କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପ୍ରଶାସନ ପଛଘୁଞ୍ଚା… ଯାଜପୁର ପାଲଟିଛି ବେଆଇନ ବାଲି ଓ ମାଟି ମାଫିଆଙ୍କ ଭୂସ୍ୱର୍ଗ

ଯାଜପୁର-୧୦/୬ (ଓଡିଆ ପୁଅ/ଏ.ରାଉତ) – ଯାଜପୁର ପାଲଟିଛି ବାଲି ଓ ମାଟି ମାଫିଆଙ୍କ ଭୂସ୍ୱର୍ଗ। ପ୍ରତିଦିନ ମାଫିଆମାନେ ହଜାର ହଜାର ହାଇୱା ଗାଡ଼ିଦ୍ୱାରା ବେଆଇନଭାବେ ବାଲି ଓ ମାଟି ଉଠାଣ କରି ବାହାର ଜିଲାକୁ ଚାଲାଣ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି। ଜିଲାପାଳ ଅଫିସ ସମ୍ମୁଖ ବୈତରଣୀ ନଦୀରୁ ବାଲି ମାଫିଆମାନେ ବାଲି ଉଠାଣ କରି ଉକ୍ତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାଦେଇ ପ୍ରତିଦିନ ହଜାର ହଜାର ହାଇୱା ଗାଡ଼ି ଯାଉଥିଲେ ମଧ୍ୟ ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। କେବଳ ସ୍ଥାନୀୟ ତହସିଲଦାର ଗୋଟିଏ ଦୁଇଟି ବାଲି ବୋଝେଇ ଟ୍ରାକ୍ଟରକୁ ଧରି ଜୋରିମାନା ଆଦାୟ…

"କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପ୍ରଶାସନ ପଛଘୁଞ୍ଚା… ଯାଜପୁର ପାଲଟିଛି ବେଆଇନ ବାଲି ଓ ମାଟି ମାଫିଆଙ୍କ ଭୂସ୍ୱର୍ଗ"

ଗଣଦୁଷ୍କର୍ମ ପରେ ହତ୍ୟା!

ପୁରୁଷୋତ୍ତମପୁର ବ୍ଳକ୍ ,୯/୬ (ଓଡିଆ ପୁଅ/ସୁଦାମ ମହାରଣା) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ପୁରୁଷୋତ୍ତମପୁର-ଭୂତସରସିଙ୍ଗି ରାସ୍ତା ପାର୍ଶ୍ବରେ କଣି ଶଙ୍ଖ ତଳୁ ଜଣେ ଯୁବତୀଙ୍କର ଗଳିତ ଶବ ପୋଲିସ୍ ଗୁରୁବାର ଅପରାହ୍ନରେ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ପୋଲସରା ଥାନା ନିଗମ ନଗରର ମୃତ୍ୟୁଞ୍ଜୟ ସାହୁଙ୍କ ପତ୍ନୀ ମମତା ସାହୁ (୨୫) ବୋଲି ଜଣାପଡ଼ିଛି। ଗତ ୫ ତାରିଖରୁ ମମତା ନିଖୋଜ ଥିବା ପୋଲାସରା ଥାନାରେ ସ୍ବାମୀ ମୃତ୍ୟୁଞ୍ଜୟ ଏତଲା ଦେଇଥିଲେ। ପୋଲିସ୍ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଶଙ୍ଖ ତଳେ ଏକ ଯୁବତୀର ଶବ ପଡିଥିବା ଖବର ପାଇ ଏସ୍ଡିପିଓ ଦୀଲିପ ଦାଶ ଓ ପୁରୁଷୋତ୍ତମପୁର ଥାନାଅଧିକାରୀ…

"ଗଣଦୁଷ୍କର୍ମ ପରେ ହତ୍ୟା!"

