ବାଘୁଣୀ ଅଙ୍କିତା ଜନ୍ମ ଦେଇଥିବା ବାଘ ଶାବକର ପ୍ରଥମ ଫଟୋ

ଭୁବନେଶ୍ୱର ୩୧-୧ (ଓଡ଼ିଆ ପୁଅ) ବାଘୁଣୀ ଅଙ୍କିତାରଠାରୁ ଜନ୍ମ ନେଇଥିବା ଦୁଇଟି ଶାବକଙ୍କ ମଧ୍ୟରୁ ଗୋଟିଏ ଛୁଆର ପ୍ରଥମ ଫଟୋ ଜାରି କରିଛନ୍ତି ନନ୍ଦନ କାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ସୂଚନାଯୋଗ୍ୟଯେ, ଗତ ଜାନୁଆରୀ ୧୩ ତାରିଖରେ ବାଘୁଣୀ ଅଙ୍କିତା ଜନ୍ମ ଦେଇଥିଲା ଦୁଇଟି ଶାବକ। କିନ୍ତୁ ଜନ୍ମ ନେବାର ପରଦିନ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା। ଶାବକଟି ମାଈ ବାଘ ଛୁଆ ବୋଲି ଜଣାପଡ଼ିଛି। ଦୁଇମାସ ପୂରିଲେ ବିଭିନ୍ନ ପ୍ରକାର ରୋଗ ଟୀକା ଦିଆଯିବ ବୋଲି ନନ୍ଦନକାନକ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଘ ଛୁଆର ସମସ୍ତ ପ୍ରକାର ଯତ୍ନ ନେଉଛନ୍ତି ନନ୍ଦନକାନନର କର୍ମଚାରୀମାନେ। ସୂଚନାନୁଯାୟୀ ବାଘଛୁଆଟି ବର୍ତ୍ତମାନ ସୁସ୍ଥ ଅଛି।

"ବାଘୁଣୀ ଅଙ୍କିତା ଜନ୍ମ ଦେଇଥିବା ବାଘ ଶାବକର ପ୍ରଥମ ଫଟୋ"

ଅଚିହ୍ନା ପକ୍ଷୀ ଉଦ୍ଧାର

ଖଇରା/ବାଲେଶ୍ୱର, ୩୧/୧/୨୦୧୮ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା )-ଖଇରା ବ୍ଲକ ଅମରିଆ ଠାରେ ଏକ ଅଚିହ୍ନା ପକ୍ଷୀ ଉଦ୍ଧାର କରାଯାଇ ବନ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ଅଚିହ୍ନା ପକ୍ଷୀଟି ବିଲ ମଧ୍ୟରେ ପଡିଥିଲା। ଅଞ୍ଚଳବାସୀ ଦେଖି ଉଦ୍ଧାର କରିଥିଲେ। ପକ୍ଷୀର ଗୋଟିଏ ଗୋଡ ଆଘାତ ହୋଇଥିବାରୁ ତଳେ ପଡିଯାଇଥିବାର ଅନୁମାନ କରାଯାଉଛି। ପକ୍ଷୀଟିର ଓଜନ ୨୦ କେଜିରୁ ଅଧିକ ହୋଇଥିଲା ବେଳେ ଦେଖିବାକୁ ପାଉଁଶିଆ ରଙ୍ଗର। ଖବର ପାଇ କୁପାରୀ ବନ ବିଭାଗର କର୍ମଚାରୀ ମାନେ ପକ୍ଷୀ ଟିକୁ ଉଦ୍ଧାର କରି ଚିକିତ୍ସା ଚଳାଇଛନ୍ତି। ଏ ବିଷୟରେ କୁପାରୀ ଫରେଷ୍ଟର ସୁମତୀ ଦାସଙ୍କୁ ପଚାରିବାରୁ ପକ୍ଷୀଟିକୁ ଚିହ୍ନିପାରି ନଥିଲା ବେଳେ ଚିକିତ୍ସା ପରେ ଯାହା କିଛି…

"ଅଚିହ୍ନା ପକ୍ଷୀ ଉଦ୍ଧାର"

