ବିଜେପି ଜିଲ୍ଳା କାର୍ଯ୍ୟକାରିଣୀ- ୱାର୍ଡ ସ୍ତରରୁ ଦଳକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ

ଭଦ୍ରକ, ୧୩/୫ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ତୃତୀୟ କାର୍ଯ୍ୟକାରିଣୀ ବୈଠକ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ଜଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକକୁ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ୱାର୍ଡ ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ତରରେ ଥିବା ବିଜେପିର କାର୍ଯ୍ୟକର୍ତ୍ତାମାନେ ନିଷ୍ଠାର ସହ କାର୍ଯ୍ୟ କରି ଦଳକୁ ଶକ୍ତିଶାଳୀ ଓ କ୍ରୀୟାଶୀଳ କରିବା ପାଇଁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ। ସେହିପରି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ଓଡିଶାର ସାମ୍ପ୍ରତିକ ରାଜନୀତି ଓ ବିଜେପିର ଖସଡା ପ୍ରସ୍ତୁତି ଶୀର୍ଷକ ଉପରେ ଆଲୋଚନା…

"ବିଜେପି ଜିଲ୍ଳା କାର୍ଯ୍ୟକାରିଣୀ- ୱାର୍ଡ ସ୍ତରରୁ ଦଳକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ"

ପରକୀୟା ପ୍ରୀତିରୁ ସ୍ୱାମୀକୁ ହାଣିବା ଘଟଣାରେ ପ୍ରେମୀ ଯୁଗଳ ଗିରଫ

– ପୋଲସରା ହାତ ଗୋଡ଼ ମୁଣ୍ଡ କଟା ଶବ ଘଟଣାର ପର୍ଦ୍ଧାଫାଶ ପୋଲସରା ୧୩/୫ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ଅନ୍ତର୍ଗତ ଜି.ଡେଙ୍ଗାପଦର ପଞ୍ଚାୟତର ମର୍ଦ୍ଧରାଜପୁର ଗ୍ରାମ କେନାଲ ପାଖ ଜମିଠାରେ ଅର୍ଦ୍ଧ ନଗ୍ନ ଅଙ୍ଗବିହୀନ ଶବ ଜବତ ହୋଇଥିବା ଘଟଣାରେ ପୋଲସରା ପୋଲିସ୍ ଆଜି ମୁଖ୍ୟ ଅଭିଯୁକ୍ତ ଥିବା ପ୍ରେମିକା ରୀନା ସାହୁ (୩୪), ପ୍ରେମିକ ସୁନିଲ କୁମାର ପ୍ରଧାନ (୨୯) ଉଭୟ ପ୍ରେମୀଯୁଗଳଙ୍କୁ ଗିରଫ କରାଯାଇଛି। ପୋଲସରା ଥାନା ଅଧିକାରୀ ତପସ୍ୱିନୀ କହଁର ଓ ଏସ୍.ଡି.ପି.ଓ ଦିଲ୍ଲୀପ ଦାସ ଆଜି ଶନିବାର ଏକ ପ୍ରେସ୍ ମିଟ୍ ରେ ଦେଇଥିବା ସୂଚନା ପ୍ରକାରେ ୩୦ ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡର ତଦନ୍ତକୁ ନେଇ…

"ପରକୀୟା ପ୍ରୀତିରୁ ସ୍ୱାମୀକୁ ହାଣିବା ଘଟଣାରେ ପ୍ରେମୀ ଯୁଗଳ ଗିରଫ"

ଅସୁରକ୍ଷିତ ମାଓପ୍ରବଣ ଗ୍ରାମବାସୀ, ମାଓଭୟରେ ଭିଟାମାଟି ଛାଡିଲେ ୧୫ ପରିବାର, ୩ ପରିବାରଙ୍କ ପତା ମିଳୁନାହିଁ

