କିଙ୍ଗ ନୁହଁ କିଙ୍ଗ ମେକର୍ ପ୍ରସ୍ତୁତିରେ ନିରଞ୍ଜନ !

ଭୁବନେଶ୍ୱର ୨୪ ମଇ (ଓଡିଆ ପୁଅ-ପ୍ରିୟରଂଜନ ସାହୁ) ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଏକ ବିବାଦୀୟ ମନ୍ତବ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ ଯେ, ଓଡିଶାରେ ଶାସକ ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ରହିଛି। ବହୁ ପୂର୍ବରୁ ଏହା ଉପରେ ଆମେ ଖବର ପ୍ରକାଶ କରି ସାରିଛୁ। କର୍ଣ୍ଣାଟକ ରାଜନୈତିକ ଲଢେଇ ପରେ ଏହାର ବାସ୍ତବତା ଧିରେ ଧିରେ ଦୃଷ୍ଟି ଗୋଚର ହେଉଛି। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଭାଙ୍ଗି ପଡିଥିବା କଂଗ୍ରେସ ଏବେ ସଳଖ ହେବାକୁ ଚେଷ୍ଟା କରୁଛି। ନିରଞ୍ଜନ ମଧ୍ୟ ପ୍ରାଣମୂର୍ଚ୍ଚା ଚେଷ୍ଟା କରୁଛନ୍ତି କଂଗ୍ରେସର ପୁନରୁଦ୍ଧାର ପାଇଁ। ମାତ୍ର ସେ ଭଲ ଭାବରେ ହୃଦୟଙ୍ଗମ…

"କିଙ୍ଗ ନୁହଁ କିଙ୍ଗ ମେକର୍ ପ୍ରସ୍ତୁତିରେ ନିରଞ୍ଜନ !"

ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ହୀତାଧିକାରୀମାନଙ୍କର ସଂଖ୍ୟା ବୃଦ୍ଧି କରବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ପତ୍ର

ଭୁବନେଶ୍ୱର ୨୪ ମଇ (ଓଡ଼ିଆ ପୁଅ) ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ହୀତାଧିକାରୀମାନଙ୍କର ସଂଖ୍ୟାରେ ବୃଦ୍ଧି କରବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନଏଫଏସଏ), ୨୦୧୩ ରେ, ଓଡିଶାର ୩,୨୬,୪୧,୮୦୦ ହୀତାଧିକାରୀମାନଙ୍କୁ ସ୍ଥାନିତ କରାଯାଇଛି। ଯାହାକି ୨୦୧୧ର ଜନଗଣନା ଜନସଂଖ୍ୟା ୪,୧୯,୭୪,୨୧୮ ର ୭୮ ପ୍ରତିଶତ ଅଟେ। ଓଡ଼ିଶା ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପାଦନ କରୁଛି ଏବଂ ହୀତାଧିକାରୀମାନଙ୍କୁ ନିୟମିତ ରୂପରେ ରାସନ ପ୍ରଦାନ କରୁଛି। ୨୦୧୧ର ଜନଗଣନାର ପରିସଂଖ୍ୟାନ ଅନୁସାରେ, ଗତ ଦଶକରେ ଓଡିଶାର ଜନସଂଖ୍ୟାର ବିକାସ ଦର ୧୪…

"ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ହୀତାଧିକାରୀମାନଙ୍କର ସଂଖ୍ୟା ବୃଦ୍ଧି କରବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ପତ୍ର"

କ୍ରମାଗତଭାବେ ୧୧ତମ ଦିନ: ପୁଣି ବଢ଼ିଲା ପେଟ୍ରୋଲ ଦର: ମହାରାଷ୍ଟ୍ରରେ ପେଟ୍ରୋଲ ଦର ୮୭ ଟଙ୍କାରୁ ଅଧିକ ପ୍ରତି ଲିଟର

