ତୃତୀୟ ସ୍କର୍ପେନ ବୁଡାଯାହାଜ କରଞ୍ଜର ଶୁଭାରମ୍ଭ

ନୂଆଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ଆଜି ମାଜାଗନ ଡକ ସିପବିଲ୍ଡର୍ସ ଲିମିଟେଡରୁ ଭାରତୀୟ ନୌସେନା ପାଇଁ ତୃତୀୟ ସ୍କର୍ପେନ ଶ୍ରେଣୀ ବୁଡାଯାହାଜର ଶୁଭାରମ୍ଭ ହୋଇଛି। ଏହି ବୁଡାଯାହାଜର ନାମ ‘କରଞ୍ଜ’ ରଖାଯାଇଛି। ସ୍କର୍ପେନ ଶ୍ରେଣୀର ବୁଡାଯାହାଜ ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଏବଂ ଏଥିରେ ଅତ୍ୟାଧୁନିକ ଗୁପ୍ତ ବ୍ୟବସ୍ଥା ସଂଯୁକ୍ତ ରହିଛି। ଏଗୁଡ଼ିକ ହେଉଛି ଅତ୍ୟାଧୁନିକ ଅକୋଷ୍ଟିକ ସାଇଲେନ୍ସିଂ କୌଶଳ ଏବଂ ଶତୃ ଉପରେ ଆକ୍ରମଣ କରିବା ପାଇଁ ଅସ୍ତ୍ରଶସ୍ତ୍ର ଉପଯୋଗ କଲାଭଳି ସୂକ୍ଷ୍ମ ସୁବିଧା। ଟର୍ପେଡୋଜ ଏବଂ ଆଂଟି-ସିପ ମିଶାଇଲ ମାଧ୍ୟମରେ ପାଣି ତଳୁ ଏଥିରୁ ଶତୃ ଉପରେ ଆକ୍ରମଣ କରାଯାଇ ପାରିବ। ଗୁପ୍ତ ଭାବେ ଏହି ଆକ୍ରମଣର ସୁବିଧା ଯାହାଜକୁ ଅପରାଜେୟ କ୍ଷମତା…

"ତୃତୀୟ ସ୍କର୍ପେନ ବୁଡାଯାହାଜ କରଞ୍ଜର ଶୁଭାରମ୍ଭ"

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲା

– ବିଜେପୁର ଉପ ନିର୍ବାଚନ ନେଇ ଆଣିଲେ ଅଭିଯୋଗର ଲମ୍ବା ତାଲିକା – ଜିଲ୍ଲାପାଳ, ଏସପି ଓ ତିନି ଆଇଆଇସିଙ୍କ ବଦଳି ବିନା ମୁକ୍ତ ଓ ଅବାଧ ନିର୍ବାଚନ ଅସମ୍ଭବ – ସମସ୍ତ ୨୭୦ ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଉ – ବୁଥ ଓ ବୁଥ ପାଖ ଅଂଚଳରେ ସିସିଟିଭି ଲଗାଇ ବେଆଇନ କାର୍ଯ୍ୟ ଉପରେ ରଖା ଯାଉ ନଜର – କେନ୍ଦ୍ରୀୟ ଅର୍ଧ ସାମରିକ ବଳ ଆଇନ ଶୃଙ୍ଖଳା କାର୍ଯ୍ୟରେ ନିୟୋଜିତ କରାଯାଉ – ବିନା ଟେଣ୍ଡରରେ ୧୫ ଶହ କୋଟି ଦଳୀୟ ଆଧାରରେ ସରକାରୀ କାମ ବଂଟା ଯାଇଛି – ଏସପି, କଲେକ୍ଟର ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଦଳୀୟ କାମର ସମୀକ୍ଷା…

"କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲା"

ମୋଦି ସରକାରଙ୍କ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ହଜାର ହଜାର ଶ୍ରମିକ ସତ୍ୟାଗ୍ରହ ଓ ଜେଲ୍ ଭରୋରେ ଗିରଫ

ଭୁବନେଶ୍ୱର, ତା ୩୦ା୧ (ଓଡ଼ିଆ ପୁଅ) : ମାସିକ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ସମସ୍ତଙ୍କୁ ସାମାଜିକ ନିରାପତ୍ତା, ସ୍କିମ୍ ଶ୍ରମିକମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସମେତ ୧୨ଦଫା ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଯଥା- ଏଆଇଟିୟୁସି, ଆଇଏନ୍ ଟିୟୁସି, ଏଚ୍ .ଏମ୍ .ଏସ୍ ., ସି.ଆଇ.ଟି.ୟୁ, ଏ.ଆଇ.ଟି.ୟୁ.ସି. ଓ ଆଇ.ସି.ସି.ଟି.ୟୁ ପକ୍ଷରୁ ମିଳିତ ସତ୍ୟାଗ୍ରହ ଭୁବନେଶ୍ୱର ଲୋୟର ପି.ଏମ୍ .ଜି.ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସହସ୍ରାଧିକ ଶ୍ରମିକମାନଙ୍କର ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେଲୱେ ଷ୍ଟେସନ୍ ରୁ ବାହାରି ଲୋୟର ପି.ଏମ୍ .ଜି.ଠାରେ ପହଞ୍ଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଟ୍ରେଡ୍ ୟୁନିୟନ୍ ମାନେ ଦାବି…

