ଟିଡିପିର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କର ହତ୍ୟା: ମାଓବାଦୀ ଗୁଳି କରି ହତ୍ୟାକଲେ

ନ୍ୟୁଜ ଏଜେନ୍ସୀ ANI ମୁତାବକ ମାଓବାଦୀମାନେ ବିଶାଖାପାଟନମ ଜିଲ୍ଲାର ଅରାଖୁ ଘାଟୀରେ ଦୁଇଜଣ ନେତାଙ୍କୁ ଗୁଳଇକରି ହତ୍ୟା କରିଛନ୍ତି। ବିଧାୟକ ସର୍ବେଶ୍ଵର ରାଓ ୱାଇଏସଆରସିପିରୁ ଅଲଗା ହୋଇକରି ଟିଡିପିରେ ସାମିଲ ହୋଇଥିଲେ। ବିଶାଖାପାଟନାମ ୨୩-୯ (ଓଡ଼ିଆ ପୁଅ) : ଆନ୍ଧ୍ର ପ୍ରଦେଶରେ ମାଓବାଦୀମାନେ ତେଲଗୁ ଦେଶମ ପାର୍ଟୀ (ଟିଡିପି) ର ବିଧାୟକ ଏବଂ ପୂର୍ବ ବିଧାୟକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ନ୍ୟୁଜ ଏଜେନ୍ସୀ ANI ମୁତାବକ ମାଓବାଦୀମାନେ ବିଶାଖାପାଟନମ ଜିଲ୍ଲାର ଅରାକୂ ଘାଟୀରେ ଦୁଇ ନେତା ବିଧାୟକ ସର୍ବେଶ୍ଵର ରାଓ ୱାଇଏସଆରସିପିରୁ ଅଲଗା ହୋଇକରି ଟିଡିପିରେ ସାମିଲ ହୋଇଥିଲେ। ଅନ୍ୟ ନେତା ହେଉଛନ୍ତି ଶ୍ରୀବେରୀ ସୋମା ପୂର୍ବଚନ ବିଧାୟକ। ଦୁଇଜଣ ନେତାମାନଙ୍କୁ ଗୁଳି ଲାଗିବାରୁ ଘଟଣାସ୍ଥଳରେ…

"ଟିଡିପିର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କର ହତ୍ୟା: ମାଓବାଦୀ ଗୁଳି କରି ହତ୍ୟାକଲେ"

‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ – ୧୦ କୋଟି ପରିବାରକୁ ମିଳିବ ମାଗଣା ସ୍ୱାସ୍ଥ୍ୟସେବା

ରାଞ୍ଚି ୨୩-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଦୁନିଆର ସବୁଠାରୁ ବଡ଼ ହେଲ୍ଥ କେୟାର ସ୍କିମ ‘ଆୟୁଷ୍ମାନ ଭାରତ’ର ଶୁଆରମ୍ଭ କରିଛନ୍ତି। ତା’ ଅନୁଯାୟୀ ୧୦ କୋଟି ପରିବାର ଅର୍ଥାତ୍ ପ୍ରାୟତଃ ୫୦ କୋଟି ଲୋକମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାଶଲେସ ହେଲ୍ଥ ଇସ୍ସ୍ୟୁରାନ୍ସ ମିଳିବ। ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମରେ ‘ମୋଦୀ କେୟାର’ ମଧ୍ୟ କୁହାଯାଉଛି। ରାଞ୍ଚିର ପ୍ରଭାତ ତାରା ମୈଦାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ଗ୍ରୀନ ସିଗ୍ନାଲ ଦେଖାଯିବା ପରେ ହିଁ ଏହି ସ୍କିମ ଦେଶର ୪୪୫ଟି ଜିଲ୍ଲାରେ ଲାଗୁ ହୋଇଛି। ଏହି ଯୋଜନାରେ ଲାଭାର୍ଥିମାନଙ୍କୁ ନଗଦ ରହିତ ସ୍ଵାସ୍ଥ୍ୟ ସେବା ଉପଲବ୍ଧ କରାଯିବ।…

"‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ – ୧୦ କୋଟି ପରିବାରକୁ ମିଳିବ ମାଗଣା ସ୍ୱାସ୍ଥ୍ୟସେବା"

