ଚୂଡ଼ାନ୍ତ ପର୍ଯ୍ୟାୟରେ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା : ୭୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ, ସାମିଲ ହେବେ ୫୫୦୦ କଳାକାର

ସମ୍ବଲପୁର, ୨୧/୫ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ଯାତ୍ରା ପାଇଁ ୭୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା ବେଳେ ୫୫୦୦ କଳାକାର ସାମିଲ ହେବେ ବୋଲି ଆଜି ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। କ୍ରିୟାନୁଷ୍ଠାନ କମିଟୀର ସଭାପତି ସୁଶାନ୍ତ ପୁରୋହିତ, କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ସମ୍ପାଦକ ମାନସ ରଥ ପ୍ରମୁଖ ସୂଚନା ଦେଇ କହିଲେ ଯେ, ଚଳିତ ବର୍ଷ ପ୍ରଶାସନ ପାଖରୁ ଆଶାନୁରୂପ ସାହାଯ୍ୟ ସହଯୋଗ ମିଳୁଛି। ତେବେ ଯାତ୍ରାଗୁଡ଼ିକ ଯେଉଁ ରାସ୍ତାଦେଇ ଯିବ ତା’ର…

"ଚୂଡ଼ାନ୍ତ ପର୍ଯ୍ୟାୟରେ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା : ୭୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ, ସାମିଲ ହେବେ ୫୫୦୦ କଳାକାର"

ହୀରାକୁଦ୍ ରୋପ୍ ୱେ କାର୍ଯ୍ୟ ପୁନଃଆରମ୍ଭ

ସମ୍ବଲପୁର, ୨୧/୫ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ହୀରାକୁଦ ଡ୍ୟାମର ବାମ ପାର୍ଶ୍ୱରେ ଥିବା ଗାନ୍ଧି ମୀନାରରୁ ଜବାହାର ଉଦ୍ୟାନ ପର୍ଯ୍ୟନ୍ତ ରୋପ ୱେ ସଂଯୋଗ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଛି। କିଛି ଗଛ ହଟାଇବା ପାଇଁ ଜଙ୍ଗଲ ବିଭାଗର ଅନୁମତି ଆବଶ୍ୟକତା ଦୃଷ୍ଟିରୁ ଗତବର୍ଷ ସେପ୍ଟେମ୍ବର ମାସରୁ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ହେବା ଉତ୍ତାରୁ ଆଜି ଆରମ୍ଭ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟ ପରିସରରେ ଆସୁଥିବା ୨୩ଟି ଗଛକୁ ହଟାଇବା ପାଇଁ ଅନୁମତି ମିଳିବା ଉତ୍ତାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଓଡ଼ିଶା କନ୍ଷ୍ଟ୍ରକସନ କମ୍ପାନୀ ପକ୍ଷରୁ ବନ ଉନ୍ନୟନ ନିଗମରେ ଆବଶ୍ୟକ ଅର୍ଥ…

"ହୀରାକୁଦ୍ ରୋପ୍ ୱେ କାର୍ଯ୍ୟ ପୁନଃଆରମ୍ଭ"

ହସ୍ପିଟାଲ ଛାଡ଼ିଲେ ସୁଦୀପ ବନ୍ଦୋପାଧ୍ୟାୟ

ଭୁବନେଶ୍ୱର ୧୯/୫ (ଓଡ଼ିଆ ପୁଅ) ରୋଜଭାଲୀ ଚିଟଫଣ୍ଡ ଠକେଇରେ ମାମଲାରେ ଜେଲଭୋଗୁଥିବା ତୃଣମୂଲ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଆଜି ହସ୍ପିଟାଲ ଛାଡ଼ିଛନ୍ତି। ଅସୁସ୍ଥ ଥିବାରୁ  ସେ ଭୁବେନଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ହସ୍ପିଟାଲରୁ ବାହାରିବା ପରେ କୋଲକାତା ଅଭିମୁଖେ ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟଯେ, ଓଡ଼ିଶା ହାଇକୋର୍ଟ ତାଙ୍କୁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦେଖି ଏହି ଜାମିନୀ ମଞ୍ଜୁର କରିଥିଲେ। ଗିରଫ ହେବା ପରେ ତୃଣମୂଲ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଛାତିରେ ଯନ୍ତ୍ରଣା ହେବାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଉଲେଲେଖଯୋଗ୍ୟଯେ, ଜାନୁଆରୀମାସରେ ଟିଏମସି ସାଂସଦ ସୁଦୀପ ବଂନ୍ଦୋପାଧ୍ୟାୟଙ୍କୁ ରୋଜଭାଲୀ ଚିଟଫଣ୍ଡ ଠକେଇ…