ମାଲକାନଗିରି,୧୩/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ଗତ କିଛି ଦିନହେଲା ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ ମାଓବାଦୀମାନେ ମାତି ଉଠିଛନ୍ତି। ଗୋଟିଏ ପରେ ଗୋଟିଏ ହିଂସାଘଟାଇ ଆତଙ୍କ ଖେଳାଇଦେଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ଓ ତାଙ୍କ ସହ ଯୋଗୀମାନଙ୍କୁ ଉପଯୁକ୍ତ ସୁରକ୍ଷା ମିଳୁନଥିବାରୁ ବାଧ୍ୟହୋଇ ବିଛିନ୍ନାଚଂଳବାସି ନିଜର ଭିଟା ମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଉଛନ୍ତି। ଗତ କାଲି ସଂନ୍ଧ୍ୟାରେ ବିଛିନ୍ନାଚଂଳ ଅଣ୍ଡ୍ରାପାଲି ପଚାଂୟତ ରାମାଗୁଡା ଗ୍ରାମର ୧୫ଟି ପରିବାର ମାଓବାଦିଙ୍କ ଭୟରେ ଭିଟାମାଟି, ଜମିବାଡି, ଛେଳିଗାଈ ଗୋରୁ ସବୁକିଛି ଛାଡିଦେଇ ଗାଁ ରୁ ପଳାଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୯ଟି ପରିବାର ଚିତ୍ରକୋଣ୍ଡା କମାରଗୁଡା ଓ ୩ଟି ପରିବାର କୁଡୁମୁଲୁଗୁମ୍ମା ଠାରେ  ନିଜ ନିଜ ଆତ୍ମିୟ ସ୍ୱଜନଙ୍କ ଘରେ…

"ଅସୁରକ୍ଷିତ ମାଓପ୍ରବଣ ଗ୍ରାମବାସୀ, ମାଓଭୟରେ ଭିଟାମାଟି ଛାଡିଲେ ୧୫ ପରିବାର, ୩ ପରିବାରଙ୍କ ପତା ମିଳୁନାହିଁ"

କୂଅରେ ପଡି ଦୁଇ ଜଣ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର ୧୨/୫ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଶୁଆଟୀସ୍ଥିତ ଦଅଁଳା ଗ୍ରାମରେ ଆଜି ସକାଳୁ କୁଅରୁ ପାଣି କାଢୁଥିବାବେଳେ କୁଅ ଉପରେ ଥିବା ସ୍ଲାବଟି ଭାଙ୍ଗି ଯିବାରୁ ୮୫ମିଟର ଗଭୀର କୁଅ ମଧ୍ୟରେ ପଡିଯାଇ ୨ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳୁ ଗ୍ରାମର ନେତ୍ରମଣି ପାତ୍ର ଏବଂ ଶ୍ରୀମତୀ ପଲେଇ ଆଉଜଣେ ମହିଳାଙ୍କ ସହ ମଶି ଗ୍ରାମରେ ଥିବା ଏକ ମାତ୍ର କୁଅରୁ ପାଣି ଆଣିବାକୁ ଯାଇଥିଲେ। ତିନିଜଣ ଯାକ କୁଅର ସ୍ଲାବ ଉପରେ ଠିଆହୋଇ ପାଣି କାଢୁଥିବାବେଳେ ହଠାତ ସ୍ଲାବଟି ଭାଙ୍ଗି ଯାଇଥିଲା। ଅନ୍ୟ ମହିଳା ଜଣକ ଡେଇଁ ପଳାଇବାକୁ ସକ୍ଷମ ହୋଇଥିବାବେଳେ ନେତ୍ରମଣି ଏବଂ ଶ୍ରୀମତୀ ଗଭୀର…

"କୂଅରେ ପଡି ଦୁଇ ଜଣ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି"