ସମ୍ବଲପୁର ଜିଲ୍ଲାର ୧୯୧ଟି ଗ୍ରାମ ଅଗମ୍ୟ ଚିହ୍ନଟ

ସମ୍ବଲପୁର, ୨୩/୯ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲା ସଦର ମହକୁମାରୁ ସଦର ବ୍ଲକ ଓ ସବ୍ଡ଼ିଭିଜନ ଅନ୍ତର୍ଗତ କୁଦ ଗୁଣ୍ଡେରପୁର ଗ୍ରାମପଞ୍ଚାୟତ ଏବେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଜିଲ୍ଲା ସଦର ମହକୁମାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ଏହି ଗ୍ରାମପଞ୍ଚାୟତକୁ ଘେରି ରହିଥିବା ମହାନଦୀରେ ଏ ପର୍ଯ୍ୟନ୍ତ ପୋଲଟିଏ ନାହିଁ। ଯଦ୍ୱାରା କୁଦରେ ଥିବା କୁଦଗୁଣ୍ଡେରପୁର, କୁଦତବଡ଼ା, କୁଦଯାମପାଲି, କୁଦ ଅମଲିପାଲି, କୁଦ ମହଲା ଏବଂ କୁଦ ପାତଖାଇ ପ୍ରଭୃତି ୬ଟି ଗ୍ରାମର ଲୋକେ ବର୍ଷସାରା ଗମନାଗମନରେ, ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁଇ କିଲୋମିଟର ଓସାର…

"ସମ୍ବଲପୁର ଜିଲ୍ଲାର ୧୯୧ଟି ଗ୍ରାମ ଅଗମ୍ୟ ଚିହ୍ନଟ"

ଆଶ୍ଟର୍ଯ୍ୟ! ରାଖୀ ସାୱନ୍ତ କେଉଁ ଅଙ୍ଗ ଦାନ କରିବେ ବୋଲି କହିଲେ ? ଆସିଗଲେ ଚର୍ଚ୍ଚାକୁ … ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ ୨୩-୯ (ଓଡ଼ିଆ ପୁଅ) ଡ୍ରାମା କ୍ଵୀନ ନାମରେ ପପୁଲାର ରାଖୀ ସାୱନ୍ତ ନିଜର ଇନ୍ଷ୍ଟାଗ୍ରାମରେ ଏକ ଭିଡ଼ିଓ ପୋଷ୍ଟ କରି ପୁଣି ଚର୍ଚ୍ଚାରେ। ରାଖୀ ନିଜର ସୋସିଆଲ ମିଡ଼ିଆ ଇଂଷ୍ଟାଗ୍ରାମରେ ଏକ ଏମିତି ଭିଡ଼ିଓ ସେୟାର କରିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଟର୍ଯ୍ୟ। ରାଖୀ ନିଜର ଭିଡ଼ିଓ ସେୟାର କରି କହିଛନ୍ତି କି ଦୁନିଆର ବହୁତ ଲୋକ ନିଜର ଅଙ୍ଗ ଦାନ କରିଛନ୍ତି। କିଏ ନିଜର ଆଖି ଦାନ କରିବାକୁ କହିଛି ତ କିଏ ଲଂଗ୍ସ ଦାନ କରିବ ଏବଂ କିଏ କିଡନୀ। ସମସ୍ତେ ସମାଜସେବା କରୁଛନ୍ତି। ଏପରି କ୍ଷେତ୍ରରେ ସେ ମଧ୍ୟ ନିଜ ଶରୀରର ଏକ ଭାଗ ଦାନ କରିବାକୁ ଚାହୁଁଛନ୍ତି। କିନ୍ତୁ…

"ଆଶ୍ଟର୍ଯ୍ୟ! ରାଖୀ ସାୱନ୍ତ କେଉଁ ଅଙ୍ଗ ଦାନ କରିବେ ବୋଲି କହିଲେ ? ଆସିଗଲେ ଚର୍ଚ୍ଚାକୁ … ଦେଖନ୍ତୁ ଭିଡ଼ିଓ"