"ହସ୍ପିଟାଲ ଛାଡ଼ିଲେ ସୁଦୀପ ବନ୍ଦୋପାଧ୍ୟାୟ"

ବିଛିନ୍ନାଞ୍ଚଳରେ ବେଲି ବ୍ରିଜ କାମ ବନ୍ଦ କରିବା ପାଇଁ ମାଓବାଦୀଙ୍କ ଧମକ, ମିକ୍ସଚର ମେସିନ ସହ ଠିକାଦାର କ୍ୟାମ୍ପରେ ଲାଗଇଲେ ନିଆଁ

ମାଲକାନଗିରି,୨୦ /୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ମାଓବାଦୀ ମାତି ଉଠିଛନ୍ତି, ଗୋଟିଏ ପରେ ଗୋଟିଏ ହିସାଂକାଣ୍ଡ ଘଟାଇ ଜବାନ ଓ ପୁଲିସଙ୍କୁ ଚ୍ୟଲେଞ୍ଜ ଦେଇ ଚାଲିଛିନ୍ତି। ଗୁରୁବାର ରାତ୍ରରେ ସେଠାରେ ମାଓବାଦୀମାନେ ଲଙ୍କାକାଣ୍ଡ କରି ଜନତାପାଇ ଠାରେ ନିର୍ମାଣ ହେଉଥିବା ବେଲିବ୍ରିଜ କାମରେ ନିୟୋଜିତ ମିକ୍ସଚର ମେସିନ ଓ ଠିକାଦାରଙ୍କ କ୍ୟାମ୍ପକୁ ପୋଡି ଦେଇଥିବାର ଜଣାପଡିଛି। ଗୁରୁବାର ଦିନ ପ୍ରାୟ ୩୦ରୁ ୪୦ଜଣ ମାଓବାଦୀ ଜନତାପାଇ ଠାରେ ପହଁଚି ଠିକାଦାରଙ୍କ କ୍ୟାମ୍ପକୁ ଯାଇ ବ୍ରିଜକାମ କରୁଥିବା ଠିକାଦାରଙ୍କୁ ଖୋଜିଥିଲେ।ତାଙ୍କୁ ନପାଇ କ୍ୟାମ୍ପରେ ଥିବା ଶ୍ରମିକମାନଙ୍କୁ ସେ ସ୍ଥାନ ଛାଡି ପଳାଇବା ଓ କେବେବି ବ୍ରିଜ କାମ କରିବାକୁ ନ ଆସିବା ପାଇଁ…

"ବିଛିନ୍ନାଞ୍ଚଳରେ ବେଲି ବ୍ରିଜ କାମ ବନ୍ଦ କରିବା ପାଇଁ ମାଓବାଦୀଙ୍କ ଧମକ, ମିକ୍ସଚର ମେସିନ ସହ ଠିକାଦାର କ୍ୟାମ୍ପରେ ଲାଗଇଲେ ନିଆଁ"

ଭିନ୍ନକ୍ଷମ ନାବାଳିକା ବଳାତ୍କାରୀକୁ ଜେଲଦଣ୍ଡ

ବାଲେଶ୍ୱର,୨୦/୫ (ଓଡ଼ିଆ ପୁଅ/ଅଜିତ୍ କୁମାର ମହାନ୍ତି): ଭିନ୍ନକ୍ଷମ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ସହ ଜେଲ ଏବଂ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଘଟଣାଟି ଥିଲା ୨୦୧୩ ମସିହା ଅଗଷ୍ଟ ୯ ତାରିଖର। ଖନ୍ତାପଡ଼ା ଥାନା ପ୍ରଭାତାରା ଅଞ୍ଚଳର ବୁଦ୍ଧିରାମ ମୁର୍ମୁଙ୍କ ପୁତ୍ର ଗଣେଶ ମୁର୍ମୁ (୪୪) ସେହି ଗ୍ରାମର ମାମି ସିଂହଙ୍କ ଚାଳଛପର ଛାଆଣ କରିବାକୁ  ଯାଇଥିଲେ। ଘରେ ମାଆ ଓ ଜଣେ ଭିନ୍ନକ୍ଷମ ନାବାଳିକା କନ୍ୟା ରହନ୍ତି। ପ୍ରାୟ ମଧ୍ୟାହ୍ନ ସମୟରେ ଗଣେର୍ଶ ଚାଳ ଉପରେ ରହି କାର୍ଯ୍ୟ କରୁଥିବା ବେଳେ ଶ୍ରୀମତୀ ସିଂହ କୌଣସି କାର୍ଯ୍ୟରେ ଗାଁ’କୁ ଯାଇଥିଲେ। ଏହି ସମୟରେ…

