ହରତାଳ ଯୋଗୁଁ ସମ୍ବଲପୁରରେ ଜନଜୀବନ ପ୍ରଭାବିତ

ସମ୍ବଲପୁର, ୨୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଗଣଦୁଷ୍କର୍ମର ପୀଡ଼ିତା ନାବାଳିକାଙ୍କ ଆତ୍ମହତ୍ୟା ଏବଂ ଏଥିରେ ସରକାରୀ କଳର ଉଦାସିନତାର ପ୍ରତିବାଦରେ ଆଜି କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର ଡାକରାରେ ରାଜ୍ୟବ୍ୟାପୀ ହରତାଲର ପ୍ରଭାବ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଛି। ଏଥିଯୋଗୁଁ ସମ୍ବଲପୁର ସହରରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ବିଜେପି ଓ କଂଗ୍ରେସ କର୍ମୀମାନେ ଦଳ ଦଳ ହୋଇ ଶୋଭାଯାତ୍ରା ସହିତ ପିକେଟିଂ କରିଥିଲେ। ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବେସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ, ବୀମା ଆଦି ଆର୍ଥିକ ସଂସ୍ଥା ମଧ୍ୟକୁ ଅଧିକାରୀ ଓ କର୍ମଚାରୀମାନେ ପ୍ରବେଶ…

"ହରତାଳ ଯୋଗୁଁ ସମ୍ବଲପୁରରେ ଜନଜୀବନ ପ୍ରଭାବିତ"

ଆଜି ସାରା ରାଜ୍ୟରେ ଅଖ, ଚକ ବନ୍ଦ: ସ୍କୁଲ, କଲେଜ ବନ୍ଦ: ପରୀକ୍ଷା ଘୁଞ୍ଚିବ

– ଆଜି ସାରା ରାଜ୍ୟରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ, ଚକ ବନ୍ଦ: ସ୍କୁଲ, କଲେଜ ବନ୍ଦ: ପରୀକ୍ଷା ଘୁଞ୍ଚିବ ଭୁବନେଶ୍ୱର ୨୪-୧ (ଓଡ଼ିଆ ପୁଅ) କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବୁଧବାର କଂଗ୍ରେସ ଓଡ଼ିଶା ବନ୍ଦ କରିବା ପାଇଁ ଡାକରା ଦେଇଥିବା ବେଳେ ବିଜେପି କରିବ ହରତାଲ୍‌। ଦୁଇ ପ୍ରମୁଖ ବିରୋଧି ଦଳର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ପରୀକ୍ଷା ଘୁଞ୍ଚାଇବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି। ବନ୍ଦକୁ ସଂପୂର୍ଣ୍ଣ…

"ଆଜି ସାରା ରାଜ୍ୟରେ ଅଖ, ଚକ ବନ୍ଦ: ସ୍କୁଲ, କଲେଜ ବନ୍ଦ: ପରୀକ୍ଷା ଘୁଞ୍ଚିବ"

ତାଜା ଖବର : ବଡ଼ ଧରଣର ବସ୍ ଦୁର୍ଘଟଣା: ପୋଲ ତଳକୁ ଖସିଲା ବସ୍ : ୪ ମୃତ ୩୦ରୁ ଉର୍ଦ୍ଧ୍ୱ ଗୁରୁତର ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ ବସରେ

ସମ୍ବଲପୁର ୨୪-୧ (ଓଡ଼ିଆ ପୁଅ) ସମ୍ବଲପୁରରୁ ପ୍ରାୟ ୩୨ କିଲେମିଟର ଦୂର ପଡ଼ିଆ ବାହାଲ ଏବଂ ଗୌରପାଲି ମଧ୍ୟରେ ଥିବା ଏକ ପୋଲ ତଳକୁ ଗୋଟିଏ ଯାତ୍ରୀବାହୀବସ୍  ମଙ୍ଗଳବାରଦିନ ବିଳମ୍ବିତ ରାତ୍ରରେ ଖସିପଡ଼ିଥିବାରୁ ପ୍ରାୟତଃ ୫୦ରୁ ଅଧିକଯାତ୍ରୀ ଆହତ ହୋଇଥିବାର ଅନୁମାନ କରାଯାଉଛି।   ପ୍ରାଥମିକ ଖବରରୁ ପ୍ରକାଶଯେ, ବୈଷ୍ଣୋଦେବୀ ନୀମକ ଏହି ବସ୍ ଟି ସମ୍ବଲପୁରରୁ କେନ୍ଦୁଝରକୁ ଯାଉଥିଲା।ଖବର ପାଇ ଓଡ୍ରାଫ ଟିମ୍ ର ୫୦ରୁ ଉର୍ଦ୍ଧ୍ୱ ଉଦ୍ଧାରକାରୀ ଦଳ ସେଠାରେ ପହଁଚିଛନ୍ତି।   ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ବିଳମ୍ବିତ ରାତ୍ର ୯ ଟା ୪୫ ମିନିଟରେ ବସ୍ ଟି ସମ୍ବଲପୁରରୁ ଛାଡ଼ିଥିଲା। ଘଟଣା ସ୍ଥଳରେ…

"ତାଜା ଖବର : ବଡ଼ ଧରଣର ବସ୍ ଦୁର୍ଘଟଣା: ପୋଲ ତଳକୁ ଖସିଲା ବସ୍ : ୪ ମୃତ ୩୦ରୁ ଉର୍ଦ୍ଧ୍ୱ ଗୁରୁତର ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ ବସରେ"

କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ମୃତ୍ୟୁ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ବିଜେପି ପ୍ରଦର୍ଶନକାରୀଙ୍କୁ ପୋଲିସ୍ ର ନିର୍ମମ ମାଡ ବିରୁଦ୍ଧରେ ଆସନ୍ତା କାଲି ରାଜ୍ୟବ୍ୟାପୀ ୧୨ ଘଂଟିଆ ହରତାଲ୍

– ରାଜ୍ୟବାସୀଙ୍କୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିବାକୁ ଆହ୍ୱାନ – ଅତ୍ୟାବଶ୍ୟକ ସେବା ହରତାଲ୍ ରୁ ବାଦ୍ – ପରୀକ୍ଷାର୍ଥୀମାନେ ସାଥୀରେ ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ଆଣିବାକୁ ଅନୁରୋଧ ଭୁବନେଶ୍ୱର, ତା ୨୩/୦୧ (ଓଡ଼ିଆ ପୁଅ): କୁନ୍ଦୁଲି ନାବାଲିକା ଗଣଦୁର୍ଷ୍କମର ଶିକାର ହେବାର ୧୦୦ ଦିନ ପରେ ନ୍ୟାୟ ନପାଇ ନିଜ ଜୀବନକୁ ବଳିଦାନ ଦେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତ କାଲିର ଏହି ଘଟଣା ଓଡିଶା ପ୍ରଦେଶ ଇତିହାସରେ ଏକ କଳଙ୍କିତ ଦିନ ଭାବେ ଆଗାମୀ ପିଢୀଙ୍କ ଆଗରେ ଚିତ୍ରିତ ହେବ। ବିଜେପି ମହିଳା ମୋର୍ଚ୍ଚାଠୁ ଆରମ୍ଭ କରି ବିଜେପିର ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏକାଠୀ ହୋଇ ପୀଡିତାକୁ ନ୍ୟାୟ ଦେବା…

"କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ମୃତ୍ୟୁ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ବିଜେପି ପ୍ରଦର୍ଶନକାରୀଙ୍କୁ ପୋଲିସ୍ ର ନିର୍ମମ ମାଡ ବିରୁଦ୍ଧରେ ଆସନ୍ତା କାଲି ରାଜ୍ୟବ୍ୟାପୀ ୧୨ ଘଂଟିଆ ହରତାଲ୍"

ନ୍ୟାୟ ନପାଇ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ କଂଗ୍ରେସର ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର ତା ୨୩.୧(ଓଡ଼ିଆ ପୁଅ)- କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖଦାୟକ ମୃତ୍ୟୁ ପାଇ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀକରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା କାଲି ତା ୨୪.୧.୨୦୧୮ ରିଖ ବୁଧବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାର ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବିଜେଡ଼ି ସରକାର ଗାଁକୁ କାମ ମା’କୁ ସମ୍ମାନର ନାରା ଦେଉଥିବାବେଳେ ରାଜ୍ୟରେ କ୍ରମାଗତ ଭାବେ ନାରୀ ନିର୍ଯ୍ୟାତନା, ହତ୍ୟା ଓ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି। ରାଜ୍ୟର ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ…

"ନ୍ୟାୟ ନପାଇ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ କଂଗ୍ରେସର ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା"

ଆଗାମୀ ଦିନରେ ଓଡିଶାରେ ବିଜେପି ହିଁ କେବଳ ଏକମାତ୍ର ବିକଳ୍ପ : ଶ୍ରୀ ରାଓ

ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ମୁରଲିଧର ରାଓଙ୍କ ତିନି ଦିନିଆ ଓଡିଶା ଗସ୍ତ ପ୍ରସଂଗରେ: ଆଗାମୀ ଦିନରେ ଓଡିଶାରେ ବିଜେପି ହିଁ କେବଳ ଏକମାତ୍ର ବିକଳ୍ପ : ଶ୍ରୀ ରାଓ ଭୁବନେଶ୍ୱର, ତା ୨୩/୦୧ (ଓଡ଼ିଆ ପୁଅ): ଦୀର୍ଘ ୧୮ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କୁଶାସନ, ସ୍ଥାଣୁତା, ଅପରାଗତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ କେବଳ ବିଜେପି ହିଁ ରାଜ୍ୟରେ ଏକମାତ୍ର ବିକଳ୍ପ। ସାରାଭାରତରେ ଏହା ପ୍ରମାଣିତ ହୋଇଛି। ଦିନକୁଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଉପରେ ସାଧାରଣ ଜନତା ଆସ୍ଥା ପ୍ରକଟ କରିଛନ୍ତି। ଏମିତିକି ଅନେକ ସ୍ଥାନରେ ବିଜେପିକୁ ବହୁମତ ମିଳିଛି। ପରଂପରା ଗତ ଦୃଷ୍ଟିରୁ ମଜବୁତ ନଥିବା ରାଜ୍ୟରେ ବି ବିଜେପି…

"ଆଗାମୀ ଦିନରେ ଓଡିଶାରେ ବିଜେପି ହିଁ କେବଳ ଏକମାତ୍ର ବିକଳ୍ପ : ଶ୍ରୀ ରାଓ"

ତୁରୁମୁଙ୍ଗା ଅଞ୍ଚଳରେ କାଉ ମଡକ ବାର୍ଡ ଫ୍ଲୁ ଆଶଙ୍କା

ତୁରୁମୁଙ୍ଗା ୨୩-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମଙ୍ଗା ବଜାରର ବିଭିର୍ଣ୍ଣ ଜାଗା ଆଜି ବହୁ କାଉ ମରି ପଡିଥିବା ଦେଖିବାକୁ ମିଳିଛି। ବାର୍ଡଫ୍ଲୁ ଆଶଙ୍କାରେ ଅଞ୍ଚଳ ବାସୀ ଏକ ପ୍ରକାର ଭୟଭୀତ ହୋଇ ରହିବା ସହିତ ପକ୍ଷୀ ଙ୍କ ରକ୍ତନମୁନା ସଂଗ୍ରହ କରିବା କୁ ଦାବି କରିଛନ୍ତି। ଏ ସମ୍ପର୍କରେ ରେ ବ୍ଲକ ପଶୁ ସମ୍ପଦ ଅଧିକାରୀ ଡ଼ଃ ବିଜୟ କୁମାର ସେଠି ଙ୍କୁ ପଚାରିବାରୁ ଅତ୍ୟଧିକ ଥଣ୍ଡା ଯାଗୁଁ ଏପରି ହୋଇଥିବା ଅନୁମାନ କରାଯାଉଥିବା କହିଛନ୍ତି ଏବଂ ପ୍ରକୃତ କାରଣ ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି।

"ତୁରୁମୁଙ୍ଗା ଅଞ୍ଚଳରେ କାଉ ମଡକ ବାର୍ଡ ଫ୍ଲୁ ଆଶଙ୍କା"

ଆଦର୍ଶ ମୁଖ୍ୟମନ୍ତ୍ରୀର ବାହାବା ନେଉଥିବା ନବୀନ ବାବଙ୍କୁ କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟାର ଉତର ଦେବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

– ସରକାରଙ୍କର ଏହି ଦାୟିତ୍ୱହୀନ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ – ନବୀନ ବାବୁଙ୍କର ସମ୍ବେଦନହୀନତା କେତେ ଦିନ ଚାଲିବ ? – ଯେତେବେଳେ ବ୍ୟକ୍ତିଗତ ସମବେଦନା ଶେଷ ହୋଇ ଯାଏ ସେତେବେଳେ ଏପରି ଘଟଣା ଦେଖିବାକୁ ମିଳେ – ଯେପରି ଭାବେ ଏହି ମାମଲାକୁ ରାଜ୍ୟ ସରକାର ପରିଚାଳନା କଲେ ଏଥିରେ ମାନସିକ ଗ୍ଲାନିରେ ହୁଏ ତ ଝିଅଟି ଆତ୍ମହତ୍ୟା କଲା – ସରକାର ଟିକେ ସମ୍ବେଦନଶୀଳ ହୋଇଥିଲେ ଏହି ଦୁଃଖଦାୟକ ଘଟଣାକୁ ଏଡାଇ ଦିଆ ଯାଇ ପାରିଥାନ୍ତା ନୂଆଦିଲ୍ଲୀ, ଭୁବନେଶ୍ୱର, ୨୨ ଜାନୁଆରୀ (ଓଡ଼ିଆ ପୁଅ) – ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ବେସରକାରୀ ଅନୁଷ୍ଠାନରୁପ ପୁରସ୍କାର ନେଇ ବାହା ବାହା ନେଉଥିବା ଓଡିଶାର…