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ପୁରୀ, ୩୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଗୁରୁବାର ସଂଧ୍ୟାରେ ସଂଙ୍ଗଠିତ ହୋଇଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଏହି ରାହୁଗ୍ରସ୍ତ ପୂର୍ଣ୍ଣଗ୍ରସ୍ତ ଚନ୍ଦ୍ର ଗ୍ରହଣର ଆଦ୍ୟାନ୍ତ କାଳ ୩ ଘ.୨୭ ମିନିଟ ରହିଥିଲା। ୫ ଟା ୧୭ ମିନିଟ ୧୯ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇଥିବା ବେଳେ ରାତ୍ରୀ ୮ ଟା ୪୦ ମିନିଟ ୫୦ ସେକେଣ୍ଡରେ ସପୂର୍ଣ୍ଣ ମୋକ୍ଷ ହୋଇଥିଲା। ଗ୍ରହଣ ସ୍ପର୍ଶ ହେବାପରେ ଶ୍ରୀମନ୍ଦିର ମହାପ୍ରଭୁଙ୍କର ଦେବ ନୀତି ଆରମ୍ଭ ହୋଇ ମହାସ୍ନାନ ହେବା ପରେ ଗ୍ରହଣ ଭୋଗ କରାଯାଇଥିଲା। ଗ୍ରହଣକୁ ଛାଡିବାପରେ ଲୋକମାନେ ମହୋଦଧୀ, ତୀର୍ଥ ପୁଷ୍କରିଣୀ ସମେତ ଘରମାନଙ୍କର ସ୍ନାନ କରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଘର ମାନଙ୍କରେ ମଧ୍ୟ…

"ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ"

ପ୍ରଧାନମନ୍ତ୍ରୀ ମୋଦୀ ସ୍କୁଲ ଖେଳ ଉତ୍ସବ -ଖେଲୋ ଇଣ୍ଡିଆ- ଉଦଘାଟନ କଲେ

ନୂଆଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଦିନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଂଡୋର ଷ୍ଟାଡ଼ିୟମରେ ପ୍ରଥମ ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସର ଉଦ୍ଘାଟନ କରିଛନ୍ତି। ଏହି ଖେଳ ୮ ଫେବୃଆରି ପର୍ଯ୍ୟନ୍ତ ଚାଲିବ। ଖେଲୋ ଇଣ୍ଡିଆ ପହଲରେ ସ୍କୁଲଗୁଡ଼ିକରେ ଖେଳ ପ୍ରତିଭାଙ୍କର ଚୟନ କରିବା ଏବଂ ତାଙ୍କୁ ଭବିଷ୍ୟତର ଚମ୍ପିଆନର ରୂପରେ ବିକଶିତ କରିବାରେ ସାହାଯ୍ୟ ମିଳିବ। ଏହା ପ୍ରଥମ ମୌକା ଥିଲା ଯେତେବେଳେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସର ୩୧ ଜାନୁଆରୀରେ ଅୟମାରମ୍ଭ ହୋଇଛି। ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ ଦିଲ୍ଲୀରେ ଜବାହରଲାଲ ନେହରୁ ଷ୍ଟାଡ଼ିୟମ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମ କମ୍ପ୍ଲେକ୍ସ ମେଜର ଧ୍ୟାନଚନ୍ଦ ନେସନଲ ଷ୍ଟାଡ଼ିୟମ,…

"ପ୍ରଧାନମନ୍ତ୍ରୀ ମୋଦୀ ସ୍କୁଲ ଖେଳ ଉତ୍ସବ -ଖେଲୋ ଇଣ୍ଡିଆ- ଉଦଘାଟନ କଲେ"

ତୃତୀୟ ସ୍କର୍ପେନ ବୁଡାଯାହାଜ କରଞ୍ଜର ଶୁଭାରମ୍ଭ

ନୂଆଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ଆଜି ମାଜାଗନ ଡକ ସିପବିଲ୍ଡର୍ସ ଲିମିଟେଡରୁ ଭାରତୀୟ ନୌସେନା ପାଇଁ ତୃତୀୟ ସ୍କର୍ପେନ ଶ୍ରେଣୀ ବୁଡାଯାହାଜର ଶୁଭାରମ୍ଭ ହୋଇଛି। ଏହି ବୁଡାଯାହାଜର ନାମ ‘କରଞ୍ଜ’ ରଖାଯାଇଛି। ସ୍କର୍ପେନ ଶ୍ରେଣୀର ବୁଡାଯାହାଜ ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଏବଂ ଏଥିରେ ଅତ୍ୟାଧୁନିକ ଗୁପ୍ତ ବ୍ୟବସ୍ଥା ସଂଯୁକ୍ତ ରହିଛି। ଏଗୁଡ଼ିକ ହେଉଛି ଅତ୍ୟାଧୁନିକ ଅକୋଷ୍ଟିକ ସାଇଲେନ୍ସିଂ କୌଶଳ ଏବଂ ଶତୃ ଉପରେ ଆକ୍ରମଣ କରିବା ପାଇଁ ଅସ୍ତ୍ରଶସ୍ତ୍ର ଉପଯୋଗ କଲାଭଳି ସୂକ୍ଷ୍ମ ସୁବିଧା। ଟର୍ପେଡୋଜ ଏବଂ ଆଂଟି-ସିପ ମିଶାଇଲ ମାଧ୍ୟମରେ ପାଣି ତଳୁ ଏଥିରୁ ଶତୃ ଉପରେ ଆକ୍ରମଣ କରାଯାଇ ପାରିବ। ଗୁପ୍ତ ଭାବେ ଏହି ଆକ୍ରମଣର ସୁବିଧା ଯାହାଜକୁ ଅପରାଜେୟ କ୍ଷମତା…

"ତୃତୀୟ ସ୍କର୍ପେନ ବୁଡାଯାହାଜ କରଞ୍ଜର ଶୁଭାରମ୍ଭ"

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲା

– ବିଜେପୁର ଉପ ନିର୍ବାଚନ ନେଇ ଆଣିଲେ ଅଭିଯୋଗର ଲମ୍ବା ତାଲିକା – ଜିଲ୍ଲାପାଳ, ଏସପି ଓ ତିନି ଆଇଆଇସିଙ୍କ ବଦଳି ବିନା ମୁକ୍ତ ଓ ଅବାଧ ନିର୍ବାଚନ ଅସମ୍ଭବ – ସମସ୍ତ ୨୭୦ ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଉ – ବୁଥ ଓ ବୁଥ ପାଖ ଅଂଚଳରେ ସିସିଟିଭି ଲଗାଇ ବେଆଇନ କାର୍ଯ୍ୟ ଉପରେ ରଖା ଯାଉ ନଜର – କେନ୍ଦ୍ରୀୟ ଅର୍ଧ ସାମରିକ ବଳ ଆଇନ ଶୃଙ୍ଖଳା କାର୍ଯ୍ୟରେ ନିୟୋଜିତ କରାଯାଉ – ବିନା ଟେଣ୍ଡରରେ ୧୫ ଶହ କୋଟି ଦଳୀୟ ଆଧାରରେ ସରକାରୀ କାମ ବଂଟା ଯାଇଛି – ଏସପି, କଲେକ୍ଟର ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଦଳୀୟ କାମର ସମୀକ୍ଷା…

"କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲା"

ମୋଦି ସରକାରଙ୍କ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ହଜାର ହଜାର ଶ୍ରମିକ ସତ୍ୟାଗ୍ରହ ଓ ଜେଲ୍ ଭରୋରେ ଗିରଫ

ଭୁବନେଶ୍ୱର, ତା ୩୦ା୧ (ଓଡ଼ିଆ ପୁଅ) : ମାସିକ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ସମସ୍ତଙ୍କୁ ସାମାଜିକ ନିରାପତ୍ତା, ସ୍କିମ୍ ଶ୍ରମିକମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସମେତ ୧୨ଦଫା ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଯଥା- ଏଆଇଟିୟୁସି, ଆଇଏନ୍ ଟିୟୁସି, ଏଚ୍ .ଏମ୍ .ଏସ୍ ., ସି.ଆଇ.ଟି.ୟୁ, ଏ.ଆଇ.ଟି.ୟୁ.ସି. ଓ ଆଇ.ସି.ସି.ଟି.ୟୁ ପକ୍ଷରୁ ମିଳିତ ସତ୍ୟାଗ୍ରହ ଭୁବନେଶ୍ୱର ଲୋୟର ପି.ଏମ୍ .ଜି.ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସହସ୍ରାଧିକ ଶ୍ରମିକମାନଙ୍କର ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେଲୱେ ଷ୍ଟେସନ୍ ରୁ ବାହାରି ଲୋୟର ପି.ଏମ୍ .ଜି.ଠାରେ ପହଞ୍ଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଟ୍ରେଡ୍ ୟୁନିୟନ୍ ମାନେ ଦାବି…

"ମୋଦି ସରକାରଙ୍କ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ହଜାର ହଜାର ଶ୍ରମିକ ସତ୍ୟାଗ୍ରହ ଓ ଜେଲ୍ ଭରୋରେ ଗିରଫ"

ଜିଏସଟି ଅନ୍ତର୍ଗତ ପ୍ରଥମ ଆଠ ମାସରେ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ସକଳ ଟିକସ ସଂଗ୍ରହ ସଠିକ ମାର୍ଗରେ

ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୧୭-୧୮ ଉପସ୍ଥାପନ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଛି ଯେ ରାଜସ୍ୱ ସଂଗ୍ରହରେ ବୃଦ୍ଧି, ବ୍ୟୟ ଗୁଣବତା, କେନ୍ଦ୍ର ଦ୍ୱାରା ରାଜ୍ୟ ସରକାରଙ୍କୁ ଦିଆଯାଉଥିବା ଟିକସ ତଥା କ୍ଷତି ଭଳି ଅଧିକାଂଶ ଆର୍ଥିକ ସାଂକେତିକରେ ଉତମ ସୁଧାର ଯୋଗୁ ଆସିଥିବା ସୁଦୃଢ଼ ସନ୍ତୁଳନ ଆଧାରରେ ସରକାର ରାଜ୍ୟଗୁଡ଼ିକ ସହିତ ଭାଗୀଦାରୀରେ ଜିଏସଟି ଯୁଗ ଜୁଲାଇ ପହିଲା, ୨୦୧୭ ଠାରୁ ଶୁଭାରମ୍ଭ କରିଥିଲେ। ଜିଏସଟିକୁ ବ୍ୟାପକ ପ୍ରସ୍ତୁତି, ଆକଳନ ଏବଂ ବହୁସ୍ତରୀୟ ପରାମର୍ଶ ପରେ ଲାଗୁ କରାଯାଇଥିଲା। ତଥାପି ଏହି ବ୍ୟାପକ ପରିବର୍ତ୍ତନକୁ…