କେନ୍ଦୁଝରରେ ଏକାଧିକ ପେଟ୍ରୋଲ ପମ୍ପ ଉପରେ ପୋଲିସ ଓ ମାପ ଓ ଓଜନ ବିଭାଗର ଚଢାଉ

କେନ୍ଦୁଝର ୧୨/୫ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସହର ରେ ଥିବା ଏକାଧିକ ପେଟ୍ରୋଲ ପମ୍ପ ଉପରେ ଆଜି ପୋଲିସ ଏବଂ ମାପ ଓ ଓଜନ ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଛି। ସହର ରେ ଥିବା ପେଟ୍ରୋଲ ପମ୍ପ ଗୁଡିକ ରେ କିରୋସିନ ମିଶା ତେଲ ଓ କମ ପରିମାଣର ତେଲ ଦିଆଯାଉଥିବା ନେଇ ଅନେକ ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା। ହେଲେ ନିକଟରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବିଭାଗର ଅଦଳବଦଳ ପରେ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଚଢାଉ ଆରମ୍ଭ ହୋଇଛି। ଆଜି ଜିଲ୍ଲାର ଏହି ଦୁଇ…

"କେନ୍ଦୁଝରରେ ଏକାଧିକ ପେଟ୍ରୋଲ ପମ୍ପ ଉପରେ ପୋଲିସ ଓ ମାପ ଓ ଓଜନ ବିଭାଗର ଚଢାଉ"

କୋଇଲା ଖଲାସରେ ଆଦାନୀ ଧାମରା ବନ୍ଦରର ଐତିହାସିକ ରେକର୍ଡ଼

ଭଦ୍ରକ, ୧୨ା୫ (ଓଡ଼ିଆପୁଅ/ ପ୍ରମୋଦ ରାୟ) : ପୂର୍ବ ଭାରତର ଏକ ଗଭୀରତମ ବନ୍ଦର ଭାବେ ଜଣାଶୁଣା ଆଦାନୀ ଧାମରା ବନ୍ଦର ମେ’ ୮ ତାରିଖରେ  କୋଇଲା ଖଲାସରେ ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରି  ଭାରତର ବନ୍ଦର ଇତିହାସରେ ଏକ ନୂତନ ଫର୍ଦ୍ଦ ସଂଯୋଗ କରିଛି। ପ୍ରଥମର ଥର ପାଇଁ ୨୪ଘଣ୍ଟା ମଧ୍ୟରେ ଦୁଇଟି ଅନଲୋର୍ଡର ମାଧ୍ୟମରେ ଏମ୍ଭି କେପ ନାଟାଲି୍ ଜାହାଜରୁ ୧,୧୩,୯୪୪ ମେଟ୍ରିକ ଟନ ନନ୍-କୋକିଙ୍ଗ କୋଇଲା ଖଲାସ କରି ଆଦାନୀ ଧାମରା ବନ୍ଦର ଏକ ରେକର୍ଡ଼ ସୃଷ୍ଟି କରିଛି। ଆଦାନୀ ଧାମରା ବନ୍ଦରର ଏହି ରେକର୍ଡ  କେବଳ ଏକ ବିଶାଳ ସଫଳତା ନୁହେଁ ବରଂ ସମଗ୍ର ଦେଶରେ ନିଜର ଉକ୍ରୃଷ୍ଟ…

"କୋଇଲା ଖଲାସରେ ଆଦାନୀ ଧାମରା ବନ୍ଦରର ଐତିହାସିକ ରେକର୍ଡ଼"

ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରମୁଖ ସଚିବ : ଜଗନ୍ନାଥ ସେନାର ବିକ୍ଷୋଭ

