ସାତ ଶିଖର ଉପରେ ବିଜୟ ପ୍ରାପ୍ତ କଲା ଭାରତୀୟ ବାୟୁସେନା: ଦେଶର ପ୍ରଥମ ସଙ୍ଗଠନ ଭାବେ ସାତ ପର୍ବତ ଶିଖର ଅଭିଯାନ ପୂରଣ କରିଛି ଭାରତୀୟ ବାୟୁସେନା

ନୂଆଦିଲ୍ଲୀ ୧୨-୧ (ଓଡ଼ିଆ ପୁଅ) ଭାରତୀୟ ବାୟୁସେନାର ପର୍ବତାରୋହୀଙ୍କ ଏକ ବିଶେଷଜ୍ଞ ଦଳ ପ୍ରଥମେ ୬ଟି ବିଭିନ୍ନ ମହାଦ୍ୱୀପର ସର୍ବୋଚ୍ଚ ଶିଖର ଆରୋହଣ କରିଥିଲେ ଏବଂ ଏଇ ନିକଟରେ ମିଶନ ସାତ ଶିଖର ପୁରା କରିବା ଉଦ୍ଦେଶ୍ୟରେ ଆଂଟାର୍କଟିକାର ମାଉଂଟ ଭିନସନ ଆରୋହଣ କରିବା ପାଇଁ ଅନ୍ତିମ ଅଭିଯାନରେ ୨୦୧୭ ଡିସେମ୍ବର ୮ରେ ଗସ୍ତ କରିଥିଲେ। ଗ୍ରୁପ କ୍ୟାପଟେନ ସି ତ୍ରିପାଠୀ ବିଏମ ଙ୍କ ନେତୃତ୍ୱରେ ୫ ସଦସ୍ୟ ବିଶିଷ୍ଟ ଦଳର ଯାତ୍ରାକୁ ବାୟୁ ସେନା ପ୍ରମୁଖ ଏୟାର ଚିଫ ମାର୍ଶାଲ ବିଏମ ଧନୋୱା ପତାକା ଦେଖାଇ ଶୁଭାରମ୍ଭ କରାଇଥିଲେ। ଏହି ଦଳ ୨୦୧୭ ଡିସେମ୍ବର ୨୫ ସଂଧ୍ୟା ୬.୪୫ ସମୟରେ ଆଂଟାର୍କଟିକାର ସର୍ବୋଚ୍ଚ ଘାଟି…

"ସାତ ଶିଖର ଉପରେ ବିଜୟ ପ୍ରାପ୍ତ କଲା ଭାରତୀୟ ବାୟୁସେନା: ଦେଶର ପ୍ରଥମ ସଙ୍ଗଠନ ଭାବେ ସାତ ପର୍ବତ ଶିଖର ଅଭିଯାନ ପୂରଣ କରିଛି ଭାରତୀୟ ବାୟୁସେନା"

ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ବିଭାଜନ ଆଡକୁ ମୁହାଁଉଛି ବିଜେଡ଼ି

ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ- ପ୍ରିୟରଂଜନ ସାହୁ) ଓଡ଼ିଶାରେ ଶାସିତ ବିଜେଡ଼ିରେ ଏବେ ଅସନ୍ତୋଷ ଚରମ ସୀମାରେ। ଦୀର୍ଘ ଦିନ ଧରି ରହିଥିବା ପୁଞ୍ଜିଭୁତ ଅସନ୍ତୋଷ ଏବେ ପଦାକୁ ବାହାରିଲାଣି। ୨୦୧୮ ଅର୍ଥାତ୍ ଏହି ବର୍ଷ ଡିସେମ୍ବର ମାସରେ ସାଧାରଣ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବାର ଖବର ପ୍ରକାଶ ପାଇବା ପରେ ଏବେ ରାଜନିତୀ ସରଗରମ। ଦୀର୍ଘ ୧୭ ବର୍ଷ ଧରି ଓଡ଼ିଶାରେ ଏକଚାଟିଆ ଶାସନ କରୁଛି ବିଜେଡି। ତେଣୁ ଏଥର ନିଶ୍ଚିତ ଭାବରେ ଦଳ ଘୋର ପ୍ରତିଦ୍ୱନ୍ଦିତାର ସମ୍ମୁଖିନ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ। ତା ପୂର୍ବରୁ ଦଳ ଭିତରେ ଅନ୍ତର୍ନ୍ଦ୍ୱନ୍ଦ ମୁଖିଆଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହି ବର୍ଷ…

"ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ବିଭାଜନ ଆଡକୁ ମୁହାଁଉଛି ବିଜେଡ଼ି"

“ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ” ସ୍ଥାପନା ପାଇଁ ପୁଣି ନବୀନ ଚିଠି ଲେଖିଲେ ମୋଦୀଙ୍କୁ

ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ) ଓଡିଶାରେ “ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ”ର ସ୍ଥାପନା  ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି। ଏହା ପୂର୍ବରୁ ନବୀନ ତିନିଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ବିଷୟରେ ପତ୍ର ଲେଖି ଅନୁରୋଧ କରିସାରିଛନ୍ତି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଆର ଏଣ୍ଡ ଡି ଗତିବିଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ରାଜ୍ୟରେ ଏହି ପ୍ରତିଷ୍ଠିତ ପରିଯୋଜନା ପାଇଁ ଆବଶ୍ୟକ ଭିତ୍ତିଭୂମିର ସହାୟତା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ। ରାଜ୍ୟ ସରକାର ପୂର୍ବରୁ ସଂସ୍ଥାନ ପାଇଁ ଆଇଆଇଟି ଭୁବନେଶ୍ୱର ନିକଟରେ ୭୩.୬୮ ଏକର ଜମି ଆବଣ୍ଟିତ କରିଛନ୍ତି। ଏହା…

"“ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ” ସ୍ଥାପନା ପାଇଁ ପୁଣି ନବୀନ ଚିଠି ଲେଖିଲେ ମୋଦୀଙ୍କୁ"

ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏଟ ପର୍ଯ୍ୟନ୍ତ ପାଠପଢା ହୋଇପାରେ ମାଗଣା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) କ୍ୟାବ (ସେଣ୍ଟ୍ରାଲ ଏଡଭାଇଜରୀ ବୋର୍ଡ ଅଫ ଏଜୁକେସନ) ର ଉପ-ସମିତିର  ପ୍ରସ୍ତାବଗୁଡ଼ିକ ଉପରେ ଯଦି ଦୃଷ୍ଟି ଦିଆଯାଏ ତେବେ ଦେଶରେ ଶିଘ୍ର ହିଁ ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏସନ୍ ପର୍ଯ୍ୟନ୍ତ ପାଠପଢା ମାଗଣା ହୋଇଯିବ। ତା’ ସହିତ ହିଁ ଶିକ୍ଷାର ଅଧିକାର (RTE)ର ପରିସର ମଧ୍ୟ ବଢିକରି ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ RTE ର ପରିସର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରଖାଯାଇଛି। କ୍ୟାବର ୧୫ ଏବଂ ୧୬ ଜାନୁଆରୀରେ ହେବାକୁ ଥିବା ବୈଠକରେ ଅନ୍ତିମ ନିର୍ଣୟ ହେବ। କ୍ୟାବର ଦିଲ୍ଲୀରେ ହେବାକୁଥିବା ଏହି ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ସହିତ ଦେଶର…

"ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏଟ ପର୍ଯ୍ୟନ୍ତ ପାଠପଢା ହୋଇପାରେ ମାଗଣା"

ଶିଖ ଦଙ୍ଗା: ୧୮୬ ମାମଲା ଗୁଡ଼ିକର ଜାଞ୍ଚ ପାଇଁ SIT ର ଗଠନ ୧୯ ମାର୍ଚ୍ଚରେ ଆସନ୍ତା ଶୁଣାଣି

– ଜାଞ୍ଚ ପାଇଁ ସୁପ୍ରିମ କୋର୍ଟ, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏସ.ଏନ. ଧୀଙ୍ଗରା ଙ୍କର ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କଲେ ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ୧୯୮୪ ର ଶିଖ ବିରୋଧୀ ଦଙ୍ଗା ସମ୍ପର୍କୀତ ୧୮୬ଟି ମାମଲା ଗୁଡ଼ିକର ଜାଞ୍ଚ ପୁନଃ ଆରମ୍ଭ ହେବ। ଜାଞ୍ଚ ପାଇଁ ସୁପ୍ରିମ କୋର୍ଟ ହାଇକୋର୍ଟର ରିଟାୟାର୍ଡ ଜଜ ଏସ.ଏନ. ଢିଙ୍ଗରାଙ୍କର ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଚ ଏସଆଇଟିର ଗଠନ କଲେ। ଏସଆଇଟିର ଅନ୍ୟ ଦୁଇ ଜଣ ସଦସ୍ୟ ଅବସରପ୍ରାପ୍ତ ଆଇପିଏସ ରାଜଦୀପ ସିଂହ ଏବଂ ବର୍ତ୍ତମାନ ଆଇପିଏସ ଅଭିଷେକ ଦୁଲାର ଅଟନ୍ତି। ଏସଆଇଟି ଦୁଇଟି ମାସରେ ନିଜର ରିପୋର୍ଟ ଦେବେ। ଆସନ୍ତା ଶୁଣାଣି ୧୯…

"ଶିଖ ଦଙ୍ଗା: ୧୮୬ ମାମଲା ଗୁଡ଼ିକର ଜାଞ୍ଚ ପାଇଁ SIT ର ଗଠନ ୧୯ ମାର୍ଚ୍ଚରେ ଆସନ୍ତା ଶୁଣାଣି"

ଲିମ୍କା ବୁକ୍ ଅଫ୍ ରେକର୍ଡସରେ ମୁମ୍ବାଇ ଡିଭିଜନର ମାତୁଙ୍ଗା ରେଳଷ୍ଟେସନ: ରେଳଷ୍ଟେସନର ସମସ୍ତ କର୍ମଚାରୀ ମହିଳା

ମୁମ୍ବାଇ ୧୧-୧ (ଓଡ଼ିଆ ପୁଅ) ମହିଳା କର୍ମଚାରୀଙ୍କୁ ସଶକ୍ତୀକରଣ କରିବା ଦିଗରେ ଭାରତୀୟ ରେଳବାଇର ଉଦ୍ୟମ ଯୋଗୁ ସେଂଟ୍ରାଲ ରେଲୱେ ମୁମ୍ବାଇ ଡିଭିଜନର ମାତୁଙ୍ଗା ଷ୍ଟେସନ ଲିମକାବୁକ୍ ଅଫ୍ ରେକର୍ଡସ-୨୦୧୮ରେ ସ୍ଥାନିତ ହୋଇପାରିଛି। ମାତୁଙ୍ଗା ଷ୍ଟେସନ ଦେଶର ପ୍ରଥମ ରେଳଷ୍ଟେସନ ଯେଉଁଠାରେ କି ସମସ୍ତ କର୍ମଚାରୀ ମହିଳା। ଏଠାରେ ୪୧ ଜଣ ମହିଳା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୭ ଜଣ ବୁକିଂ କ୍ଲର୍କ, ୬ ଜଣ ଆରପିଏଫ୍ ଯବାନ୍, ୮ ଜଣ ଟିକେଟ ଚେକର୍, ୫ ଜଣ ପଏଂଟ ପର୍ସନ, ୨ ଜଣ ଘୋଷକ ଏବଂ ୨ ଜଣ ସଫେଇ କର୍ମଚାରୀ। ଏମାନେ ଷ୍ଟେସନ ମ୍ୟାନେଜର ଶ୍ରୀମତୀ ମମତା କୁଲକର୍ଣ୍ଣିଙ୍କ ତତ୍ୱ୍ୱାବଧାନରେ…

"ଲିମ୍କା ବୁକ୍ ଅଫ୍ ରେକର୍ଡସରେ ମୁମ୍ବାଇ ଡିଭିଜନର ମାତୁଙ୍ଗା ରେଳଷ୍ଟେସନ: ରେଳଷ୍ଟେସନର ସମସ୍ତ କର୍ମଚାରୀ ମହିଳା"

ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ ଇଚ୍ଛାମୃତ୍ୟୁ – ପଢ଼ନ୍ତୁ ପୂରା ମାମଲା

ମୁମ୍ବାଇ ୧୧-୧ (ଓଡ଼ିଆ ପୁଅ): ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ମାଗିଛନ୍ତି ଇଚ୍ଛାମୃତ୍ୟୁ। ମୁମ୍ବାଇର ଚରନୀ ରୋଡ ନିବାସୀ ଏକ ବୃଦ୍ଧ ଦମ୍ପତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିକରି ଇଚ୍ଛାମୃତ୍ୟୁର ଗୁହାରୀ ଲଗାଇଛନ୍ତି। ୮୬ ବର୍ଷୀୟ ନାରାୟଣ ଲବାତେ ଯିଏ କି ୧୯୮୯ରେ ରାଜ୍ୟ ପରିବହନ ନିଗମରୁ ସେବାରୁ ଅବସର ନେଇସାରିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ଲେଖିଥିବା ନିଜର ପତ୍ରରେ କହିଛନ୍ତିଯେ, ଆମେ ସ୍ୱାମୀ-ସ୍ତ୍ରୀ ନିଃସନ୍ତାନ। କୌଣସି ଗମ୍ଭୀର ବେମାରୀରେ ଗ୍ରାସିତ ମଧ୍ୟ ନୁହେଁ। ତଥାପି ମଧ୍ୟ ଏବେ ଆମର ଜିଇଁବାର କୌଣସି ଅର୍ଥନାହିଁ। ନାରାୟଣ ଲବାତେ କହିଲେକି ଏହି କଥାର କୌଣସି ଗାରେଣ୍ଟି ନାହିଁ କି ଏବେ ଆମକୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା…

"ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ ଇଚ୍ଛାମୃତ୍ୟୁ – ପଢ଼ନ୍ତୁ ପୂରା ମାମଲା"

ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀରେ ଗୁରୁବାର ସକାଳେ ଆୟକର ବିଭାଗ ଏକ ଗୁଟଖା ବ୍ୟାପାରୀ ଠାବରେ ଛାପା ମାରିଛନ୍ତି। ଛାପାମାରିବା ବେଳେ ପ୍ରାୟତଃ ୬୧ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଏହା ବ୍ୟତୀତ ଛାପାମାରିରେ ପ୍ରାୟତଃ ସାଢେ ଦସ କୋଟି ଟଙ୍କାର ନଗଦ ଟଙ୍କା ଏବଂ ଗହଣା ଧରାପଡ଼ିଛି। ଏହି ସମସ୍ତ ଟଙ୍କାର ସମ୍ବନ୍ଧ ଏକ ଗୁଟଖା ବ୍ୟାପାରୀ ଏବଂ ବିଲ୍ଡର ବୋଲି ଦଣା ପଡ଼ିଛି। ନୂଆଦିଲ୍ଲୀର ସାଉଥ ଏକ୍ସଟେନ୍ସନ ପ୍ରାଇବେଟ ଲକରରେ ୧୦.୫ କୋଟି ନଗଦ ଏବଂ ୯.୫ କୋଟିର ଗହଣା ମିଳିଛି। ଇନକମ ଟ୍ୟାକ୍ସ ବିଭାଗର ଛାପାମାରି ରେ ଏହି ନଗଦ ଏବଂ ଗହଣା ଧରାପଡ଼ିଛି। ପୂର୍ବରୁ ମଧ୍ୟ ଏହି…

"ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା"

ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ

ଭୁବନେଶ୍ୱର ୧୧-୧ (ଓଡ଼ିଆ ପୁଅ) ଅପ୍ରେଲ ୨୦୧୯ ସୁଦ୍ଧା ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ନଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବସ୍ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍ ଚଳାଚଳ କରିବା ସହିତ ସେଠାରେ ସିଟି ବସଷ୍ଟାଣ୍ଡ ମଧ୍ୟ କରାଯିବ। ଏହି ନୂତନ ବସ୍ ଟର୍ମିନାଲରେ ଫୁଡ଼୍ କୋଟ୍ ଠାରୁ ଆରମ୍ଭ କରି ୱାଇ ଫାଇ, ପାର୍କିଂ, ସୌର ଶକ୍ତି, ଏଲିଭେଟର ଓ ଏସ୍‌କାଲେଟର୍ ଆଦି ସମସ୍ତ…

"ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ"

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତି ରାଜ୍ୟସରକାରଙ୍କ ଆଭିମୁଖ୍ୟ ଅଗଣତାନ୍ତ୍ରିକ, ଆଇନ ବିରୋଧୀ ତଥା ସମ୍ବେଦନହୀନ: ବିଜେପି

– ଦେଶର ଶ୍ରମ ଆଇନ ଅନୁସାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦରମା ଆଇନ ସମ୍ମତ – ଅଧିକ କାମ ପାଇଁ ଅଧିକ ଅର୍ଥ ଦେବାକୁ ଠିକା ନେଇଥିବା ସଂସ୍ଥା ପ୍ରଦାନ କରିବା ପାଇଁ ଦାବି – ଠିକା କମ୍ପାନୀ ଉଚିତ ଅର୍ଥ ଦେଉ ନଥିବା ବେଳେ ଏହାକୁ ସୁନିଶ୍ଚିତ କରିବା ପରିବର୍ତେ ରାଜ୍ୟ ସରକାର ଠିକା କମ୍ପାନୀର ସ୍ୱାର୍ଥରେ କାମ କରୁଛନ୍ତି – ରାଜ୍ୟର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କର୍ମଚାରୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଠିକା କମ୍ପାନୀ ପ୍ରତି କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି? – ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ…

"୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତି ରାଜ୍ୟସରକାରଙ୍କ ଆଭିମୁଖ୍ୟ ଅଗଣତାନ୍ତ୍ରିକ, ଆଇନ ବିରୋଧୀ ତଥା ସମ୍ବେଦନହୀନ: ବିଜେପି"