ମୋଦିଙ୍କ ବକ୍ତବ୍ୟ କେବଳ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ: ନବୀନ

ଭୁବନେଶ୍ୱର, ୨୨/୯/୨୦୧୮(ଓଡ଼ିଆ ପୁଅ): ପେଟ୍ରୋଲ ଓ ଡିଜେଲ୍‌ ଦର ଏବେ ରେକର୍ଡ ସ୍ତର ଅତିକ୍ରମ କରିଛି। କେନ୍ଦ୍ର ସରକାର ତୈଳର ବର୍ଦ୍ଧିତ ଦରକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇସାରି ଭୁବନେଶ୍ୱର ଫେରିବା ପରେ ଏହା ଗଣମାଧ୍ୟମକୁ କହିଛନ୍ତି। ଏହାସହିତ ପ୍ରକାଶ କରିଛନ୍ତି, ତାଳଚେର ସାର କାରଖାନା ଶିଳାନ୍ୟାସ ଉତ୍ସବରେ ମୁଁ ଦାବି କରିଥିଲି ଯେ ନୂତନ ବୈଷୟିକ କୌଶଳରେ ପ୍ଲାଣ୍ଟରୁ ୟୁରିଆ ସାର ଉତ୍ପାଦନ କରାଯାଇ ସେଥିରୁ ୫୦ ପ୍ରତିଶତ ସାର ଓଡ଼ିଶାର ଚାଷୀମାନଙ୍କୁ ଦିଆଯାଉ। ସେହିପରି ଝାରସୁଗୁଡ଼ା…

"ମୋଦିଙ୍କ ବକ୍ତବ୍ୟ କେବଳ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ: ନବୀନ"

ଆମିକ୍ସକ୍ୟୁରୀ ଙ୍କ ଦ୍ୱିତିୟ ଦିନ: ଗଜପତି ଓ ପରିଚାଳନା କମିଟି ସହ ଆଲୋଚନା

ପୁରୀ ୨୨.୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆମିକ୍ସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଦ୍ୱିତିୟ ଦିନରେ ଗଜପତି ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି।ସୁପ୍ରିମ୍କୋଟ୍ ନେଇଥିବା ୧୨ ଟି ପ୍ରସ୍ତାବ ମଧ୍ୟରୁ କେଉଁ କେଉଁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି ଓ କେଉଁ ଗୁଡିକ ହୋଇନାହିଁ, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି।ଆମିକୋ୍ କ୍ୟୁରୀ ପ୍ରଥମେ ସେ ଶ୍ରୀନଅର ଯାଇ ଗଜପତି ଶ୍ରୀ ଦିବ୍ୟସିଂହଦେବ ଙ୍କୁ ସାକ୍ଷାତ୍ କଲେ।ଶ୍ରାମନ୍ଦିର ଇତିହାସ ଗଜପତିଙ୍କ ଭୂମିକା ଓ ସେବା, ଶ୍ରୀ ମନ୍ଦିର ର ପୂଜା ଓ ରୀତୀନୀତି ସଂମ୍ପର୍କରେ ଆଲୋଚନା କରିଥିଲେ।ଶ୍ରୀମନ୍ଦିର ସଂମ୍ପର୍କରେ ଗଜପତି ଦେଇଥିବା ଶାସ୍ତ୍ର ସମ୍ମତ ମତ ଓ ତଥ୍ୟ ନେଇ ଗୁରୁତ୍ୱପୁର୍ଣ୍ଣ…

"ଆମିକ୍ସକ୍ୟୁରୀ ଙ୍କ ଦ୍ୱିତିୟ ଦିନ: ଗଜପତି ଓ ପରିଚାଳନା କମିଟି ସହ ଆଲୋଚନା"

୨୩ ସେପ୍ଟେମ୍ବର ରବିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଉଗ୍ର ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ। ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ। ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ। ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି। ଯାତ୍ରା ଯଦି ହୁଏ ତେବେ ଆଜି ଟାଳିବାକୁ ଚେଷ୍ଟା କରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ପ୍ରାପ୍ତ ହେବ। ବୃଷ : ଆଜି ଆପଣଙ୍କ ମନୋବଳ ଉଚ୍ଚା ରହିବା ସହିତ ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିବେ। ମା’ଘରୁ ଲାଭଦାୟୀ ସମାଚାର ପ୍ରାପ୍ତ ହେବ। ପାଠପଢ଼ାରେ ବିଦ୍ୟାର୍ଥିମାନଙ୍କର ରୁଚି…

