ନୟାଗଡ଼: ଶରଣକୂଳ ଲଡୁବାବା ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ନୟାଗଡ଼ ୨୭-୧ (ଓଡ଼ିଆ ପୁଅ) ଜିଲ୍ଲା ଶରଣକୂଳର ପ୍ରସିଦ୍ଧ ଶୈବପୀଠ ଲଡୁବାବାଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଥିବା ଶରଣକୂଳ ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ମନ୍ଦିରର ହୁଣ୍ଡି ଭାଙ୍ଗି ସବୁ ଟଙ୍କା ଲୁଟି ନେଇଛି। ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିଲା ବୋଲି ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।

"ନୟାଗଡ଼: ଶରଣକୂଳ ଲଡୁବାବା ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ"

ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ ଓ ବ୍ୟାପକ ସଂସ୍କାର ଯୋଜନା ଘୋଷଣା କଲେ ଭାରତ ସରକାର

ନୂଆଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଅକ୍ଟୋବର, ୨୦୧୭ରେ ଘୋଷଣା କରାଯାଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ(ପିଏସବି)ଗୁଡ଼ିକର ପୁନଃପୁଞ୍ଜିକରଣ ବିବରଣୀ କେନ୍ଦ୍ର ସରକାର ଜାରି କରିଛନ୍ତି। ୨୦୧୭-୧୮ ବର୍ଷର ପୁଞ୍ଜି ନିବେଶ ଯୋଜନାରେ ପୁନଃପୁଞ୍ଜିକରଣ ବଣ୍ଡ ଜରିଆରେ ୮୦ ହଜାର କୋଟି ଟଙ୍କା ଏବଂ ବଜେଟ ସହାୟତା ରୂପରେ ୮, ୧୩୯ କୋଟି ଟଙ୍କା ସାମିଲ ରହିଛି। ଏହି ଯୋଜନା ଦ୍ୱାରା ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକର ବିନିୟାମକ ପୁଞ୍ଜି ଆବଶ୍ୟକତା ପୂରଣ କରାଯିବ ଏବଂ ଅର୍ଥବ୍ୟବସ୍ଥାକୁ ଅଧିକରୁ ଅଧିକ ଋଣ ଦେବା ଲାଗି ପୁଞ୍ଜି ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ଅର୍ଥରାଶି ଉପଲବ୍ଧ ହୋଇପାରିବ। ପୁନଃପୁଞ୍ଜିକରଣ ଏକ ସୁଦୃଢ଼ ସଂସ୍କାର ପ୍ୟାକେଜ ଯେଉଁଥିରେ ୬ଟି ମୂଳ ବିଷୟ ସାମିଲ ରହିଛି, ଏଥିରେ…

"ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ ଓ ବ୍ୟାପକ ସଂସ୍କାର ଯୋଜନା ଘୋଷଣା କଲେ ଭାରତ ସରକାର"

୭୯୫ ପୁଲିସ ଅଧିକାରୀ ପାଇବେ ସାଧାରଣତନ୍ତ୍ର ଦିବସ ପୁଲିସ ପଦକ – ଓଡ଼ିଶାର ୩ ଜଣ ଅଫିସରଙ୍କୁ ସାହସିକତା ପାଇଁ ପୁଲିସ ପଦକ – ୭ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ

ନୂଆଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୭୯୫ ଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ୧୦୭ ଜଣଙ୍କୁ ସାହସିକତା ପାଇଁ ପୁଲିସ ପଦକ (ପିଏମ୍ ଜି), ଉଲ୍ଲେଖନୀୟ ସେବା ପାଇଁ ୭୫ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ୬୧୩ ଜଣଙ୍କୁ ସଂସ୍କାରମୂଳକ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ। ସାହସିକତା ପାଇଁ ପଦକ ପାଉଥିବା ୧୦୭ ଜଣଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୬୬ଜଣ, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳର ୩୫ ଜଣ ଏବଂ ଉତର-ପୂର୍ବାଂଚଳରୁ ୩ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରେ ଜମ୍ମୁ-କଶ୍ମୀର ପୁଲିସର ୩୮ ଜଣ, ସିଆରପିଏଫର ୩୫ ଜଣ ଏବଂ ଛତିଶଗଡ଼ର ୧୦…

"୭୯୫ ପୁଲିସ ଅଧିକାରୀ ପାଇବେ ସାଧାରଣତନ୍ତ୍ର ଦିବସ ପୁଲିସ ପଦକ – ଓଡ଼ିଶାର ୩ ଜଣ ଅଫିସରଙ୍କୁ ସାହସିକତା ପାଇଁ ପୁଲିସ ପଦକ – ୭ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ"