ନୂଆ ଦିଲ୍ଲୀ ୨୪ ମଇ (ଓଡ଼ିଆ ପୁଅ): ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତଭାବେ ବୃଦ୍ଧି ପାଉଛି। ୧୧ତମ ଦିନରେ ଆଜି ପୁଣି ବୃଦ୍ଧି ପାଇଛି। ଆଜି ପେଟ୍ରୋଲର ଦର ୩୦ ପଇସା ଏବଂ ଡିଜେଲର ଦରରେ ୧୯ ପଇସା ବୃଦ୍ଧି ହୋଇଛି। ସବୁଠାରୁ ଅଧିକ ଦରରେ ପେଟ୍ରୋଲ ମହାରାଷ୍ଟ୍ରର ପରଭଣୀରେ ବିକ୍ରୀ ହେଉଛି। ଏଠାରେ ପେଟ୍ରୋଲ ୮୭ ଟଙ୍କାରୁ ଅଧିକ ଦରରେ ବିକ୍ରୀ ହେଉଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଲେ କି ପେଟ୍ରୋଲିୟମ ଉତ୍ପାଦ ଉପରେ ଲାଗୁଥିବା ଏକ୍ସାଇଜ ଡ୍ୟୁଟିରୁ ହେଉଥିବା ଆୟର ବ୍ୟବହାର ବିକାସ କାମ ଯେପରି ରୋଡ, ହାଇୱେ ଏବଂ ନୂଆ ଏମ୍ସ ବନାଇବା ପାଇଁ ଲାଗିଥାଏ ଯାହାକି ଦେଶର…

"କ୍ରମାଗତଭାବେ ୧୧ତମ ଦିନ: ପୁଣି ବଢ଼ିଲା ପେଟ୍ରୋଲ ଦର: ମହାରାଷ୍ଟ୍ରରେ ପେଟ୍ରୋଲ ଦର ୮୭ ଟଙ୍କାରୁ ଅଧିକ ପ୍ରତି ଲିଟର"

୨୪ ମଇ ଗୁରୁବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମେଷ : ଆପଣଙ୍କର ଆଜିର ଦିନ ପରୋପକାର ଏବଂ ସଦଭାବନାରେ ବିତିବ। ମାନସିକ ରୂପରେ କାର୍ଯ୍ୟଭାର ଅଧିକ ରହିବ। ଆଜି ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଅନୁଭବ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ବିଦ୍ୟାର୍ଥୀଗଣ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ସନ୍ତାନମାନଙ୍କର ଅଧ୍ୟୟନ କିମ୍ବା ଅନ୍ୟ କାରଣରୁ ଧନ ଖର୍ଚ୍ଚ ହୋଇପାରେ। ବୃଷ : ଆଜି ଆପଣଙ୍କୁ ବାଦ-ବିବାଦରୁ ଭଲ ସଫଳତା ମିଳିବ। ଆପଣଙ୍କ ବାଣୀରେ ଆଜି ଆପଣଙ୍କୁ ଲାଭ ହେବ। ଏହା ନୂଆ ସମ୍ବନ୍ଧରେ ସଦଭାବ ବଢ଼ିବାର ମଧ୍ୟ ସମ୍ଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପଢ଼ିବା-ଲେଖିବାରେ ରୁଚି ବଢ଼ିବ ଏବଂ ତାଙ୍କର ଆଜି ଭଲ ଦିନ ଅଟେ। ନିଜର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।…

"୨୪ ମଇ ଗୁରୁବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ"

ତୈଳଦର ଅଣାୟତ, କେନ୍ଦ୍ର ସରକାର ନୀରବଦ୍ରଷ୍ଟା: ବିଜେଡ଼ି – ୨୮ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ

– ୨୮ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ – ଚଳିତମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ଭୁବନେଶ୍ୱର, ୨୩/୫/୨୦୧୮(ଓଡ଼ିଆ ପୁଅ): ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ଅଣାୟତ ହୋଇପଡ଼ିଛି। ଏହା ଗ୍ରାହକଙ୍କ ପକେଟ୍ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି। ଏଭଳି ଅହେତୁକ ଦରବୃଦ୍ଧି ଯୋଗୁ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ଆଜି ଡ଼ିଜେଲର ଲିଟର ପିଛା ଦର ୭୩.୨୬ ଟଙ୍କାରେ ପହଞ୍ଚିଥିବା ବେଳେ ପେଟ୍ରୋଲର ଲିଟର ପିଛା ଦର ୭୫.୯୮ ଟଙ୍କାରେ ପହଞ୍ଚିଛି।…

"ତୈଳଦର ଅଣାୟତ, କେନ୍ଦ୍ର ସରକାର ନୀରବଦ୍ରଷ୍ଟା: ବିଜେଡ଼ି – ୨୮ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ"

ପାରାଦୀପ ବନ୍ଦର ନ୍ୟାସର ସରକାରୀ ଋଣ ଉପରେ ଦଣ୍ଡ ସୁଧ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୨୩ ମଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ନିମ୍ନମତେ ପାରାଦୀପ ବନ୍ଦର ନ୍ୟାସ (ପିପିଟି)ର ସରକାରୀ ଋଣ ଉପରେ ଦଣ୍ଡ ସୁଧ ଛାଡ଼ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି : ୩୧.୦୩.୨୦୧୭ ସୁଦ୍ଧା ପିପିଟି ଉପରେ ଥିବା ୧୦୭୬.୫୯ କୋଟି ଟଙ୍କାର ଜରିମାନା ସୁଧ ଛାଡ଼ ଏବଂ ଛାଡ଼ର ଅନୁମୋଦନ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ ଅର୍ଥରାଶି ଉପରେ ଛାଡ଼କୁ ଅନୁମୋଦନ। ଦଣ୍ଡ ସୁଧ ଛାଡ଼ ଅନୁମୋଦନ ତାରିଖ ସୁଦ୍ଧା ହୋଇଥିବା ଦଣ୍ଡ ସୁଧର ୦.୨୫% ହାରରେ ପିପିଟି ପରିଶୋଧ କରିବ। ରିହାତି ଅନୁମୋଦନ ତାରିଖ ସୁଦ୍ଧା ୩୮୭.୭୪ କୋଟି…

"ପାରାଦୀପ ବନ୍ଦର ନ୍ୟାସର ସରକାରୀ ଋଣ ଉପରେ ଦଣ୍ଡ ସୁଧ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ"

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ ମୋବାଇଲ ସଂଯୋଗ ବ୍ୟବସ୍ଥାକୁ କ୍ୟାବିନେଟର ଅନୁମୋଦନ

ଓଡିଶାର ୧୮ ଜିଲ୍ଲାରେ ପ୍ରତିଷ୍ଠା ହେବ ୪୮୩ ଟାୱାର ନୂଆ ଦିଲ୍ଲୀ ୨୩ ମଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ “ସାମଗ୍ରୀକ ସେବା ଉତରଦାୟିତ୍ୱ ପାଣ୍ଠି” (ୟୁଏସଓଏଫ)ର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ଅଧୀନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଦେଶର ପ୍ରସ୍ତାବିତ ୧୦ଟି ରାଜ୍ୟର ୯୬ଟି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାରେ ଚିହ୍ନଟ ହୋଇଥିବା ବିଚ୍ଛିନ୍ନ ଓ ଅପହଁଚ ଇଲାକାରେ ୪୦୭୨ଟି ଟେଲିଫୋନ/ମାଇକ୍ରୋୱେଭ ଟାୱାର ପ୍ରତିଷ୍ଠା କରାଯାଇ ମୋବାଇଲ ସେବା ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ମୋଟ ୭, ୩୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବାମପନ୍ଥୀ ଉଗ୍ରବାଦ ଇଲାକାରେ…

"ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ ମୋବାଇଲ ସଂଯୋଗ ବ୍ୟବସ୍ଥାକୁ କ୍ୟାବିନେଟର ଅନୁମୋଦନ"

ଏବି ଡି ଭିଲିୟର୍ସ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କଲେ

ନୂଆଦିଲ୍ଲୀ ୨୩ ମଇ (ଓଡ଼ିଆ ପୁଅ) ସାଉଥ ଆଫ୍ରିକାର ପ୍ରଖ୍ୟାତ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ବୁଧବାରଦିନ ଏବି ନିଜର ଅଧିକାରିକ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି କହିଛନ୍ତିଯେ, ‘ଆଜି ମୁଁ ଏକ ବଡ଼ ନିଷ୍ପତି କରିଛି।’ ତା’ ସହିତ ହିଁ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ନିଜର ସନ୍ୟାସ ନେବାର ଘୋଷଣା କରି ଦେଇଛନ୍ତି। I’ve made a big decision today pic.twitter.com/In0jyquPOK — AB de Villiers (@ABdeVilliers17) May 23, 2018 କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏହି ଖବର ଦୁଃଖ ପହଁଚାଇଛି। ୩୪ ବର୍ଷୀୟ ଡି ଭିଲିୟର୍ସ ଦୁନିଆର ଟପ ଫିଟ…

"ଏବି ଡି ଭିଲିୟର୍ସ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କଲେ"

କର୍ଣ୍ଣାଟକ: ଡେଡ଼ିଏସ୍ ନେତା କୁମାରସ୍ଵାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ

ବାଙ୍ଗାଲୁରୁ ୨୩ ମଇ (ଓଡ଼ିଆ ପୁଅ) ଏଚଡି କୁମାରସ୍ଵାମୀ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦର ଦାୟୀତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବାଜୁଭାଇ ଭାଲା ତାଙ୍କୁ ଏକ ଭବ୍ୟ ସମାରୋହରେ ପଦ ଏବଂ ଗୋପନୀୟତାର ଶପଥ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କରର ପୁଅ କୁମାରସ୍ଵାମୀଙ୍କର ଶପଥ ସମାରୋହରେ ଭାଗ ନେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷା ସୋନିଆଁ ଗାନ୍ଧୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରଵିନ୍ଦ କେଜରୀୱାଲ, କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ, ବସପା ପ୍ରମୁଖ ମାୟାବତୀ, ସମାଜବାଦୀ ପାର୍ଟୀର ଅଧ୍ୟକ୍ଷ ଅଖିଲେଶ ଯାଦବ, ରାଲୋଦ ଅଧ୍ୟକ୍ଷ ଅଜିତ ସିଂହ, ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା…

"କର୍ଣ୍ଣାଟକ: ଡେଡ଼ିଏସ୍ ନେତା କୁମାରସ୍ଵାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ"

ଆଜି ଠାରୁ ବ୍ଲକ୍ ସ୍ତରରେ ଆରମ୍ଭ ହେଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୪ଟି ବ୍ଳକ୍‌ର ୧୦୮ଟି ପଞ୍ଚାୟତ ପାଇଁ ମଂଜୁର ହେଲା ୨୯.୫୦ କୋଟି

– ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଥ୍ରୀ-ଟି ର ଶ୍ରେଷ୍ଠ ନିଦର୍ଶନ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୨୩ ମଇ (ଓଡ଼ିଆ ପୁଅ) ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀରେ ଆରମ୍ଭ ହୋଇଥିବା ଆମ ଗାଁ। ଆମ ବିକାଶ କାର୍ଯ୍ୟକ୍ରମ ଆଜି ଠାରୁ ବ୍ଲକ୍ ସ୍ତରରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଲୋକଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନେ ଆବଶ୍ୟକ କରୁଥିବା ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ମଞ୍ଜୁର କରୁଛନ୍ତି। ଏହି କ୍ରମରେ ଜନସାଧାରଣଙ୍କ ପ୍ରସ୍ତାବ କ୍ରମେ ଆଜି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ର ୩୨ଟି ପଞ୍ଚାୟତ ପାଇଁ ୮.୧୨ କୋଟି ଟଙ୍କା,…

"ଆଜି ଠାରୁ ବ୍ଲକ୍ ସ୍ତରରେ ଆରମ୍ଭ ହେଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୪ଟି ବ୍ଳକ୍‌ର ୧୦୮ଟି ପଞ୍ଚାୟତ ପାଇଁ ମଂଜୁର ହେଲା ୨୯.୫୦ କୋଟି"