"୨୩ ସେପ୍ଟେମ୍ବର ରବିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ ଓ ଏହା ନୂଆ କଥା : ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ପ୍ରତ୍ୟୁତର ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ଉପରେ ରାଗ ସୁଝାଉଛନ୍ତି ବୋଲି ପ୍ରଶ୍ନ – ସ୍କିଲ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଉତର : ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରିଥିବା ପୁନେର ମହାରାଷ୍ଟ୍ର ଏକାଡେମୀ ଅଫ ଇଂଜିନିୟରିଂ ଏଣ୍ଡ ଏଜୁକେସନ ରିସର୍ଚ ଅଭିଯୁକ୍ତ ଓ ଉପଯୁକ୍ତ ତଦନ୍ତ ସହ ନିଆ ଯିବ ଦୃଢ କାର୍ଯ୍ୟାନୁଷ୍ଠାନ – ଓଡିଶାର କୌଣସି ବି ଉଜ୍ୱଳା ହିତାଧିକାରୀ ଘର ମୁଖ୍ୟମନ୍ତ୍ରୀ ନିଜେ ବାଛନ୍ତୁ ଓ ସେ ତାଙ୍କ ସହ ହିତାଧିକାରୀ ମହିଳାଙ୍କ ଠାରୁ…

"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ ଓ ଏହା ନୂଆ କଥା : ଧର୍ମେନ୍ଦ୍ର ପ୍ରଧାନ"

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ, ଯୁବକଙ୍କୁ ଛୁରାମାଡ଼ ଜଣେ ମୃତ : ୨ ଗୁରୁତର

ଟିଟିଲାଗଡ଼ ୨୨-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ମାଉସୀମା’ ମନ୍ଦିର ଛକ ନିକଟରେ ଗଣେଶ ମୂର୍ତ୍ତି ବିସର୍ଜନ କରି ଯାଉଥିବା ଟିଟିଲାଗଡ ଆଦିବାସୀ ପଡାର ଏକ ଯୁବଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଉକ୍ତ ଗଣ୍ଡଗୋଳ ସମୟରେ ଜଣେ ଯୁବକ ଏକ ଧାରୁଆ ଛୁରୀରେ ଆକ୍ରମଣ କରିବାରୁ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ହେଲେ ଘଟଣା ସ୍ଥଳରେ ଛୁରା ମାଡରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲ। ବୋଲି ଡାକ୍ତରଙ୍କ ନିକଟରୁ ପ୍ରକାଶ। ଅନ୍ୟ ଦୁଇଜଣ ଗୁରୁତର ଆହତ ଅବସ୍ଥାରେ ଡାକ୍ତର ଖାନାରେ ଥିବା ସୂଚନା ମିଳିଛି। ତେବେ ଉକ୍ତ ଅଭିଯୁକ୍ତ ଗିରଫ ହୋଇ ନ ଥିବା ବେଳେ ଏ ଘଟଣା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ…

"ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ, ଯୁବକଙ୍କୁ ଛୁରାମାଡ଼ ଜଣେ ମୃତ : ୨ ଗୁରୁତର"

ରପ୍ତାନୀ ନୀରିକ୍ଷଣ ଏଜେନ୍ସିର ନୂଆ ଅଫିସ ଉଦଘାଟନ କେବଳ ଖଣିଜ ସଂପଦ ରପ୍ତାନୀ ନୁହେଁ ଓଡିଶା ହୋଇ ପାରିବ ମାନୁଫାକଚରିଂ ହବ୍- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ) : ଭାରତ ସରକାରଙ୍କ ରପ୍ତାନୀ ନୀରିକ୍ଷଣ ଏଜେନ୍ସିର ନୂତନ ଗୃହ ଓ ପରୀକ୍ଷାଗାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶା କେବଳ ଖଣିଜ ସଂପଦର ରପ୍ତାନୀରୁ ନୁହେଁ ବରଂ ଉଚ୍ଚ ମାନର ମାନୁଫାକଚରିଂରୁ ରପ୍ତାନୀ ସୁଯୋଗ ସୃଷ୍ଟି କରି ରୋଜଗାର ବଢାଇ ରାଜ୍ୟକୁ ସମୃଦ୍ଧି କରିବାକୁ ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିଳ୍ପ, ବାଣିଜ୍ୟ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ଓଡିଶାକୁ ଉଡାଜାହାଜ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ନିର୍ମାଣର ଏକ ପ୍ରମୁଖ କେନ୍ଦ୍ର କାହଁକି କରାଯାଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଓଡିଶାରେ ଉଚ୍ଚ…

"ରପ୍ତାନୀ ନୀରିକ୍ଷଣ ଏଜେନ୍ସିର ନୂଆ ଅଫିସ ଉଦଘାଟନ କେବଳ ଖଣିଜ ସଂପଦ ରପ୍ତାନୀ ନୁହେଁ ଓଡିଶା ହୋଇ ପାରିବ ମାନୁଫାକଚରିଂ ହବ୍- ଧର୍ମେନ୍ଦ୍ର ପ୍ରଧାନ"