"ଜିଏସଟି ଅନ୍ତର୍ଗତ ପ୍ରଥମ ଆଠ ମାସରେ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ସକଳ ଟିକସ ସଂଗ୍ରହ ସଠିକ ମାର୍ଗରେ"

ଏକ ଟଙ୍କାରେ wi-fi ! ଚା’ ଏବଂ ପାନ ଦୋକାନରେ ମିଳୁଛି ଏହି ସୁବିଧା!

ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଏକ ଟଙ୍କାରେ wi-fi ସୁବିଧା ! ତାହା ପୁଣି ଚା’ ଏବଂ ପାନ ଦୋକାନର ସହଜରେ ମିଳୁଛି। ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଆଶ୍ୟର୍ଯ୍ୟ ହେବା ସ୍ୱାଭାବିକ। କିନ୍ତୁ ଏହି ସେବା ପ୍ରକୃତରେ ଆରମ୍ଭ ହୋଇଗଲାଣି ନୂଆଦିଲ୍ଲୀ ଏବଂ ବାଙ୍ଗାଲୁରୁରେ। ଧିରେଧିରେ ଗାଁ ଗଣ୍ଡାରେ ମଧ୍ୟ ଏହି ସୁବିଧା ମିଳିବାକୁ ଯାଉଛି। ଏବେ ମାର୍କେଟରେ ୱାଇ-ଫାଇ ଆକ୍ସେସ କରିବା ପାଇଁ ଆପଣଙ୍କୁ ଏକ ବଡ଼ କଫି ସପକୁ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ଆପଣଙ୍କୁ ଏହି ସୁବିଧା ଏବେ ସଡକ କଡ଼ରେ ଛିଡ଼ା ଚା’ ବାଲା କିମ୍ବା ଘର ତଳେ ଥିବା କିରାନା ଦୋକାନରେ ମଧ୍ୟ ମିଳିପାରିବ।…

"ଏକ ଟଙ୍କାରେ wi-fi ! ଚା’ ଏବଂ ପାନ ଦୋକାନରେ ମିଳୁଛି ଏହି ସୁବିଧା!"

ତିନି ବର୍ଷ ଧରି ବିଦେଶ ସଚିବ ରହିଥିବା ଜୟଶଙ୍କର ସେବାରୁ ଅବସର ନେଲେ

ଚୁପ୍ ଚାପ୍ ଓ ନମ୍ର ଭାବରେ ନିଜର କାମ କରି ଚାଲୁଥିବା ଏସ.ଜୟଶଙ୍କରଙ୍କୁ ହିଁ ନରେନ୍ଦ୍ର ମୋଦୀ ସରକାରରେ ଆକ୍ରମକ ବିଦେଶ ନୀତି ଆଧାର ପ୍ରସ୍ତୁତ କରିବାର ଶ୍ରେୟ ଯାଇଥାଏ ନୂଆଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ବିଦେଶ ସଚିବ ରୂପରେ ପ୍ରାୟତଃ ତିନି ବର୍ଷର କାର୍ଯ୍ୟକାଳ ପରେ ସୁବ୍ରମଣ୍ୟମ ଜୟଶଙ୍କର ରବିବାରଦିନ ସେବାରୁ ଅବସର ନେଇଛନ୍ତି। କେବଲ ସିଂହ (1976 ରେ ଅବସରପ୍ରାପ୍ତ) ପରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ବିଦେଶ ସଚିବ ଭାବେ କାର୍ଯ୍ୟ କରିଛନ୍ତି ଏସ୍ ଜୟଶଙ୍କର। ବେଶ୍ ଶାନ୍ତ ଭାବରେ ନିଜର କାମ ପାଇଁ ଜଣାଶୁଣା ଏସ. ଜୟଶଙ୍କରଙ୍କୁ ଙ୍କୁ ହିଁ ନରେନ୍ଦ୍ର ମୋଦୀ ସରକାରରେ ଆକ୍ରମକ ବିଦେଶ ନୀତି ଆଧାର…

"ତିନି ବର୍ଷ ଧରି ବିଦେଶ ସଚିବ ରହିଥିବା ଜୟଶଙ୍କର ସେବାରୁ ଅବସର ନେଲେ"