ଜୀବନ ରକ୍ଷା ପଦକ ପୁରସ୍କାର-୨୦୧୭ : – ଓଡ଼ିଶାରୁ ମମତା ଦଳେଇଙ୍କୁ ଜୀବନ ରକ୍ଷା ପଦକ – ମାଷ୍ଟର ପଙ୍କଜ ମହନ୍ତଙ୍କୁ ଉତମ ଜୀବନ ରକ୍ଷା ପଦକ

ନୂଆଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ୪୪ ଜଣଙ୍କୁ ଜୀବନ ରକ୍ଷା ପଦକ-୨୦୧୭ରେ ସମ୍ମାନିତ କରିବାକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୭ ଜଣଙ୍କୁ ସର୍ବୋତମ ଜୀବନ ରକ୍ଷା ପଦକ, ୧୩ ଜଣଙ୍କୁ ଉତମ ଜୀବନ ରକ୍ଷା ପଦକ, ୨୪ ଜଣଙ୍କୁ ଜୀବନ ରକ୍ଷା ପଦକ ମିଳିବ। ୭ ଜଣଙ୍କୁ ମରଣୋତର ଭାବେ ଏହି ପଦକ ପ୍ରଦାନ କରାଯିବ। ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କ ତାଲିକା; ସର୍ବୋତମ ଜୀବନ ରକ୍ଷା ପଦକ ୧.    ଏଫ୍ . ଲାଲଚନ୍ଦାମ୍ମା (ମରଣୋତର), ମିଜୋରାମ ୨.    ବବଲୁ ମାର୍ଟିନ (ମରଣୋତର), ମଧ୍ୟପ୍ରଦେଶ ୩.    କେ. ପୁଗାଜେଣ୍ଡି (ମରଣୋତର), ପୁଡୁଚେରୀ ୪.    ମାଷ୍ଟର ସୁପ୍ରିତ ରାଠୀ (ମରଣୋତର), ଦିଲ୍ଲୀ ୫.    ଦୀପକ…

"ଜୀବନ ରକ୍ଷା ପଦକ ପୁରସ୍କାର-୨୦୧୭ : – ଓଡ଼ିଶାରୁ ମମତା ଦଳେଇଙ୍କୁ ଜୀବନ ରକ୍ଷା ପଦକ – ମାଷ୍ଟର ପଙ୍କଜ ମହନ୍ତଙ୍କୁ ଉତମ ଜୀବନ ରକ୍ଷା ପଦକ"

ହରତାଳ ଯୋଗୁଁ ସମ୍ବଲପୁରରେ ଜନଜୀବନ ପ୍ରଭାବିତ

ସମ୍ବଲପୁର, ୨୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଗଣଦୁଷ୍କର୍ମର ପୀଡ଼ିତା ନାବାଳିକାଙ୍କ ଆତ୍ମହତ୍ୟା ଏବଂ ଏଥିରେ ସରକାରୀ କଳର ଉଦାସିନତାର ପ୍ରତିବାଦରେ ଆଜି କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର ଡାକରାରେ ରାଜ୍ୟବ୍ୟାପୀ ହରତାଲର ପ୍ରଭାବ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଛି। ଏଥିଯୋଗୁଁ ସମ୍ବଲପୁର ସହରରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ବିଜେପି ଓ କଂଗ୍ରେସ କର୍ମୀମାନେ ଦଳ ଦଳ ହୋଇ ଶୋଭାଯାତ୍ରା ସହିତ ପିକେଟିଂ କରିଥିଲେ। ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବେସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ, ବୀମା ଆଦି ଆର୍ଥିକ ସଂସ୍ଥା ମଧ୍ୟକୁ ଅଧିକାରୀ ଓ କର୍ମଚାରୀମାନେ ପ୍ରବେଶ…

"ହରତାଳ ଯୋଗୁଁ ସମ୍ବଲପୁରରେ ଜନଜୀବନ ପ୍ରଭାବିତ"

ଆଜି ସାରା ରାଜ୍ୟରେ ଅଖ, ଚକ ବନ୍ଦ: ସ୍କୁଲ, କଲେଜ ବନ୍ଦ: ପରୀକ୍ଷା ଘୁଞ୍ଚିବ

– ଆଜି ସାରା ରାଜ୍ୟରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ, ଚକ ବନ୍ଦ: ସ୍କୁଲ, କଲେଜ ବନ୍ଦ: ପରୀକ୍ଷା ଘୁଞ୍ଚିବ ଭୁବନେଶ୍ୱର ୨୪-୧ (ଓଡ଼ିଆ ପୁଅ) କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବୁଧବାର କଂଗ୍ରେସ ଓଡ଼ିଶା ବନ୍ଦ କରିବା ପାଇଁ ଡାକରା ଦେଇଥିବା ବେଳେ ବିଜେପି କରିବ ହରତାଲ୍‌। ଦୁଇ ପ୍ରମୁଖ ବିରୋଧି ଦଳର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ପରୀକ୍ଷା ଘୁଞ୍ଚାଇବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି। ବନ୍ଦକୁ ସଂପୂର୍ଣ୍ଣ…

"ଆଜି ସାରା ରାଜ୍ୟରେ ଅଖ, ଚକ ବନ୍ଦ: ସ୍କୁଲ, କଲେଜ ବନ୍ଦ: ପରୀକ୍ଷା ଘୁଞ୍ଚିବ"

ତାଜା ଖବର : ବଡ଼ ଧରଣର ବସ୍ ଦୁର୍ଘଟଣା: ପୋଲ ତଳକୁ ଖସିଲା ବସ୍ : ୪ ମୃତ ୩୦ରୁ ଉର୍ଦ୍ଧ୍ୱ ଗୁରୁତର ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ ବସରେ

ସମ୍ବଲପୁର ୨୪-୧ (ଓଡ଼ିଆ ପୁଅ) ସମ୍ବଲପୁରରୁ ପ୍ରାୟ ୩୨ କିଲେମିଟର ଦୂର ପଡ଼ିଆ ବାହାଲ ଏବଂ ଗୌରପାଲି ମଧ୍ୟରେ ଥିବା ଏକ ପୋଲ ତଳକୁ ଗୋଟିଏ ଯାତ୍ରୀବାହୀବସ୍  ମଙ୍ଗଳବାରଦିନ ବିଳମ୍ବିତ ରାତ୍ରରେ ଖସିପଡ଼ିଥିବାରୁ ପ୍ରାୟତଃ ୫୦ରୁ ଅଧିକଯାତ୍ରୀ ଆହତ ହୋଇଥିବାର ଅନୁମାନ କରାଯାଉଛି।   ପ୍ରାଥମିକ ଖବରରୁ ପ୍ରକାଶଯେ, ବୈଷ୍ଣୋଦେବୀ ନୀମକ ଏହି ବସ୍ ଟି ସମ୍ବଲପୁରରୁ କେନ୍ଦୁଝରକୁ ଯାଉଥିଲା।ଖବର ପାଇ ଓଡ୍ରାଫ ଟିମ୍ ର ୫୦ରୁ ଉର୍ଦ୍ଧ୍ୱ ଉଦ୍ଧାରକାରୀ ଦଳ ସେଠାରେ ପହଁଚିଛନ୍ତି।   ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ବିଳମ୍ବିତ ରାତ୍ର ୯ ଟା ୪୫ ମିନିଟରେ ବସ୍ ଟି ସମ୍ବଲପୁରରୁ ଛାଡ଼ିଥିଲା। ଘଟଣା ସ୍ଥଳରେ…

"ତାଜା ଖବର : ବଡ଼ ଧରଣର ବସ୍ ଦୁର୍ଘଟଣା: ପୋଲ ତଳକୁ ଖସିଲା ବସ୍ : ୪ ମୃତ ୩୦ରୁ ଉର୍ଦ୍ଧ୍ୱ ଗୁରୁତର ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ ବସରେ"

କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ମୃତ୍ୟୁ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ବିଜେପି ପ୍ରଦର୍ଶନକାରୀଙ୍କୁ ପୋଲିସ୍ ର ନିର୍ମମ ମାଡ ବିରୁଦ୍ଧରେ ଆସନ୍ତା କାଲି ରାଜ୍ୟବ୍ୟାପୀ ୧୨ ଘଂଟିଆ ହରତାଲ୍

– ରାଜ୍ୟବାସୀଙ୍କୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିବାକୁ ଆହ୍ୱାନ – ଅତ୍ୟାବଶ୍ୟକ ସେବା ହରତାଲ୍ ରୁ ବାଦ୍ – ପରୀକ୍ଷାର୍ଥୀମାନେ ସାଥୀରେ ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ଆଣିବାକୁ ଅନୁରୋଧ ଭୁବନେଶ୍ୱର, ତା ୨୩/୦୧ (ଓଡ଼ିଆ ପୁଅ): କୁନ୍ଦୁଲି ନାବାଲିକା ଗଣଦୁର୍ଷ୍କମର ଶିକାର ହେବାର ୧୦୦ ଦିନ ପରେ ନ୍ୟାୟ ନପାଇ ନିଜ ଜୀବନକୁ ବଳିଦାନ ଦେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତ କାଲିର ଏହି ଘଟଣା ଓଡିଶା ପ୍ରଦେଶ ଇତିହାସରେ ଏକ କଳଙ୍କିତ ଦିନ ଭାବେ ଆଗାମୀ ପିଢୀଙ୍କ ଆଗରେ ଚିତ୍ରିତ ହେବ। ବିଜେପି ମହିଳା ମୋର୍ଚ୍ଚାଠୁ ଆରମ୍ଭ କରି ବିଜେପିର ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏକାଠୀ ହୋଇ ପୀଡିତାକୁ ନ୍ୟାୟ ଦେବା…

"କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ମୃତ୍ୟୁ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ବିଜେପି ପ୍ରଦର୍ଶନକାରୀଙ୍କୁ ପୋଲିସ୍ ର ନିର୍ମମ ମାଡ ବିରୁଦ୍ଧରେ ଆସନ୍ତା କାଲି ରାଜ୍ୟବ୍ୟାପୀ ୧୨ ଘଂଟିଆ ହରତାଲ୍"

ନ୍ୟାୟ ନପାଇ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ କଂଗ୍ରେସର ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର ତା ୨୩.୧(ଓଡ଼ିଆ ପୁଅ)- କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖଦାୟକ ମୃତ୍ୟୁ ପାଇ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀକରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା କାଲି ତା ୨୪.୧.୨୦୧୮ ରିଖ ବୁଧବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାର ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବିଜେଡ଼ି ସରକାର ଗାଁକୁ କାମ ମା’କୁ ସମ୍ମାନର ନାରା ଦେଉଥିବାବେଳେ ରାଜ୍ୟରେ କ୍ରମାଗତ ଭାବେ ନାରୀ ନିର୍ଯ୍ୟାତନା, ହତ୍ୟା ଓ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି। ରାଜ୍ୟର ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ…

"ନ୍ୟାୟ ନପାଇ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ କଂଗ୍ରେସର ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା"

ଆଗାମୀ ଦିନରେ ଓଡିଶାରେ ବିଜେପି ହିଁ କେବଳ ଏକମାତ୍ର ବିକଳ୍ପ : ଶ୍ରୀ ରାଓ

ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ମୁରଲିଧର ରାଓଙ୍କ ତିନି ଦିନିଆ ଓଡିଶା ଗସ୍ତ ପ୍ରସଂଗରେ: ଆଗାମୀ ଦିନରେ ଓଡିଶାରେ ବିଜେପି ହିଁ କେବଳ ଏକମାତ୍ର ବିକଳ୍ପ : ଶ୍ରୀ ରାଓ ଭୁବନେଶ୍ୱର, ତା ୨୩/୦୧ (ଓଡ଼ିଆ ପୁଅ): ଦୀର୍ଘ ୧୮ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କୁଶାସନ, ସ୍ଥାଣୁତା, ଅପରାଗତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ କେବଳ ବିଜେପି ହିଁ ରାଜ୍ୟରେ ଏକମାତ୍ର ବିକଳ୍ପ। ସାରାଭାରତରେ ଏହା ପ୍ରମାଣିତ ହୋଇଛି। ଦିନକୁଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଉପରେ ସାଧାରଣ ଜନତା ଆସ୍ଥା ପ୍ରକଟ କରିଛନ୍ତି। ଏମିତିକି ଅନେକ ସ୍ଥାନରେ ବିଜେପିକୁ ବହୁମତ ମିଳିଛି। ପରଂପରା ଗତ ଦୃଷ୍ଟିରୁ ମଜବୁତ ନଥିବା ରାଜ୍ୟରେ ବି ବିଜେପି…

"ଆଗାମୀ ଦିନରେ ଓଡିଶାରେ ବିଜେପି ହିଁ କେବଳ ଏକମାତ୍ର ବିକଳ୍ପ : ଶ୍ରୀ ରାଓ"