ସିପିଆଇ(ଏମ୍)ର କେନ୍ଦ୍ରୀୟ କାର୍ଯ୍ୟାଳୟ ଉପରେ ବିଜେପିର ଭଙ୍ଗାରୁଜା ବିରୋଧରେ ପ୍ରତିବାଦ ସଭା

କେନ୍ଦ୍ରାପଡ଼ା, ୯/୬ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ସିପିଆଇ(ଏମ)ର ଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ଉପରେ ଆର.ଏସ.ଏସ., ଭାରତୀୟ ଜନତା ପାର୍ଟି ଓ ସଂଘ ପରିବାର ପକ୍ଷରୁ ଭଙ୍ଗାରୁଜା କରିବା ଓ ନେତୃବୁନ୍ଦଙ୍କୁ ଆକ୍ରମଣ କରିବା ବିରୋଧରେ ଗୁରୁବାର ସିପିଆଇ(ଏମ୍)ଜିଲାକମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।   ଏହି ପ୍ରତିବାଦ ସଭାରେ ଦଳର ବରିଷ୍ଠ ନେତା ଉମେଶ ସିଂ ସଭାପତିତ୍ୱ କରିଥିବାବେଳେ ଜିଲା ସମ୍ପାଦକ ଗୟାଧର ଧଳ,ଜଗତ ଜୀବନ ଦାସ, ବାବାଜୀ ପରିଡା,ରନôଞୟ ମଲ୍ଲିକ,ଗୁଣମଣୀ ବେହେରା, ମାଧବ ଦାସ, ସୁଦାମ ଦାସ, ଦାମୋଧର ଧଳ, ଅର୍ଜୁନ ମଣ୍ଡଳ,ଧନେଶ୍ୱର ରାଉତ,ଅସିତ କୁମାର ପରିଡା, ସୁଶାନ୍ତ କୁମାର ମଲ୍ଲିକ ପ୍ରମୁଖ ବକ୍ତବ୍ୟ…

"ସିପିଆଇ(ଏମ୍)ର କେନ୍ଦ୍ରୀୟ କାର୍ଯ୍ୟାଳୟ ଉପରେ ବିଜେପିର ଭଙ୍ଗାରୁଜା ବିରୋଧରେ ପ୍ରତିବାଦ ସଭା"

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁପକ୍କାଘର ଯୋଜନାରେ ଜିଲା ପଛୁଆ ହୋଇ ରହିଛି

କେନ୍ଦ୍ରାପଡ଼ା, ୯/୬ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ଜିଲାରେ ଚଳିତ ଆର୍ଥିକ ବର୍ଷରେ ୧୨୭୪୯ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ୨୫୧୬ବିଜୁ ପକ୍କାଘର କରିବାପାଇଁ ଅର୍ଥ ମଞୁର ହୋଇଛି। କିନ୍ତୁ କୌଣସି ବ୍ଲକରେ ମଇ ମାସ ଶେଷସୁଦ୍ଧା ଏହି ଦୁଇଟି ଯୋଜନାରେ କୌଣସି ଗୋଟିଏ ଘରସୁଦ୍ଧା ସଂପୂର୍ଣ୍ଣ ହୋଇନଥିବା ଜଣାପଡିଛି। ତେବେ କେତେକ ବ୍ଲକରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିବା ଓ ହିତାଧିକାରୀମାନେ ସମୁଦାୟ ଏକଲକ୍ଷ ସତୁରୀ ହଜାର ଟଙ୍କାରୁ ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇଥିବା ଜିଲାଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ୍ତ କିଶୋର ଶତପଥି ସୂଚନା ଦେଇଛନ୍ତି। ଯାହା ଫଳରେ କି ପୂର୍ବଭଳି ଏହି ଜିଲା ଏହିଦୁଇଟି ଯୋଜନାରେ ଗୃହକାଯ୍ୟ ଶେଷ କରିବାରେ ପଛୁଆହୋଇ…

"ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁପକ୍କାଘର ଯୋଜନାରେ ଜିଲା ପଛୁଆ ହୋଇ ରହିଛି"

କାଲି ହରତାଳ ! କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କ ଓଡ଼ିଶା ବିରୋଧୀ ପଦକ୍ଷେପ ବିରୁଦ୍ଧରେ ନିରନ୍ତର ପ୍ରତିବାଦ ପାଇଁ ଆହ୍ୱାନ୍

ମହାନଦୀ ଜଳକୁ ନେଇ ବିଜେଡ଼ି ଆହ୍ୱାନରେ ହରତାଳ କାଲି ! ସମ୍ବଲପୁର, ୯/୬ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ନଦୀ ଜଳ ପ୍ରସଙ୍ଗରେ କେନ୍ଦ୍ର ଏବଂ ଛତିଶ ଗଡ଼ ବିଜେପି ସରକାରଙ୍କ ଓଡ଼ିଶା ବିରୋଧୀ ନୀତିର ପ୍ରତିବାଦରେ ଆସନ୍ତାକାଲି ଶନିବାର ଦିନ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ପ୍ରତିକାତ୍ମକ ହରତାଲ୍ ପାଳନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଡାକରା ଦିଆଯାଇଛି। ଏହି ହରତାଳ ଆସନ୍ତାକାଲି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୪ଟି ସହରରେ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ସ୍ଥାନୀୟ ନେତୃବୃନ୍ଦ ଓଡ଼ିଶା ପ୍ରତି ଛତିଶଗଡ଼ ରାଜ୍ୟ ସରକାରଙ୍କ ଅବିଚାର…