"ଭିନ୍ନକ୍ଷମ ନାବାଳିକା ବଳାତ୍କାରୀକୁ ଜେଲଦଣ୍ଡ"

ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଟିମ୍ ର ସଦର ହସପିଟାଲ ପରିଦର୍ଶନ ୬ ମାସରେ ସମ୍ପୂର୍ଣ୍ଣ ହେବ ମେଡିକାଲ କଲେଜ୍ କାର୍ଯ୍ୟ

ବାଲେଶ୍ୱର,୨୦/୫ (ଓଡ଼ିଆ ପୁଅ/ଅଜିତ୍ କୁମାର ମହାନ୍ତି): ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ୍ ଶୁକ୍ରବାରଦିନ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସହ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ସେବା ବିଭାଗ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ସଦର ହସପିଟାଲର ବିଭିନ୍ନ ୱାର୍ଡ଼, ବହିଃର୍ବିଭାଗ, ଅପରେସନ ଥିଏଟର ସମେତ ନବନିର୍ମିତ ମାତୃ-ଶିଶୁ ଚିକିତ୍ସା ଭବନ ପ୍ରଭୃତି ବୁଲି ଦେଖିଥିଲେ। ଆଗାମୀ ଦିନରେ  ସରକାରୀ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ  ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ  ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ)ର ଧାର୍ଯ୍ୟ ଆନୁସଙ୍ଗିକ ପଦକ୍ଷେପ…

"ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଟିମ୍ ର ସଦର ହସପିଟାଲ ପରିଦର୍ଶନ ୬ ମାସରେ ସମ୍ପୂର୍ଣ୍ଣ ହେବ ମେଡିକାଲ କଲେଜ୍ କାର୍ଯ୍ୟ"

ଅନାହାରରେ ପରିବାର ଖାଇବାକୁ ଦାନା ଟିକିଏ ବି ମିଳୁନି, ସରକାରୀ ସହାୟତାକୁ ଅପେକ୍ଷା

ଘଟଗାଁ ୨୦/୫ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – ଗରିବଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଥିବା ସ୍ୱତେ ଓଳିଏ ଖାଇଲେ ଓଳିଏ ଉପବାଷ ରହୁଛି ପରିବାର, ଏହି ପରି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ପଂଚାୟତର ରଘୁବେଡା ଗ୍ରାମରେ। ଗ୍ରାମର ମକୁରୁ ମୁଣ୍ଡା ଟିବି ରୋଗରେ ଆକ୍ରାନ୍ତ ଥିବା ବେଳେ ମୁଣ୍ଡ ଉପରେ ମା ଛେଉଣ୍ଡ ଦୁଇ ଜଣ ଭିନ୍ନକ୍ଷମ ସହିତ ଚାରି ପୁଅ ଝିଅଙ୍କ ଭାର। ରୋଗାକ୍ରାନ୍ତ ଅବସ୍ଥାରେ ପିଲା ମାନଙ୍କୁ ଦେଖା ଚାହାଁ କରିବା ନା ଦିନ ମଜୁରୀ କରି ରୋଜଗାର କରିବାର କ୍ଷମତା ରହିଛି। ଗ୍ରାମବାସୀ ଦେଲେ ଖାଉଛନ୍ତି ନହଲେ ଉପବାଷ ରହୁଥିବା…

"ଅନାହାରରେ ପରିବାର ଖାଇବାକୁ ଦାନା ଟିକିଏ ବି ମିଳୁନି, ସରକାରୀ ସହାୟତାକୁ ଅପେକ୍ଷା"

ସମ୍ବଲପୁର ଷ୍ଟେସନ ୩୬୦ତମ ସ୍ଥାନରେ ରହିଲା କିପରି?

ସମ୍ବଲପୁର, ୧୯/୫ (ଓଡ଼ିଆ ପୁଅ/ବ୍ୟମୋକେଶ ପଣ୍ଡା) – ରେଳବାଇ ପକ୍ଷରୁ ଦେଶର ରେଳଷ୍ଟେସନ ଗୁଡ଼ିକର ଗ୍ରେଡ଼େସନ୍ କରାଯାଇଛି। ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଆଧାରରେ ହୋଇଥିôବା ଏହି ଗ୍ରେଡ଼େସନ୍ରେ ସମ୍ବଲପୁର ୩୬୦ତମ ସ୍ଥାନରେ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି।  ସ୍ୱଚ୍ଛତା ଦୃଷ୍ଟିରୁ ସମ୍ବଲପୁର ଷ୍ଟେସନ ଅଗ୍ରଣୀ ଅଟେ। ଗତ ପ୍ରାୟ ୧୦ ବର୍ଷ ଧରି ସମ୍ବଲପୁର ଷ୍ଟେସନର ସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି। ଷ୍ଟେସନ ଖୁବ୍ ସଫାସୁତୁରା ରହୁଛି। ଏ ଦିଗରେ ସ୍ଥାନୀୟ ଯାତ୍ରୀମାନଙ୍କର ମଧ୍ୟ ସହଯୋଗ ପରିଲକ୍ଷିତ ହେଉଛି। ଲୋକଙ୍କ ମଧ୍ୟରେ ସଚେତନତା ପ୍ରକାଶ ପାଇଛି। ଲୋକେ ଆଉ ଇତଃସ୍ତତ ଆବର୍ଜନା ପକାଉ ନାହାନ୍ତି। ଷ୍ଟେସନର ପ୍ଲାଟଫର୍ମଗୁଡ଼ିକୁ ଧୁଆପୋଛା କରିବାରେ ଆଦୌ ତ୍ରୁଟୀ ହେଉନାହିଁ। ଅନ୍ୟାନ୍ୟ…

"ସମ୍ବଲପୁର ଷ୍ଟେସନ ୩୬୦ତମ ସ୍ଥାନରେ ରହିଲା କିପରି?"

ସମ୍ବଲପୁରରେ ଘଡ଼ଘଡ଼ି ସହ ବର୍ଷା

ସମ୍ବଲପୁର, ୧୯/୫ (ଓଡ଼ିଆ ପୁଅ/ବ୍ୟମୋକେଶ ପଣ୍ଡା) – ସମ୍ବଲପୁର ସହର ଓ ଆଖପାଖ ଅଞ୍ଚଳରେ ଗତ ରାତିରେ ହଠାତ୍ ପ୍ରବଳ ବେଗରେ ପବନ ସହ ଭଲ ଅସରାଏ ବର୍ଷା ହୋଇଥିଲା। ମାତ୍ର ଘଣ୍ଟାଏ ମଧ୍ୟରେ ଘଡ଼ଘଡ଼ି ସହ ଏଠାରେ ୨୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ଏହାଦ୍ୱାରା ଦୁଇ ମାସ ଧରି ଚାଲିଥିବା ଟାଣ ଖରାରୁ ଆଜି ନିସ୍ତାର ମିଳିଥିଲେ ମଧ୍ୟ ଦ୍ୱିପ୍ରହର ଉତ୍ତାରୁ ପୁନର୍ବାର ଗୁଳୁଗୁଳି ଆରମ୍ଭ ହୋଇଛି। ରାତି ଝଡ଼ ଆରମ୍ଭ ହେବା ମାତ୍ରେ ପ୍ରାୟ ୨ ଘଣ୍ଟା ଧରି ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିଭଳି ଏବେ ରବି ଫସଲର ଧାନ ଅମଳ…

"ସମ୍ବଲପୁରରେ ଘଡ଼ଘଡ଼ି ସହ ବର୍ଷା"

୧୬ଟି ମାମଲାରେ ମାଓନେତା ସବ୍ୟସାଚୀ କୋର୍ଟରେ ହାଜର

ପାରଳାଖେମୁଣ୍ଡି, ୧୯/୫ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ନାୟକ) – ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲା ଦୌରା ଜର୍ଜଙ୍କ କୋର୍ଟରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ କ୍ରମାଗତ ଭାବେ ୩ଦିନ ଧରି ୧୬ଟି ମାମଲାର ସାକ୍ଷ ଗ୍ରହଣ ପାଇଁ ହାଜର କରାଯାଇଥିଲା। ଗତ ୧୭ତାରିଖ ଦିନ ମାଓ ନେତା ଶ୍ରୀ ପଣ୍ଡାଙ୍କୁ କଡାସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ଜେଲରୁ ଅଣାଯାଇ ପାରଳାଖେମୁଣ୍ଡି ଜିଲା କୋର୍ଟରେ ହାଜର କରାଯାଇଥିଲା। ପ୍ରଥମ ଦିନରେ ଏଡିଜେ ବେଣୁଧର ପାତ୍ରଙ୍କ କୋର୍ଟରେ ୨ଜଣ ସାକ୍ଷଙ୍କର ବୟାନ ରେକର୍ଡ କରାଯାଇଥିଲା। ସେହିପରି ୨ୟ ଦିନ  ତଥା ୧୮ତାରିଖରେ  ଏଡିଜେ ବେଣୁଧର ପାତ୍ରଙ୍କ କୋର୍ଟରେ ୨ଜଣ ଏବଂ ଜିଲା ଜର୍ଜ ଦୁର୍ଗାଶଙ୍କର ମିଶ୍ରଙ୍କ କୋର୍ଟରେ…

"୧୬ଟି ମାମଲାରେ ମାଓନେତା ସବ୍ୟସାଚୀ କୋର୍ଟରେ ହାଜର"