପୁର୍ବାହ୍ନରୁ ନୀତି ତ୍ୱରାନୀତ କରାଯାଇଥିଲା। ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା। ପୁର୍ବାହ୍ନ ୧୦ଟା ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ପୁର୍ବାହ୍ନ ୧୦ଟା ୪୦ ମିନିଟ୍ ସମୟରେ ଶ୍ରୀମତୀ ଭଣ୍ଡାରି ସ୍ୱତନ୍ତ୍ର କ୍ୟାର୍ ଗେଟ୍ ଯୋଗେ ସୂଚନା କେନ୍ଦ୍ର ସମ୍ମୁଖରେ ପହଞ୍ଚିଥିଲେ। ଗାଡ଼ିରୁ ଓହ୍ଲାଇବା ପରେ ଶ୍ରୀମତୀ ଭଣ୍ଡାରିଙ୍କୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ନୀତି ପ୍ରଶାସକ…

"ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି"

ଶ୍ରୀମନ୍ଦିରରେ ଚତୃର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

ପୁରୀ ୧୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବୁଧବାର ସଂଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ମଙ୍ଗଳବାର ରାତ୍ରୀ ପ୍ରାୟ ୧୦ଟା ସମୟରେ ମମତା ପୁରୀ ଆସି ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଅବସ୍ଥାନ କରିଥିଲେ। ଏଥିପାଇଁ ସର୍କିଟ୍ ହାଉସ ସଂପୂର୍ଣ୍ଣ ସୁରକ୍ଷା ଛାଉଣୀରେ ପରିଣତ ହୋଇଥିଲା। ବୁଧବାର ସଂଧ୍ୟା ପ୍ରାୟ ୫ଟା ୫୦ ମିନିଟ୍ ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ସିଂହଦ୍ୱାରରେ ପହଞ୍ଚିଥିଲେ। ସିଂହଦ୍ୱାରର ପ୍ରାୟ ଦେଢ଼ଶହ ମିଟର ପୁର୍ବରୁ ସେ ଗାଡ଼ିରୁ ଓହ୍ଲାଇ ଚାଲିଚାଲି ଆସିଥିଲେ। ସିଂହଦ୍ୱାର ଅରୁଣସ୍ତମ୍ଭ ନିକଟରେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ତଥା ମମତାଙ୍କ କୂଳପଣ୍ଡା ଜଗନ୍ନାଥ ସ୍ୱାଇଁ ମହାପାତ୍ର,…

"ଶ୍ରୀମନ୍ଦିରରେ ଚତୃର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା"

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କର୍ମୀଙ୍କ କଳାପତାକା ପ୍ରଦର୍ଶନ

ପୁରୀ ୧୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶ୍ରୀମନ୍ଦିର ଦର୍ଶନପାଇଁ କରାଯାଇଥିଲା ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ତେବେ ସମସ୍ତ ସୁରକ୍ଷା ବଳୟକୁ ଭେଦକରି ବିଜେପିର ଦୁଇଜଣ କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ମମତା ଗୋ ବ୍ୟାକ୍ ସ୍ଲୋଗାନ୍ ଦେଇଥିଲେ। ଶ୍ରୀ ବାନାର୍ଜୀ ସିଂହଦ୍ୱାରର କିଛି ମିଟର ଦୂରରୁ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ଭିଡ଼ ଭିତରୁ ଦୁଇଜଣ ବିଜେପି ଯୁବ ମୋର୍ଚ୍ଚା କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଥିଲେ। ତେବେ ସଙ୍ଗେ ସଙ୍ଗେ ପୋଲିସ ସେମାନଙ୍କୁ ଟାଣିନେଇଥିଲେ। ଏତିକିରେ ସରିନଥିଲା ବିଜେପିର ମମତାଙ୍କୁ ବିରୋଧ। ଶ୍ରୀମନ୍ଦିରରୁ ଦର୍ଶନ ସାରି ଅରୁଣସ୍ତମ୍ଭ ନିକଟରେ ମମତା…

"ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କର୍ମୀଙ୍କ କଳାପତାକା ପ୍ରଦର୍ଶନ"