ପୁରୀ ୧୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବାର୍ମା ଓ ତାଙ୍କର ପରିବାର ସଦସ୍ୟ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ବିରୋଧ କରିଛି ଶ୍ରୀ ଜଗନ୍ନାଥ ସେନା । ଖୋଦ୍ ଜିଲ୍ଲାପାଳଙ୍କ ଉପସ୍ଥିତିରେ  ଏହା ହୋଇଥିବାରୁ ସେନାପକ୍ଷରୁ ଏହାର ତୀବ୍ର ବିରୋଧ କରାଯିବା ସହ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏନେଇ ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଗୁରୁବାର ଦିନ ସେନାର ସଦସ୍ୟ ମାନେ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ପରେ ସେନାପକ୍ଷାରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ଏତଲାରେ ଦର୍ଶାଯାଇଛି ଯେ ଜଗମୋହନ ମରାମତି ଚାଲୁଥିବାରୁ…

"ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରମୁଖ ସଚିବ : ଜଗନ୍ନାଥ ସେନାର ବିକ୍ଷୋଭ"

ନବୀନଙ୍କ ବିନା ଇଙ୍ଗିତ ଓ ସହମତିରେ କଂଗ୍ରେସର ପିସିସି ସଭାପତି ମନୋନୟନ ସମ୍ଭବ ହେଉନାହିଁ : ବିଜେପି

–    ଓଡ଼ିଶାର ଜନାଦେଶ ବିଜେପି ସପକ୍ଷରେ ଯାଇଥିବାକୁ ସ୍ୱୀକାରନ କଲି, କଂଗ୍ରେସ ଭୋଟ୍ ବିଜେପି ବାକ୍ସକୁ ଯାଇଛି କହି ବିଜେଡି ରାଜ୍ୟବାସୀଙ୍କୁ ବୋକା ବନାଉଛନ୍ତି –    ଓଡ଼ିଶାର ଜନାଦେଶ ବିଜେଡି ବିରୋଧରେ ୩ ପ୍ରତିଶତ ଯାଇଥିବା ବେଳେ କଂଗ୍ରେସ ହରାଇଛି ୬ ପ୍ରତିଶତ,     ବିଜେଡ଼ି କହୁ ବିଜେପିକୁ ୩୩ ପ୍ରତିଶତ ମିଳିଲା କେମିତି? –    ବିଜେଡିର ସ୍ଥାୟିତ୍ୱ, କଂଗ୍ରେସର ଦାୟିତ୍ୱ –    ନବୀନ ବାବୁଙ୍କ ଇଙ୍ଗିତରେ ଅତୀତରେ କଂଗ୍ରେସର ଦୁଇ ଦୁଇଜଣ ସଭାପତିଙ୍କୁ ଅପସାରିତ କରାଯାଇଛି ବୋଲି     କଂଗ୍ରେସ ସଭାପତିମାନେ ନିଜେ ମାନିଛନ୍ତି –    ନବୀନଙ୍କୁ କଂଗ୍ରେସର ଆହ୍ୱାନ-ରାଜ୍ୟରେ ସବୁ ଶକ୍ତିମାନେ ଏକାଠି ହୁଅ, ବିଜେପିକୁ ଭଗାଓ –    କଂଗ୍ରେସର ସମସ୍ତ ନେତା…

"ନବୀନଙ୍କ ବିନା ଇଙ୍ଗିତ ଓ ସହମତିରେ କଂଗ୍ରେସର ପିସିସି ସଭାପତି ମନୋନୟନ ସମ୍ଭବ ହେଉନାହିଁ : ବିଜେପି"

୨୦୧୯ ନିର୍ବାଚନୀ ବୈତରଣୀ ପାର ପାଇଁ କଂଗ୍ରେସ ହିଁ ବିଜେଡିର ଆଶା ବାଡ଼ି- ବରିଷ୍ଠ ଓ କନିଷ୍ଠ ଉଭୟ ମନ୍ତ୍ରୀଙ୍କ ସାର୍ବଜନୀନ ବକ୍ତବ୍ୟ ଏହାକୁ ସ୍ପଷ୍ଟ କରୁଛି: ବିଜେପି