"ଆଦର୍ଶ ମୁଖ୍ୟମନ୍ତ୍ରୀର ବାହାବା ନେଉଥିବା ନବୀନ ବାବଙ୍କୁ କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟାର ଉତର ଦେବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ"

କୁନ୍ଦୁଳି ପୀଡିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ନବୀନ ନିବାସ ଘେରାଓ କଲା ବିଜେପି

ଭୁବନେଶ୍ୱର, ତା୨୨/୦୧(ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଓ ସ୍ଥାଣୁତାର ଶାସନ ବ୍ୟବସ୍ଥା ପାଇଁ ଆଜି କୁନ୍ଦୁଲି ପୀଡିତା ତାର ଜୀବନକୁ ବଳିଦାନ ଦେଇଛି। ଶାସକ ବିଜେଡି ପୋଲିସ ଓ ପ୍ରଶାସନ ଦ୍ୱାରା ପୀଡିତାଙ୍କୁ ଧମକାଇବା ସହ ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଚୁପ ରହି ନିଜର ଯୋଗାଡ କରିଥିବା ଆଦର୍ଶ ପୁରସ୍କାରର ଉତ୍ସବ ମନଉଥିବା ସମୟରେ ଅନ୍ୟପଟେ ଗଣବଳାତ୍କାରରେ ଶିକାର ହୋଇଥିବା କୁନ୍ଦୁଲି ପୀଡିତା ନିଜ ଜୀବନକୁ ବଳିଦାନ କରିବା ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିଛି। ଏଭଳି ଘଟଣା ବିଜେଡି ସରକାରଙ୍କ ପ୍ରାୟୋଜିତ ହତ୍ୟା ବୋଲି ବିଜେପି କହିବା ସହ ଏହା କଣ ମୁଖ୍ୟମନ୍ତ୍ରୀଙ୍କ…

"କୁନ୍ଦୁଳି ପୀଡିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ନବୀନ ନିବାସ ଘେରାଓ କଲା ବିଜେପି"

ସାଧାରଣତନ୍ତ୍ର ଦିବସରେ ଦୁଃସାହସିକ କଳାପ୍ରଦର୍ଶନ କରିବାକୁ ଥିବା ଓଡିଆ ଝିଅମାନଙ୍କୁ ଭେଟି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ଶୁଭେଚ୍ଛା

– ବିଏସଏଫର ସୀମା ଭବାନୀ କଂଟିଜେଂଟରେ ସାମିଲ ମୀତା, ଅନୁସୟା, ସୁକାମିନି, କ୍ରିଷ୍ଣା, ସୁବନ୍ତୀ  ଓ ବନୀତାଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ – ଏହି ଓଡିଆ ଝିଅମାନେ ଦେଶ ଓ ରାଜ୍ୟ ପାଇଁ ଗର୍ବ ନୂଆଦିଲ୍ଲୀ, ଜାନୁଆରୀ ୨୨(ଓଡ଼ିଆ ପୁଅ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୋଟର ସାଇକେଲ ଚଲାଇ ଦୁଃସାହସିକ କଳା  ନୈପୁଣ୍ୟ ପ୍ରଦର୍ଶନ କରିବାକୁ ଥିବା ସୀମା ଭବାନୀ ଗ୍ରୁର ୬ ଓଡିଆ ଝିଅଙ୍କୁ ନିଜ ସରକାରୀ ବାସଭବନରେ ସାକ୍ଷାତ  କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ଦିନ ବିଏସଏଫରେ କାମ କରୁଥିବା ଓଡିଆ ଝିଅ ମୀତା, ଅନୁସୟା, ସୁକାମିନି, କ୍ରିଷ୍ଣା, ସୁବନ୍ତୀ ଓ  ବନୀତାଙ୍କୁ ସାକ୍ଷାତ କରି ଏହି ଝିଅମାନେ ସେମାନଙ୍କର…

"ସାଧାରଣତନ୍ତ୍ର ଦିବସରେ ଦୁଃସାହସିକ କଳାପ୍ରଦର୍ଶନ କରିବାକୁ ଥିବା ଓଡିଆ ଝିଅମାନଙ୍କୁ ଭେଟି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ଶୁଭେଚ୍ଛା"