"କାଲି ହରତାଳ ! କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କ ଓଡ଼ିଶା ବିରୋଧୀ ପଦକ୍ଷେପ ବିରୁଦ୍ଧରେ ନିରନ୍ତର ପ୍ରତିବାଦ ପାଇଁ ଆହ୍ୱାନ୍"

ନିକୁଞ୍ଜ ବିହାରୀ ଧଳ ହେଲେ ନୂଆଦିଲ୍ଲୀରେ ଓଡ଼ିଶା ଆବାସିକ କମିସନର

ଭୁବନେଶ୍ୱର ୯/୬ (ଓଡ଼ିଆ ପୁଅ): ଓଡ଼ିଶା କ୍ୟାଡ଼ରର IAS ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି କେନ୍ଦ୍ର ଡେପୁଟେସନ୍ ରେ ଯାଇଥିବା 1993 ଓଡ଼ିଶା କାଡ଼ରର IAS ନିକୁଞ୍ଜ ବିହାରୀ ଧଳ ଏବେ ନୂଆଦିଲ୍ଲୀରେ ଓଡ଼ିଶା ଆବାସିକ କମିସନର ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ନିକୁଞ୍ଜ ବିହାରୀ ଧଳ କେନ୍ଦ୍ର ସରକାରଙ୍କର ଖଣି ମନ୍ତ୍ରଣାଳୟର ସଂଯୁକ୍ତ ସଚିବ କାର୍ଯ୍ୟ କରୁଥିଲେ। ଶ୍ରୀ ଧଳ କେନ୍ଦ୍ର ସରକାରଙ୍କର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସଂଯୁକ୍ତ ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି।

"ନିକୁଞ୍ଜ ବିହାରୀ ଧଳ ହେଲେ ନୂଆଦିଲ୍ଲୀରେ ଓଡ଼ିଶା ଆବାସିକ କମିସନର"

ଭଦ୍ରକ : ପୁଣି ଧାମରା ସମୁଦ୍ର ମୁହାଣରୁ ଉଠି ଆସିଲା ଲୁଣା ଢେଉ – ଶହ ଶହ ହେକ୍ଟର କ୍ଷେତରେ ମାଡିଗଲା ଲୁଣାପାଣି

ଭଦ୍ରକ, ୯/୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଗତ କିଛିଦିନ ହେବ ଅଶାନ୍ତ ହୋଇପଡିଛି ସମୁଦ୍ର। ଏପରିକି ଧାମରା ମୁହାଣ ଦେଇ ବଡବଡୁ ଲୁଣା ଢେଉ ବୈତରଣୀ ଓ ସାଳନ୍ଦୀ ନଦୀରେ ପ୍ରବେଶ କରିବା ଫଳରେ ବିଭିନ୍ନ ନଈଯୋର, ମାହାରା ଓ ଏସକେପ ଦେଇ ସାରଦ ବୁଣାକ୍ଷେତକୁ ମାଡିବାରେ ଲାଗିଛି। ଏପରିକି ଚାଷଜମିରେ କୁତ୍ରିମ ବନ୍ୟା ସୃଷ୍ଟି ହେବା ସହ ଦୀର୍ଘଦିନ ଧରି ଲୁଣାପାଣି କ୍ଷେତରେ ଜମି ରହୁଛି। ଧାମରା ସମୁଦ୍ର ମୁହାଣରୁ ଲୁଣି ଜୁଆର ଉଠିଆସିବା ଫଳରେ ଶହ ଶହ ହେକ୍ଟର ସାରଦ ବୁଣା କ୍ଷେତରେ ମାଡିଯାଇଛି। ଏହି ଲୁଣାପାଣି ପ୍ରଭାବରେ ଶହଶହ ହେକ୍ଟର ବୁଣାକ୍ଷେତ ନଷ୍ଟ ହେବ ବୋଲି ଚାଷୀ ପ୍ରକାଶ କରିଛନ୍ତି।…

"ଭଦ୍ରକ : ପୁଣି ଧାମରା ସମୁଦ୍ର ମୁହାଣରୁ ଉଠି ଆସିଲା ଲୁଣା ଢେଉ – ଶହ ଶହ ହେକ୍ଟର କ୍ଷେତରେ ମାଡିଗଲା ଲୁଣାପାଣି"

ଓଡ଼ିଶା ସରକାର ଦୁର୍ନିତିରେ ବୁଡ଼ି ରହିଛି : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ୟାଦବ୍

– କେନ୍ଦ୍ର ଦେଉଥିବା ଅର୍ଥ ରାଜ୍ୟ ସରକାର ବାଟମାରଣା କରୁଛନ୍ତି – ମନ୍ତ୍ରୀ ଶ୍ରୀ ୟାଦବ୍ ଭଞ୍ଜନଗର ୦୯/୦୬ (ଓଡ଼ିଆ ପୁଅ/ଦିଲ୍ଲିପ ଚାୱାଡ଼ା)- କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରାମ କୃପାଲ ୟାଦବ ଭଞ୍ଜନଗରସ୍ଥିତ ଜେଲ ପଡ଼ିଆରେ ଆୟୋଜିତ ସବ୍କା ସାଥ୍ ସବ୍କା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବା ବେଳେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଭଞ୍ଜନଗର ସବ୍ କଲେକ୍ଟର ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀଙ୍କ ସଙ୍ଗେ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଡାକବଙ୍ଗଳାରେ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସମେତ ଅନ୍ୟାନ୍ୟ କେନ୍ଦ୍ର ଅନୁଦାନ ପାଉଥିବା ଯୋଜନା ସମ୍ପର୍କରେ ମନ୍ତ୍ରୀ ସଠିକ୍ ତଥ୍ୟ ପାଇନଥିବାରୁ ସେ…

"ଓଡ଼ିଶା ସରକାର ଦୁର୍ନିତିରେ ବୁଡ଼ି ରହିଛି : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ୟାଦବ୍"

ଆସନ୍ତାକାଲିଠାରୁ ଅଲାରନାଥ ପୀଠରେ ଦର୍ଶନ ଆରମ୍ଭ

ପୁରୀ ୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତାକାଲି ଠାରୁ ବ୍ରହ୍ମଗିରି ସ୍ଥିତ ଅଲାରନାଥ ପୀଠରେ ମହାପ୍ରଭୁ ଅଲାରନାଥଙ୍କର ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଆରମ୍ଭ ହେବ। ୧୦ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଅନବସର ଦର୍ଶନ ଚାଲିବ। ଅଣସଶର ଦର୍ଶନପୀଠକୁ ଳକ୍ଷାଧିକ ଶ୍ରଦ୍ଧାଳୁଙ୍କ ଅଗାମନକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସେବାୟତ ନିଯୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୧୦ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଭୋର୪ଟାରେ ମନ୍ଦିର ଦ୍ୱାର ଖୋଲାଯିବା ପରେ ମଙ୍ଗଳା ଆଳତୀ, ଅଣସର ବେଶ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ବଲ୍ଲଭ ଉଠି ରୋଷହୋମ ନୀତି ଅନୁଷ୍ଠିତ ହେବ। ଭୋର ୫ଟାରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ।…

"ଆସନ୍ତାକାଲିଠାରୁ ଅଲାରନାଥ ପୀଠରେ ଦର୍ଶନ ଆରମ୍ଭ"

ମହାପ୍ରଭୁଙ୍କ ହାତୀବେଶ କିମ୍ବଦନ୍ତୀ

ପୁରୀ ୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ମହାର୍ଘ୍ୟ ଗଜାନନ ବା ହାତୀବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ହାତୀବେଶ କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରର ଗଣପତି ଭଟ୍ଟ ବ୍ରହ୍ମ ଦର୍ଶନ ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆସିଥିଲେ। ତେବେ ସ୍ନାନବେଦୀରେ ନିଜର ଆରାଧ୍ୟ ଦେବତା ଶ୍ରୀଗଣେଶଙ୍କ ଦର୍ଶନରୁ ବଞ୍ଚିତ ହୋଇ ଫେରିଯାଇଥିଲେ। ତେବେ ସେ ମୁକ୍ତେଶ୍ୱର ମନ୍ଦିର ନିକଟରେ ଅବସ୍ଥାପନ କରିଥିବା ବେଳେ ଦେବବାଣୀ ହୋଇଥିଲା ଯେ, ଗଣପତ୍ୟ ତୁମେ ଫେରିଯାଇ ପୁନଶ୍ଚ ମୋତ ଦର୍ଶନ କର। ଗଣପତି ଫେରିଆସି ସ୍ନାନବେଦୀରେ ଦେଖନ୍ତିତ କଳାଧଳା ହାତୀ ଦୁଇଠି ଶୁଣ୍ଢ ବିସ୍ତାରକରି ମହାପ୍ରସାଦ କୁଡ଼ୁଆରୁ ଭୋଗଖାଇବାରେ ଲାଗିଛନ୍ତି। ନିଜର ଆରାଧ୍ୟ…

"ମହାପ୍ରଭୁଙ୍କ ହାତୀବେଶ କିମ୍ବଦନ୍ତୀ"