–    ବିଜେଡିର ଆତ୍ମବିଶ୍ୱାସ ସମ୍ପୂର୍ଣ ରୂପେ ଧୁଳିସାତ ହୋଇ ଯାଇଥିବାର ଏହା ସ୍ପଷ୍ଟ ପ୍ରମାଣ –    ଦିଲ୍ଲୀ ଗସ୍ତରେ ଥିବା ନବୀନ ରାହୁଲଙ୍କ ସହ ମିଶି କଂଗ୍ରେସକୁ ସଜାଡିବା ପାଇଁ ଉଦ୍ୟମ କରୁ ନାହାନ୍ତି ତ ? –    କଂଗ୍ରେସ ସହ ଭିତିରି ବୁଝାମଣା ନୂଆ କଥା ନୁହେଁ –    ୨୦୦୯ ବିଜେଡି ବିଜେପି ମେଂଟ ଭାଙ୍ଗିବା ପରେ ରାଷ୍ଟ୍ରପତି ଶାସନ ନ ଲଗାଇ ଓ ନିର୍ବାଚନରେ ପରୋକ୍ଷ ସମର୍ଥନ ଯୋଗାଇ ଥିଲା କଂଗ୍ରେସ –    ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ହରାଇଥିବା ୧୦ ପ୍ରତିଶତ ଭୋଟ ଯାଇଥିଲା ବିଜେଡି ଖାତାରେ –    ଜୟଦେବ ଜେନା ଓ ନିରଂଜନ ପଟ୍ଟନାୟକ ୨୦୦୯ ଓ ୨୦୧୪…

"୨୦୧୯ ନିର୍ବାଚନୀ ବୈତରଣୀ ପାର ପାଇଁ କଂଗ୍ରେସ ହିଁ ବିଜେଡିର ଆଶା ବାଡ଼ି- ବରିଷ୍ଠ ଓ କନିଷ୍ଠ ଉଭୟ ମନ୍ତ୍ରୀଙ୍କ ସାର୍ବଜନୀନ ବକ୍ତବ୍ୟ ଏହାକୁ ସ୍ପଷ୍ଟ କରୁଛି: ବିଜେପି"

ବର୍ତ୍ତମାନ ଆଧୁନିକ ଯୁଗରେ ଲୋପ ପାଇ ଆସୁଛି ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ

ଖଡିଆଳ/ନୂଆପଡା ୩/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ବର୍ତ୍ତମାନ ଆଧୁନିକ ଯୁଗରେ ଅନେକ ପ୍ରକାର ବାଦ୍ୟ ପରିବେଷଣ ହେଉଥିବା ବେଲେ ଲୋକେ ଆଉ ପୁରୁଣା ବାଦ୍ୟ ଗୁଡିକୁ ଭୁଲିଯାଉଥିବା ମନେହେଉଛି। ୩ ଚାରି ଦଶନ୍ଧି ତଳେ ଲୋକେ ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ ମାଧ୍ୟମରେ ମନୋରଜଂନ କରୁଥିଲେ। ବିବାହ ବନ୍ଧନ,ପର୍ବ ପର୍ବାଣି, ଜାନିଯାତ୍ରା ମାନଙ୍କରେ ଲୋକେ ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ ମାଧ୍ୟମରେ ମନୋଜଂନ କରି ଆସୁଥିଲେ। ସେହି ସମୟରେ ଏହି ସବୁ ବାଦ୍ୟର ଅଧିକ ଚାହିଦା ଥିଲା। ଗ୍ରାମାଞ୍ଚଳର ଲୋକମାନେ ନିଜ ନିଜ ଭାଷାରେ ଓ ନିଜ ନିଜର ରାଗରାଗିଣୀରେ ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ ମାଧ୍ୟମରେ ଗୀତ ବୋଲି…

"ବର୍ତ୍ତମାନ ଆଧୁନିକ ଯୁଗରେ ଲୋପ ପାଇ ଆସୁଛି ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ"