ବିଜେଡି ଏବଂ କଂଗ୍ରେସ ତ୍ୟାଗ କରି ସୁକିନ୍ଦା ଏବଂ ଧର୍ମଶାଳାର ହଜାର ହଜାର କାର୍ଯ୍ୟକର୍ତା ବିଜେପିରେ ସାମିଲ ହେଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଏବଂ କଂଗ୍ରେସ ତ୍ୟାଗ କରି ସୁକିନ୍ଦା ଏବଂ ଧର୍ମଶାଳାର ହଜାର ହଜାର କାର୍ଯ୍ୟକର୍ତା ବିଜେପିରେ ସାମିଲ ହେଲେ –    ସୁକିନ୍ଦା ଅଂଚଳର ପ୍ରଭାବୀ ବିଜେଡି ନେତା ପ୍ରଦୀପ ବଳସାମନ୍ତ (ଟୁଟୁ ବଳ) ବିଜେପିରେ ସାମିଲ –    ଧର୍ମଶାଳାର ବିଜେଡି ନେତା ସୁରେନ୍ଦ୍ର ପଣ୍ଡା ମଧ୍ୟ ବିଜେପିରେ ସାମିଲ ହେଲେ –    ଅପାରଗ ବିଜେଡି ସ୍ଥାଣୁ ପାଲଟିଛି : ଟୁଟୁ ବଳ ଭୁବନେଶ୍ୱର, ୪/୦୬(ଓଡ଼ିଆ ପୁଅ): ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସୁକିନ୍ଦା ଏବଂ ଧର୍ମଶାଳା ଅଂଚଳରୁ ଆଜି ହଜାର ହଜାର…

"ବିଜେଡି ଏବଂ କଂଗ୍ରେସ ତ୍ୟାଗ କରି ସୁକିନ୍ଦା ଏବଂ ଧର୍ମଶାଳାର ହଜାର ହଜାର କାର୍ଯ୍ୟକର୍ତା ବିଜେପିରେ ସାମିଲ ହେଲେ"

ବିକାଶହିଁ ସମୃଦ୍ଦିର ମୁଳମନ୍ତ୍ର : ପଞ୍ଚାନନ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାଉରକେଲାର ଏକାଦଶ ବାର୍ଷିକ ଉତ୍ସବ ଓ ‘ସମୃଦ୍ଧ ଓଡ଼ିଶା ଗଠନରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର

ରାଉରକେଲା ୫/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତ କିଛି ବର୍ଷ ଧରି ବିଦେଶୀ ପୁଞ୍ଜି ବିନିଯୋଗ ଓ ରପ୍ତାନୀ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଦକ୍ଷତା ପ୍ରଦର୍ଶନ କରିଛି। ବର୍ଷକ ତଳେ ଓଡ଼ିଶାର ରପ୍ତାନୀ ୧୫ ହଜାର କୋଟି ଥିବାବେଳେ ବର୍ତ୍ତମାନ ୪୦ ହଜାର କୋଟିରେ ପହଞ୍ଚିବା ଅର୍ଥନୈତିକ ଅଭିବୃଦ୍ଧି ବେଶ୍ ଉତ୍ସାହଜନକ ସମ୍ଭାବନା ସୃଷ୍ଟି କରିଛି। କିନ୍ତୁ ସାମଗ୍ରୀକ ଓ ବିଚ୍ଛୁରିତ ବିକାଶ କ୍ଷେତ୍ରରେ ସ୍ଥାଣୁତା ଯୋଗୁଁ ଓଡ଼ିଶାର ସମୃଦ୍ଧି ଆଶାଜନକ ହୋଇପାରୁ ନାହିଁ। ବ୍ୟକ୍ତିର ବିକାଶ ହିଁ ବାସ୍ତବ ସମୃଦ୍ଧି। ମାତୃ ଓ ଶିଶୁ ମୃତ୍ୟୁହାର କ୍ଷେତ୍ରରେ ବିଶେଷ ହ୍ରାସ ଲକ୍ଷ କରାଯାଇ ନାହିଁ। ଶିଳ୍ପ ପ୍ରତିଷ୍ଠା, ଭିତ୍ତିଭୂମିର ବିକାଶ ରପ୍ତାନୀ ଆଦି କ୍ଷେତ୍ରରେ…

"ବିକାଶହିଁ ସମୃଦ୍ଦିର ମୁଳମନ୍ତ୍ର : ପଞ୍ଚାନନ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାଉରକେଲାର ଏକାଦଶ ବାର୍ଷିକ ଉତ୍ସବ ଓ ‘ସମୃଦ୍ଧ ଓଡ଼ିଶା ଗଠନରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର"

‘ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର’ପରୀକ୍ଷା ସଫଳ

ବାଲେଶ୍ୱର,୪/୬ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଶୀଘ୍ର ଫଳପ୍ରଦ ଅନୁଭୁତ ସ୍ୱଳ୍ପଦୂରଗାମୀ କ୍ଷେପଣାସ୍ତ୍ର ଆଜି ସଫଳ ପରୀକ୍ଷଣ ହୋଇଯାଇଛି। ମଧ୍ୟାହ୍ନ ପ୍ରାୟ ୧୨.୪୪ ସମୟରେ ପ୍ରତିରକ୍ଷା ବିଭାଗର ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ୩ ନମ୍ବର ଲଞ୍ଚ କମ୍ପ୍ଲେକ୍ସରୁ ଏହାକୁ ଉତ୍ କ୍ଷେପଣ କରାଯାଇଥିଲା। ରାଡ଼ାର ସିଗନାଲକୁ ଭିତ୍ତି କରି ଉପରେ ଉଡ଼ୁଥିବା ଏୟାରକ୍ରାଫ୍ଟକୁ ‘ବଂଶୀ’କୁ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିଥିଲା। ଇସ୍ରାଏଲ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭୂପୃଷ୍ଟରୁ ୨୦ କିମି ଦୂରତାରେ ଲକ୍ଷଭେଦ କରିଥାଏ।

"‘ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର’ପରୀକ୍ଷା ସଫଳ"

ବିଜୁ ଯୁବ ଜନତା ଦଳ ସମ୍ମିଳନୀକୁ ନେଇ ବ୍ୟାପକ ପ୍ରସ୍ତୁତି: ୪୫ ହଜାରରୁ ଅଧିକ ଯୁବ କର୍ମୀ ଯୋଗ ଦେବେ

ବାଲେଶ୍ୱର,୪/୬ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବିଜୁ ଯୁବ ଜନତା ଦଳର ଉତ୍ତର ଓଡ଼ିଶା ଜୋନ୍ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି ବେଶ୍ ଜୋରଦାର ହୋଇଛି। ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀରେ ଉତ୍ତର ଓଡ଼ିଶାର ୪୫ ହଜାରରୁ ଅଧିକ ଯୁବ କର୍ମୀ ଯୋଗ ଦେବେ ବୋଲି ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି। ରେମୁଣା ଗୋଲେଇସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଙ୍ଗରାଜ ଯୋଗଦେଇ ପ୍ରଥମ ଥର ପାଇଁ ବାଲେଶ୍ୱର ଜିଲ୍ଲାରେ ହେଉଥିବା ସମ୍ମିଳନୀର କାର୍ଯ୍ୟଧାରା ସମ୍ପର୍କରେ ପ୍ରକାଶ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ମୟୂରଭଂଜ ଓ…

"ବିଜୁ ଯୁବ ଜନତା ଦଳ ସମ୍ମିଳନୀକୁ ନେଇ ବ୍ୟାପକ ପ୍ରସ୍ତୁତି: ୪୫ ହଜାରରୁ ଅଧିକ ଯୁବ କର୍ମୀ ଯୋଗ ଦେବେ"

‘ନୋବେଲ ଗ୍ରୀନ୍ ’ବିଜେତାଙ୍କୁ ନାଗରିକ ସମ୍ବର୍ଦ୍ଧନା

ବାଲେଶ୍ୱର,୪/୬ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ନୋବେଲ ଗ୍ରୀନ୍ ’ପୁରସ୍କାର ବିଜେତା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ବାଲେଶ୍ୱରରେ ଆଜି ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’, ବାଲେଶ୍ୱର ଶାଖା ପକ୍ଷରୁ ସହରର ଉଠା ଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉସବ ଅନୁଷ୍ଠିତ ହୋଇଥିଲା। ସଂଗଠନର ଜିଲ୍ଲା ସଭାପତି ଲକ୍ଷ୍ମୀଧର ବେହେରା ଏଥିରେ ସଭାପତିତ୍ୱ କରିବା ସହିତ ଶ୍ରୀ ସାମନ୍ତରାଙ୍କୁ ବିଶ୍ୱସ୍ତରରେ ମିଳିଥିବା ଏହି ସମ୍ମାନ ଓଡ଼ିଶା ପାଇଁ ଗୌରବ ବୋଲି କହିଥିଲେ। ଦେବୀ ପ୍ରସାଦ ପୃଷ୍ଟି, ଅଭିଜିତ୍ ରାୟ ପ୍ରମୁଖ ଏଥିରେ ଯୋଗଦେଇ ଶ୍ରୀ ସାମନ୍ତରାଙ୍କ ବହୁବିଧି…

"‘ନୋବେଲ ଗ୍ରୀନ୍ ’ବିଜେତାଙ୍କୁ ନାଗରିକ ସମ୍ବର୍ଦ୍ଧନା"

ବାଲେଶ୍ୱର ଜେଲରେ ପୁଲିସର ଚଢ଼ଉ ବହୁ ଆପତ୍ତିଜନକ ସମାଗ୍ରୀ ଜବତ୍

ବାଲେଶ୍ୱର,୪/୬ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଓଡ଼ିଶାର ବିଭିନ୍ନ ଜେଲରେ ବ୍ୟାପକ ନିଶା କାରବାର ଚାଲିଥିବା ଜଣାପଡ଼ିବା ପରେ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଗତ ୨/୩ ଦିନ ମଧ୍ୟରେ ଆରମ୍ଭ ହୋଇଛି ଚଢ଼ଉ। ରାଜ୍ୟର ଝାରପଡ଼ା, ଚୌଦ୍ୱାର, ବ୍ରହ୍ମପୁର ପ୍ରଭୃତି ପ୍ରମୁଖ ଜେଲ ଭଳି ବାଲେଶ୍ୱର ଜିଲ୍ଲା ମୁଖ୍ୟ କାରାଗାରରେ ମଧ୍ୟ ଆଜି ଚଢ଼ଉ ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୀତି ଶେଖରଙ୍କ ନେତୃତ୍ୱରେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇ ଜେଲ ପରିସରରୁ ବିଡ଼ି, ସିଗାରେଟ୍ , ଗୁଟଖା, ଗଞ୍ଜେଇ ପ୍ରଭୃତି ଜବତ୍ କରାଯାଇଛି। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ବାଲେଶ୍ୱର ଉପ-ଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ରହି ଜବତ ହୋଇଥିବା…

"ବାଲେଶ୍ୱର ଜେଲରେ ପୁଲିସର ଚଢ଼ଉ ବହୁ ଆପତ୍ତିଜନକ ସମାଗ୍ରୀ ଜବତ୍"

ପୋଲିସ ଦ୍ୱାରା ରାଜ୍ୟ ବ୍ୟାପୀ ଜେଲ ଉପରେ ଚଢାଉ

କଟକ ୪/୬ (ଓଡ଼ିଆ ପୁଅ) – ଏକ ବଡ ଘଟଣା କ୍ରମରେ ଆଜି ରାଜ୍ୟ ବ୍ୟାପି ବିଭିନ୍ନ କାରାଗାର ଉପରେ ରାଜ୍ୟ ପୋଲିସ ପକ୍ଷରୁ ଅତର୍ଜାତ ଚଢାଉ କରାଯାଇ ବିପୁଳ ପରିମାଣର ଆପତ୍ତି ଜନକ ସାମଗ୍ରୀ, ନିଶାଦ୍ରବ୍ୟ, ଟଙ୍କା ଓ ମୋବାଇଲ ଫୋନ ଯବତ କରାଯାଇଛି। କାରାଗାର ମଧ୍ୟରେ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ପୋଲିସ ଡିଜି। ଶ୍ରୀ କେ.ବି.ସିଂହ ଯୋଜନା ବଦ୍ଧ ଭାବେ ଏଭଳି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ପୋଲିସ ପକ୍ଷରୁ ଆଜି କଟକ ଜିଲ୍ଲାର ଚୌଦ୍ୱାର ସର୍କଲ ଜେଲ, ଭୁବନେଶ୍ଵର, ଝାରପଡା ଠାରେ ଅବା କେନ୍ଦ୍ରୀୟ କାରାଗାର, କେନ୍ଦୁଝର,…

"ପୋଲିସ ଦ୍ୱାରା ରାଜ୍ୟ ବ୍ୟାପୀ ଜେଲ ଉପରେ ଚଢାଉ"

ବିଜେପି ରାଜ୍ୟ ମହିଳା ମୋର୍ଚାର ରାଜ୍ୟ କାର୍ଯ୍ୟକାରିଣୀ ଓଡ଼ିଶା ମହିଳାମାନଙ୍କର ପ୍ରକୃତ ବିକାଶ ପାଇଁ ରାଜ୍ୟରେ ରାଜନୈତିକ ପରିବର୍ତନ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

– ଓଡ଼ିଶାରେ ମହିଳା ମାନଙ୍କର ସୁରକ୍ଷା ବିଚ୍ଛିନ୍ନ ହୋଇଛି ଓ ସେମାନଙ୍କର ଜୀବନ ଜୀବିକା ମଧ୍ୟ ସୁରକ୍ଷିତ ନୁହେଁ – ମୋଦିଙ୍କ ଶାସନରେ ମହିଳା ମାନଙ୍କୁ ମିଳିଛି ସର୍ବାଧିକ ଗୁରୁତ୍ୱ – ମୋଦି ପଠାଉଥିବା ମହିଳା ବିକାଶର ପ୍ରଚୁର ଅର୍ଥର ଲାଭ ସଠିକ ହିତାଧିକାରୀକୁ ମିଳୁ ନାହିଁ କଟକ/ ଭୁବନେଶ୍ୱର, ୦୪ ଜୁନ (ଓଡ଼ିଆ ପୁଅ) – ଓଡ଼ିଶାରେ ଏକ ମହିଳା ବିରୋଧୀ ସରକାର ଚାଲିଛି। ଓଡ଼ିଶାରେ କେବଳ ରାଜନୈତିକ ପରିବର୍ତନ ନୁହେଁ, ମହିଳା ଏବଂ ଏହି ବର୍ଗର ଆର୍ଥିକ ଦୃଷ୍ଟିରୁ ପଛରେ ଥିବା ମହିଳା ମାନଙ୍କର ପ୍ରକୃତ ବିକାଶ ପାଇଁ ଏକ ନିର୍ଦିଷ୍ଟ ଖସଡା ମୋଦିଙ୍କ ନ୍ୟୁ ଓଡ଼ିଶାର ଅଙ୍ଗ ବୋଲି କେନ୍ଦ୍ର ପେଟ୍ରୋଲିୟମ…

"ବିଜେପି ରାଜ୍ୟ ମହିଳା ମୋର୍ଚାର ରାଜ୍ୟ କାର୍ଯ୍ୟକାରିଣୀ ଓଡ଼ିଶା ମହିଳାମାନଙ୍କର ପ୍ରକୃତ ବିକାଶ ପାଇଁ ରାଜ୍ୟରେ ରାଜନୈତିକ ପରିବର୍ତନ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ"

ଜୈବକୃଷି ନେଇ ଓୟୁଏଟିରେ ଅନ୍ତରାଷ୍ଟ୍ରୀୟ କର୍ମଶାଳା: ଶରୀରକୁ ଇନ୍ଧନ ଦେଉଥିବା କୃଷି ଉତ୍ପାଦ ସାର ଓ ରାସାୟନିକ ପ୍ରଭାବରେ ଶରୀରକୁ ଖରାପ କରୁଛି-ଧର୍ମେନ୍ଦ୍ର ପ୍ରଧାନ

– ଇନ୍ଧନ ପ୍ରଭାବରେ ବିଶ୍ୱ ଜଳବାୟୁ ପରିବର୍ତନ ଚିନ୍ତାର ବିଷୟ – ଜୈବକୃଷି ହିଁ ମଣିଷ ସମାଜକୁ ବଂଚାଇ ପାରିବ – ଏଥିରେ କୃଷି ବୈଜ୍ଞାନିକ ମାନଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ଭୁବନେଶ୍ୱର, ୪ ଜୁନ (ଓଡ଼ିଆ ପୁଅ) – ସମଗ୍ର ବିଶ୍ୱ ଆଜି ଜଳବାୟୁ ପରିବର୍ତନ ବିବାଦରେ ଫସିଛି। କୋଇଲା, ପେଟ୍ରୋଲ, ଡିଜେଲ ଜଳି ଯେଉଁ ଗ୍ରୀନହାଉସ ବାଷ୍ପ ବାହାରୁଛି ତାହା ପୃଥୀବିକୁ ଶକ୍ତି ଯୋଗାଉଛି ସତ ମାତ୍ର ଜଳବାୟୁକୁ ପ୍ରଭାବିତ କରି ପର୍ଯ୍ୟାବରଣର ପ୍ରଭୁତ କ୍ଷତି କରୁଛି। ମାତ୍ର ଶରୀର ପାଇଁ ଯେଉଁ ଶକ୍ତି ଦରକାର ତାହା ଆମକୁ ଆମ ଖାଦ୍ୟରେ ମିଳୁଛି। ମାତ୍ର ରାସାୟନିକ ସାର ଓ କୀଟାଶକ ବ୍ୟବହାରରେ ଯେଉଁ…

"ଜୈବକୃଷି ନେଇ ଓୟୁଏଟିରେ ଅନ୍ତରାଷ୍ଟ୍ରୀୟ କର୍ମଶାଳା: ଶରୀରକୁ ଇନ୍ଧନ ଦେଉଥିବା କୃଷି ଉତ୍ପାଦ ସାର ଓ ରାସାୟନିକ ପ୍ରଭାବରେ ଶରୀରକୁ ଖରାପ କରୁଛି-ଧର୍ମେନ୍ଦ୍ର ପ୍ରଧାନ"

ବିଜେପି ମହିଳା ମୋର୍ଚ୍ଚାର ଚିଠା ପ୍ରସ୍ତାବ

ଭୁବନେଶ୍ୱର ୪/୬ (ଓଡ଼ିଆ ପୁଅ) ମୋଦିଙ୍କ ନୂଆ ଭାରତରେ ଓଡିଶାର ମହିଳାମାନଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ସଙ୍କଳ୍ପ ମହିଳାଙ୍କ ପ୍ରଗତି ହେଲେ ହିଁ ଓଡିଶାର ପ୍ରଗତି ହୋଇପାରିବ ନୂଆ ଭାରତରେ ଆସନ୍ତୁ ସ୍ୱପ୍ନ ଦେଖିବା ନୂଆ ଓଡିଶାର। ମୋଦୀଙ୍କ କଲ୍ୟାଣକାରୀ ଯୋଜନାର ଲାଭ ରାଜ୍ୟର ପ୍ରତିଟି ଗରିବ ମହିଳା ପାଖେ ପହଂଚାଇବାର ଦାୟିତ୍ୱ ନିଜ ମୁଣ୍ଡକୁ ନେବା ସହ ରାଜ୍ୟର ବିକାଶ ପାଇଁ ମହିଳାମାନଙ୍କର ଭୁମିକା ସବୁଠାରୁ ମହତ୍ୱ ପୂର୍ଣ୍ଣ ବୋଲି ବିଜେପି ମହିଳା ମୋର୍ଚ୍ଚାର ଏହି ରାଜ୍ୟ କାର୍ଯ୍ୟକାରିଣୀ ଅନୁଭବ କରୁଛି। ପରିବାରର ସବୁ ଦାୟିତ୍ୱ ନ୍ୟସ୍ତ ଥାଏ ମହିଳାଙ୍କ କାନ୍ଧରେ। ରୋଷେଇ ବେଳେ ଜାଳେଣିକୁ ନେଇ ହେଉଥିବା ଅସୁବିଧା, ତଥା ଗୋବର ଆଉ…

"ବିଜେପି ମହିଳା ମୋର୍ଚ୍ଚାର ଚିଠା ପ୍ରସ୍ତାବ"