"ମୋଦି ସରକାରଙ୍କ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ହଜାର ହଜାର ଶ୍ରମିକ ସତ୍ୟାଗ୍ରହ ଓ ଜେଲ୍ ଭରୋରେ ଗିରଫ"

ଜିଏସଟି ଅନ୍ତର୍ଗତ ପ୍ରଥମ ଆଠ ମାସରେ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ସକଳ ଟିକସ ସଂଗ୍ରହ ସଠିକ ମାର୍ଗରେ

ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୧୭-୧୮ ଉପସ୍ଥାପନ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଛି ଯେ ରାଜସ୍ୱ ସଂଗ୍ରହରେ ବୃଦ୍ଧି, ବ୍ୟୟ ଗୁଣବତା, କେନ୍ଦ୍ର ଦ୍ୱାରା ରାଜ୍ୟ ସରକାରଙ୍କୁ ଦିଆଯାଉଥିବା ଟିକସ ତଥା କ୍ଷତି ଭଳି ଅଧିକାଂଶ ଆର୍ଥିକ ସାଂକେତିକରେ ଉତମ ସୁଧାର ଯୋଗୁ ଆସିଥିବା ସୁଦୃଢ଼ ସନ୍ତୁଳନ ଆଧାରରେ ସରକାର ରାଜ୍ୟଗୁଡ଼ିକ ସହିତ ଭାଗୀଦାରୀରେ ଜିଏସଟି ଯୁଗ ଜୁଲାଇ ପହିଲା, ୨୦୧୭ ଠାରୁ ଶୁଭାରମ୍ଭ କରିଥିଲେ। ଜିଏସଟିକୁ ବ୍ୟାପକ ପ୍ରସ୍ତୁତି, ଆକଳନ ଏବଂ ବହୁସ୍ତରୀୟ ପରାମର୍ଶ ପରେ ଲାଗୁ କରାଯାଇଥିଲା। ତଥାପି ଏହି ବ୍ୟାପକ ପରିବର୍ତ୍ତନକୁ…

"ଜିଏସଟି ଅନ୍ତର୍ଗତ ପ୍ରଥମ ଆଠ ମାସରେ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ସକଳ ଟିକସ ସଂଗ୍ରହ ସଠିକ ମାର୍ଗରେ"

ଏକ ଟଙ୍କାରେ wi-fi ! ଚା’ ଏବଂ ପାନ ଦୋକାନରେ ମିଳୁଛି ଏହି ସୁବିଧା!

ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଏକ ଟଙ୍କାରେ wi-fi ସୁବିଧା ! ତାହା ପୁଣି ଚା’ ଏବଂ ପାନ ଦୋକାନର ସହଜରେ ମିଳୁଛି। ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଆଶ୍ୟର୍ଯ୍ୟ ହେବା ସ୍ୱାଭାବିକ। କିନ୍ତୁ ଏହି ସେବା ପ୍ରକୃତରେ ଆରମ୍ଭ ହୋଇଗଲାଣି ନୂଆଦିଲ୍ଲୀ ଏବଂ ବାଙ୍ଗାଲୁରୁରେ। ଧିରେଧିରେ ଗାଁ ଗଣ୍ଡାରେ ମଧ୍ୟ ଏହି ସୁବିଧା ମିଳିବାକୁ ଯାଉଛି। ଏବେ ମାର୍କେଟରେ ୱାଇ-ଫାଇ ଆକ୍ସେସ କରିବା ପାଇଁ ଆପଣଙ୍କୁ ଏକ ବଡ଼ କଫି ସପକୁ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ଆପଣଙ୍କୁ ଏହି ସୁବିଧା ଏବେ ସଡକ କଡ଼ରେ ଛିଡ଼ା ଚା’ ବାଲା କିମ୍ବା ଘର ତଳେ ଥିବା କିରାନା ଦୋକାନରେ ମଧ୍ୟ ମିଳିପାରିବ।…

"ଏକ ଟଙ୍କାରେ wi-fi ! ଚା’ ଏବଂ ପାନ ଦୋକାନରେ ମିଳୁଛି ଏହି ସୁବିଧା!"

ତିନି ବର୍ଷ ଧରି ବିଦେଶ ସଚିବ ରହିଥିବା ଜୟଶଙ୍କର ସେବାରୁ ଅବସର ନେଲେ

ଚୁପ୍ ଚାପ୍ ଓ ନମ୍ର ଭାବରେ ନିଜର କାମ କରି ଚାଲୁଥିବା ଏସ.ଜୟଶଙ୍କରଙ୍କୁ ହିଁ ନରେନ୍ଦ୍ର ମୋଦୀ ସରକାରରେ ଆକ୍ରମକ ବିଦେଶ ନୀତି ଆଧାର ପ୍ରସ୍ତୁତ କରିବାର ଶ୍ରେୟ ଯାଇଥାଏ ନୂଆଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ବିଦେଶ ସଚିବ ରୂପରେ ପ୍ରାୟତଃ ତିନି ବର୍ଷର କାର୍ଯ୍ୟକାଳ ପରେ ସୁବ୍ରମଣ୍ୟମ ଜୟଶଙ୍କର ରବିବାରଦିନ ସେବାରୁ ଅବସର ନେଇଛନ୍ତି। କେବଲ ସିଂହ (1976 ରେ ଅବସରପ୍ରାପ୍ତ) ପରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ବିଦେଶ ସଚିବ ଭାବେ କାର୍ଯ୍ୟ କରିଛନ୍ତି ଏସ୍ ଜୟଶଙ୍କର। ବେଶ୍ ଶାନ୍ତ ଭାବରେ ନିଜର କାମ ପାଇଁ ଜଣାଶୁଣା ଏସ. ଜୟଶଙ୍କରଙ୍କୁ ଙ୍କୁ ହିଁ ନରେନ୍ଦ୍ର ମୋଦୀ ସରକାରରେ ଆକ୍ରମକ ବିଦେଶ ନୀତି ଆଧାର…

"ତିନି ବର୍ଷ ଧରି ବିଦେଶ ସଚିବ ରହିଥିବା ଜୟଶଙ୍କର ସେବାରୁ ଅବସର ନେଲେ"

ଏନସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ: କଳାଧନ ଓ ଦୁର୍ନୀତି ବିରୋଧୀ ଲଢ଼େଇ ବନ୍ଦ ହେବ ନାହିଁ: ଯୁବପିଢ଼ି ଏବେ ଦୁର୍ନୀତିକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ନୁହଁନ୍ତି

ନୂଆଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଏନସିସି ରାଲିରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଏଠାରେ ସମବେତ ହୋଇଥିବା ପ୍ରତ୍ୟେକ ଯୁବ ଏନସିସି କ୍ୟାଡେଟଙ୍କର ନିଜସ୍ୱ ବ୍ୟକ୍ତିତ୍ୱ ଏବଂ ପରିଚୟ ରହିଛି। କିନ୍ତୁ, ସେ ଉଲ୍ଲେଖ କରିଥିଲେ ଯେ, ଆସନ୍ତା ଏକ ମାସ ମଧ୍ୟରେ ନୂଆ ବନ୍ଧୁତା ସୃଷ୍ଟି ହେବ ଏବଂ ପରସ୍ପର ଠାରୁ ଅନେକ କିଛି ଶିଖିବାର ସୁଯୋଗ ମିଳିବ। ଏନସିସି କ୍ୟାମ୍ପ ପ୍ରତ୍ୟେକ ଯୁବକଙ୍କୁ ଭାରତର ବିବିଧ ସଂସ୍କୃତି ବିଷୟରେ ଶିକ୍ଷା ଦେଇଥାଏ ବୋଲି ସେ କହିଥିଲେ। ଏହା ପ୍ରତ୍ୟେକ ଯୁବତାରକାକୁ ଦେଶ ପାଇଁ କିଛି ଭଲ କାମ କରିବା ଲାଗି…

"ଏନସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ: କଳାଧନ ଓ ଦୁର୍ନୀତି ବିରୋଧୀ ଲଢ଼େଇ ବନ୍ଦ ହେବ ନାହିଁ: ଯୁବପିଢ଼ି ଏବେ ଦୁର୍ନୀତିକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ନୁହଁନ୍ତି"

ସାହସୀ ଓଡିଆ ପିଲା ପଙ୍କଜ ଓ ମମତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବର୍ଦ୍ଧନା – ଦୁଇ ପିଲା ରାଷ୍ଟ୍ରୀୟ ସ୍ତରରେ ଓଡିଶାର ଗୌରବ ବଢାଇଛନ୍ତି

ଭୁବନେଶ୍ୱର, ୨୮ ଜାନୁଆରୀ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା ଦୁଇ ଛୋଟ ପିଲା କେନ୍ଦୁଝରର ପଙ୍କଜ କୁମାର ମହାନ୍ତ ଓ କେନ୍ଦ୍ରାପଡାର ମମତା ଦଳାଇଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସାହସୀ ଦୁଇ ଓଡିଆ ପିଲା ଓଡିଶାର ସାରା ଦେଶରେ ସମ୍ମାନ ବଢାଇବା ସହ ରାଜ୍ୟ ଓ ଦେଶର ସବୁ ପିଲା ମାନଙ୍କ ପାଇଁ ଆଦର୍ଶ ଓ ଅନୁକରଣର କେନ୍ଦ୍ର ହୋଇ ପାରିଛନ୍ତି ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୩ ବର୍ଷର ପଂକଜ ବୈତରଣୀ ନଦୀରେ ବୁଡି ଯାଉଥିବା ତିନି ଜଣ ମହିଳାଙ୍କ ଜୀବନ ବଂଚାଇଥିବା…

"ସାହସୀ ଓଡିଆ ପିଲା ପଙ୍କଜ ଓ ମମତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବର୍ଦ୍ଧନା – ଦୁଇ ପିଲା ରାଷ୍ଟ୍ରୀୟ ସ୍ତରରେ ଓଡିଶାର ଗୌରବ ବଢାଇଛନ୍ତି"

ଶାସକ ବିଜେଡିର ଗୁଣ୍ଡାରାଜ କାରଣରୁ ବିଜେପୁର ଉପ ନିର୍ବାଚନ ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ହେବା ଅସମ୍ଭବ : ବିଜେପି

– ରାଜ୍ୟପାଳଙ୍କୁ ଭେଟି ୮୦ ହଜାରରୁ ଉର୍ଦ୍ଧ ଦସ୍ତଖତ ସମ୍ବଳିତ ଦାବି ପତ୍ର ପ୍ରଦାନ – ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୭୦ଟି ବୁଥ୍କୁ “ଅତି ସମ୍ବେଦନପ୍ରବଣ ବୁଥ୍” ଘୋଷଣା ପାଇଁ ଦାବି ଭୁବନେଶ୍ୱର, ତା ୨୭/୦୧ (ଓଡ଼ିଆ ପୁଅ) : ପଂଚାୟତ ନିର୍ବାଚନ ଫଳାଫଳରେ ଶାସକ ବିଜେଡିର ଲୋକପ୍ରିୟତା ହ୍ରାସ ପାଇଛି। ଅନ୍ୟ ପକ୍ଷରେ ବିଜେପିକୁ ରାଜ୍ୟବାସୀ ଆଦୃତ କରିଛନ୍ତି। ଏହି କାରଣରୁ ଅସହିଷ୍ଣୁ ହୋଇପଡି ଶାସକ ବିଜେଡି ରକ୍ତମୁଖା ସାଜି ହିଂସାତ୍ମକ ପନ୍ଥା ଆପଣାଇଛି। ଏପରିକି ନିଜ ପ୍ରତିଦ୍ୱନ୍ଦୀ ରାଜନୈତିକ ସମର୍ଥକମାନଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହିଁ। ବିଜେପୁର ଉପ ନିର୍ବାଚନ ପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିସାରିଛନ୍ତି। ନିଜ ଲୋକପ୍ରିୟତା…

"ଶାସକ ବିଜେଡିର ଗୁଣ୍ଡାରାଜ କାରଣରୁ ବିଜେପୁର ଉପ ନିର୍ବାଚନ ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ହେବା ଅସମ୍ଭବ : ବିଜେପି"

ତାଜା ଖବର: ମାଓନେତା ଦିଗମ୍ବରର ଆତ୍ମସମର୍ପଣ

ମାଲକାନଗିରି 27-1 (ଓଡ଼ିଆ ପୁଅ) ମାଓନେତା ସୁଧୀର ମହିଳାମାନଙ୍କ ଉପରେ କରୁଥିବା ଦୁଷ୍କର୍ମ ଓ ଅତ୍ୟାଚାରକୁ ବିରୋଧ କରି ମାଓନେତା ଦିଗମ୍ବର ପୁଲିସ ନିକଟରେ ଆତ୍ମସମର୍ପଣ କରିଅଛି ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିକଟରେ ଆନ୍ଧ୍ର ଓଡ଼ିଶା ମାଓନେତା ବୋର୍ଡର ଜୋନାଲ କମିଟି ମେମ୍ବର ର ମୁଣ୍ଡ ଉପରେ 1 ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ହୋଇଥିଲା!

"ତାଜା ଖବର: ମାଓନେତା ଦିଗମ୍ବରର ଆତ୍ମସମର୍ପଣ"